Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସେଇ ଝିଅଟି
ସେଇ ଝିଅଟି
★★★★★

© Kisho Raj

Romance

7 Minutes   350    39


Content Ranking

ଟ୍ରେନ୍ନ ଟା ପକେଇ ପକେଇ ଆସୁଥିଲା ସେ ଦିନ। ଭୁବନେଶ୍ୱର ରୁ ଢେଙ୍କାନାଳ ଦୁଇ କି ତିନି ଘଣ୍ଟାର ବାଟ ହେବ। ଏଇ ଭିତରେ ଫୁଲେଇ ଦଶ ରୁ ବାର ଥର ଫୋନ୍ କରି ସାରିଲାଣି, ଯେ ତମେ କେତେ ବେଳେ ପହଞ୍ଚିବ। ତା ସହ ଦୀର୍ଘ ତିନି ମାସ ହେବ ଦେଖା ହେଇ ନଥିଲା। ମୁଁ ରାତି ସାରା ଶୋଇ ନ ଥିଲି। ଦେଢ଼ ବର୍ଷର ସେହି ଖଟା ମିଠା ସ୍ମୃତି ଓ ଅନୁଭୂତି ଗୁଡ଼ିକର ଚିତ୍ର କେତେବେଳେ ମୋ ଆଖିରୁ ଖୁସି ର ପାଣି ଟୋପେ ଝରେଇ ଦିଏ ତ କେତେବେଳେ ତାଚ୍ଛାଲ୍ୟର ହସ ଟିଏ ଛାଏଁ ଛାଏଁ ଆଙ୍କି ହୋଇଯାଏ, ପାଗଳ ପ୍ରେମୀ ର ପ୍ରେମ କରିବାର ବୋକାମି ଢଙ୍ଗକୁ ମନେ ପକେଇ। ଆଖି ପତା ମାଡ଼ି ପଡୁଥାଏ। ଟ୍ରେନ୍ ର ପ୍ରତି ହର୍ଣ୍ଣ ରେ ମୁଁ ଚମକି ପଡୁ ଥାଏ। ମୋବାଇଲ୍ କୁ ବାରମ୍ବାର ଚେକ୍ କରୁଥାଏ, କାଳେ ଫୁଲେଇ ର ମେସେଜ କି missed call ଆସି ଥିବ।

ଶ୍ୟାମା ଚରଣ ପୁର ଷ୍ଟେସନ। କଲେଜ୍ ର ଅନତି ଦୂରରେ। ହଷ୍ଟେଲ ସାଥୀ ଙ୍କ ସହ ବିତେଇ ଥିବା ସନ୍ଧ୍ୟା ବେଳର ପ୍ରତି ଟି ମୁହୂର୍ତ୍ତ ତାଜା ହେଇ ଯାଉଥାଏ। ମାଲ୍ ଗାଡ଼ି ଟ୍ରେନ୍ କୁ ଗୋଡ଼ି ଫିଙ୍ଗିବା, ସିଗ୍ନାଲ ଖୁଣ୍ଟିକୁ ଲକ୍ଷ୍ୟ ଭେଦିବା, ରେଳ ଧାରଣା ର ଗୋଟିଏ ପାଖରେ ଚାଲିବାର ପ୍ରତିଯୋଗିତା କରିବା, ପାସେଞ୍ଜର୍ ଟ୍ରେନ୍ ରୁ ଓହ୍ଲାଉ ଥିବା ସୁନ୍ଦରୀ ଙ୍କୁ ଗୋଡ଼େଇବା ଆଦି କେତେ ଯେ ଦୁଷ୍ଟାମୀ କରୁଥିଲୁ, ଫ୍ଲାସ୍ ଵ୍ୟାକ୍ ର ସ୍ଲାଇଡ୍ ଗୁଡ଼ିକ ଯେପରି ମେଲି ଯାଉ ଥିଲା।

ହାତ କୁ ହାତ ଛନ୍ଦି ସିମେଣ୍ଟ ଚୌକିରେ ବସି ଫୁଲେଇ ସହ ବିତେଇ ଥିବା କେତୋଟି ସନ୍ଧ୍ୟା ଓ ସେ କହିଥିବା ତାର କେତୋଟି ଧାଡ଼ି ର ମାଳା ରେ ପ୍ଲାଟଫର୍ମ ଟି ସଜେଇ ହେଇ ଯାଇ ଥିଲା। ମେଲି ଥିବା ସ୍ମୃତି ର ଡାଏରୀ ର ପୃଷ୍ଠା ଗୁଡ଼ିକ ପବନରେ ଫଡ଼ ଫଡ କରି ଯେପରି ଓଲଟି ପଡ଼ୁଥିଲା।

କେମିତି ଭୁଲି ପାରିବି ସେ ପ୍ରଥମ ସାକ୍ଷାତ, ସେହି ସ୍ଥାନ ର ପରିଧି ଭିତରେ, ଯୋଉଠି ମୁଁ ଏବେ ଠିଆ ହେଇଛି। ଦୃଶ୍ୟଟି ଆଖି ଆଗରେ ନାଚି ଗଲା।

" ଧଳା ସାଲୱର୍ ରେ ଖଇରିଆ ରଙ୍ଗର ଟୋପି ଟୋପି ଚିତା ସାଙ୍ଗକୁ ଗାଢ଼ ନାଲି ର ଧଡ଼ି। ଆଉ ମ୍ୟାଚ୍ କରୁଥିବା ମେରୁନ୍ ଲେଗିନ୍ସ୍ । ଓଦା ଚୁଟି କୁ ତରବରରେ ନାଲି ରିବନ୍ ଟିରେ ବାନ୍ଧି ଦେଇଥିଲା। ଗୋଟିଏ ହାତରେ ସରୁ ଲେଦର୍ ବ୍ୟାଣ୍ଡ ର ଛୋଟିଆ ଘଡ଼ି ଟିଏ, ମୁଦି ଟିଏ ଥିଲା ଆର ହାତର ପରି ଆଙ୍ଗୁଠିରେ। ଫୁଙ୍ଗୁଳା ଗୋରା ବେକ ଦେଖି ପ୍ରେମିକ ର ମନ ଟି ସଂଯମତା ର ପାଚେରୀ ଡେଇଁବାକୁ ଚାହୁଁଥିଲା।

ହାଲକା କଜ୍ଜଳ ରେ ନୀରିହ ଆଖି ଦୁଇଟି ଚଳ ଚଞ୍ଚଳ ହେଇ ପଡୁ ଥିଲା। ଅପେକ୍ଷାର ଅନ୍ତ ଘଟୁ ନଥିଲା। ବିନ୍ଦୁ ସମ କ୍ଷୁଦ୍ର କାଳିଆ ବିନ୍ଦି ଟିଏ। ବିନା ରଙ୍ଗରେ ବି ବେନି ଓଠ ତାର ମୋ ନଜର ଚୋରେଇ ନେଇଥିଲା। ପରୀ ରାଇଜ ର ରାଜକୁମାରୀ ଗଣ ତାକୁ ଶୁଭେଚ୍ଛା ଦେଇ ଉତ୍କଣ୍ଠିତ କରାଉ ଥିଲେ।

ମୋତେ ଦେଖି ତାର ମୁଖରେ ଖୁସିର ଲହରୀ ଖେଳିଗଲା। ସେଇ ଝିଅଟି ର ଓଠ ଚିପା ହସ ଆଉ ଶଙ୍କିତ ଲାଜେଇ ଚାହାଣୀ ର ପ୍ରଥମ ଛାପ ମନରେ ମୋ ୬ାପି ହେଇ ଯାଇଥିଲା।

ମୁଁ ପଛ ସିଟ୍ ରେ ବସି ପଡ଼ିଲି। ସେ drive କଲା। ସ୍କୁଟିରେ, ଫୁଲେଇ ସହ ମୋର ପ୍ରଥମ short drive।

- " କୁଆଡେ ଯିବା?" - ଫୁଲେଇ ପଚାରିଲା।

- "ଉଁ"

- "ଆରେ , କୁଆଡେ ଯିବା?" - ସେ ଗେହ୍ଲେଇ ହେଇ କହିଲା।

.

.

- "ତମେ ଯୁଆଡେ ଚଲେଇବ।" - ମୋ ପାଟି ରୁ ବାହାରି ଗଲା।

ରାଜପଥ ର ବାମ ପାଖରେ ଧୀରେ ଧୀରେ ଚାଲିଲୁ। ସପ୍ତଶଯ୍ୟା ପାହାଡ ର ସୌନ୍ଦର୍ଯ୍ୟ ରେ ବୁଡ଼ି ଯିବାକୁ ମନସ୍ଥ କଲୁ। ରୋଡ଼ ର ଦୁଇ ସାଇଡ ରେ ସବୁଜ ଡେଙ୍ଗା ଗଛ ଗୁଡ଼ିକ ଛାଇରେ ଆମେ ଆଗକୁ ବଢୁ ଥିଲୁ। ସୂର୍ଯ୍ୟ ସେ ଗଛ ଗୁଡ଼ିକ ଫାଙ୍କରେ ଆମକୁ ଗୋଡ଼ାଇ ଚାଲିଥିଲା। ବିଭିନ୍ନ ବଣ ଫୁଲର ମହକ ଆମକୁ ସ୍ୱପ୍ନରେ ଭିଜେଇ ଦେଉଥିଲା। ସେଇ short drive ମୋ ଜୀବନର ଚରମ ସ୍ମରଣୀୟ। ମୁଁ ତା କାନ୍ଧରେ ମୁଣ୍ଡକୁ ଲଦି ତା ସହ କଥା ହେଉଥିଲି। ସିଟ୍ ରେ ଫୁଲେଇ ଆଉ ମୋ ଭିତରେ ବେଶୀ ଫାଙ୍କା ନଥିଲା। ହଂପସ୍ ବ୍ରେକ୍ ରେ ମୁଁ ତା ଉପରେ ସାମାନ୍ୟ ଆଉଜି ପଡ଼ୁଥିଲି। ସେ ଛୁଆଁ ର ଅପୂର୍ବ ଅନୁଭବ କୌଣସି ପ୍ରେମିକ କୁ ବି ଖୁସି ଦେଇ ପାରେ।

ଗାଡ଼ି ର ମିରର ରେ ମୁଁ ସେ ସୁନ୍ଦରୀ ର ମୁହଁ ଟିକୁ କଣେଇ ଚାହୁଁ ଥିଲି। ତାର ନାଲି ରିବନ ଟିକୁ ଫିଟେଇ ଦେଲି। ଘନ କେଶ ତାର ପବନରେ ମୋ ମୁହଁ ସାରା ଖେଳେଇ ହେଇ ଗଲା। ଓଦା ଚୁଟି ର ସେଇ ସଦ୍ୟ ସାମ୍ପୋ ର ବାସ୍ନା ଭାଷାରେ ବାଖ୍ୟା କରି ପାରୁନି।

ମାର୍ଚ୍ଚ ମାସର ଶେଷ ସପ୍ତାହ।

11 ଟା ପାଖାପାଖି ହେବ। ଖରା କାଟୁ ଥାଏ।

- " ଏଇଠି ବସିବା। " - ମୁଁ କହିଲି।

- " ରୋଡ୍ ସାଇଡ୍ ରେ! ନାଇଁ ନାଇଁ। କିଏ ଦେଖି ଦବ। "

.

.

.

କିନ୍ତୁ ସେ ମୋ କଥା କେବେ ବି ଟାଳେ ନି। ଗାଡ଼ି ନେଇ ଠିଆ କଲା ଆମ୍ବ ଗଛ ଛାଇରେ। ଛୋଟିଆ ମନ୍ଦିର ଟିଏ। ଶାନ୍ତ ପରିବେଶ। ପୋଖରୀ ହୁଡ଼ାରେ ନଡ଼ିଆ ଗଛ ର ସବୁଜ ପତ୍ର ଭରା ନୁଆଁଳିଆ ବାହୁଙ୍ଗା। ବଣୁଆ ପକ୍ଷୀ କେତୋଟି ଜଳକ୍ରୀଡ଼ା ର ସଂଜ୍ଞା ରଚୁ ଥିଲେ। ମନଲୋଭା ପ୍ରକୃତି ରେ ହୃଦୟ କୁ ତୃପ୍ତି ସନ୍ଦେଶ ଅଜାଡ଼ି ଦେଉଥିଲା। ଝଡା ବଉଳ ର ପରସ୍ତ ଟିଏ, ସାମନାରେ ଥିବା ଚାନ୍ଦିନୀ ଉପରେ। ହାତେ ଛାଡ଼ି ବସି ଯାଇଥିଲୁ ପରସ୍ପର ଠୁଁ।

ଲାଜରେ ଆଖି ତାର ଝୁକି ଯାଉଥାଏ। କେଜାଣି, କେତେ କଥା ଛପି ରହିଥିଲା ସେହି ଦ୍ରୁତ ପଲକ ପୂର୍ଣ୍ଣ ଇନ୍ଦ୍ରିୟ ଯୁଗଳ ରେ ! ମୁଁ କେବଳ ତାକୁ ଚାହିଁ ରହିଥିଲି। ଅମାନିଆ ତରଙ୍ଗାୟିତ ଘନ କେଶ ଲହରୀ ସମ ଥରୁ ଥିଲା ହାଲକା ହାଲକା ପବନରେ । ମୁଖକୁ ବିଚଳିତ କରୁଥିବା ଦୁଷ୍ଟ ମାନଙ୍କୁ ଆଙ୍ଗୁଳିରେ ସଜାଡି ଦେଇ ଗୁଞ୍ଜି ଦେଉଥିଲା କାନ ର ଖୁଞ୍ଚ କଞ୍ଚିରେ। କାନଫୁଲ ର ଆଢୁଆଳରେ କଳାଜାଇ ଟି ଗୋରା ତନୁର ସାଗରରେ ଦ୍ଵିପ ସମ ଚମକୁ ଥିଲା। ଅସଂଯତ ଅବୟବ ଆଡ଼କୁ ଦୁଷ୍ଟ ଦୃଷ୍ଟି ମୋର ଯେମିତି ଓଟାରି ନେଉଥିଲା ମୋତେ। ଓଠ କୁ ଚାପି ମୁରୁକି ହସି ଯେମିତି କିଛି ଈଶାରା ଦେଉଥିଲା ସେ। ଆଖି ମୋର ଲାଖି ଗଲା, ହୃଦୟରେ ସୃଷ୍ଟି କଲା ପ୍ରଣୟର ବନ୍ୟା। ପ୍ରଥମ ସ୍ପର୍ଶ ପାଇଁ ବିଚରା କ୍ଷୁଧାର୍ତ୍ତ ଟିଏ ପରି ଅପେକ୍ଷା କରିଥିଲି। ଭାବନା ରୁ ବାହାରି, ମୁଁ ଟିକିଏ ପାଖ କୁ ଘୁଞ୍ଚି ଗଲି। ସେ ଲାଜରେ ଜ୍ୱାଳାରେ ଥରୁ ଥାଏ......

ମେହେନ୍ଦି ରଂଜିତ ପାପୁଲି ଦ୍ବୟ ଆକର୍ଷିତ କଲା ମୋତେ। ମୁଁ ତା ହାତ ଉପରେ ହାତ ରଖିବା କୁ ଉଦ୍ୟତ ହେଲି। ସେ ଖସି ବାକୁ ଚାହୁଁ ଥିଲା। ମାତ୍ର ଅଟକି ଗଲା। ଆର ହାତରେ ମୋ ହାତ ଟିକୁ ଘୁଂଚେଇ ବାକୁ ଚେଷ୍ଟା କଲା।

- " ଗୋଟେ କଥା କହିବି? " - ମୁଁ କହିଲି।

.

.

.

-" ହୁଁ।"

.

.

.

.

-" ତମେ ରାଗି ବନି ତ?"

.

ସେ ମୁଣ୍ଡ ହଲେଇଲା।

.

.

-" 😘 କରିବନି?" - ମୁଁ ଧୀର ଗଳା ରେ କହିଲି।

.

.

.

ସେ ଚାରି ଆଡ଼କୁ ଚାହିଁଲା। ତାପରେ ମୋ ଆଡ଼କୁ, କିନ୍ତୁ ଆଖିରେ ଆଖି ମିଶି ପାରିଲାନି। ଓଠରେ ତାର ମୁରୁକି ହସ ଟିଏ। ମୁଁ ତାର ହାତକୁ ଧରି ଝିକି ନେଲି ପୋଖରୀ କୂଳକୁ।

ପାହାଚରେ ବସିଗଲୁ। ପୋଖରୀ ଜଳରେ ଦୁହିଁଙ୍କର ପ୍ରତିବିମ୍ବ ଧୀର ତରଙ୍ଗରେ ଚହଲୁ ଥାଏ। ସେ ଚାହିଁ ରହିଥାଏ ସେହି ଟିକୁ। ମୁଁ ଆଖି ବୁଜି flying peck ର ଈଶାରା ଟିଏ ଦେଲି। ସେ ଲାଜରେ ମୁଁହ ଲୁଚେଇ ଦେଲା ନିଜ ପାପୁଲି ରେ।

ମୁଁ ତାର ପାପୁଲି ହଟେଇ ବାରେ ସେ ଲାଜରେ ଆଖି ବୁଜି ଥାଏ।

-" ଆହା! କି ସୁନ୍ଦର! "

ଫୁଲେଇ କୁ ଅତି ପାଖରୁ ଦେଖି ମୁଁ ତାର ସୌନ୍ଦର୍ଯ୍ୟରେ ବିମୋହିତ ହେଲି। ମୁଁ ଧୀରେ ମୋ ଓଠକୁ ତା ଓଠ ପାଖକୁ ନେବାକୁ ଯାଅନ୍ତେ, ନାକ ରେ ନାକ ଘଷି ହେଇ ଗଲା। ଆଉ ଥରେ ଆଗକୁ ବଢିଲି। ସେଇ ନାକ।

-" କେମିତି କରିବି?"। - ମୁଁ ଧୀରେ ସେ କହିଲି।

.

.

.

ସେ ମୁହଁ ପୋତି ମୁରୁକି ହସିଲା।

ମୋ ଅସହାୟତା ପାଇଁ ମୁଁ ନିଜକୁ ତାଚ୍ଛଲ୍ୟ କଲି। ଅନଭିଜ୍ଞତା ର ପରାଜୟ ନିଶ୍ଚିତ ଥିଲା। ମୁଁ ଆଉ ଏକ ସୁଯୋଗ ର ଅପେକ୍ଷା ରେ ଥିଲି। ପୁଣି କେବେ ଦେଖା ହେବ କିଛି ଠିକ୍ ଠିକଣା ନାହିଁ। ମୁଁ ସେଇ ମୁହୂର୍ତ୍ତ ଟିକୁ ସ୍ମରଣୀୟ କରିବାକୁ ଚାହୁଁଥିଲି। ସେ ପୁଣି "ପ୍ରଥମ ଦେଖାର ପ୍ରଥମ ପରଶ "!

ଫୁଲେଇ, ସେ ପ୍ରତିବିମ୍ବ ଟିକୁ ଗୋଡ଼ି ଟିଏ ପକେଇ ତାକୁ ବିଦାରି ବାକୁ ଚାହୁଁଥିଲା ବୋଧେ! ସେଟା ତାର ରାଗ, ରୁଷା, ଅଭିମାନ କି କାମନା ବିଫଳତା ର ଅପରୂପ ଥିଲା, ମୁଁ ବୁଝି ପାରୁ ନଥିଲି। ସେ କଣ ଚାହୁଁ ଥିଲା, ଜାଣିବା ର ଦୁଃସାହସ କରିବାକୁ ଇଚ୍ଛା ହେଲାନି।

ମୁଁ ଛିଡ଼ା ହୋଇ ଗଲି।

- "ଫୁଲେଇ ! ପେଟ ଜଳୁଚି ମୋର। ପ୍ଲିଜ୍, ଯିବା ଚାଲ। କିଛି ଖାଇବା।"

.

.

.

ସେ ଦୂରକୁ ଚାହିଁ ଲମ୍ବା ନିଃଶ୍ୱାସ ଟିଏ ଛାଡ଼ିଲା। ମୋ ସାମ୍ନାରେ ଆସି ଠିଆ ହେଇ ଗଲା। ଆଖି ରେ ଆଖି ଯୋଖି ହେଇ ଯାଇଥାଏ। ପଲକ ପଡୁ ନଥାଏ। ଟିକେ ନର୍ଭସ ଲାଗୁଥିଲା ମୋତେ। ତାପରେ.......

ପାଖାପାଖି 10 ସେକେଣ୍ଡ, ମୁଁ ଆଖି ତରାଟି ରହି ଗଲି। ନିଃଶ୍ୱାସ ପ୍ରଶ୍ୱାସ ପ୍ରାୟ ବନ୍ଦ ହେଇ ଗଲା ମୋର। ଲାଗୁଥିଲା, ଯେମିତି ରକ୍ତମୁଖା ବିରଙ୍ଗିଣୀ ଟିଏ ମୋର ରକ୍ତ ଶୋଷି ଚାଲିଛି। ଅଣନିଃଶ୍ବାସୀ ହେଇ ଗଲି ମୁଁ।

ସେଇ 10 ସେକେଣ୍ଡ ରେ ଲାଜ ସରମ ର ସୀମା ଟପି ଯାଇଥିଲା ସେ। ଫୁଲେଇ ର ଏମିତି ରୂପ ଟିକୁ, ମୁଁ ସ୍ୱପ୍ନରେ ସୁଦ୍ଧା କଳ୍ପନା କରି ନଥିଲି। ମୁଁ କାବା ହେଇ ଗଲି। ହସିବି ନା ହସ କୁ ରୋକିବି ! ପ୍ରତି ଟି ଭାବନା ର ଶେଷରେ ବିସ୍ମୟସୁଚକ ଚିହ୍ନ ଟିଏ ଲାଗି ଯାଉଥାଏ।

ସେ, ମୋ ସାମନାରୁ ହଠାତ୍ ପଛକୁ ବୁଲି ଗଲା। କିଛି କ୍ଷଣ ଉତ୍ତାରେ, ଠଙ୍ଗ ଠଙ୍ଗ ହେଇ ଚାଲି ଗଲା ସ୍କୁଟି ପାଖକୁ। ପଛକୁ ଥରେ ବି ବୁଲି ଚାହିଁ ବାକୁ ସାହସ ନ ଥିଲା ତାର। ଲାଜବତୀ ଫୁଲେଇ ରାଣୀ ମୋର ଲଂଘନ କରିଥିଲା ସରମ ର ଉଛୁଳା ସାଗର।

ସେ, ତା ନିଜ ହାତରେ ବନେଇ ଆଣି ଥିଲା ମୋ ପାଇଁ, ମୋ ପସନ୍ଦିତା ଖେଚୁଡ଼ି। ଭୋକ ଶୋଷ ଭୁଲି ଯାଇଥିଲି ମୁଁ। ଚାମୁଚାଏ ଆଣି ମୋ ଓଠରେ ଲଗେଇ ଦେଲା।

.

.

-" ଆଁ କର।"- ଫୁଲେଇ ଖୁଏଇ ଦେବାକୁ ଚାହୁଁଥିଲା।

.

.

.

ଆଁ କରି ଚାମୁଚେ ପୁରେଇ ଦେଲି।

ମୁଁ, ହୁ ହୁ ହେଇ ପାଣି ମାଗିଲି।

.

.

-" ରାଗ ହେଇଚି କି?" - ସେ ପଚାରିଲା।

.

.

ମୁଁ ମୁଣ୍ଡ ହଲେଇଲି। ଏକ ଅଲଗା ଚାହାଣୀ ରେ ତାକୁ ଅନେଇଲି।

.

.

ମୁଁ ଚାମୁଚାଏ , ତାକୁ ବଢ଼େଇଲି। ସେ ଛୋଟିଆ ଆଁ ଟିଏ କରି ଅଧା ନେଲା।

ଆଖି ତରାଟି ମୋତେ ଚାହିଁଲା। ମୁଁ ପାଣି ବୋତଲ ଟି ବଢେଇ ଦେଲି। ସେ ବୋତଲ ଠିପି ଖୋଲିବାକୁ ଉଦ୍ୟତ ହୁଅନ୍ତେ, ମୁଁ ତା ଓଠରେ ମୋ ଓଠ ଲଗେଇ ଦେଲି। ସେ ନିରବ ଥିଲା। ଆଖି ଦୁଇଟି ଶାନ୍ତ। ଆମେ ହଜି ଯାଇଥିଲୁ ମଧୁ ସାଗର ରେ। ଭ୍ରମର ଟିଏ ଫୁଲରୁ ଫୁଲକୁ ଉଡି ମଧୁ ସଂଗ୍ରହ କରି କାହିଁକି ଥକି ଯାଏ ନାହିଁ, ହୃଦୟଙ୍ଗମ କରୁଥିଲି।

.

.

.

-" କାମୁଡ଼ି ଦବ କି?"

.

.

ଏ ସ୍ୱର ରେ ପୂର୍ଣ୍ଣଚ୍ଛେଦ ପଡ଼ି ଗଲା ସେ ମଧୁର ମୁହୂର୍ତ୍ତ ଟି।

ତାର ଆଖି କେତେ ଯେ କଥା କହୁଥିଲା, ମୁଁ ଜାଣିନି। କିନ୍ତୁ ତାର ଓଠ ଥିଲା ଚମତ୍କାର। ଅପୂର୍ବ ତାର ଛୁଆଁ।

ନିଜକୁ ହଜେଇ ଦେଇ ଥିଲି, ସେ ବିତି ଯାଇଥିବା କିଛି କ୍ଷଣ ର ଗହଣରେ। କେବଳ ବାସି ଓଠକୁ ଚାଟି ପୂର୍ବାଭାସ ରେ ସେ ମିଠା ଛୁଆଁ ର ମହକ ଟିକେ ସାଉଟୁଁ ଥିଲି ମୁଁ।"

Disclaimer: କିଛି ସ୍ଥାନର ପ୍ରକୃତ ନାମ କୁ ଷ୍ଟୋରି ରେ ସ୍ଥାନ ଦିଆ ଯାଇଛି, କେବଳ ଲେଖା ଟିକୁ ଜୀବନ୍ତ କରିବା ସକାଶେ। କୌଣସି ଜୀବିତ କିମ୍ବା ମୃତ ବ୍ୟକ୍ତି ଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ। ଏହା ସମ୍ପୂର୍ଣ୍ଣ କାଳ୍ପନିକ ଲେଖାଟିଏ। It's only a COINCIDENCE, if found any.

ଫୁଲେଇ ପାଗଳ ପ୍ରେମୀ ସିମେଣ୍ଟ ଚୌକି

Rate the content


Originality
Flow
Language
Cover design

Comments

Post

Some text some message..