Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Senapati

Inspirational Abstract

2  

Prasant Kumar Senapati

Inspirational Abstract

ନାରୀ'ର ଏକ ଭିନ୍ନ ରୂପ

ନାରୀ'ର ଏକ ଭିନ୍ନ ରୂପ

2 mins
7.3K


-: ପୁରା ପେଣ୍ଡାଲ ଭରପୁର୍, ସଭିଏଁ ଅପେକ୍ଷାରତ ।

-: ନୃତ୍ୟ ନାଟିକାର ଅଭିନେତ୍ରୀ ଆସିବା ପଥକୁ ।

-: ଜଣେ କୁଶଳ ଆଧୁନିକା ନୃତ୍ୟାଙ୍ଗନା, ଖୁବ୍ ନାମ ଥିଲା ଆଧୁନିକ ନୃତ୍ୟରେ ।

-: ରୁପରେ ଖୁବ୍ ସୁନ୍ଦର, ଗୁଣ କଥା ପଚାରେ କିଏ ।

-: ସମସ୍ତେ କଞ୍ଚା ମାଂସ ଦେଖିବାକୁ ବ୍ୟଗ୍ର ।

-: ନାୟକ ବି ଅଭିନେତ୍ରୀର ବିଳମ୍ବରେ ବ୍ୟସ୍ତ ବିବ୍ରତ ଓ ବିରକ୍ତ

-: ଅହଂରେ ଆଘାତ ହେଉଥିଲେ ବି ବିଚରା କିଛି ଉପାୟ ନାହିଁ, ତାକୁ ପଚାରେ କିଏ ।

-: ଭିଡ ତ ଗୋରା ତକ ତକ ଚିକ୍କଣ ଦେହକୁ ଦେଖିବା ପାଇଁ ।

-: ହଠାତ୍ ହଲ ଚଲ୍ ।

-: ଅଭିନେତ୍ରୀ ପହଞ୍ଚି ସାରିଥାଏ ।

-: ଆଣ୍ଠୁ ଯାଏ ସ୍କର୍ଟ, ସ୍ଲିଭଲେସ୍ ବ୍ଲାଉଜ୍ ରେ ଦେଖି ବୁଢା ବି ଜବାନ ହୋଇଯିବେ ।

-: ଗୋରା ଚିକ୍କଣ କଅଁଳ ମାଂସ ।

-: ଆଖି ଗୁଡାକ ଅସ୍ଥିର ଚଞ୍ଚଳ, ଭିନ୍ନ ଭିନ୍ନ ପାର୍ଶ୍ବରୁ ପୋଷାକ ବିହିନ ଚିକ୍କଣ ନରମ ମାଂସର ଅନୁସନ୍ଧାନରେ ।

-: ଚକ୍ଷୁର ସୂକ୍ଷ୍ମ ସ୍କାନରରେ ଦେହର ସମସ୍ତ ଅବ୍ୟୟବକୁ ସ୍କାନିଙ୍ଗ କରୁଥିବା ଦର୍ଶକ ଗଣ ।

-: ବଢିଆ ଟୋକିଟା, କି ମାଲ୍ ହୋଇଛି,,,ରାତିଟିଏ ପାଇଁ ମିଳି,,,,,,,,ଭିଡ ଭିତରୁ ଏପରି ଅନେକ ଶବ୍ଦ ଗୁଞ୍ଜରିତ ହେଉଥାଏ ।

-: ଶବ୍ଦ ଦିଗକୁ ଅଭିନେତ୍ରୀ ସାମାନ୍ୟ ଦୃଷ୍ଟି ନିକ୍ଷେପ କଲେ, ଗୋଟିଏ ଛୋଟିଆ ସ୍ମାଇଲରେ ହଜାରେ ହୃଦୟ କ୍ଷଣିକେ ଚୋରି ହୋଇଗଲା । 

-: କିଛି ନିଜ ଭାଷାର ଅଭଦ୍ରାମି ବ୍ୟବହାର ପାଇଁ ଲଜ୍ଜିତ ହୋଇ ମୁହଁ ପୋତିଲେ ।

-: କିଛି ଅଭଦ୍ରାମିର ସୀମା ରେଖା ଟପି ଇଶାରାରେ ଦେହର କଞ୍ଚା ମାଂସକୁ ଉପଭୋଗ କରିବାରେ ଲାଗି ପଡିଲେ।

-: ନୃତ୍ୟ ନାଟିକା ଆରମ୍ଭ ହେଲା ।

-: ମାଆ ଚଣ୍ଡି, ଚଣ୍ଡିକା, ମହିଷାମର୍ଦ୍ଦିନି ଓ କାଳି ରୁପରେ ଭାବ ବିଭୋର ହୋଇ ଘୋର ନୃତ୍ୟରେ ମସଗୁଲ୍ ଅଭିନେତ୍ରୀ ।

-: ଦୃଷ୍ଟ ନାଶ କରି ପୃଥିବୀର ପାପ ଭାର କମେଇବା ପାଇଁ ଜଣକ ପରେ ଜଣେ ଅସୁର ସଂହାରୁ ଥିଲା ।

-: ଦେହରେ ବାଘାମ୍ବରର ପୋଷାକ ଆଣ୍ଠୁ ଯାଏ, ବକ୍ଷ ସ୍ଥଳ ଓଢଣୀରେ ବନ୍ଧା ।

-: ରୌଦ୍ର ରୁପ ଧାରଣ କରି ସାକ୍ଷାତ ଦେବୀ ରୁପରେ ଭରପୁର୍ ନୃତ୍ୟ, ଆଖିରେ ଅଗ୍ନି ସ୍ଫୁଲିଙ୍ଗ, ଦେହରେ ଅପାର ବଳ, ନାରୀ ଅବଳା ଦୂର୍ବଳା ଅସହାୟ ନୁହେଁ ର ସଂକେତ ।

-: ଭରପୁର ପେଣ୍ଡାଲରେ ଉପସ୍ଥିତ ଦର୍ଶକଙ୍କ ଆଖିରୁ କାମନା ବାସନା ଉଭେଇ ଯାଉଥାଏ ।

-: ସାକ୍ଷାତ ଦେବୀଙ୍କର ଦର୍ଶନ ପରି ସମସ୍ତେ ଭୟରେ ସିହିରି ଯାଉଥାନ୍ତି ।

-: ଜଣ ଜଣ କରି ଦୃଷ୍ଟ ସଂହାର ହେଉଥିବା ସମୟରେ ଦର୍ଶକଙ୍କ ଦେହରୁ ବହି ଯାଉଥାଏ ଗମ୍ ଗମ୍ ଝାଳ ଶୀତ ରାତିର ଖୋଲା ଆକାଶ ତଳେ ।

-: କାମନା ବାସନାର ଇଚ୍ଛା ଶକ୍ତି ଗୁଡାକ ସମସ୍ତଙ୍କ ଅଜାଣତେ କବର ନେଉଥାନ୍ତି କେଉଁ ଏକ ଅଜଣା ଅଦେଖା ଶକ୍ତିର ଭୟରେ ।

-: ଆପେ ଆପେ ନାରୀର ଭିନ୍ନ ଏକ ରୁପ ଦେଖି ଦର୍ଶକ ମାନଙ୍କ ହାତ ଯୋଡି ହୋଇ ଯାଉଥାଏ, ମଥା ନସ୍ତକ ହେଉଥାଏ,,, ଅବୋଧ ଶିଶୁର ଭୁଲ୍ କୁ କ୍ଷମା କରି ସାକ୍ଷାତ ଦେବୀଙ୍କ ପାଦ ପଦ୍ମେ ଶରଣ ଉଦ୍ଦେଶ୍ୟରେ ।

        -------ସମାଜର ଦର୍ପଣ------

       --------ପ୍ରଶାନ୍ତ ସେନାପତି------


Rate this content
Log in

Similar oriya story from Inspirational