Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa Swain

Others Romance Tragedy

3  

Monalisa Swain

Others Romance Tragedy

ବିଶ୍ୱାସ ର ଶେଷ ନିଶ୍ଵାସ

ବିଶ୍ୱାସ ର ଶେଷ ନିଶ୍ଵାସ

8 mins
753


ବିଶ୍ବାସ । ଯାହା ସମ୍ପର୍କର ମୁଳଦୂଆ ପକାଇ ତାକୁ କରିଥାଏ ଦୀର୍ଘସ୍ଥାୟୀ ।

ବିନା କୌଣସି ଆପତ୍ତି ଅଭିଯୋଗରେ ଅପଣାର ମଣିଷଟେ ପାଇଁ ବିଶ୍ବାସରେ ଡେଇଁ ପାରେ ତେର ନଈ ସାତ ଦରିଆ । ଭାଙ୍ଗି ପାରେ ସବୁ ନିୟମ ସଂସ୍କାରକୁ । ସେଇମିତି ଏକ ସରଳ ବିଶ୍ବାସରେ ବାରମ୍ବାର ବିଷ ମିଶିଥିଲା ରାଧାର. ତାର ବିଶ୍ବାସ ଭରସା ସବୁ ପାଣି ଫୋଟକା ଭଳି ମିଳେଇ ଯାଉଥିଲା । ପ୍ରେମ, ସମ୍ପର୍କ, ପରିବାର, ଏମିତିକି ଭଗବାନଙ୍କ ଉପରୁ ମଧ୍ୟ ତୁଟି ଯାଇଥିଲା ତାର ବିଶ୍ବାସ । ମେଡିକାଲ ବେଡ୍ରେ ଶୋଇ ଛଟପଟ ହେଉଥିଲା ହତଭାଗିନୀ ରାଧା । ନିନ୍ଦୁଥାଏ ଭାଗ୍ୟକୁ ତାର, ହେ ଭଗବାନ ଏତେ ଦୁଖଃ ଲେଖିଥିଲ ମୋରି କପାଳରେ? ପିଲାଟି ବେଳୁ ମୋର ବିଶ୍ବାସ ସହ ଖେଳି ଚାଲିଲ କଣ ପାଇଁ? ଏମିତି ଅନେକ ପ୍ରଶ୍ନବାଚୀ ନେଇ ତର୍ଜମା କରୁଥିଲା ନିଜକୁ, ଶୋଇରହି ମରଣର ଅପେକ୍ଷା କରିଥିଲା ବିଚାରି । ଆଖି କାନଭାସରେ ତାର ଭାସୁଥିଲା ଧୋକା, ଅବିଶ୍ୱାସ, କଷ୍ଟ, ଯନ୍ତ୍ରଣାର ପୃଷ୍ଠା ସବୁ.......

ରାଧା ଥିଲା ଗୋଟେ ବ୍ରାହ୍ମଣ ମଧ୍ୟବିତ୍ତ ପରିବାରର ଝିଅଟିଏ । ପାଞ୍ଚ ବର୍ଷର ହେଇଥିଲା ମା କ୍ୟାନସର୍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ । ପିଲାଟି ବେଳୁ ମା ଛେଉଣ୍ଡ । ପରିବାର କହିଲେ ବାପା ଆଉ ସାନଭାଇ ରାଜା । ବାପା ଗାଁ ସ୍କୁଲରେ ପିଅନ୍ ଥିଲେ । ପିଲା ଦୁହିଁଙ୍କର ପାଠ ପଢା, ଦେହ ମୁଣ୍ଡ ଭଲ ଭାବରେ ଦେଖିପାରୁ ନଥିଲେ ରାଧାର ବାପା । ଦିନେ ରାଧାର ମାମୁଁ ଆସିଲେ ରାଧା ଆଉ ତାର ସାନ ଭାଇ ରାଜାକୁ ତାଙ୍କ ସହ ଘରକୁ ନେଇ ଯିବାକୁ, ରାଧାର ବାପା କିନ୍ତୁ ଛାଡୁ ନଥିଲେ । ନିଜର ଅସହାୟତା ଓ ଅସୁବିଧା ଯୋଗୁଁ ଶେଷରେ ରାଜିହେଲେ ରାଧାର ମାମୁଙ୍କ କଥାରେ । ରାଧା ମାମୁଙ୍କର ମଧ୍ୟ ପିଲା ଛୁଆ ନଥିଲେ, ଭାଇ ଭଉଣୀ ଦୁହେଁ ମାମୁ ଘରେରହି ପାଠ ପଢିଲେ । ମାମୁଙ୍କ ପଡ଼ିଶା ଘର ପୁଅରଘୁ ସହ ରାଧାର ବନ୍ଧୁତା ହେଇଗଲା । ଦୁହେଁ ସାଙ୍ଗ ହେଇ ଖେଳୁଥିଲେ, ବୁଲୁଥିଲେ, ସ୍କୁଲକୁ ସାଙ୍ଗ ହେଇ ବି ଯାଉଥିଲେ । କେହି କାହାରିକୁ ଛାଡି ନିମିଷେରହିପାରୁ ନଥିଲେ । ଦୁହେଁ ବହୁତ୍ ଭଲ ପାଠ ବି ପଢୁଥିଲେ । ସ୍କୁଲରେ ସମସ୍ତେ ତାଙ୍କୁ ଭଲ ପାଉଥିଲେ । ରାଧାର ବାପା ମଝିରେ ମଝିରେ ଆସି ଭାଇ ଭଉଣୀ ଦୁହିଁଙ୍କୁ ଦେଖି ଯାଉଥିଲେ । ଆଉ ଆସିଲା ବେଳେ ଦୁହିଁଙ୍କ ପାଇଁ କେତେ ଜିନିଷ କିଣି ଆଣିଥିଲେ । ବାପା ଆଣିଥିବା ପେନ୍, ପେନସିଲ, କଣ୍ଢେଇ, ମିଠା, ଚକୋଲେଟ୍ ସବୁଥିରେରଘୁର ଅଧା ଭାଗ ଥିଲା । ପିଲାଟି ଦିନରୁ ଦୁଇ କୋମଳମତି ମନରେ ଗଢି ଉଠିଥିଲା ପ୍ରେମର ଛୋଟ ବୀଜ ଟିଏ । ସେଇ ବୀଜ ଧୀରେ ଧୀରେ ଦ୍ରୁମରେ ପରିଣତ ହେବାକୁ ଲାଗିଲା । ଦୁହେଁ ସାଙ୍ଗ ହୋଇ ହାଇସ୍କୁଲ ଶିକ୍ଷା ଶେଷ କଲେ ଗୋଟିଏ ସ୍କୁଲରେ । ହାଇସ୍କୁଲ ପରେରଘୁ ଚାଲିଗଲା ଭୁବନେଶ୍ବର ଉଚ୍ଚ ଶିକ୍ଷା ପାଇଁ, ଆଉ ରାଧା ତାର ଗାଁ କଲେଜ୍ରେ ପଢିବା ପାଇଁ ଗାଁକୁ ଫେରି ଆସିଲା ବାପାଙ୍କ ସହ । ଆସିଲା ବେଳେ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ ସାରାଜୀବନ ସାଥୀ ହେଇରହିବେ. କେହି କାହାକୁ ଭୁଲିବେ ନାଇଁ ।ରଘୁ ରାଧାର ହାତ ଉପରେ ହାତରଖି କଥା ଦେଇଥିଲା - ରାଧା ମୁଁ ଯୋଉଠି ବି ଥାଏ ତୋ ପାଖକୁ ଦିନେ ନିଶ୍ଚୟ ଫେରିବି ଆଉ ତୋ ସିନ୍ଥିରେ ସିନ୍ଦୂର ଆଉ ହାତରେ ଶଙ୍ଖା ପିନ୍ଧେଇ ମୋର ସ୍ତ୍ରୀ କରି ନେଇଯିବି ଆମ ଘରକୁ । ରାଧା ତା କଥାର ପ୍ରତ୍ୟୁତ୍ତରରେ କହିଥିଲା ମୋର ତୁମ ଉପରେ ଆଉ ମୋର ପ୍ରେମ ଉପରେ ଅଖଣ୍ଡ ବିଶ୍ବାସ ଅଛି । ତୁମେ ଦିନେ ନିଶ୍ଚୟ ମୋ ପାଖକୁ ଫେରିବ । ଏତିକି କହି ଦୁହେଁ ଦୁହିଁଙ୍କ ଠାରୁ ବିଦାୟ ନେଇଥିଲେ ସେଦିନ । କିନ୍ତୁ ଆଖି ଲୁହ ସବୁ ଓଠ ପିଉଥିଲା ଢକ ଢକ କରି । ଦିନ ବିତି ଚାଲିଲା ରାଧା ପଢୁଥିଲା ତାଙ୍କ ଗାଁ କଲେଜ୍ରେ ଆଉରଘୁ ଭୁବନେଶ୍ବରରେ । ଦୁହିଁଙ୍କର ଯୋଗା ଯୋଗ ହେଉଥିଲା ଫୋନ୍ରେ । ଦୁହିଁଙ୍କର ପାଠ ପଢା ଶେଷ ହେଲା ।ରଘୁକୁ ଗୋଟେ ବଡ଼ ସଂସ୍ଥାରେ ଚାକିରି ମିଳିଗଲା । ସେଇ ସଂସ୍ଥାର ମାଲିକରଘୁର ବହୁତ୍ ଭଲ ପ୍ରସଂଶକ ଥିଲେ । ତାର ବ୍ୟବହାର ଆଉ କାର୍ୟରେ ବହୁତ୍ ଖୁସି ହୋଇ ସେ ତାଙ୍କ ଏକମାତ୍ର ଅଲିଅଳି ଝିଅ ସହରଘୁର ବାହାଘର କରିବା ପାଇଁ ସ୍ଥିର କଲେ ।ରଘୁ କିନ୍ତୁ ରାଧା କଥା ଭାବି ଟିକେ ଚୁପ୍ ଥିଲା । ହେଲେ କଣ କରିବ? ତା ମାଲିକ ଯେ ଏତେ ବଡ଼ ଧନୀ । ଆଉ ତାକୁ ଯୌତୁକଜନିତ ବହୁ ଟଙ୍କା ଆଉ ଧନ ମିଳିବ, ଏମିତି ସୁଯୋଗ କଣ ବାରମ୍ବାର ଆସେ? ଆଉ ତା ଭଳି ଗୋଟେ ମଧ୍ୟବିତ୍ତ ପରିବାରର ପୁଅ ପାଇଁ ଏସବୁ ତ ସୁବର୍ଣ୍ଣ ସୁଯୋଗ । ତେଣୁ ସେ ଏତେ ବଡ଼ ସୁଯୋଗକୁ ହାତ ଛଡା ନକରି ବାବୁଙ୍କ କଥାରେ ସହମତି ଜଣାଇଲା । କେମିତି କଣ କଥା ଟା ରାଧା ଜାଣିପାରିଲା । ସେ ଆଦୌ ବିଶ୍ବାସ କରି ପାରିଲା ନାହିଁ । ସତ କଥା ଜାଣିବା ପାଇଁରଘୁ ପାଖକୁ ବାରମ୍ବାର ଫୋନ୍ କଲେ ମଧ୍ୟ ଯୋଗାଯୋଗ ହୋଇପାରିଲା ନାହିଁ । ରାଧା ଦୁଃଖରେ ଭାଙ୍ଗି ପଡ଼ିଲା । ରାଧାର କାନ୍ଦ ଦେଖି ତାର ଭାଇ ରାଜା କହିଲା ଦିଦି ମୁଁ ଆଉ ତୋ ଦୁଖଃ ଦେଖି ପାରୁନି, ଚାଲେ ଭୁବନେଶ୍ବର ଯିବାରଘୁ ଭାଇ ପାଖକୁ ସେ କେବେ ତୋତେ ete ବଡ ଧୋକା ଦେଇପାରିବେ ନାହିଁ । ଦୁହେଁ ବାହାରିଲେ ଭୁବନେଶ୍ବର, ପଚାରି ପଚାରି ଠିକଣା ଜାଗାରେ ପହଂଚି ଗଲେ । କେତେ ଆଶା ଆଉ ବିଶ୍ବାସ ନେଇ ଯାଇଥିଲେ ଦୁହେଁ କିନ୍ତୁ ସେଠି ପହଂଚି ବିପରୀତ ଦେଖିଲେ ।ରଘୁର ବାହାଘର ଚାଲିଥିଲା । ଲୋକ ବାକ, ବନ୍ଧୁ ବାନ୍ଧବ, ଅଭ୍ୟାଗତଙ୍କର ଗହଳ ଚହଳ, ଏସବୁ ଦେଖି ରାଧା ପଦୁଟିଏ କିଛି ନକହି ଏକ ମୁହଁ ହେଇ ଦୌଡିଲା ରାସ୍ତାରେ ଥିବା ଏକ ପୋଲ ଆଡକୁ, ଆଉ ରାଜା ବି ଦୌଡିଲା ତା ପଛରେ । ସେ ଡେଇଁ ବାକୁ ଉଦ୍ୟତ ହୁଅନ୍ତେ ରାଜା ଭିଡ଼ି ଆଣିଲା ରାଧାକୁ । ଆଉ ତାକୁ ଛାତିରେ ଭିଡ଼ି ଧରି ବୁଝେଇଲା ଦେଖ୍ ଦିଦି ତୁ ଆଉ କାନ୍ଦେ ନା କେତେ ଆଉ କାନ୍ଦି ବୁ

ସେଇ ଧୋକାବାଜରଘୁ ପାଇଁ, ସେଇ ବେଇମାନ ପାଇଁ ତୁ ଆଜି ତୋର୍ ଜୀବନ୍ ହାରିବାକୁ ଯାଉଥିଲୁ ମୋ ଗେହ୍ଲି ଭଉଣୀ ଟା ତୁ । ମୁଁ ଅଛି ନା ତୋ ସହ । ବାପା ଆଉ ମୁଁ ମିଶି ତୋତେ ଗୋଟେ ଭଲ ଜାଗାରେ ଭଲ ଘର ଆଉ ଭଲ ବର ଦେଖି ବାହା କରିବୁ । ତୁ ପ୍ଲିଜ କାନ୍ଦେ ନି ମୋ ସୁନା ଭଉଣୀ ଟା ପରା । ଏମିତି ବହୁତ୍ ବୁଝା ଶୁଝା କରି ରାଧାକୁ ଘରକୁ ଫେରାଇ ଆଣିଲା ରାଜା । ଫଟା ହୃଦୟରେ ଆଶ୍ୱାସନାର କାଦୁଅ ଲେସିହୋଇ ଫେରି ଆସିଲା ରାଧା । ସେଇ ଦିନଠାରୁ ଚୁଲ୍ବୁଲି ରାଧା ଏକଦମ୍ ଚୁପ୍ ଚାପ୍ ହେଇଗଲା । ବସିଲେ ବସିରହୁଥିଲା । ଶୋଇଲେ ଶୋଇରହୁଥିଲା । ସେଇ ଉଦାସ ମନ ନେଇ ବଞ୍ଚିଥିଲା ରାଧା । ହଠାତ୍ ଦିନେ ବାପା ବାହାରୁ ଡାକ ପକେଇଲେ ଦେଖିଲୁ ମା କିଏ ଆସିଛନ୍ତି? ରାଧା ଦେଖିଲା ଜଣେ ଲୋକ ଛିଡା ହେଇଥିଲେ ବାପାଙ୍କ ପାଖରେ । ବାପା ତାଙ୍କର ପରିଚୟ ଦେଲେ - ଇଏରବି ବାବୁ ଆମ ସ୍କୁଲର ଶିକ୍ଷକ ନୂଆରେ ଆସିଛନ୍ତି । ଆମ ବାହାର ପଟ ଘରେ ଭଡ଼ାରେରହିବେ । ରାଧା କାନରେ କିନ୍ତୁ କିଛି ପଶୁ ନଥିଲା ଔପଚାରିକ ଦୃଷ୍ଟିରୁ ହାତ ଯୋଡି ନମସ୍କାର ଟାଏ କଲା ସେ ।

ସେହିଦିନ ଠାରୁରବି ବାବୁ ରାଧାଙ୍କ ଘରେ ଭଡ଼ାରେରହିଲେ । ରାଧାର ବାପା ତାଙ୍କୁ ବେଶୀ ମାନିଥିଲେ ଓ ସମ୍ମାନ କରୁଥିଲେ । ସ୍କୁଲ ଠୁ ରାଧାଙ୍କ ଘର ଅଳ୍ପ ଦୂର ।ରବି ରାଧାର ଘରର ସଦସ୍ୟ ହେଇଗଲେ ଧୀରେ ଧୀରେ । ଭଲ ମନ୍ଦ ରୋଷେଇ କଲେ ଖାଇବାକୁ ଡାକୁଥିଲେ ରାଧାର ବାପାରବି ଙ୍କୁ । ଏମିତି କିଛି ଦିନ ରାଧାର ଘରେରହିଲା ପରେ ଧୀରେ ଧୀରେ ରାଧାର ଜୀବନକୁ ପ୍ରବେଶ କଲେରବି । ସବୁ ଦିନ ଦେଖା ଚାହଁ କଥା ବାର୍ତ୍ତାରେ ରାଧା ପ୍ରତି ଆକ୍ରୁଷ୍ଟ ହେଇ ପଡିଲେରବି । ରାଧାର ଉଦାସ ମନରେ ଘର କରି ବସିଲେ । ଅଳ୍ପ କିଛି ଦିନ ଭିତରେ ଅତି ନିଜର ହେଇଗଲେ ରାଧାର । ରାଧା ବିରଘୁକୁ ଭୁଲିରବି ଙ୍କୁ ନିଜର କରି ବସିଲା । ଦୁହେଁ ଦୁହିଁଙ୍କ ପ୍ରେମରେ ସମ୍ପୂର୍ଣ୍ଣ ହଜି ସାରିଥିଲେ ଓ ହଜାଇ ସାରିଥିଲେ ନିଜର ଅସ୍ତିତ୍ୱକୁ । ଦୁହିଁଙ୍କ ମନ ମିଶି ସାରିଥିଲା । ରାଧାରବିଙ୍କ ସହ ବାହାରେ ବୁଲିବାକୁ ଯାଉଥିଲା ।ରବି ମଧ୍ୟ ରାଧା ପାଇଁ ସୁନ୍ଦର୍ ଗିଫ୍ଟ ଆଣି ଦେଉଥିଲେ । ରାଧାର ଗାଁ ଠାକୁରାଣୀଙ୍କୁ ସାକ୍ଷୀରଖି ରାଧା ମଥାରେ ସିନ୍ଦୁର ପିନ୍ଧେଇ ଥିଲେରବି । ଏମିତି ଦୁହେଁ ଦୁହିଁଙ୍କର ବହୁତ୍ ପାଖା ପାଖି ହେଇଗଲେ । ଏତଦ୍ ଦ୍ଵାରା ରାଧା ଜାଣିବାକୁ ପାଇଲା ଯେ ସେ ଅନ୍ତଃସତ୍ତ୍ଵା । ଆଉ ବିଚଳିତ ହେଇରବି ଙ୍କୁ ସବୁ କଥା କହିଲା କିନ୍ତୁ ଏତେ ଦିନ ପରେ ବହୁତ୍ ବଡ ସତ କଥା ଟୀଏ ସେ ଜାଣିବାକୁ ପାଇଲା ଯେରବି ବିବାହିତ ଆଉ ତାଙ୍କର ଦୁଇଟି ପିଲା ଅଛନ୍ତି ଏକଥାରବି ରାଧାକୁ ଲୁଚେଇବା ସହ ତାର ଘର ଲୋକଙ୍କୁ ବି ଲୁଚାଇଥିଲେ । ରାଧାର ବାପା ଏକଥା ଜାଣିବା ପୂର୍ବରୁରବି ଘର ଛାଡି ପଳେଇଗଲେ ବିଚାରି ଝିଅ ଟିକୁ ଏପରି ଅବସ୍ତାରେ ଛାଡି ଦେଇ । ରାଧାର ବାପା ଏକଥା ଜାଣିପାରି ଭିଷଣ ରାଗିଗଲେରବି ଉପରେ ଆଉ ରାଧାକୁ ବି ବହୁତ୍ ପିଟିଲେ, ହେଲେ କରିବେ ବା କଣ?ରବି ଥିଲେ ତ! ଭୁଲ୍ ତ ସେ କରିଛନ୍ତି ବଢିଲା ଝିଅ ଘରେ ଥାଉ ଥାଉ ଗୋଟେ ଅଜଣା ଅଶୁଣା ଲୋକକୁ ଘରେ ଆଶ୍ରୟ ଦେଲେ । ହେଲେ ବର୍ତ୍ତମାନ୍ ସେ କରିବେ କଣ ଝିଅ ଘିଅ । ସମ୍ଭାଳି ପାରିଲେନି ଏତେ କଥା ଘଟିଗଲା ତାଙ୍କ ଅଜାଣତରେ । ରାଧାର ଅଧା ମରା ମନ ପୁରା ମରିଗଲା । ତାର ବିଶ୍ବାସର ବନ୍ଧ ଭାଙ୍ଗି ଚୂନା ହେଇଗଲା । ଭରସା ଉଠିଗଲା ପ୍ରେମ ଉପରୁ । ସବୁ ଆଶା ଭରସା ଧୂଳି ସାତ ହେଇଗଲା ତାର । ଗୋଟେ ଜୀଅନ୍ତା ଲାସ୍ ପାଲଟି ଗଲା ସେ । ପୁନର୍ବାର ଆତ୍ମହତ୍ୟା ପାଇଁ ଚେଷ୍ଟା କଲା ରାଧା କିନ୍ତୁ ସଫଳ ହେଲା ନାହିଁ । ମୁଣ୍ଡରେ ହାତ ଦେଲେ ରାଧାର ବାପା । କଣ ଆଉ କରିବେ ନେଡିଗୁଡ଼ ତ କହୁଣିକୁ ବୋହି ସାରିଲାଣି । ରାଧାକୁ ନେଇ ହସ୍ପିଟାଲ ଗଲେ ବାପା ଓ ଭାଇ। ଗର୍ଭପାତ କରେଇବା ପାଇଁ । ଝିଅର ଏପରି ଅବସ୍ଥାରେ ଭାଙ୍ଗି ପଡ଼ିଲେ ବାପା । କେମିତି ତାର ଉଜୁଡ଼ା ଜୀବନକୁ ସଜାଡ଼ିବା ? କେମିତି ମୁକ୍ତି ମିଳିବ ଏ ନିନ୍ଦା ଅପବାଦ ରୁ, ବାର ଲୋକଙ୍କ ଟାହି ଟାପରା ରୁ । ସବୁ ଭାବି ଭାବି ହସ୍ପିଟାଲ ବାରଣ୍ଡାରେ ବସିଥାନ୍ତି ବାପ ପୁଅ । ହଠାତ୍ କାହାର ସ୍ପର୍ଶରେ ଚମକି ଉଠିଲେ ବାପା । ଧଡ଼ ପଡ ହେଇ ଉଠି ପଡିଲେ ଆଉ ହାତ ଯୋଡି ନମସ୍କାର୍ କଲେ ତାଙ୍କୁ, ସେ ବ୍ୟକ୍ତି ଆଉ କେହି ନଥିଲେ ଥିଲେ ରାଧାକୁ ଆବରସନ୍ କରାଇଥିବା ଡାକ୍ତର ରିତେଶ । ଡାକ୍ତର୍ ରିତେଶ ରାଧାର ବାପାଙ୍କୁ କହିଲେ ଆପଣଙ୍କ ସହ କିଛି କଥା ଥିଲା । ଆପଣଙ୍କର ଯଦି କିଛି ଆପତ୍ତି ନଥାଏ ମୁଁ ଆପଣଙ୍କ ଝିଅ ରାଧାକୁ ବାହା ହେବାକୁ ଚାହୁଁଛି । ରାଧାର ବାପା ଏକଥାକୁ ସହଜରେ ବିଶ୍ବାସ କରିପାରିଲେନି । ପାଦତଳେ ପଡିଗଲେ ସେଇ ମଣିଷ ରୂପୀ ଭାଗବାନଙ୍କର୍ । ରିତେଶ ରାଧାର ବାପାଙ୍କୁ କୋଳେଇ ନେଇ କହିଲେ ଆପଣଙ୍କ ସ୍ଥାନ ମୋ ହୃଦୟରେ ପାଦ ତଳେ ନୁହଁ । ସେଇ ଡାକ୍ତର ରିତେଶ ଆଉ କେହି ନଥିଲେ ଥିଲେ ରାଧାର କଲେଜ ବନ୍ଧୁ । ରିତେଶ ରାଧାକୁ କଲେଜରେ ପ୍ରେମ ନିବେଦନ କରିଥିଲେ କିନ୍ତୁ ରାଧାରଘୁ ପାଇଁ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା । ଆଉ ଆଜି ତାଙ୍କର୍ ପ୍ରେମକୁ ଏ ଅବସ୍ଥାରେ ଦେଖି ସେ ରାଧାର ଅତୀତକୁ ଭୁଲିଯାଇ ତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହେଇଗଲେ । ରାଧା କିନ୍ତୁ ନିଜକୁ ପାପୀନି ବୋଲି ଭାବୁଥିଲା ଆଉ ସହଜରେ ରାଜି ହେଲା ନାହିଁ ରିତେଶର ପ୍ରସ୍ତାବରେ, କିନ୍ତୁ ବୁଢ଼ା ବାପା ଆଉ ଭାଇର ମୁହଁକୁ ଚାହିଁ, ତାଙ୍କର୍ ସମ୍ମାନ ପାଇଁ ରାଜି ହେଇଗଲା ବାହା ହେବାକୁ । ରିତେଶ ରାଧାକୁ ବାହା ହେଲା ସିନା କିନ୍ତୁ ରିତେଶର ଘର ଲୋକ ରାଧାକୁ ପସନ୍ଦ କରୁନଥିଲେ, ସେମାନେ ଗୋଟେ ଧନୀ ଝିଅ ସହ ପୁଅର ବାହା ଦେବାକୁ ଚାହୁଁଥିଲେ । ତେଣୁ ରାଧା ଉପରେ ଅତ୍ୟାଚାର କରୁଥିଲେ । ଆଉ ରିତେଶ ଘରେ ନଥିବା ବେଳେ ଯୋଜନା କରି ଗ୍ୟାସ୍ ଦୁର୍ଘଟଣାରେ ରାଧାକୁ ଜୀବନ ରୁ ମାରିଦେବା ପାଇଁ ଚେଷ୍ଟା କଲେ । ଆଉ ସଫଳ ହେଇଗଲେ ତାଙ୍କ ଯୋଜନାରେ । ଗ୍ୟାସ୍ ଦୁର୍ଘଟଣାରେ ରାଧାର ଶରୀର ଅଧା ଜଳି ଯାଇଥିଲା । ବଞ୍ଚିବାର ଆଶା କମ୍ ବୋଲି ଡାକ୍ତର୍ ମାନେ କହି ସାରିଥିଲେ । ରାଧା କେବଳ ମେଡିକାଲ ବେଡ୍ରେ ପଡି ଅପେକ୍ଷା କରିଥିଲା ମୃତ୍ୟୁକୁ । ଅତୀତର ହୃଦୟ ବିଦାରକ ଯନ୍ତ୍ରଣାକୁ ରୋମନ୍ଥନ କରୁଥିଲା । ଭାଗବାନ ଙ୍କୁ ଡାକୁଥିଲା ମୋତେ ଶୀଘ୍ର ମୁକ୍ତି ଦିଅ ପ୍ରଭୁ । ସବୁ ତ ସରିଯାଇଛି ମୋର, ତିଳ ତିଳ କରି ଜାଳି ଦେଲ ମୋ ଜୀବନକୁ । ପିଲାଟି ଦିନରୁ ମାକୁ ନେଲ ଯୋଉ ଡାଳ ଧରିଲି ସେ ଡାଳ ଛିଡିଲା । ମୋର ଆଉ ଏ ଜୀବନ ପ୍ରତି ଟିକେ ବି ମୋହ ନାହିଁ, କାହାରି ଉପରେ ଆଉ ବିଶ୍ବାସ ନାହିଁ ମୋର । ସମ୍ପର୍କ, ସ୍ଵାମୀ, ଘର, ପରିବାର କେହି ନୁହଁ । ମୋ ନିଶ୍ଵାସ ବି ବିଶ୍ବାସ ହରାଇ ଦେଲାଣି ମୋ ଦେହରୁ । ଏବେ ମୋତେ ନେଇଯାଅ ତୁମ ପାଖକୁ । ଏମିତି ସବୁ କଥା ଭାବି ଭାବି ଯନ୍ତ୍ରଣାରେ ଛଟ ପଟ ହେଉଥିଲା ରାଧା ପୋଡା ଦେହର ଜ୍ୱାଳାରେ । ଆଉ ଅପେକ୍ଷା କରିରହିଥିଲା ବିଶ୍ଵାସର ଶେଷ ନିଶ୍ଵାସକୁ । ତାର ମୃତ୍ୟୁକୁ ।।


Rate this content
Log in