Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ତୁମ ଜୀବନର ଲକ୍ଷ୍ୟ

ତୁମ ଜୀବନର ଲକ୍ଷ୍ୟ

1 min
1.3K



       ବର୍ତ୍ତମାନ ମୁଁ ଅଷ୍ଟମ ଶ୍ରେଣୀରେ ପଢୁଛି l ଦଶମ ଶ୍ରେଣୀ ବୋର୍ଡ୍ ପରୀକ୍ଷା l ପରୀକ୍ଷାରେ ପାସ୍ ହୋଇପାରେ, ଫେଲ୍ ବି ହୋଇ ପାରେ l ଯଦି ପାସ୍ ହେଲି କୋଉ ଡିଭିଜନ୍ ପାଇବି, ତାହା ବି ଗୋଟିଏ କଥା l ସାଇନ୍ସ୍ ପଢିବି ନା ଆର୍ଟ୍ସ୍ ପଢିବି l ଯଦି ସାଇନ୍ସ୍ ପଢିବି ଜେନେରାଲ୍ ଲାଇନରେ ଯିବି ନା ମେଡିକାଲ୍ କିମ୍ବା ଇଞ୍ଜିନିୟରିଂ ପାଇଁ ଏଣ୍ଟ୍ରାନ୍ସ୍ ଦେବି ? ଯଦି ଏଣ୍ଟ୍ରାନ୍ସ୍ ପଢିବି, ତେବେ ଟିଚିଙ୍ଗ୍ ଲାଇନରେ ଯିବି ନା ଆଉ କିଛି ଚାକିରି ପାଇଁ କମ୍ପିଟିଟିଭ୍ ଦେବି ? ସମସ୍ତେ କୁହନ୍ତି ଚାକିରି ମିଳିବା ବହୁତ କଷ୍ଟ l ତେବେ ଚାକିରି ଯଦି ନ ହୁଏ କ’ଣ କରିବି ? ଏମିତି ବହୁତ ଅଡୁଆ ପ୍ରଶ୍ନ, ଯାହାର ଉତ୍ତର ଏବେ ଠାରୁ ମିଳିବା ବହୁତ କଷ୍ଟ l ତେଣୁ ମୋ ଜୀବନର ଲକ୍ଷ୍ୟ ବୋଲି କିଛି ନାହିଁ l


       ବାସ୍ ଏତିକିରେ ସରି ଯାଇଥିଲା ଲିସାର ରଚନା l ପିଲାଙ୍କୁ ରଚନା ଦେଇଥିଲି ‘ମୋ ଜୀବନର ଲକ୍ଷ୍ୟ l’ କିଏ କ’ଣ ଲେଖିଥିଲା l କିଏ ଡାକ୍ତର୍ ହେବ, କିଏ ଇଞ୍ଜିନିୟର୍ ହେବ, କିଏ ଆର୍ଟିଷ୍ଟ୍ ହେବ ତ ଆଉ କିଏ କ’ଣ..... ଏମିତି ଅନେକ କିଛି l କାହାର ରଚନା ଚାରି/ପାଞ୍ଚ ପୃଷ୍ଠାରୁ କମ୍ ନ ଥିଲା l କିନ୍ତୁ ଲିସାର ରଚନା ଗୋଟିଏ ପାରାଗ୍ରାଫରେ ହିଁ ସରି ଯାଇଥିଲା l ମୁଁ ଅନୁଭବ କରୁଥିଲି, ଏହି ଝିଅଟିର ସ୍ପଷ୍ଟବାଦୀତା ହିଁ ତା’କୁ ଭବିଷ୍ୟତରେ ଭଲ ମଣିଷଟିଏ କରି ଗଢିତୋଳିବ l



Rate this content
Log in

Similar oriya story from Inspirational