Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

1.6  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଯାତ୍ରୀ – ଭାଗ ୩

ଯାତ୍ରୀ – ଭାଗ ୩

8 mins
8.1K


ଘରେ ପହଞ୍ଚିଲା ବେଳକୁ ଗାଆଁର ମୁଖିଆ ମୁଖିଆ ସବୁ ଲୋକେ ତା’ର ଦାଣ୍ଡ ଦୁଆରେ ଜମା ହୋଇଛନ୍ତି ବୁଢ଼ାକୁ ଶେଷ ବିଦାୟ ଦେବାକୁ । ପ୍ରବଳ ବଢ଼ିରେ ଭାସି ଯାଉଥିବା ଏକା ଗାଆଁର ଗଛ ଯେମିତି କିଏ କେଉଁଠି ଲାଗିବ ତା’ର ଠିକଣା ନଥାଏ, ସେହିରି କେତେ ଗୁଡ଼ିଏ ଭାଗ୍ୟ ସ୍ରୋତରତୃଣ ଏକାଠି ହୋଇ ବୁଢ଼ାକୁ ବିଦାୟ ଦେବାକୁ ଆସିଛନ୍ତି । ବୁଢ଼ାର ଆଖି ଛଳଛଳ ହୋଇ ଉଠିଲା । ଏଇ ଶ୍ୟାମ ବାରିକ; ତା’ର ବାଲ୍ୟବନ୍ଧୁ ସହଦେବ ବାରିକଙ୍କ ପୁଅ । ରାମ ପଣ୍ଡା - ଯାହାଙ୍କର ପିଣ୍ଡା ପଧାନ ବୁଢ଼ାଙ୍କର ପିଣ୍ଡାକୁ ଲାଗିଛି । ମଦନ ମିଶ୍ର - ଯାହାଙ୍କର ଜମି ପଧାନ ବୁଢ଼ାର ଜମିକୁ ଲାଗିଥିବାରୁ ପାଣି କଟାକଟି ନେଇ ପ୍ରତି ବର୍ଷ କିଛି ନା କିଛି ଝଗଡ଼ା ହେଉଥିଲା । ହରି ସାହୁ ମହାଜନ ଯେ କି କଣ୍ଟ୍ରୋଲ ସମୟରେ ଚଢ଼ା ଦରରେ ଚିନି, କିରାସିନ୍, କପଡ଼ା ବିକି ଓ ଧାନ, ଟଙ୍କା ଋଣ ଦେଇ ବେଶ୍ ଦୁଇ ପଇସା ରଖିଛନ୍ତି । ଆଉ କେତେ ଅଖ୍ୟାତନାମା ବ୍ୟକ୍ତି । ଆଜି ଶେଷ ଦେଖା । ଜୀବନର ସବୁ ଈର୍ଷା, ଦ୍ୱେଷ, ବାଦ, ବିବାଦ, ସ୍ନେହ, ମମତାରଅବସାନ ଯେପରି ମରଣରେ ହୋଇଯାଏ, ସେମିତି ଆଜି ପରସ୍ପରର ଦୋଷ ତ୍ରୁଟି ଭୁଲିଯାଇ ସମସ୍ତଙ୍କଠାରୁ ବିଦାୟ ନେବାକୁ ହେବ । ପଧାନ ବୁଢ଼ା ହାତଯୋଡ଼ି ସମସ୍ତଙ୍କୁ କହିଲା, “ମୋର ଯାହା ଦୋଷ ହୋଇଛି, ମାଫ କରିବ ଭାଇମାନେ । ଗାଁ ଯାକ ସଭିଏଁ ଆଜିଯାଏ କି ସୁନ୍ଦର ଗୋଟିଏ ଗୋଟିଏ କୁଟୁମ୍ବ ପରି ଚଳୁଥିଲେ । ଏଥର ଆଉ କେହି କାହାର ମୁହଁ ଦେଖିବା ମଧ୍ୟ ସପନ ହେବ । ଏଇ ଗାଁ, ଏଇ ମାଆ, ଆଉ କେଉଁଠାକୁ ଗଲେ ପାଇବା?”

ମଦନ ମିଶ୍ରେ କହିଲେ, କେଉଁଠାକୁ ଗଲେ ଏ ସୁନା ପରି ଫସଲ ପାଇବା? କେଉଁଠାକୁ ଗଲେ ଏ ଅମୃତ ପରି ନଦୀ ପାଣି ପାଇବା? ଏଇସାଙ୍ଗ ସାଥି ଏଇ ସାଇ ପଡ଼ିଶା କେଉଁଠାକୁ ଗଲେ ପାଇବା? ଗାଁ ଛାଡ଼ିବା ସଙ୍ଗେ ସମସ୍ତଙ୍କର ଦଇବ ଭି ଛାଡ଼ିଲା । ହରି ସାହୁ କହିଲେ, “କର୍ମରେ ଯାହା ଥିଲା, ଦଇବ ଛାଡ଼ିବାର, ସେଟା ତ ହେଲା । ମାତ୍ର ଗାଁର ସମସ୍ତେ ଏକ ସଙ୍ଗେ ଭଲ-ବିଚାର ହୋଇ ଯେ ଯେଉଁଠାକୁ ଯିବାର ବନ୍ଦୋବସ୍ତ କରିଥିଲେ, କେଡ଼େ ସୁନ୍ଦର ହୋଇଥାନ୍ତା । ବର୍ତ୍ତମାନ ହେଉଛି କ’ଣ ନା ଯେ ବଡ଼ ଲୋକ, ଯାହାକୁ ଦୁଇ ପଦ କଥା ଚିକଣ କହିଆସେ, ସେମାନେ ନିଜ ନିଜର ଗାଡ଼ ଆଗ କରି ଖୋଳିନେଲେ; ନିଜର ସୁବିଧା କଲେ, ଅନ୍ୟର ଦୁଃଖ ସୁଖ ବୁଝିଲେ ନାହିଁ । ଶେଷକୁ ଯେଉଁମାନେ ଗରିବ, ଦୁଃଖୀ ରହିଲେ, ସେମାନଙ୍କର ଆଉ ସାହା ଆଉ କେହି ନାହିଁ । ସେମାନେ କିରି ଯିବେ, କେଉଁଠାକୁ ଯିବେ କିଏ ବୁଝିବ? ଏଇଟା ହେଲା ଅସଲ ଦୁଃଖର କଥା ।” ରାମ ପଣ୍ଡା କହିଲେ, “କ’ଣ କରିବ? ସବୁ କଥା ତ ମଧୁ ମିଶ୍ର ବିଗାଡ଼ି ଦେଲା । ପଟୁଆରି ଆସିଲେ ତାହାରି ଘରେ ଚାହା ପିଇଲେ । ଏଲ.ଏ.ଓ. (ଜମି ଦଖଲ ଅପିସର) ଆସିଲେ ସବୁବେଳେ ତାଙ୍କର ପଛେ ପଛେ ବୁଲିଲା ମଧୁ ମିଶ୍ର । କାହାଠାରୁ ଦୁଇ ପଇସା ନେଇ ଏକୁଆର୍ ଜମିର କିସମ୍ ବଢ଼ାଇଲା, କାହାର ଭଲ ଜମିକୁ ପଟୁଆରିକୁ କହି ଅସାର ଲେଖାଇଲା, କାହାର ଜମିର ଗଛ ସଂଖ୍ୟା ବେଶି ବଢ଼ାଇ କରି ଲେଖାଇଲା । କାହାର ଟଙ୍କା, ଏହିରି କେତେ ଟଙ୍କା ରୋଜଗାର କରିଛି ସେ, କେତେ ଦକ୍ଷିଣା ଦିଆଇଛି, ତା’ର ହିସାବ ନାହିଁ । ଆଉ ଏଇ ଗାଁ ଛାଡ଼ିଲା ବେଳକୁ ଗାଁକୁ ଫଟାଇବାକୁ ବାହାରିଲା ପହିଲୁ ସେହି ମଧୁ ମିଶ୍ର । କା’ର ପାଇଁ ଟ୍ରକ୍ ମଞ୍ଜୁର କରିବାକୁ କହି, କାହାକୁ ବା ଅନ୍ୟ ଜାଗାରେ ଜମି ମିଳୁଛି ବୋଲି ଦଲିଲ୍ କରି ସେ ଗାଁର ବଡ଼ଲୋକମାନଙ୍କୁ ଗାଁରୁ ପହିଲୁ ବାହାର କରାଇଛି । ମୁଁ ନିଜେ ବ୍ରାହ୍ମଣ ହେଲେ କ’ଣ ହେଲା, ଯେଉଁ ମହାତ୍ମା କହିଛି, “କ୍ଷେତ ନଶାଏ ଶମନା, ଗାଁ ନଶାଏ ବାହ୍ମନା” ସେ ମିଛ କହିନାହିଁ ।” ପଧାନବୁଢ଼ା କହିଲେ, “ମଧୁ ମିଶ୍ରକୁ ଦୋଷ ଦେଲେ କ’ଣ ହେବ? ସବୁ କଥା କର୍ମର ଦୋଷ । ଗାଁ ତ ଯେପରି ହେଉ ବୁଡ଼ିଯିବ । ଆଜି ନ ହେଲେ କାଲି ଏ ବର୍ଷ ବର୍ଷା ଆଗରୁ ତ ଯେମିତି ହେଲେ ଗାଁ ଛାଡ଼ି ଯିବାକୁ ପଡ଼ିବ । ମଧୁ ମିଶ୍ର ଆମକୁ ବାଟ ଦେଖାଇଲା ଭଲ କଲା । ମାତ୍ର ସେ ଏକା ଯାହା ନିଜର ବାଟ କାଟିଲା, ସେଇଟା ଖରାପ କଲା । ସମସ୍ତଙ୍କୁ ପଚରା ପଚରି ହୋଇ କାମଟା କରିଥିଲେ କିଏ ମନା କରୁଥିଲା । ସମସ୍ତଙ୍କୁ ତ ଗାଁ ଛାଡ଼ି ଯିବାକୁ ହେବ ।” “କିଏ ନାହିଁ କରୁଛି?” ରାମପଣ୍ଡା କହିଲେ, “କିନ୍ତୁ ଏ ଜ୍ୟେଷ୍ଠ ମାସର ଝାଉଁଖରାରେ ଚଢ଼େଇ ଚିରଗୁଣି ମଧ୍ୟ ଘରୁ ବାହାରୁ ନାହାନ୍ତି । ଆଉ ସରକାର କହୁଛି, ‘ଚାରିଦିନ ଭିତରେ ଘର ଖାଲି କର, ଗାଁ ଛାଡ଼ି ବାହାରି ଯାଅ ।’ ବିଚାର କର ତୁମର ନିଜର କଥା । ଆଜି ଦିନ ଦୁଇ ପହରେ - ତୁମେ ବୁଢ଼ା ପ୍ରାଣୀ - ତୁମର ବା ଆଇଷ କେତେ? - ମଝି ଦୁଇ ପହର ଖରାରେ ଖୋଲା ଟ୍ରକ୍ରେ ଯିବ? କେତେ ଦୂର ଯାଇ ପାରିବ? ଭଗବାନ ନ କରନ୍ତୁ, ବାଟରେ ଯଦି ତୁମକୁ ଝାଉ ମାରିନିଏ ସେଠାରେ ସେତେବେଳର ଅବସ୍ଥା ସମ୍ଭାଳିବାକୁ କିଏ ଅଛି? ଚନ୍ଦ୍ରମଣି ଏକଲା ଲୋକ, ଯେତେ ହୁସିଆର ହେଲେ ସୁଦ୍ଧା ସେ ସମ୍ଭାଳି ପାରିବ ତ? କ’ଣ କହୁଛ ଶ୍ୟାମ? କ’ଣ କହୁଛ ମଦନ ମିଶ୍ରେ?” ପଧାନ ବୁଢ଼ା : - “ଯେ ଯାହା କହିଲେ ଆଉ କ’ଣ ହେବ? ସବୁ ଭଗବାନ ମାଲିକ । ତା’ର ଇଚ୍ଛା ନ ହେଲେ ପତର ବି ହଲିବ ନାହିଁ । ତା’ର ଇଚ୍ଛା ହେଲେ ପର୍ବତ ବି ଧୂଳି ହୋଇଯିବ । ତା’ର ଇଚ୍ଛା ଏଇଆ ।ଏଇ ଗାଆଁରେ ଆମର ଯେତେଦିନ ଦାନା ଥିଲା, ସେତେଦିନ ଭଗବାନ ଆମକୁ ଏଠାରେ ରଖିଥିଲା । ଆଜିଠାରୁ ଏଠାରେ ଦାନା ସରିଗଲା । ଆଜିର ଦୁଇ ପହର ଖରାରେ ଏଠାରୁ ବାହାରି ଯିବାର ଯୋଗ ଅଛି । ଆଉ ଘଡ଼ିଏ ମଧ୍ୟ ତୁମେ କ’ଣ ଆମକୁ ଅଟକାଇ ରଖି ପାରିବ?” କିଛି ସମୟ ଅପେକ୍ଷା କଲା ପରେ ସରକାରୀ ଟ୍ରକ୍ ଆସିଲା । ପଞ୍ଜାବୀ ଡ୍ରାଇଭର, ଜଣେ ପୋଲିସ୍ କନଷ୍ଟେବଲ ଓ କ୍ଳିନର୍ ସଙ୍ଗେ ପହଞ୍ôଚଲା ଚନ୍ଦ୍ରମଣି । ଉପସ୍ଥିତ ସାଇ ପଡ଼ିଶାମାନେ ଟ୍ରକ୍ରେ ଜିନିଷପତ୍ର ଲଦାଲଦିରେ ସାହାଯ୍ୟ କରିବାକୁ ଲାଗିଗଲେ । ଟ୍ରକ୍ ଗାଁ ଛାଡ଼ିବାକୁ ପ୍ରାୟ ଦୁଇ ପହର । ପୁରା, ବସ୍ତା, ଖଟ, ବାସନ କୁସନ, ବାକ୍ସ ପେଡ଼ିରେ ଭରା ଟ୍ରକ୍ ଉପରେ ପଧାନ ବୁଢ଼ା, ଚନ୍ଦ୍ରମଣି, ଚନ୍ଦ୍ରମଣିର ସ୍ତ୍ରୀ ଉଷା ଓ ଛୋଟପିଲା ଗୋବିନ୍ଦ । ଉପରୁ ପ୍ରଚଣ୍ଡ ଖରା । ତଳେ ଭୂଇଁ ପ୍ରବଳ ଭାବରେ ତାତି ଯାଉଛି । ସମସ୍ତଙ୍କ ଆଖିରୁ ଲୁହ ଶ୍ରାବଣର ଧାରା ପରି ଗଡ଼ି ଯାଉଛି । ଗୋବିନ୍ଦ ଏ ସବୁର ଅର୍ଥ ବୁଝି ନ ପାରି ପ୍ରବଳ ଚିକ୍ରାର କରୁଛି । ଟ୍ରକ୍ ଚାଲିଲା ଓ ତା’ ସାଙ୍ଗରେ ଏ ଗାଁରୁ ପୋଛି ହୋଇଗଲା ଗୋଟିଏ ପୁରାତନ କୁଟୁମ୍ବର ଚିହ୍ନ । ‘ଦଇବ ଦଉଡ଼ି ମଣିଷ ଗାଈ, ଯେଣିକି ଓଟାରେ ତେଣିକି ଯାଇ ।’ କେଉଁ ଏକ ଅଜ୍ଞାତ ଦେବତା ଆଜି ପଧାନ ବୁଢ଼ା, ତା’ର ପୁଅ ବୋହୂ ଓ ନାତିର ବେକରେ ଦଉଡ଼ି ଦେଇ ଭିଡ଼ି ନେଉଛି କେଉଁ ଦୂର ଦେଶକୁ - ପଧାନ ବୁଢ଼ା ଭାବୁଥାଏ ସେହି କଥା । ସୁଦୂର କୁମାରବନ୍ଧ ଗାଁ । ଯେଉଁଠି ସେ ରାତିକରୁ ଅଧିକ କେବେ ରହି ନାହିଁ । ବୁଢ଼ା ଗାଁ ଛାଡ଼ି ଅନ୍ୟ କେଉଁଠି କେବେ ପ୍ରାୟ ଦିନକରୁ ଅଧିକ ରହେ ନାହିଁ । ଯେଉଁଠି ଥିଲେ ବି ଘରକୁ ଫେରି ଆସିବାକୁ ତା’ର ମନ ସବୁବେଳେ ଘାଣ୍ଟି ହେଉଥାଏ । ଆଜି ଘରକୁ ଫେରିବାକୁ ବାଟ ବନ୍ଦ । ଟ୍ରକ୍ର ଚକ ଗଡ଼ି ଚାଲିଛି । ଗାଡ଼ି ଚାଲିଛି ଜୋର୍ରେ । ଉପରୁ ତ୍ରିଣ୍ଡ ଖରାର ଦାଉ, ବୁଢ଼ାର ଅଭିଶପ୍ତ ଜୀବନରେ କଟା ଘା’ରେ ଲୁଣ ଦେଲା ପରି ତୀବ୍ର ଜ୍ୱାଳାରେ ଅସ୍ଥିର କରି ପକାଉଛି । ଟ୍ରକ୍ ଥରକୁ ଥର ଡେଇଁ ଚାଲୁଥିବାରୁ ସ୍ଥିର ହୋଇ ଗୋଟିଏ ସ୍ଥାନରେ ବସି ରହିବାର ଉପାୟ ନାହିଁ । ପଞ୍ଜରା ହାଡ଼ ଝୁଣି ହେଲା ପରି ଆଶ୍ୱସ୍ତି ବୋଧ ହେଉଥାଏ ପଧାନ ବୁଢ଼ାକୁ । ନାତି ପିଲାଟି ଅସ୍ଥିର ହୋଇ ଚିକ୍ରାର କରୁଛି । “କାନ୍ଦିଲେ ପୋଲିସ୍ ଧରି ନେଇଯିବ” ବୋଲି ତା’ର ମାଆ ପିଲାକୁ ଡରାଉଛି । ବୁଢ଼ା ମୁଣ୍ଡରୁ ମଇଳା ଓଦା ଗାମୁଛାଟି କାଢ଼ି ନାତି ମୁଣ୍ଡରେ ଦେଲା, ଖରା ଦାଉରୁ, ଗରମ ପବନରୁ ତାକୁ ରକ୍ଷା କରି ଟିକିଏ ଆଶ୍ୱସ୍ତି ଦେବାକୁ । ଟ୍ରକ୍ରେ ଜିନିଷ ଲଦିଲାବେଳେ ପୁରା କେତୋଟି ଖୋଲିଯାଇଧାନଗୁଡ଼ିକ ଏଆଡ଼େ ସେଆଡ଼େ ବିଞ୍ôଛ ହୋଇ ପଡ଼ିଛି ଟ୍ରକ୍ ସାରା, ଓଳିଆଗୁଡ଼ିକଟ୍ରକ୍ରୁ ଓହ୍ଲାଇଲାବେଳେ ପୁଣି ଥରେ ନ ବାନ୍ଧିଲେ କୁଆଡ଼େ ନେଇହେବ ନାହିଁ । ଅନ୍ତତଃ ଚାରିଖଣ୍ଡି ହେବ ।(ଖଣ୍ଡି- ୨୦ ତାମ୍ବି ଧାନରେ ଏକ ଖଣ୍ଡି । ଏକ ତାମ୍ବି ପ୍ରାୟ ଏକ ସେର) ଧାନ ଟ୍ରକ୍ ଉପରେ ବୁଣି ହୋଇ ପଡ଼ିଛି । ଝିଅ ଘରେ ପହୁଞ୍ôଚଲେ ସବୁ ସାଇତି ରଖି ପୁଣି ବାନ୍ଧିବାକୁ ହେବ ଓଳିଆ ।ବୁଢ଼ାର ହିସାବୀ ମନ ଏଇ ସବୁ କଥା ହିସାବ କରୁଥାଏ । କେତେବେଳେ ସେ ଭାବେ ତା’ର ଝିଅର କଥା । ଝିଅ ଗୁରୁବାରୀ ହୁଏତ ବାପା ଓ ଭାଇ, ବୋହୂ ଓ ପୁତୁରାର ବାଟ ଚାହିଁ ବସିଥିବ । ଜୁଆଇଁ ତପସ୍ୱିନୀ ମଦନ ହୁଏତ ପ୍ରଚଣ୍ଡ ଖରାରେ ଗାଁ ମୁଣ୍ଡକୁ ପାଛୋଟି ଆସିଥିବେ । ଦୀର୍ଘ ପନ୍ଦର ବର୍ଷ ପରେ ବୁଢ଼ା ଯାଉଛି ଝିଅ ଘରକୁ । କିନ୍ତୁ ଏଥର ଦିନକ ପାଇଁ ନୁହେଁ, ସବୁଦିନ ପାଇଁ । କୁଣିଆ ହିସାବରେ ନୁହେଁ, ଆଶ୍ରିତ ହିସାବରେ । ଯେଉଁ ଝିଅକୁ କନ୍ୟା ଦାନ ଦେଇସାରିଲା ପରେ ତା’ ଘରେ ପାଣି ସୁଦ୍ଧା ଛୁଇଁବା କଳଙ୍କର କଥା, ଆଜି ଅବସ୍ଥାଚକ୍ରରେ ପଡ଼ି ବୁଢ଼ା ଯାଉଛି ସେହି ଝିଅଘରେ ଆଶ୍ରା ନେବାକୁ । ନିଜକୁ ଧିକ୍କାର କରେ ପଧାନ ବୁଢ଼ା । ମନଟା ତା’ର ଗ୍ଳାନିରେ ଭରିଯାଏ । ଖରାର ପ୍ରଚଣ୍ଡ ତାପରେ ଟ୍ରକ୍ଟି ଛୁଟି ଚାଲିଛି ପାଗଳ ପରି

ଦୁଇ ପହରର ଉତ୍ତପ୍ତ ପବନ ଯେପରି ଟ୍ରକ୍ରେ ଥିବା ସମସ୍ତ ଆରୋହୀଙ୍କୁ ଏକ ନିଆଁ ସ୍ରୋତରେ ପ୍ଳାବିତ କରି ଦେବାକୁ ଚାହେଁ । ପିଲାଟି ରଡ଼ି କରି ଅସ୍ଥିର ହେଲା ପରେ ‘ଶୋଷ’ ବୋଲି କ୍ଷୀଣ ସ୍ୱରରେ ଅଳି କରୁଛି । ଆଉ ତା’ର ମା’ ବାପ କହୁଛନ୍ତି କୌଣସି ଗାଆଁ ପାଖକୁ ଆସିଲେ ପାଣି ପିଇବା ପାଇଁ ଗାଡ଼ି ଅଟକେଇବା । ଜୁଆଇଁ ଘରେ ଆଶ୍ରୟ ନେବା କଥା ଭାବୁଥାଏ ପଧାନବୁଢ଼ା । ଏହା ଆଗରୁ ସେ ମରି ନ ଗଲା କାହିଁକି? ଯଦି ସେମାନେ ଝିଅ ଜୁଆଇଁ ଘରେ ବେଶି ଦିନ ରହିଯା’ନ୍ତି, ଯଦି ଝିଅ ଜୁଆଇଁ ଅନାଦର କରନ୍ତି, ଜୁଆଇଁର ପାଖ ପଡ଼ିଶା ଘର ଯଦି ତାହାକୁ କିଛି ଦୁଇପଦ ଶୁଣାନ୍ତି, ତେବେ ସେ ଲଜ୍ଜାରୁ ମରଣ ଭଲ । କିନ୍ତୁ ବେଶି ସମୟ ଭାବି ପାରେ ନାହିଁ ବୁଢ଼ା ସେ କଥା । ତାହାରି ରକ୍ତରେ ଗଢ଼ା ତ ଝିଅଟି ତା’ର! ପର ଘରକୁ ଗଲେ ସୁଦ୍ଧା ସେ କି କେବେ ତା’ ବାପକୁ ଅନାଦର କରିବ? ହଠାତ୍ ଏକ ଜଙ୍ଗଲ ମଝିରେ ଟ୍ରକ୍ଟି ଅଟକି ଗଲା । ଟ୍ରକ୍ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ପଚାରିଲା, “ଯେଉଁ ଗାଁକୁ ଯିବ ତାହା ଆଉ କେତେ ଦୂର ଅଛି?” ଚନ୍ଦ୍ରମଣି କହିଲା, “ଆଉ ଦୁଇ କୋଶ ।” ଟ୍ରକ୍ ଡ୍ରାଇଭର ପଚାରିଲା, “ଆହୁରି ଦୁଇକୋଶ ଅଛି? କି ଆଶ୍ଚର୍ଯ୍ୟର କଥା । ବଘରାରୁ ଚାରି କୋଶକୁ ଦଶ ମାଇଲ୍ ହିସାବ କରି ଏ ପର୍ଯ୍ୟନ୍ତ ସେହି ଅନୁସାରେ ମୋତେ ପେଟ୍ରୋଲ୍ ଦିଆଯାଇଛି । ତୁମର ଗାଁରୁ ଛାଡ଼ି ଦଶ ମାଇଲ୍ ଆସିଲାଣି । ଆହୁରି ଯଦି ଦୁଇ ମାଇଲ ଚାଲେ ତେବେ ସମ୍ବଲପୁର ଫେରିବାକୁ ଆଉ ପେଟ୍ରୋଲ ଦରକାର ପଡ଼ିବ । କି ଆଶ୍ଚର୍ଯ୍ୟ ଲୋକ ତୁମେମାନେ । ମୁଁ ଏଠାରୁ ତୁମକୁ ଆଉ ଏକ ଇଞ୍ଚ ସୁଦ୍ଧା ଆଗକୁ ନେଇପାରିବି ନାହିଁ ।” ପଧାନ ବୁଢ଼ା ଓ ଚନ୍ଦ୍ରର ଚେତା ହଜିଗଲା । ଅଗନାଗ୍ନି ବନସ୍ତର ଦୁଇ ପ୍ରହର ସମୟ । ଚଢ଼େଇ ଚିରଗୁଣିର ଶବ୍ଦ ସୁଦ୍ଧା ଶୁଣା ଯାଉନାହିଁ । ଏ ଖରାରେ ପିଇବା ପାଇଁ ବା ବାଟରେ ରାନ୍ଧି ଖାଇବା ପାଇଁ ପାଖ ଅନ୍ତରରେ ପାଣି ମୁନ୍ଦାଏ ସୁଦ୍ଧା ମିଳିବାର ଆଶା ନାହିଁ । ଅଥଚ ଡ୍ରାଇଭର୍ କହୁଛି ‘ଉତର୍ ଯାଓ ।’ ଗାଁରୁ ବାହାର ହେଲା ସମୟରେ କହୁଥିଲେ “ଜଲ୍ଦି ଚାଲିଯାଅ ଏଠୁ ।” ଏଠି କହୁଛନ୍ତି “ଉତର ଯାଓ ।” ଶୋଷରେ ତଣ୍ଟି ଶୁଖି ଯାଉଛି । ଖରାରେ ସମସ୍ତଙ୍କୁ ଝାଉ ମାରି ନେବାର ଅବସ୍ଥାରେ ପହଞ୍ôଚଲାଣି । ଗରମରେ ତାତି ଯାଇ ମୁଣ୍ଡରେ ଆଉ

କିଛି ବୁଦ୍ଧି ନାହିଁ । ଗରମ ପବନରେ ଆଖିମାନ ଜଳିଯାଉଛି । ତୁଣ୍ଡରୁ ଆଉଭାଷା ବାହାରୁ ନାହିଁ । “କ’ଣ କରିବା?” ଚନ୍ଦ୍ର ପଚାରିଲା ବାପକୁ । “ଏ ମଝି ଜଙ୍ଗଲରେ ପିଲାଛୁଆ ଧରି କିମିତି ରହିବା । ପାଖରେ ଗାଁ ଗଣ୍ଡା ନାହିଁ । ସେଆଡ଼େ କୁମାରବନ୍ଧରେ ଗୁରୁବାରୀ ବାଟ ଚାହିଁ ବସିଥିବ ।” ପକେଟରୁ ଦଶଟି ଟଙ୍କା ବାହାର କରି ପାଞ୍ଚଟି ଟଙ୍କା ଟ୍ରକ୍ ଡ୍ରାଇଭର୍ ଆଗରେ ଓ ପାଞ୍ଚଟି ଟଙ୍କା ପୋଲିସ୍ କନ୍ଷ୍ଟେବଲ୍ ଆଗରେ ଥୋଇଦେଇ, ସେମାନଙ୍କର ଆଗରେ ଗୋଡ଼ତଳେ ଲମ୍ବ ହୋଇ ପଡ଼ିଗଲା ଚନ୍ଦ୍ରମଣି । ସମ୍ବଲପୁର ସହରକୁ ବାରମ୍ବାର ଯିବା ଆସିବା କରୁଥିବାରୁ ଏ ମନ୍ତ୍ରର ଫଳ ଚନ୍ଦ୍ରକୁ ଜଣାଥିଲା । କିନ୍ତୁ ସେଥିରେ ଡ୍ରାଇଭର୍ର ମନ ତରଳିଲା ନାହିଁ । ସେ କହିଲା, “ଟଙ୍କା ନେଲେ ମୁଁ କ’ଣ କରିବି? ଏ ଜଙ୍ଗଲରେ ତ ଆଉ ଅଧିକା ପେଟ୍ରୋଲ୍ ମିଳିବ ନାହିଁ । ବାଟରେ ପେଟ୍ରୋଲ ଶେଷ ହୋଇଗଲେ ମୁଁ ତୁମ ପାଇଁ ରାସ୍ତାରେ ଅଟକି ରହିଥିବି କି? ତୁମ ଗାଁଠାରୁଏଠାକୁ ଦଶମାଇଲ ପୂରା ହୋଇଗଲା । ଜିନିଷପତ୍ର ଓହ୍ଲାଇନିଅ ଏହିଠାରେ ।” ମଫସଲି କୋଶ ହିସାବରେ ବାଟଚଲା ରାସ୍ତାୋର ନିଜ ଗାଁରୁ ଭଉଣୀର ଗାଁ କୁମାରବନ୍ଧକୁ ଚାରି କୋଶ ବୋଲି ଚନ୍ଦ୍ର ଜାଣିଥିଲା ଏବଂସେହି ଅନୁସାରେ ସମ୍ଭଲପୁର ସରକାରୀ ଅଫିସ୍ରେ ଟ୍ରକ୍ ମଞ୍ଜୁରି ବେଳେ ହିସାବ ଦେଇଥିଲା । କିନ୍ତୁ ମୋଟର ରାସ୍ତା ବୁଲାଣିଆ । ମୋଟର ରାସ୍ତାରେ ସେ ଆସିଛି ନିଜ ଗାଁରୁ ପ୍ରାୟ ଅଧେ ରାସ୍ତା । ଏଠାରେ ଓହ୍ଲାଇଗଲେ ବାକି ଅଧେ ରାସ୍ତା କିରି ନିଜ କୁଟୁମ୍ବକୁ ଓ ଏତେଗୁଡ଼ିଏ ଜିନିଷପତ୍ର ନେବ, ସେଟା ଭାବିଲାବେଳକୁ ଚନ୍ଦ୍ରର ମୁଣ୍ଡରେ ଗୋଟିଏ ପର୍ବତର ବୋଝ ମାଡ଼ି ବସିଲା ପରି ଲାଗୁଥାଏ । କିନ୍ତୁ ନିରୁାୟ । ଡ୍ରାଇଭର୍ର ଏକା ଜିଦ୍ । ଏଇଠାରେ ହିଁ ଦଶମାଇଲ୍ ଶେଷ । ଏଇଠାରେ ହିଁ ଓହ୍ଲାଇବାକୁ ପଡ଼ିବ । ଟ୍ରକ୍ବାଲାର ଧୈର୍ଯ୍ୟଚ୍ୟୁତି ଘଟି ସାରିଥିଲା । ସମସ୍ତଙ୍କୁ ନିରୁତ୍ତର ଦେଖି, ସେ ଖୁବ୍ ରାଗିଯାଇ, ରାସ୍ତା କଡ଼ରେ ଥିବା ଗୋଟିଏ ମହୁଲ ଗଛ ତଳେ ପଧାନ ବୁଢ଼ା ଓ ତା’ର ବୋହୂ ଓ ନାତିକୁ ଓହ୍ଲାଇ ଦେଇ ଟ୍ରକ୍ରୁ ସବୁ ଜିନିଷ ଗଡ଼ାଇଦେଲା । ଗଡ଼ାଇ ଦେବା ଫଳରେ ଅନକ ଓଳିଆରୁ ଧାନ ଏଆଡ଼େ ସେଆଡ଼େ ବିଞ୍ôଚ ହୋଇ ପଡ଼ିଲା । ଟ୍ରକ୍ରେ ରହିଗଲା ପ୍ରାୟ ଚାରି ଖଣ୍ଡି ଧାନ । ପଧାନ ବୁଢ଼ା ଓ ଚନ୍ଦ୍ରର କାତର ମିନତିକୁ ଉପେକ୍ଷା କରି ମଝି ଜଙ୍ଗଲରେ ସେମାନଙ୍କୁ ପକାଇଦେଇ ଟ୍ରକ୍ ଫେରିଗଲା ସମ୍ବଲପୁର ଆଡ଼େ । ପିଲାଟି ପୁଣି ପାଟି କଲା, “ପାଣି, ପାଣି । ମଟର ଅଟକିଲେ ପାଣି ଦେବି ବୋଲି ତ କହୁଥିଲ, ପାଣି କାହିଁ? ଚନ୍ଦ୍ର ଚାରିଆଡ଼େ ଅନାଇଲା । କାହିଁ ଗାଁ ଗଣ୍ଡା ବା ପାଣି ମିଳିବାର ଆଶା ନାହିଁ । ସେ ଶୂନ୍ୟ ଦୃଷ୍ଟିରେଆକାଶକୁ ଚାହିଁ ରହିଲା । ଆକାଶରେ ମେଘ ସୁଦ୍ଧା ନଥିଲା । ଭଗବାନ ସୁଦ୍ଧା ସେତେବେଳେ ସେଠି ବୋଧହୁଏ ନଥିଲେ ।


Rate this content
Log in

Similar oriya story from Classics