ଓଡିଆ ଶିଶୁ ଗପ

Children


2  

ଓଡିଆ ଶିଶୁ ଗପ

Children


ବିକ୍ରମ ବେତାଳ - ୯

ବିକ୍ରମ ବେତାଳ - ୯

3 mins 7.3K 3 mins 7.3K

କୁଜାର ଭେଳିକି କାରସାଦି

ବର୍ତ୍ତମାନ ତାହାର ଭୟଙ୍କର ବିକଟାଳ ରୂପ ଦେଖି ସମସ୍ତେ ସମ୍ଭାଳି ପାରିବତ? ଯେଉଁମାନେ ତାହାକୁ ଦେଖି ହସୁଥିଲେ, ଆଖିଠାର ମାରି ମଜା ଦେଖୁଥିଲେ, ଟାହି, ଟାପରା, ରଙ୍ଗ ରହସ୍ୟ କରି କୁରୁଳୁଥିଲେ । କୁଜୀ ପ୍ରେତ ରୂପରେ ବାହାରିଲା ମାତ୍ରେ ଆଗ ସେହିମାନଙ୍କୁ ଆମ୍ପୁଡି, କାମୁଡି, ଝୁଣି, ବିଦାରି ଖଣ୍ଡିଆ ଖାବରା ନାରଖାର କରିପକାଇବ । କୁହ, ଯେବେ ତୁମେମାନେ ରାଜି ତ ତେବେ ମୁଁ ଇ’ଛୁଣିକା କୁଜୀକୁ ତୁମମାନଙ୍କର ସାମନାକୁ କାଢିଆଣିବି । ଏପରି କଥା ଶୁଣି ଦେଖଣାହାରୀ ସମସ୍ତେ କହି ଉଠିଲେ – “ନାଇଁ ବାବା ନାହିଁ, କୁଜୀକୁ ଆମର ଆଉ ଦେଖିବା କିଛିବି ଦରକାର ନାଇଁ । ତୁମେ ତାହାକୁ ଚଂଚଳ କାଢିନେଇ ଉଆସ ବାହାରେ ମଶାଣିରେ ସେ ପେଡିଟା ଫିଙ୍ଗିଦେଇ ଆସିବଟି ।”ଏକଥା ଶୁଣି ସେ କୁଜା କହିଲା – “ଏଇ ହେଉଛି ଦୁନିଆର ଚଳଣି – ସମସ୍ତେ ସୁଖର ସାଥି । ଯେ ତୁମକୁ ଦଣ୍ଡେ ଆନନ୍ଦ ଦେବାପାଇଁ ସଜହୋଇ ପେଡିରେ ପଶି ତା ଜୀବନ ଗଲା, ତୁମେ କହିଲ ତାହାକୁ ଚଂଚଳ ନେଇ ମଶାଣୀରେ ଫିଙ୍ଗି ଦେଇଆସ । ହାଇରେ ବିଧାତା!” ରାଣୀ ଭାନୁମତୀ କହିଲେ – କିଆଁ? ତୁମେ ତୁମର କୁହୁକ ବିଦ୍ୟା ବଳରେ କୁଜୀକୁ ବଂଚାଇଦେଉନ । ତା’ପରେ ତମେ ଦି’ ପ୍ରାଣ ଏକାଠି ଅତ୍ୟନ୍ତ ସୁଖରେ ଚଳିବ ।” କୁଜା କହିଲା – ହଁ… ଜେମା ଦେଈ, ସେତିକି ନ କଲେ ମୋ କୁହୁକ ବିଦ୍ୟାର କରାମତି କିଏ ବା କେମିତି ଜାଣିବ । ଆଉ କୁଜୀକୁ ନ ବଂଚାଇଲେ ମୁଁ ପୁଣି ବଂଚିବି କେମିତି? ୟା କହି କୁଜା ପୁଣି ଚାରିପଟା ଘେରା ଖାଇ ଢୋଲକ ପିଟିପିଟି ଧୂଳି ଉଡାଇ କହିଲା – ଯା’ଲାଗିଯା’ ,… ଯା’ଲାଗିଯା’ … ଯା’ଲାଗିଯା’ ।” ପୁଣି ସେ କହିଲା –

“ଯା’ରେ ଭେଳିକିଯା’, କୁଜୀକୁ ଘେନିଆ’ ।

ରଙ୍ଗ ଛିଟଶାଢୀ ପିନ୍ଧି ଖାସା, କୁଜୀ ହୋଇଥିବ ବେଶଭୁଷା ।

ଗହଣା ଗାଣ୍ଠିରେ ସଜହୋଇ, କୁଜୀ ଆସୁ ପ୍ରାଣେଶ୍ୱର କହି ।

ତା’ବିନା ନୁହେଁ ମୋ ଆନଗତି, ନେତ୍ରସମ୍ପତ୍ତି ସେ ମୋର ସାଥୀ ।

ଯା’ରେ ଭେଳିକିଯା’ ବେଗେ, କୁଜୀକୁ ଆଣିବୁ ଏଇଲାଗେ ।

ଆ’ … ଲୋ କୁଜୀ ଆ’ …, ମୋ ଘରଣୀ ହୋଇ ଥା… ।”

ଚାହୁଁ ଚାହୁଁ ବାହାର ଉଆସ ଆଡୁ ଭଲ ଲାଲଛିଟ ଶାଢୀଟିଏ ପିନ୍ଧି ଦେଶୀ ଗହଣାଗାଣ୍ଠି ଯଥା ସିନ୍ଥିରେ ମାଙ୍ଗସରି, କପାଳରେ କେତକି, କାନରେ ଗଣ୍ଠିଆ ବାଉଳୀ, ନାକରେ ଦଣ୍ଡୀ, ବସଣୀ, ନୋଥ, ଗଳାରେ ସୋରିଷିଆ, ମଲ୍ଲୀ କଢିମାଳ, ବେକରେ ଚାପସରୀ, ହାତରେ ଖୁଡୁ ପଇଂଚି, ବଟଫଳ, ବାହାରେ ଅନନ୍ତତାଡ, ଅଂଟାରେ ଚନ୍ଦ୍ରହାର, ପାଦରେ ପାହୁଡ, ବାଙ୍କିଆ ନାଇ ଅପୂର୍ବ ବେଶଭୁଷା ହୋଇ କୁଜୀ ମୁରୁକି ମୁରୁକି ହସି କୁଜା ପାଖକୁ ଆସିଲା ।

ଚାରିପାଖରେ ଘେରିକି ଯେତେ ଲୋକ ଦେଖଣାହାରୀ ଛିଡା ହୋଇ ଅପଲକ ଆଖିରେ ଘଟଣାଟା ଦେଖୁଥିଲେ, ସେମାନେ କଥାଟାକୁ ସତ କି ସପନ ବୋଲି କିଛି ବି ସ୍ଥିର କରିପାରୁ ନଥାନ୍ତି । କାହାରି ମୁହଁରେ ହେଲେ ବି ପଦେ କଥା ନାହିଁ । ସମସ୍ତେ ଅବାକ୍ ହୋଇ କାଠଭୂତ ପାଲଟି ଯାଇଥାନ୍ତି । ନ ହେବେ ବା କେମିତି! ନିଜ ଆଖିରେ ତ ଏତେସବୁ ଦେଖିଛନ୍ତି, କୁଜୀଟାକୁ ଗୋଡରୁ ବେକ ପରିଯନ୍ତେ ମାଉଁସ ମେଦପରି ବାନ୍ଧି ଗୋଟାଏ ବେତ ପେଡି ଭିତରେ ଖୁନ୍ଦିଖାନ୍ଦି ପୂରାଇ ସେହି ପେଡିଟାକୁ ସାତ ପରସ୍ତ ଦଉଡାରେ ବାନ୍ଧି ଦିଆଯାଇ ସେଥିରେ କୋଲପ ଦିଆଗଲା । ପେଡିଟା ପୁଣି ଗୋଟାଏ ଘର ଭିତରେ ରହିଥିଲା । ସେ ଘରେ ପୁଣି ଝିଞ୍ଜିର କିଳିଣୀ ଦିଆଗଲା । ଏ ତ ବଡ ଅଦ୍ଭୁତ କଥା । କୁଜୀ ଆପଣାଛାଏଁ ଫିଟିଲା କେମିତି? କେଉଁ ବାଟରେ ଗଲା? ଏତେ ସଜବାଜ ହେଲା ସେ କେତେବେଳେ? ଭା’ରି ଅଲୌକିକ କଥା ଇୟେ । ସଭିଁଙ୍କ ବୁଦ୍ଧିବଣା ହୋଇଗଲା, ମୁଣ୍ଡ ଗୋଳମାଳ ମଧ୍ୟ ହୋଇଗଲା ।

ଏସବୁ ଦେଖି ସେ ପୁରୁଣା ରାଣୀଙ୍କ ଭିତରୁ ଜଣେ କହିଲେ – ଆଚ୍ଛା ଗଲ, ସେଇ ବେତ ପେଡିଟା ଏଠେଇଁକି ଘେନି ଆସିବ । ତହୁଁ ଦି’ଜଣ ପୋଇଲୀ ଉଠି ଯାଇ ସେ ଘର ଝିଞ୍ଜିର କିଳିଣୀ ଫିଟାଇ ପେଡିଟାକୁ ଟେକି ଆଣିଲେ । ସେତେବେଳେ ସେ ପେଡିଟା ଖୁବ୍ ହାଲୁକା ଲାଗୁଥାଏ । ହେଲେ, ସେମିତି ଭିଡା ହୋଇ ସେଥିରେ କୋଲପ ପଡିଛି । କୁଜା ନିଜର କୁଂଚିକାଠିରେ ସେ କୋଲପ ଫିଟାଇ ସମସ୍ତଙ୍କୁ ଦେଖାଇଦେଲା । ତା’ ଭିତର ଖାଲି ।

ରାଣୀ ଭାନୁମତୀ କୁଜୀକୁ ପାଖକୁ ଡାକି ତାଙ୍କର ଗଳାରୁ କାଢି ଗୋଟିଏ ହରଡ ଫାଳ ମାଳ ତାହାକୁ ଉପହାର ଦେଲେ । ତାଙ୍କର ଦେଖାଦେଖି ଆଉ ସବୁ ରାଣୀ ଯେ ଯାହାର ଛୋଟ ଅଳଙ୍କାରରୁ ଗୋଟିଏ ଗୋଟିଏ କୁଜୀକୁ ଦେଲେ । ସମସ୍ତଙ୍କ ମୁହଁରେ ଖାଲି ଗୋଟାଏ କଥା – “କୁଜାକୁଜୀଙ୍କଠିଁ ପୁଣି ଇମିତିକା ଗୁଣ ଅଛି ।”

ଏତିକିବେଳେ ସେ କୁଜା ହାତ ଯୋଡି କହିଲା – ଜେମାମଣୀ, ଆଜି ଯେଉଁ କୁହୁକବିଦ୍ୟା ମୁଁ ଦେଖାଇଲି । କାଳକାଳକୁ ୟେ ତୁମରି ନାମରେ ଜଗତସାରା ପରକାଶ ହେବ । ଏଇ ଭେଳିକି ବିଦ୍ୟାର ଆଜିଠଉଁ ନାଁ ହେଲା “ଭାନୁମତୀ ଭେଳିକି” ଆଉ ଏଇ ପେଡିର ନାଁ ହେବ “ଭାନୁମତୀ କୁହୁକ ପେଡି ।” ଏତିକି ମଞ୍ଜୁର ହେଉ ।” ଏକଥା ଶୁଣି ରାଣୀ ଭାନୁମତୀ ହସି ହସି କହିଲେ – ହଉ ହଉ, ତୁମେ ଦିହେଁ ଗଲ ଆଗେ ଖିଆପିଆ କରିବ ।”

ସେଇ ଦିନଠଉଁ ସେ ଉଆସ ଭିତରେ ସମସ୍ତେ କୁଜାକୁଜୀଙ୍କୁ ଭା’ରି ଆଦର କଲେ । ହସିକରି କଥା ମଧ୍ୟ କହିଲେ । ଭଲରେ ମନ୍ଦରେ ପଚାରିଲେ ।

ଫଳରେ କୁଜାକୁଜୀଙ୍କ ମନରେ ଯେତେ କଷ୍ଟଥିଲା, ସେହି ଦିନଠୁଁ ସବୁ କୁଆଡେ ଉଭାଇଗଲା ।

ଶେଷ


Rate this content
Originality
Flow
Language
Cover Design