Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabi Das

Others

3  

Pallabi Das

Others

କ୍ୟାବିନେଟ୍

କ୍ୟାବିନେଟ୍

3 mins
7.8K


ମୋବାଇଲ ଫୋନର କଭର ବଦଳେଇବାକୁ ହବ I ପୁରା ଖରାପ ଅବସ୍ତା ତାର, ହାତ କିନ୍ତୁ ଯାଉନି ବଦଳେଇବାକୁ I ସାନ ଭାଇର ସ୍ନେହ ଆଉ ଭଲ ପାଇବା ସେ କଭରରେ, ସେଥିପାଇଁ ବୋଧହୁଏ ତିନି ବର୍ଷ ପୁରି ଚାରି ବର୍ଷ ଚାଲିଛି, ସେ କଭର ସେମିତି ମୋବାଇଲରେ ଲାଗିଛି I ପଛ ପଟେ ଗୋଟେ ସୁନ୍ଦରିଆ ଗୋଲାପି କଣ୍ଢେଇ ଅଛି l ଭାଇ ମୋର ଭାରି କଣ୍ଢେଇ ପ୍ରିୟ, କଣ୍ଢେଇ ଧରି ଶୋଇବା ଅଭ୍ୟାସ ଥିଲା ତାର I ଏବେ ବି କିଛି କଣ୍ଢେଇ ଦେଖିଲେ ଖୁସି ହୋଇଯାଏ l ନିଜର କୌଣସି ଆବଶ୍ୟକତା ପାଇଁ ମୁଁ କେବେ ଭାବିନି କାରଣ ସବୁବେଳେ ଭାଇ ନହଲେ ବାବା ଆଗୁଆ ଭାବି ଦେଇଥାନ୍ତି l ଭାଇକୁ ମୋର କୌଣସି ଜିନିଷ ପସନ୍ଦ ନୁହେଁ, ତେଣିକି ମୋ ପୋଷାକ ହଉ ଅବା ମୋ ଚଷମା, ସବୁ ଥିରେ ମୁଁ ତାକୁ ଓଲଡ ଫେସନ୍ ଲାଗେ l

ଆଜି ବି ମନେ ଅଛି ମୋ ମୋବାଇଲ ପାଇଁ ସେ କେତେ ବ୍ୟଗ୍ର ଥିଲା l ମାମା ବାବା ମୋ ଆକାଉଣ୍ଟ୍ ରେ ଦରକାର ଠାରୁ ଅଧିକା ଜମା କରିଦେଇଥିଲେ ମୋବାଇଲ କିଣିବାର 15/20 ଦିନ ପୂର୍ବରୁ କିନ୍ତୁ ମୁଁ ସବୁ ବେଳେ ହେଲା କରେ ନିଜ ପାଇଁ l ବାବା ମାମା କହି କହି ଚିଡି ଯାଇଥିଲେ କାହିଁକି ଏତେ ସମୟ ନଉଚୁ ସାଧାରଣ ମୋବାଇଲ ଫୋନ ଗୋଟେ କିଣିବାରେ l ସବୁ ସପ୍ତାହରେ ଶନିବାର, ରବିବାର ଘର ମୁଖା ହୁଏ ବାବାଙ୍କ ଗାଳି ଖାଏ ପୁଣି ସୋମବାର ଚାଲି ଆସେ ହଷ୍ଟେଲ l ମୋବାଇଲ କିଣିବା ନିଶା ଛାଡି ଯାଇଥିଲା ବୋଧେ l ଘରେ ଥିଲି ସେଦିନ, ଖ୍ରୀଷ୍ଟମାସ ଛୁଟି ଯୋଗୁ l ପଚିଶ ଡିସେମ୍ବର 2015 ରାତି 9 ଟା ପ୍ରାୟ ମୁଁ ରୁଟି ବନେଇବା ସାରିକି ମାମା ବାବାଙ୍କ ପାଇଁ ଖାଇବା ବଢ଼ୁଥାଏ ସାନ ଭାଇ ଫୋନ କଲା ମୋବାଇଲ ଫୋନ ଅର୍ଡର କରିବାକୁ କିନ୍ତୁ ମୁଁ ଖାଇବା ପରଷିବାରେ ବ୍ୟସ୍ତ ଥିଲି l ମାମାକୁ ଫୋନ କଲା ଗର୍ଜନ କରୁଥିଲା ମୋ ଉପରେ, ମୋ ପସନ୍ଦ ଜାଣିବାକୁ ଚାହୁଁଥିଲା, ମୁଁ ବାସ୍ ବ୍ରାଣ୍ଡର ନାଁ କହିଥିଲି, ତାପରେ ତାକୁ ତା ପସନ୍ଦର ମଡେଲ ଆଣିବାକୁ କହିଥିଲି l ସେତିକିରେ ସେ ମୋବାଇଲ ଅର୍ଡର କରି ମୋ ପାଇଁ ଘରକୁ ଧରି ଆସିଥିଲା 3 ଦିନ ପରେ l ମୋବାଇଲ ରେ ଯାହା ଲଗା ଯିବା ଦରକାର ସବୁ ଲଗେଇଦେଇ ମୋତେ ଧରେଇ ଦେଇଥିଲା ଅଉ କହିଥିଲା, ଅପା ମୋବାଇଲ କଭର କିଣିବାକୁ ସମୟ ହେଲାନି ତୁ କିଣିକି ପକେଇ ଦବୁ l ମୁଁ ତ ମୁଁ ପର ଦିନ ହଷ୍ଟେଲ ଫେରିଲି କ୍ଲାସରେ ବ୍ୟସ୍ତ ରହିଗଲି ମୋବାଇଲ କଭର କିଣିବାକୁ ଭୁଲିଗଲି l ଯେବେ ଯେବେ ଭାଇ ଆସେ ଦେଖା କରି, ପୁଣି କହିକି ଯାଏ ଅପା କଭର ଜଲଦି ପକା ମୋବାଇଲ ଧଳାଟା ଅସନା ହେଇଯିବ l ମୁଁ ପକେଇବି କହିକି 6/7 ମାସ ପକେଇ ପାରିଲିନି ସବୁଦିନ ଫୋନ ରେ ପଚାରେ ଆଣିଲୁ କଭର ମୁଁ କୁହେ ନାଇଁ l

ଦିନେ ସେ ଉପରଓଳି ଆସି ହଷ୍ଟେଲରେ ହାଜର ହେଇଗଲା ଅଉ କହିଲା ଅପା ଚାଲ ଆଜି ତତେ ଯାହା କିଣିବାର ଅଛି ସବୁ କିଣିକି ଆଣିବୁ l ମୁଁ ବାହାରିଥିଲି ତା ସହ ତା ବାଇକ୍ ରେ, 3 ଘଣ୍ଟା ସମୟ ମତେ ଦେଇଥିଲା, ମୋର ସବୁ ଛୋଟ ବଡ ଦରକାର ସେ ନିଜେ ମାନେ ପକେଇ ପକେଇ କିଣୁଥିଲା l ମୁଁ ଭାବୁଥିଲି ଏଟା କିଏ ମୋ ଭାଇ ତ ! ୟାର ଏତେ ବୁଦ୍ଧି କେବେ ହେଲା? ଏତେ ଦିନ ଭୁବନେଶ୍ଵରରେ ରହଣି ଭିତରେ ମୁଁ ଯୋଉ ଜାଗା ସବୁ ଦେଖିନଥିଲି ସେ ମତେ ଦେଖେଇ ଦେଇଥିଲା ସେଦିନ l ଯୋଉ ଛୁଆ ପାଇଁ ମାମା ନହଲେ ମୁଁ ସବୁ କିଣି ଦଉ ସେ ଛୁଆର ଚଏସ୍ ସବୁ ଏତେ ଭଲ କେବେ ହେଲା ! ସେଇଠି ସେ ମୋ ପାଇଁ ଏ ମୋବାଇଲ କଭରଟି ଆଣିଦେଇଥିଲା l ହସ ଲାଗିଥିଲା, ସେ ଯେତେ ବଡ଼ ହେଇଗଲେ ବି ତା କଣ୍ଢେଇ ନିଶା ଛାଡିନି l ହାଇଦ୍ରାବାଦ ଆସିବା ସମୟରେ କହିଥିଲା ଅପା କଭରଟା ବଦଳେଇ ଦବୁ ମୋ ହାତ ଆଜି ଯାଏ ଯାଉନି ବଦଳେଇବାକୁ l ଯେତେ ଥର ସେ ଗୋଲାପି କଣ୍ଢେଇକୁ ଦେଖୁଛି ମୋତେ ମୋ ଭାଇ କଥା ସବୁ ମନେ ପଡ଼ି ଯାଉଛି l ତା ପାଇଁ ବୋଧହୁଏ ଏଟା କଭର ମୋ ପାଇଁ ଏଟା ମୋ କଣ୍ଢେଇ ଭାଇ l ଦୂରରେ ଥାଇ ବି ଲାଗୁଛି ସେ ମୋ ପାଖରେ ଅଛି ଆଉ ଅପା ଅପା ଚିଲାଉଛି ଯେମିତି ଘରେ ଚିଲାଉ ଥାଏ ସବୁବେଳେ l 


Rate this content
Log in