Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashok kumar Sethi

Inspirational

3  

Ashok kumar Sethi

Inspirational

ପ୍ରତିଶ୍ରୁତି

ପ୍ରତିଶ୍ରୁତି

5 mins
14.9K


                 

ପରିବର୍ତ୍ତିତ ଦୁନିଆରେ ସବୁ କିଛି ବେବାକ ବଦଳୁଥାଏ | କ୍ଷଣ ଭଙ୍ଗୁର ନୀତିରେ ମୁହୂର୍ତ୍ତ ମୁହୂର୍ତ୍ତ କଡ ଲେଉଟାଉଥାଏ | ରାଣ ଦେଇ ଅଟକାଇ ହେବ ନା କାହାର ଯୁ ଅଛି ବାଡ଼ ଦେଇ ବାଟ ଓଗାଳିବ..! ମୁହୂର୍ତ୍ତ, ତା ଗତିରେ ସେ ଅପରିବର୍ତ୍ତିତ | ନିରାଟ ସତ୍ୟ ତା ପ୍ରତିଶ୍ରୁତି ର ସର୍ତ୍ତ | କିନ୍ତୁ ଆମେ କେତେ ଦୂର, କଥା ଦେଇ କଥା ନ ରଖି ଆଉ କୋ ବାହାନା ରେ ବର୍ତ୍ତିଯିବାର ଯୋଜନା ଅଙ୍କ କଷାକଷି…| ପ୍ରତି ପ୍ରତିଶ୍ରୁତିକୁ ପରତେ ଯିବା ପ୍ରତି ପ୍ରତିଶ୍ରୁତିକୁ ପରତେ ଯିବା ପ୍ରକୃତିର ସହମତି କି ପରିପନ୍ଥୀ କେଜାଣି ? ତଥାପି କିଛି ପ୍ରତିଶ୍ରୁତି ରଖିବାକୁ ଦୌଡ଼ି ଆସନ୍ତି ରାଣ ଦେଲା ପରି | କେତେ ପ୍ରତିଶ୍ରୁତି ଏମିତି ଶୃତି ପ୍ରତି ହୋଇ ରହିଯାଏ ଖାଲି | ସକାଳେ କଥା ଦେଇ ସଞ୍ଜରେ ଭୁଲୁଥିବା ଲୋକ ଅନେକ | ହେଲେ ଏମିତ ବି ଲୋକ ଅଛନ୍ତି କଥା ଦେଇ କଥାକୁ ଯେମିତି ହେଲେ ବି ରଖିବାକୁ ଯଥା ସାଧ୍ୟ ଚେଷ୍ଟା କରନ୍ତି | ଅଳୀକ ଏ ସମାଜରେ ସେମାନେ ଏକ ବିରଳ ଦୃଷ୍ଟାନ୍ତ | ଏମିତ ଏକ ପ୍ରତିଶ୍ରୁତିବଦ୍ଧ ବନ୍ଧୁର କଥା …

  ଆକାଶ ଓ ଅଭିଷେକ ଦୁଇ ଅନ୍ତରଙ୍ଗ ବନ୍ଧୁ | ଉଭୟଙ୍କ ବନ୍ଧୁତ୍ୱକୁ ନେଇ କେହି କେହି ଇର୍ଷା ପରାୟଣ ବି ହୁଅନ୍ତି | ସେ ଦୁହେଁ ବନ୍ଧୁତ୍ୱର ଏକ ଜ୍ୱଳନ୍ତ ଓ ବିରଳ ଦୃଷ୍ଟାନ୍ତ କହିଲେ ଆତ୍ୟୁକ୍ତି ହେବ ନାହିଁ | ସ୍ୱାଭାବିକ କଥା ତାଙ୍କ ଦୁହିଁଙ୍କ ମଧ୍ୟରେ ସେତିକି ନିବୀବିଡା ସମ୍ପର୍କ ଥିଲା |

     

               ବହୁତ ଦିନ ତଳର କଥା | ଆକାଶ ଓ ଅଭିଷେକ ଓଡିଶାର ଦୁଇ ପ୍ରାନ୍ତରୁ ଆସିଥାନ୍ତି | ରେଭେନ୍ଶା ମହାବିଦ୍ୟାଳରେ ଉଚାଶିକ୍ଷା ପାଇଁ | ସେ ଦୁହିଁଙ୍କୁ ହଷ୍ଟେଲ ରେ ଗୋଟିଏ ରୁମ ଆଲଟ ହୋଇଥାଏ | ଏମିତ ଗାଡି ଚାଲେ ସମୟ | ଧୀରେ ଧୀରେ ଉଭୟ ଉଭୟଙ୍କୁ ନିଜ ନିଜର ପରିଚୟ ଦେଇଛନ୍ତି ଜଣେ ପୂର୍ବ ଓଡିଶାରୁ ଆଉ ଜଣେ ପଶ୍ଚିମ ଓଡିଶାରୁ | ଏମିତ କିଛି ମାସ ବିତି ଯାଇ ଥାଏ | ସମର ଭାକେସନ ସମୟ ନିକଟଇ ଆସିଥାଏ | କଲେଜ ଏକ ମାସ ଧରି ଛୁଟି ହେବାର ଘୋଷଣା ହୋଇଥାଏ | ଉଭୟେ ନିଜ ନିଜ ଗାଁକୁ ଯିବାକୁ ବାହାରି ଗଲେ | ଆକାଶ ଅଭିଷେକକୁ କହିଲା ଗୋଟେ କାମ କଲେ କେମିତ ହୁଅନ୍ତ ...?

କଣ କହୁନୁ ଅଭିଷେକ କଣ ସେ କୌତୁହଳ କଥା ଜାଣିବାକୁ ପଚାରିଲା |

କଲେଜ ଯେବେ ଖୋଲିବ ତା ଦୁଇ ଦିନ ପୂର୍ବରୁ ଆସୁନୁ ଆମେ କଟକ ଟିକେ ବୁଲିବା ସନ୍ଧ୍ୟାରେ | ତିନି କୋଣିଆ ବଗିଚା, ଆନିକଟ, ନରାଜ ବ୍ରିଜ, ଖାନ ନଗର ପାର୍କ, କଟକ ବାରବାଟୀ ଦୂର୍ଗ, ବାରବାଟୀ ଷ୍ଟାଡ଼ିଅମ ଇତ୍ୟାଦି ଇତ୍ୟାଦି .. ବହୁତ ଭଲ ହୁଅନ୍ତା ନିଶ୍ଚୟ | ହଉ ତେବେ ମୁଁ କଥା ଦେଲି କଲେଜ ଖୋଲିବାର ଦୁଇ ଦିନ ପୂର୍ବରୁ ପହଞ୍ଚି ଯିବି |

ସିଓର ତ..!!

ହଁ, ସିଓର ଅଭିଷେକର ଦୃଢୋକ୍ତି |

ଉଭୟେ ଉଭୟଙ୍କ ଗାଁକୁ ଯାଇଛନ୍ତି | ଖରା ଛୁଟିରେ | ଖରା ଛୁଟିର ଅବଧି ସାରି ଯାଇଛି |

  କଥା ମୁତାବକ ଉଭୟ ନିର୍ଦ୍ଧିଷ୍ଟ ଦିନରେ ଆସି ଯାଇଛନ୍ତି | ଉଭୟେ ଉଭୟଙ୍କୁ ଦେଖି ଖୁବ ଖୁସି ହୋଇ ଯାଇଛନ୍ତି | ବୋଧ ହୁଏ ଏ ଖୁସିରେ କାହାର ନଜର ଲାଗିଯାଇଛି ଦୀର୍ଘ ସ୍ଥାୟୀ ବଳୟକୁ କେଉଁ ଏକ କୃର ଦୃଷ୍ଟି ପଡି ସାରିଲାଣି | ହଁ, ଦିନ ତମାମ ବୁଲାବୁଲି ସିନେମା ଦେଖା ଭିତରେ ସନ୍ଧ୍ୟା ସମୟ ଉପଗତ | ସନ୍ଧ୍ୟା ସମୟ ରେ ଯୋଜନା ସବୁକୁ ଅଭିଷେକ ମାନେ ପକେଇ ଦେଉଥାଏ ଆମର ଏଠିକି ବୁଲି ଯିବାର ଥିଲା | ତିନି କୋଣିଆ ବଗିଚାରେ ଚଣାଚୁର ଖାଇବା ଏମିତ ସବୁ ପୂର୍ବ ନିର୍ଧାରିତ କଥା ସବୁକୁ ସତେ ଯେମିତ ମୁଖସ୍ତ କରି ରଖିଛି | ବୁଲା ବୁଲି ଯଦିଓ ସାରି ହେଲାନି ସନ୍ଧ୍ୟା ଅତିକ୍ରାନ୍ତ ହୋଇ ଯାଇଥାଏ | ଆକାଶ ଅଭିଷେକ କୁ ପଚାରିଲା ତତେ କଣ ଥକା ଲାଗୁନି ?

ଓଃ.. ବୁଝି ପାରିଲି ହଉ ଚାଲ ହଷ୍ଟେଲ ଫେରିଯିବା | ଅଭିଷେକ ର ଉଦାସଭରା ପ୍ରତିଉତ୍ତର..!

ଆକାଶ ବୁଝିବାକୁ ଅସମର୍ଥ ଅଭିଷେକର ଅସହାୟତା | ମନ ଦୁଃଖ କାଇଁ କରୁଛୁ କଲି ପୁଣି ବୁଲିବା | ଆକାଶ ସାନ୍ତ୍ୱନା ଦଉଛି |

ନା ସାଙ୍ଗ ମନ ଦୁଃଖ କରୁ ନାହିଁ | ଚାଲ ଫେରି ଯିବା ହଷ୍ଟେଲକୁ |

               

                    ଉଭୟେ ଖୁବ ଖୁସି | ଛୁଟି କେମିତି କାଟିଲୁ ତୁ ଗାଁ ରେ ? ଆକାଶ ଅଭିଷେକକୁ ପଚାରନ୍ତେ ..

ଅଭିଷେକ ଆକାଶ କୁ କହିଲା ତୁ କହ କେମିତ କାଟିଲୁ ତୁ ଛୁଟି | ଆକାଶ ଗପି ଚାଲୁଥାଏ ଗାଁରେ ବିତେଇଥିବା ଅନୁଭୂତି | ଅଭିଷେକ ସେମିତି ନୀରବରେ କାନ ପାତି ଶୁଣୁଥାଏ | ସେ ନିଜେ ଜାଣିଥାଏ ଯେ ମୁଁ ମୋ ଅନୁଭୂତି ବଖାଣି ପାରିବାକୁ ଅସମର୍ଥ | ବେଳୁ ବେଳ ତା ମନ ଉଦାସ ହୋଇ ଆସୁଥାଏ | ଆକାଶ ଅଭିଷେକକୁ କହିଲା ରାତି ଅନେକ ହେଲାଣି ଚାଲ ଶୋଇପଡିବା | ହଁ, ଶୋଇବା ତ ତୁ ଆଉ କିଛି କହୁନୁ... | ଏତିକିରେ କଣ ସରିଗଲା ତୋ ଅନୁଭୂତି | ଅଭିଷେକ, ଆକାଶକୁ ଆହୁରି ଗପିବାକୁ ବାଧ୍ୟ କରିଛି | ଆକାଶ ସାମାନ୍ୟ ହସି ଦେଇ ପୁଣି ଆରମ୍ଭ କରିଦେଇଛି ଛାଡି ଥିବା ଅନୁଭୂତି ଠାରୁ | ଅଭିଷେକ ସେମିତ ନିର୍ବାକ ଭାବରେ ସତେ ଯେମିତି କଥା ସବୁକୁ ଆକଣ୍ଠ ପାନ କରି ଚାଲିଛି |

 ଆକାଶ, ଅଭିଷେକକୁ ପଚାରିଛି ତୋର କଣ ହେଇଛି ? ତୁ ଆଜି ବେଶୀ ଭାବପ୍ରବଣ ହେଲା ପରି ଲାଗୁଛି ??

 

ଅଭିଷେକ ସାମାନ୍ୟ ହସି ଦେଇ କଥାର ଗତିପଥ ଅନ୍ୟ ଆଡ଼କୁ ପେଲି ଦେଇଛି |ଆକାଶ କହିଲା ରାତି ଅନେକ ହେଲାଣି | ଆଜି ଦିନ ସାରା ବୁଲି ବୁଲି ଥକା ବି ଲାଗିଲାଣି ଚାଲ ଶୋଇପଡିବା | ଅଭିଷେକର ଇଛା ନଥାଏ | ଆଉ କିଛି ମୁହୂର୍ତ୍ତ ଏମିତ ବିତି ଯାଉ ତା ଅଭିଳାଷ | ଆକାଶ ଅଭିଷେକକୁ କହିଛି ଲାଇଟି ଅଫ କରିଦେ ଶୋଇବା | ଅଭିଷେକର ହାତ ଶୋଇବା ଜାଗା ଠାରୁ ଲମ୍ବି ଲମ୍ବି ଯାଉଛି | ହାତ ତା ୮ ଫୁଟ ଦୂରତାରେ ଥିବା ସୁଇଚି ତା ହାତ ସେଇ ଅନୁସାରେ ୮ ଫୁଟ ଲମ୍ବି ଯାଇଛି |

                   ଏ ଦୃଶ୍ୟ ଦେଖି ଆକାଶ ମୁର୍ଚ୍ଛା ଯାଇଛି | ଭୟରେରେ ସେ ଚେତା ଶୂନ୍ୟ | ସକାଳର ସୂର୍ଯ୍ୟକିରଣ ଝରକା ଦେଇ ତା ଉପରେ ପଡିବାରୁ ଆକାଶର ଚେତା ଫେରି ପାଇଛି | ତା ପାଖରେ କିନ୍ତୁ ଅଭିଷେକ ନାହିଁ | ତା ଅସଜଡ଼ା ଶେଜ ତା ପାଖେ ପଡିଛି | ଭିତରୁ କବାଟ ପଡିଛି | କଲି ରାତି କଥା ଆକାଶର ହୃଦସ୍ପନ୍ଦନ ବଢି ଯାଇଛି | ଏ କଥା ସେ ସମସ୍ତଙ୍କୁ କହିଲା | ଶେଷରେ ଅଭିଷେକର ଘର ଲୋକଙ୍କ ସହ ଯୋଗାଯୋଗ କରାଗଲା | ତାଙ୍କ ଘର ଲୋକ ଯାହା କହିଲେ ସମସ୍ତେ ଶୁଣି ଚକିତ | କଥା ହେଲା ସମର ଭାକେସନ ଛୁଟିରେ ସେ ଗାଁକୁ ଆସିଥାଏ ତାର ଦୁଇ ଦିନ ପରେ ଏକ ସଡକ ଦୁର୍ଘଟଣାରେ ସେ ମୃତ |

ଆକାଶର ବୁକୁ ଫଟା ଚିତ୍କାର | ତା ସାଙ୍ଗର ମୃତ୍ୟୁ କଥା ସେ ଜମା ବିଶ୍ୱାସ କରି ପାରୁନି | ତା ଆଖିରୁ ଲୁହ ମନର କୋହ ଯେମିତ ତାକୁ କିଏ ଭିତରେ ରୁନ୍ଧି ଦେଉଛି | ତା ଆତ୍ମା ବିଳପି ଉଠିଛି | କାଲିର ସବୁ କଥା ଗୋଟି ଗୋଟି କରି ତା ଆଗେ ନାଚି ଯାଉଛି | ଅଭିଷେକ ତା କଥା ରଖି ସେ ଆସିଛି ତା ସାଙ୍ଗ ପାଖକୁ | କଣ ପାଇଁ ସେ କାଲି ଭାବ ପ୍ରବଣ ହୋଇ ପଡିଥିଲା ଆକାଶ ଏବେ ବୁଝି ପାରୁଛି | ସେ ରାତି ସାରା ମୋ କଥା ଶୁଣିବାକୁ କଣ ପାଇଁ ବାଧ୍ୟ କରୁଥିଲା ...!

   ଆକାଶ ରେଭେନ୍ସାରୁ ଅନ୍ୟ କଲେଜକୁ ସ୍ଥାନାନ୍ତର କରିଦେଇଛି | ମାନେ ମାନେ ସ୍ଥିର କରିଛି ଆଉ ସେ କେବେ କଟକ କି ରେଭେନ୍ସା ଆସିବନି | ତା ମନରୁ ଗୋଟିଏ କଥା କେବେ ବି ଲିଭିବନି ମୃତ୍ୟୁ ପରେ ବି ସେ ତା ପ୍ରତିଶୃତି ପ୍ରତି କେତେ ସଚେତନ ..!

  ଆକାଶ ଏବେ ବୃଦ୍ଧ ପ୍ରାୟ | ଦୀର୍ଘଦିନ ପରେ ସେ କଟକ ଆଜି ଆସିଛି | ତା ଅମାନିଆ ପାଦ ଦିଟା ଆଗକୁ ଆଗକୁ ମାଡି ଚାଲିଛି | କେତେବେଳେ ରେଭେନ୍ସା ମୁଖ୍ୟ ଫାଟକ ଡେଇଁ ସାରିଲାଣି ସେ କଥା ସେ ଜାଣିନି | ତଥାପି ସେ ଆଗକୁ ଆଗକୁ ସତେ କି ଅଦୃଶ୍ୟ ଆକର୍ଷଣରେ ମାଡି ଚାଲିଛି | ହଠାତ ପାଦ ଦୁଇଟି ନିର୍ଦ୍ଧିଷ୍ଟ ହଷ୍ଟେଲ ସମୁଖରେ ଅଟକି ଯାଇଛି | ଏକ ଲୟରେ ସେ ହଷ୍ଟେଲର ଝରକା ଆଡେ ଅନେଇ ରହିଛି | ଏକବାର ସେ ମଗ୍ନ କୌଣସି ଗଭୀର ଭାବନାରେ | ତା ଅଜାଣତରେ କେଇ ଟୋପା ଲୁହ ତା ଚିବୁକ ଛୁଇଁଲାଣି |

 ତଥାପି ସେ ପୂର୍ଵାଵତ ଏକ ଲୟରେ ସେମିତି ଚାହିଁ ରହିଛି ସେ ଝରକା ଆଡକୁ ...

                                                                                             

           

               

               


Rate this content
Log in

Similar oriya story from Inspirational