Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanan Bala Nayak

Abstract Others

5.0  

Kanan Bala Nayak

Abstract Others

ପତ୍ର ଝଡ଼ା

ପତ୍ର ଝଡ଼ା

3 mins
491



 ବିବାହର ତିନି ବର୍ଷ ପରେ ମାମୁଁ ଘରକୁ ବୁଲିବାକୁ ଆସିଛି କଳ୍ପନା । ମାମୁଁଘରେ ପହଞ୍ଚି ନିଜ ବ୍ୟାଗଟିକୁ ଫୋପାଡି ଦେଇ ଏକ ନିଶ୍ବାସରେ କଳ୍ପନା ଦୌଡ଼ି ଗଲା ମାମୁଁ ଘର ଫଳ ବଗିଚା ଆଡକୁ । ପଛ ଆଡୁ ମାଇଁ ଡାକ ପକାଉ ଥାଆନ୍ତି ଆରେ କଳ୍ପନା ଆଗେ ଗୋଡ଼ ହାତ ଧୋଇ କଣ ଟିକେ ଖାଇଦିଅ । ତା ପରେ ବଗିଚାକୁ ଯିବ । ହେଲେ କଳ୍ପନା ମାଇଁଙ୍କ କଥାକୁ କର୍ଣ୍ଣପାତ ନକରି ବଗିଚା ଅଭିମୁଖେ ଆଗେଇ ଚାଲିଲ ।


 ତିନି ବର୍ଷ ପରେ ଆଜି ସେ ତାର ପ୍ରିୟ ଆତ ଗଛ ଗୁଡିକୁ ଦେଖିବ । ମନ ଭିତରେ କେତେ କଥା ଉଙ୍କି ମାରୁଥାଏ। ଗଛଗୁଡିକ କେତେ ବଡ଼ ହୋଇଥିବେ । ଏବେ ତ ଫଳ ଆସିବାର ସମୟ, ଗଛ ଗୁଡିକ ଫୁଲ ଫଳରେ ଭର୍ତ୍ତି ହୋଇ ଭାରୀ ସୁନ୍ଦର ଦେଖା ଯାଉଥିବେ। ଏ ଭଳି ଅନେକ କଥା ଭାବୁ ଭାବୁ କଳ୍ପନା ଯାଇ ପହଞ୍ଚି ଥିଲା ବଗିଚା ଭିତରେ । ହେଲେ ଏ କଣ? ଫୁଲ ଫଳରେ ପୁରିବା ତ ଦୂରର କଥା ପତ୍ର ଟିଏ ମଧ୍ୟ ନାହିଁ ଗଛରେ । ଗଛ ଗୁଡିକ ସମ୍ପୂର୍ଣ୍ଣ ଥୁଣ୍ଟା ।


ଗାଁ ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିବା ପରେ, ଗାଁରେ ଭଲ ହାଇସ୍କୁଲ ନ ଥିବାରୁ, କଳ୍ପନା ମାମୁଁ ଘରେ ରହି ତାଙ୍କ ଘର ପାଖରେ ଥିବା ହାଇସ୍କୁଲରେ ପଢି ଥିଲା । ଆତ ଖାଇବା ପାଇଁ ଭଲ ପାଏ ବୋଲି, ତା ଅଜା ହାଟରୁ ବାଛି ବାଛି ବଡ଼ ବଡ଼ ପାଚିଲା ଆତ ସବୁ ଆଣନ୍ତି । ସେଥର ଆତ ବାଲା ଆଜାଙ୍କୁ ଚାରୋଟି ଚାରା ବଢାଇ ଦେଇ କହିଲା, ବାବୁ ମୋ ବାଡ଼ି ର ସବୁଠାରୁ ଭଲ ଗଛର ଚାରା ଇଏ । ଆପଣଙ୍କ ନାତୁଣୀ ପାଇଁ ଆଣିଛି । ତା ହାତରେ ଏ ଚାରା ଗୁଡିକ ଲଗାଇ ବେ। ଆଉ ତାକୁ କହିବେ ଏ ଗୁଡ଼ିକର ଯତ୍ନ ନେବ ଆଉ ମନ ଇଚ୍ଛା ଆତ ଖାଇବ ।          


  କଳ୍ପନା ମଧ୍ୟ ମନ ଦେଇ ଗଛ ଗୁଡିକର ଯତ୍ନ ନିଏ । ସ୍କୁଲରୁ ଆସି କଣ ଗଣ୍ଡେ ଖାଇ ଦେଇ ଦୌଡ଼ି ଯାଏ ଆତ ଗଛ ମାନଙ୍କ ପାଖକୁ । ଗଛ ମୂଳରୁ ପତ୍ର ସଫା କରିଦିଏ। ପାଚିଲା ପତ୍ର କିଛି ଥିଲେ ତାକୁ ସଫା କରିଦିଏ । ଗଛ ମୂଳରେ ପାଣି ଦିଏ । କୋଡା ଖୋସା କରେ । ପତ୍ର ଗୁଡ଼ିକୁ ଆଉଁସି ଦିଏ । ସତେ ଯେମିତି ଗଛ ନୁହେଁ ତା ବେଷ୍ଟ ଫ୍ରେଣ୍ଡ୍ ।


             କଳ୍ପନାର ଆଦର ସ୍ନେହ ପାଇ ଗଛ ଗୁଡିକ ମଧ୍ୟ ଅତିଶୀଘ୍ର ହୁହୁ ହୋଇ ବଢିବାକୁ ଲାଗିଲେ । ବର୍ଷ ଦୁଇଟା ରେ ଗଛ ଗୁଡିକ ଫୁଲ ଫଳ କଷିରେ ଭର୍ତ୍ତି ହୋଇଗଲେ । କଳ୍ପନା ଯେଉଁ ଦିନ ଗଛରେ ପ୍ରଥମ ଫଳ ଦେଖିଲା ତା ଖୁସି କହିଲେ ନ ସରେ । ସତରେ ଯେମିତି ସ୍ବର୍ଗର ଚାନ୍ଦ ତାକୁ ମିଳି ଯାଇଛି । ତା ସାଙ୍ଗ ମାନଙ୍କୁ ନେଇ ସେ ଫଳ ଗୁଡ଼ିକୁ ଦେଖାଇଲା । ଆଉ ଫଳ ଗୁଡିକ ଯେତେବେଳେ ବଡ଼ ହୋଇ ପାଚିବା ଆରମ୍ଭ କରେ କଳ୍ପନା ନିଜେ ଗୋଟିଏ ଟୋକେଇ ନେଇ ଯତ୍ନର ସହିତ ତୋଳେ ।        


 କଳ୍ପନା ଯଦି କେବେ ଗାଁ କୁ ପଳାଇ ଆସେ ଗଛ ଗୁଡିକ ଝାଉଁଳି ପଡନ୍ତି । ତାକୁ ଦେଖି କଳ୍ପନା ର ମାମୁଁ ଝିଅ ମାନେ ତାକୁ ଚିଡାଇ କହନ୍ତି, ଅପା ଏ ଗଛ ଗୁଡିକ ତୋ ପ୍ରେମରେ ପଡି ଯାଇଛନ୍ତି। ଦେଖୁନୁ ତୋ ସ୍ପର୍ଶ ନ ପାଇ କେମିତି ଝାଉଁଳି ପଡିଥିଲେ,. ଆଉ ଆଜି ତୋ ସ୍ପର୍ଶ ପାଇ କେମିତି ପୁଣି ଥରେ ସତେଜ ହୋଇ ଉଠିଲେଣି ।       


  ସମୟ କ୍ରମେ କଳ୍ପନା ବଡ଼ ହେଲା ମାମୁଁ ଘର ଛାଡି ସହରରେ ରହି କଲେଜ ପଢିଲା । ହେଲେ ଛୁଟି ହେଲା ମାତ୍ରେ ମାମୁଁ ଘରକୁ ପଳାଇ ଆସେ । ଆଉ ବ୍ୟାଗ୍ ଟିକୁ ଫିଙ୍ଗି ଦେଇ ବଗିଚା ଭିତରକୁ ଦଉଡ଼େ । ଗଛ ଗୁଡିକୁ ଆଉଁସି ପକାଏ । ଆଉ କେତେ କଣ କଥା କହେ । ଗଛ ଗୁଡିକ ମଧ୍ୟ ପତ୍ର ହଲାନ୍ତି । ସତେ ଯେମିତି କଳ୍ପନାର କଥା ଶୁଣି ମୁଣ୍ଡ ହଲାଉଛନ୍ତି । ହେଲେ ବାହାଘର ପରେ ସଂସାର ଜଞାଳରେ ବ୍ୟସ୍ତ ରହି ତିନି ବର୍ଷ ଧରି କଳ୍ପନା ମାମୁଁ ଘରକୁ ଆସି ପାରିନଥିଲା ।


  ଆଉ ତିନି ବର୍ଷ ପରେ ଆସି, ଆଜି ଏ କଣ ଦେଖୁଛି । ଗଛ ଗୁଡିକ ଅସମୟରେ ଏମିତି ଲଣ୍ଡା ହୋଇ ଯାଇଛନ୍ତି କାହିଁକି? ଫୁଲ ଫଳ ଆସିବା ସମୟରେ ଏମିତି ପତ୍ର ଝଡ଼ା କାହିଁକି ଦେଇଛନ୍ତି?କଳ୍ପନା କୁ ବଗିଚା ଆଡକୁ ଆସୁଥିବା ର ଦେଖି ତା ପଛେ ପଛେ ଆସିଥିବା ତା ମାମୁଁ ଙ୍କୁ ପ୍ରଶ୍ନ କଲା କଳ୍ପନା ।          


 ମାମୁଁ କହିଲେ ଏ ଗଛ ଗୁଡିକରେ ଆଉ କେବେ ପତ୍ର କଅଁଳିବ ନାହିଁରେ ମାଆ । ତୋ ବାହାଘର ପରେ ଗଛ ଗୁଡିକ ଫୁଲ ଫଳ ଦେବା କମାଇ ଦେଲେ । ଆଉ ଏ ବର୍ଷ ଆସ୍ତେ ଆସ୍ତେ ଝାଉଁଳିବା ଆରମ୍ଭ କଲେ । ଯେତେ ଯତ୍ନ କଲେ ବି ଆଉ ସତେଜ ହେଲେନି । ସତରେ ଯେମିତି ତୋ ସ୍ପର୍ଶକୁ ଅପେକ୍ଷା କରୁଥିଲେ । ଆଉ ତୋତେ ଅପେକ୍ଷା କରି କରି ପ୍ରଥମେ ଫଳ ଦେବା କମାଇ ଦେଲେ, ଆଉ ଏବେ ସମ୍ପୂର୍ଣ୍ଣ ଥୁଣ୍ଟା ହୋଇଗଲେ ।         


 ମାଆରେ ମଣିଷ ହେଉକି ଗଛ ଲତା ଜୀବିତ ରହିବା ପାଇଁ ସ୍ନେହ ମମତାର ସ୍ପର୍ଶ ସମସ୍ତ କୁ ଦରକାର. ଆଉ ତା ବିନା ସମସ୍ତେ ପ୍ରାଣହୀନ ହୋଇ ପତ୍ର ଝଡ଼ା ଦେଇ ଦିଅନ୍ତି , ଠିକ୍ ଏଇ ଗଛ ଗୁଡିକ ଯେମିତି ଚୀରଦିନ ପାଇଁ ପତ୍ର ଝଡ଼ା ଦେଇ ଦେଇଛନ୍ତି ତୋ ସ୍ପର୍ଶକୁ ଅପେକ୍ଷା କରି କରି ।


Rate this content
Log in

Similar oriya story from Abstract