Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ଫରକ

ଫରକ

1 min
7.1K



       : ବାବା ! ଷଡଙ୍ଗୀ ମଉଷା ଯେଉଁ ଚାକିରୀ କରିଛନ୍ତି ତୁମେ ସେଇ ଚାକିରୀ କରୁଛ ନା ?

         : ହୁଁ......... ପେପର୍ ଉପରୁ ଆଖି ନ ଉଠେଇ କହିଲି ମୁଁ l

       : ସେ ଯେତିକି ଦରମା ପାଉଛନ୍ତି, ତୁମେ ସେତିକି ଦରମା ପାଉଛ ନା ?

ଏଥର ପେପର୍ ଉପରୁ ଆଖି ଉଠେଇ ଚାହିଁଲି ମଣ୍ଟୁକୁ l ଜାଣି ପାରିଲିନି ସେ କଣ କହିବାକୁ ଚାହୁଁଛି l ତଥାପି ସମ୍ମତି ସୂଚକ ଭାବେ ମୁଣ୍ଡ ହଲେଇଲି l

       : ତେବେ ତାଙ୍କର କାର୍ ଅଛି l ତାଙ୍କ ପୁଅ ଲୋୟଲା ସ୍କୁଲରେ ପଢୁଛି l ଆମର କାହିଁକି କାର୍ ନାହିଁ ? ମୁଁ କାହିଁକି ସେଣ୍ଟ୍ରାଲ୍ ସ୍କୁଲରେ ପଢୁଛି ?

       ଏମିତି କେତେ କଣ ନାହିଁ ନାହିଁର ହିସାବ ଦେଇ ଯାଉଥିଲା ମଣ୍ଟୁ l ମୁଁ କିନ୍ତୁ ଚୁପ୍ ରହିଥିଲି l ମୁଁ ତାକୁ କେମିତି କହିଥାନ୍ତି ଯେ ଷଡଙ୍ଗୀ ବାବୁ ତାଙ୍କ ବାପା ମାଆଙ୍କର ଏକ ମାତ୍ର ସନ୍ତାନ ଓ ମୁଁ ମୋ ବାପା ବୋଉଙ୍କର ଅଷ୍ଟମ ସନ୍ତାନ l ମୋ ଉପରେ ସାତ ଭଉଣୀ l ସେମାନଙ୍କର ତଥା ସେମାନଙ୍କ ପରିବାରର ଭଲ ମନ୍ଦ ଦାୟିତ୍ୱ ସବୁ ମୋ ଉପରେ l ପୁଣି ଘରେ ବୁଢା ବାପା ବୋଉ ମୋର l ଏହା ବି କହିପାରିଲିନି ଯେ ଷଡଙ୍ଗୀ ବାବୁଙ୍କର ପତ୍ନୀ ବି ଚାକିରୀ କରନ୍ତି ଓ ଘର କାମରେ ଅସୁବିଧା ହେଲା ବୋଲି ମୁଁ ମଣ୍ଟୁ ମାଆକୁ ଚାକିରୀ କରିବାକୁ ଦେଲି ନାହିଁ l କାରଣ ଚାକରାଣୀ ରଖିବାକୁ କ୍ଷମତା ବି ମୋର ନାହିଁ l

       କିଛି ନ କହି ତାକୁ ସେମିତି ପ୍ରଶ୍ନର ଘେରରେ ଛାଡିଦେଇ ମୁଁ ଚୁପ୍ ହୋଇ ରହିଗଲି l


Rate this content
Log in

Similar oriya story from Inspirational