Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr. Diptiranjan Behera

Others

3.3  

Dr. Diptiranjan Behera

Others

ପ୍ରଶ୍ନ

ପ୍ରଶ୍ନ

1 min
1.9K


ଜାଣିଛ ନା, ସତରେ ଆଜି ମୁଁ ବହୁତ ଖୁସି | କାରଣଟା କ'ଣ ପଚାରିବନି? କ'ଣ ଶୁଭୁଛି ନା ନାଇଁ? ହଉ ହେଲା ବାବା ନପଚାର କି, ନ ଶୁଣ, ମୁଁ ଗାଇ କି ଶୁଣେଇ ଦଉଛି | ହେ ଭଗବାନ! ଭୁଲ ହୋଇଗଲା ପୁଣି ଭୁଲ ହୋଇଗଲା ଗାଇ କି ନୁହେଁ, ପଢି କି, ସତରେ ପକ୍‌କା ପଢିକି | ପ୍ରଥମ ଥର କିଛି ଲେଖିବାକୁ ଚେଷ୍ଟା କରିଛି, ସତରେ କବିତା ନୁହେଁ ଗଳ୍ପ | ବିଶ୍ଵାସ ହଉନି ନା, କେମିତି ହବ ଯେତେଥର ଗପ ଶୁଣିବାକୁ ଜିଦ୍ କରିଛ ସେତେ ଥର ମୁଁ କେବଳ କବିତା ହିଁ ଶୁଣେଇଛି | କ'ଣ କରିଥାନ୍ତି କହୁନ ପିଲାଟି ଦିନରୁ କବିତା ପ୍ରତି ଏକ ଅହେତୁକ ଦୁର୍ବଳତା, ଆଉ ମନର ଅନୁଭବକୁ ବ୍ୟକ୍ତ କଲା ବେଳକୁ କବିତା ପାଲଟି ଯାଏ କାହିଁକି ଜାଣିନି | ଏଇଟା ବି ଜାଣିନି ପ୍ରତି ଥର ତୁମେ ନିରବରେ ବିନା ପ୍ରତିବାଦରେ କେମିତି ମୋ କବିତାର ପ୍ରତିଟି ପଂକ୍ତିକୁ ଆପଣାର କରିନିଅ | କେବେ ତୁମେ ନିରାଶ କରିନ ସତ କିନ୍ତୁ ତୁମ ନିରବତା ଭିତରୁ ଯେମିତି ମୁଁ ଶୁଣିପାରୁଥିଲି ଏକ ଅକୁହା କଥା ଯାହା ଥିଲା ଗପ ଶୁଣିବାର ଇଚ୍ଛା, ତୁମକୁ ମୁଁ ନବୁଝିପାରିବାର ପ୍ରଶ୍ନ | କିନ୍ତୁ ସେ ସବୁକୁ ମୁଁ ଏଡାଇ ଯାଉଥିଲି ଗପ ଲେଖିବା ପାଇଁ ବିଷୟର ଅଭାବ କହି | ହେଲେ ଏବେଠୁ ଆଉ କେବେହେଲେ ଏମିତି କହିବିନି କାରଣ ହେଲା ମୁଁ ନା ଏବେ ଗପ ଲେଖିବା ଆରମ୍ଭ କରିଛି କେବଳ ତୁମରି ପାଇଁ | ତୁମେ ଛାଡିଯାଇଥିବା ପ୍ରତିଟି ସ୍ମୃତିକୁ ନେଇ | ଆଶା କରେ ତୁମେ ଶୁଣୁଥିବ ନିଶ୍ଚୟ | ତୁମର.........|


Rate this content
Log in