Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସାହାଯ୍ୟ
ସାହାଯ୍ୟ
★★★★★

© Srinibas Mahalik

Inspirational Others

3 Minutes   7.2K    20


Content Ranking

କ୍ଳାସ୍ ଶେଷ କରି ଘରକୁ ଫେରୁଥିଲି । ବାଟରେ ଦେଖିଲି ରାସ୍ତା କଡରେ ଗୋଟେ ଗଛ ତଳେ ଜଣେ ବୁଢା ବହିଟିଏ ତଳେ ଥୋଇ ପଢୁଛନ୍ତି । ତାଙ୍କ ବୟସ ପ୍ରାୟ ପଚାଶରୁ ଷାଠିଏ ବର୍ଷ ହେବ । ତାଙ୍କ' ଦୁଇ ପାର୍ଶ୍ଵରେ ଦୁଇଟି ବସ୍ତା ଏବଂ ମୁଣ୍ଡ ଉପରେ ଥିବା ଗଛ ଡାଳରେ ଝୁଲୁଛି ଗୋଟେ ଛିଡା ବ୍ୟାଗ୍ । ଯଦିଓ ତାଙ୍କୁ ଭିକାରୀ କହିହେବନି, ତଥାପି ସାଧାରଣ ଲୋକଙ୍କ ଭଳି ସେ ଦେଖାଯାଉନଥିଲେ । କାରଣ ତାଙ୍କ ମୁଣ୍ଡ ବାଳ ନୁଖୁରା, ପୋଷାକ ଏବଂ ଚେହେରା ବହୁତ ମଳିନ ଥିଲା । ତେଣୁ ମୁଁ ଗଲାବେଳେ ତାଙ୍କୁ ଟିକେ ଅନେଇ ଅନେଇ ଗଲି । ସେ ବୁଢା ଜଣଙ୍କ ମୋତେ ଦେଖି ଡାକିଲେ; ଟିକେ ଶୁଣିବ । ମୁଁ ଟିକେ ହତବାକ ହୋଇପଡିଲି, ମୋତେ କାହିଁକି ସେ ଡାକିଲେ ? ମୁଁ ତାଙ୍କୁ ଅନେଇଲି ବୋଲି ଡାକିଲେ ନା ଆଉ କିଛି କାରଣ ହୋଇପାରେ ? ଏଭଳି କିଛି ପ୍ରଶ୍ନବାଚୀ ମନରେ ସୃଷ୍ଟି ହେଲା ।

ସାହସ କରି ପଛକୁ ଫେରି ତାଙ୍କ ପାଖକୁ ଗଲି । ସେ ମୋତେ କହିଲେ, ବାବୁ ଏଇ ପାଖ ହୋଟେଲକୁ ଯାଇ ମୋ ପାଇଁ ଟିକେ ଭାତ ମାଛ ଆଣିଦିଅ, ତୁମର ଧର୍ମ ହେବ । ମୁଁ କହିଲି ଆପଣ ଯାଉନାହାନ୍ତି । କାରଣ ହୋଟେଲଟି ସେଠାରୁ ମାତ୍ର ୨୦୦ ମିଟର ଦୂରରେ ଥିଲା । କିନ୍ତୁ ସେ କହିଲେ ମୁଁ ସେଠାକୁ ଗଲେ ମୋତେ ସେମାନେ ଧରିଦେବେ । ଧରିଦେବେ !! ଏହି ଶବ୍ଦଟି ଶୁଣି ମୋତେ ଟିକେ ଆଶ୍ଚର୍ଯ୍ୟ ଏବଂ ଟିକେ ସନ୍ଦେହ ବି ଲାଗିଲା । ସେତେବେଳେ ମୋର ମନେ ପଡିଗଲା ପେପରରେ କିଛି ଧାଡି; ଅଜଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିବାର ଫଳ । ତେଣୁ ମୁଁ ଟିକେ ଭୟ କରିଗଲି । ତଥାପି ତାଙ୍କୁ କହିଲି ହୋଟେଲ ତ ଏଇ ପାଖରେ ଆପଣ ଯାଆନ୍ତୁନା । ଏଥିପାଇଁ କ’ଣ ମୁଁ ସାହାଯ୍ୟ କରିବି । ସେ ସେଇ ଗୋଟିଏ ଉତ୍ତର ଦେଲେ; ସେମାନେ ମୋତେ ଧରିଦେବେ ।

ମୁଁ ତାଙ୍କୁ ପଚାରିଲି ସେମାନେ ଆପଣଙ୍କୁ କାହିଁକି ଧରିବେ ? କିନ୍ତୁ ସେ ମୋତେ କିଛି ଜବାବ ନଦେଇ ମୋ ସାମ୍ନାକୁ ସିଧା ବଢ଼େଇ ଦେଲେ ହାତରେ ଧରିଥିବା କିଛି କଏନ୍ । ସେ ଧରିଥିବା କଏନ୍ ପାଖାପାଖି ୨୦ରୁ ୨୫ ଟଙ୍କା ଭିତରେ ହେବ । ଆଉ ବାରମ୍ବାର କହୁଥାନ୍ତି, ବାବୁ ଯାଅ ଟିକେ ମୁଁ ବହୁତ ସମୟ ହେବ କିଛି ଖାଇନି, ତୁମର ଧର୍ମ ହେବ ।

ମୁଁ ସେଇ ହୋଟେଲକୁ ଟିକେ ଅନେଇଲି ଦେଖିଲି ବହୁତ ଗହଳି ଅଛନ୍ତି । ମନେମନେ ଭାବିଲି, ମୁଁ ଯଦି ଏହି ସବୁ କଏନ୍ ନେଇ ହୋଟେଲବାଲାକୁ ଦେବି, ତେବେ ମୋତେ ଲାଜ ଲାଗିବ ଏବଂ ସେ ହୋଟେଲବାଲା ମଧ୍ୟ ମୋତେ କିଛି ବି କହିପାରେ । କାରଣ ଯେକୌଣସି ଦୋକାନିକୁ ବେଶୀ କଏନ୍ ଦେଲେ ସେମାନେ ନେବାକୁ ଟିକେ ଅମଙ୍ଗ ହୁଅନ୍ତି । ଆଉ ଯଦି ମୁଁ ସେହି କଏନ୍ ନିଜେ ରଖି ହୋଟେଲକୁ ନୋଟ ଦିଏ, ତେବେ ବି ଅସୁବିଧା । କାରଣ ମୋ ପାଖରେ କିଛି ଟଙ୍କା ନଥିଲା । ଥିଲା କେବଳ ଦୁଇଟି ଏଟି ଏମ୍ କାର୍ଡ । କାହିଁକି ନା ସକାଳେ ରୁମ୍ ପାଇଁ କିଛି ଜିନିଷ କିଣିଥିବାରୁ ସବୁ ଟଙ୍କା ଖର୍ଚ୍ଚ ହୋଇଯାଇଥିଲା । ଅନ୍ୟ କାହା ପାଇଁ ଦୋକାନୀ ସାମ୍ନାରେ ମୋର ମଜାକ୍ ବନେଇବି ! ସେଥିପାଇଁ ତାଙ୍କୁ ମନା କରି କହିଲି ଆପଣ ନିଜେ ଯାଆନ୍ତୁ । ଏତିକି କହି ମୁଁ ସେଠାରୁ ଚାଲିଆସିଲି ।

ଆଗକୁ କିଛି ବାଟ ଗଲା ପରେ ମନେମନେ ଭାବିଲି , ତାଙ୍କୁ ମୁଁ ସାହାଯ୍ୟ କଲିନି ! ନାଇଁ ଯାଉଛି ପଛକୁ ଫେରି ଯିବି , ତାଙ୍କ ପାଇଁ ହୋଟେଲରୁ ଭାତ ମାଛ ଆଣିଦେବି । ମୋର ମଜାକ୍ ବନୁ କି ଯାହା ହେଉ । ଯାଉଛି ଯିବି । ପଛକୁ ଫେରିଲି, ହେଲେ ସେହି ସ୍ଥାନରେ ସେହି ବୁଢ଼ା ଜଣଙ୍କ ନଥିଲେ । ଥିଲା କେବଳ ତାଙ୍କ ସେହି ବସ୍ତା ଆଉ ସେହି ବହି । ପାଖକୁ ଯାଇ ଦେଖିଲି ସେହି ବହିଟି ଥିଲା ଯୁକ୍ତ ଦୁଇର ଗୋଟେ ଇଂରାଜୀ ଗାଇଡ଼୍ । ଭାବିଲି ସେ ହୋଟେଲକୁ ଯାଇଥିବେ ବୋଧେ କିନ୍ତୁ ହୋଟେଲ ଯାଇ ଦେଖେଲି ସେ ସେଠାରେ ବି ନଥିଲେ । ହୋଟେଲରୁ ଫେରିଆସି ପୁଣି ସେହି ଜାଗାରେ ଏପଟ ସେପଟ ହେଲି । ଏମିତିରେ ଅଧଘଣ୍ଟା ବିତିଗଲା କିନ୍ତୁ ସେ ଆସିଲେନି ।

ତା'ପରେ ନିଜକୁ ପ୍ରଶ୍ନ କଲି; ମୁଁ କାହିଁକି ସେ ବୁଢା ଲୋକଟିକୁ ସାହାଯ୍ୟ କଲିନି ! କାହିଁକି ମନା କରିଦେଲି ! କ'ଣ ପେପର ପଢୁଛି ବୋଲି ତା'ର ପ୍ରଭାବ ନା ଦୋକାନିକୁ କଏନ୍ ଦେବା ପାଇଁ ଲାଜ ? ଯଦିଓ ମୋତେ କେହି ସାହାଯ୍ୟ ମାଗିଲେ ମୁଁ ଖୁସି ହୁଏ , ହେଲେ ସେଦିନ ମୋର କ'ଣ ହେଲା ଯେଉଁଥି ପାଇଁ ସାହାଯ୍ୟ କଲିନି । ଆଜିଯାଏଁ ମୁଁ ତାହାର ଉତ୍ତର ଖୋଜି ପାଉନି । ମୋର ସେହି ଭୁଲ୍ ଜୀବନରେ ଗୋଟେ ଅଲିଭା ଦାଗ ଭଳି ରହିଯାଇଛି । ଯେବେ ବି ସେ କଥା ମନେ ପଡ଼ିଯାଏ, ବହୁତ କଷ୍ଟ ହୁଏ; କାହିଁକି ମୁଁ ସାହାଯ୍ୟ କଲିନି କାହିଁକି.....

କ୍ଲାସ ବୁଢା ଭିକାରୀ

Rate the content


Originality
Flow
Language
Cover design

Comments

Post

Some text some message..