Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Nath

Inspirational Others Tragedy

0.6  

Prasant Kumar Nath

Inspirational Others Tragedy

ଭାଇରାଲ

ଭାଇରାଲ

2 mins
7.3K


 #ରାଜେଶ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲା ଲୁସିମାକୁ । ଦୁହେଁ ମିଶି କାଟିଥିଲେ କେତେ କହି ଅନ୍ତରଙ୍ଗ ମୁହୂର୍ତ୍ତ । ପ୍ରେମର ସିଡିରେ ଚଢି ଦୁହେଁ ପହଞ୍ଚି ସାରିଥିଲେ ହୃଦୟର ବଙ୍ଗଳାରେ । ସେହି ବଙ୍ଗଳାରେ ଦୁହେଁ ଦୁହିଁଙ୍କ ପାଇଁ ଗଢି ସାରିଥିଲେ ପ୍ରୀତିର ଏକ ସୁନ୍ଦର ଆଉ ମନୋରମ କୋଠରୀ । ଦୁହେଁ ସ୍ୱପ୍ନ ଦେଖିଥିଲେ ସେହି କୋଠରୀରେ ବାକି ତକ ଜୀବନ ହସଖୁସିରେ କଟିଦେବା ପାଇଁ ।

  ପରିବାରର ସ୍ବୀକୃତିକୁ ସେମାନେ ଅପେକ୍ଷା କରିଥିଲେ । କାହିଁକିନା ସେମାନେ ଭଲ ପାଉଥିଲେ ସତ । କିନ୍ତୁ ଦୁହେଁ ଚାହିଁଥିଲେ ପ୍ରସ୍ତାବିତ ବିବାହ ପରି ବହୁତ ଯାକଜମକରେ ସମସ୍ତଙ୍କ ଉପସ୍ଥିତିରେ ବିବାହ କରିବା ପାଇଁ । 

  ରାଜେଶ ସାଙ୍ଗ ସାଥୀଙ୍କ ସାଥିରେ ରୋଷଣୀ କରି ପାଲିଙ୍କି ଚଢି ବରବେଶରେ ଯିବ । ଆଉ କନିଆଁ ସାଜି ତାର ବାଟକୁ ଚାହିଁ ରହିଥିବ ଲୁସିମା । ବେଦିରେ ବସି ବ୍ରାହ୍ମଣ ର ମନ୍ତ୍ର ପାଠରେ ସେମାନେ ପରସ୍ପରକୁ ଆପଣାର କରିନେବେ । ଆଉ ସମସ୍ତଙ୍କ ସମୂଖରେ ଲୁସିମା ସିଂଥିର ସିନ୍ଦୁର ପିନ୍ଧେଇ ତାର ଗଳାରେ ମଙ୍ଗଳସୁତ୍ର ପିନ୍ଧାଇବ ରାଜେଶ ।

  ସେଦିନ ରାଜେଶ ଆଉ ଲୁସିମା ମିଶି ଯାଇଥିଲା ସହରରେ ଥିବା ଏକ ପାର୍କକୁ । ଆଉ ଦୁହେଁ ନେଇଥିଲେ ଅନେକ ସେଲଫି ।  ରାଜେଶ ଗୋଟାଏ ଚୁମ୍ବନ ପାଇଁ ତାକୁ ବାଧ୍ୟ କରୁଥିଲା । ଲୁସିମା ତାକୁ ବହୁତ ବୁଝେଇଛି ଆମେ ଏଯାଏ ବିବାହ କରିନାହାନ୍ତି, ଆମେ କେବଳ ପ୍ରେମିକ ପ୍ରେମିକା ସ୍ୱାମୀ ସ୍ତ୍ରୀ ନୁହେଁ, ତାପରେ ଏଇଟା ସର୍ବସାଧାରଣ ଜାଗା ପ୍ଲିଜ ବୁଝିବାକୁ ଚେଷ୍ଟା କର । ରାଜେଶ ରାଗି ଯାଇଥିଲା ଆଉ ତାକୁ ମାନେଇବାକୁ ଯାଇ ଲୁସିମା ରାଜେଶର ଗାଲରେ ଆଙ୍କି ଦେଇଥିଲା ଏକ ଚୁମ୍ବନ । ଆଉ ରାଜେଶ ମତୁଆଲା ହୋଇ ଯାଇଥିଲା । ଲୁସିମାର ଓଠକୁ ଛୁଇଁଥିଲା ରାଜେଶର ଓଠ । 

 କେହି ଜଣେ ସେହି ଭିଡ଼ିଓଟିକୁ ଭାଇରାଲ କରିଦେଇଥିଲା । ଯେଉଁଥି ପାଇଁ ଲୋକଲଜ୍ୟାକୁ ଡରି ଲୁସିମା ନିଜ ଜୀବନ ହରି ଦେଇଥିଲା ।

 କିନ୍ତୁ ଭାଇରଲ କରିଥିବା ସେହି ଲୋକଟିକୁ କଣ ମିଳିଲା । କଣ ମିଳିଲା ଜଣଙ୍କ ଜୀବନ ନେଇ ।


Rate this content
Log in

Similar oriya story from Inspirational