Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସେ ଦୁଇ ଜଣ
ସେ ଦୁଇ ଜଣ
★★★★★

© Paramita Sarangi

Others Romance

2 Minutes   7.1K    19


Content Ranking

ରାତିଟା ବାଡ଼ି କବାଟ ଖୋଲି ଧିରେଧିରେ ପଳାୟନ କରୁଥିଲା। କୌଣସି ପ୍ରକାର ପାଦଶବ୍ଦକୁ ଲୁଚାଇ ଲୁଚାଇ ଚାଲୁଥିଲେ ସେମାନେ।

ଛାତ ଉପରେ ପହଞ୍ଚି ଗଲେ ସେ ଦୁଇ ଜଣ।

"ମୁଁ ତୁମ ପାଇଁ ଚନ୍ଦ୍ରଟିକୁ ଆଣି ଦେବି । ଆଉ ତୁମେ ତାକୁ ତୁମ ତକିଆର ତଳେ ଲୁଚେଇ ଦେଇ ରଖି ଦେବ।"

"ତା ପରେ ତୁମେ କ'ଣ କରିବ?"

" ମୁଁ ରାତି ସାରା ଖାଲି ଆକାଶକୁ ଚାହିଁ ଚାହିଁ ଚନ୍ଦ୍ରଟିର ଚିହ୍ନକୁ ଖୋଜୁଥିବି।"

"ତୁମେ ତ ବଡ଼ ଦାର୍ଶନିକ ପରି କଥା କହୁଛ"।

"ହଁ" , ଗୋଟେ ଶୁଖିଲା ହସ ହସିଲା ବିକାଶ। ପୁଣି ପଚାରିଲା,"କାଲି କେତେ ବେଳେ ଘରୁ ବାହାରିବ?"

ପ୍ରଶ୍ନଟି ପଚାରିଲା ବେଳେ ତା ଶରୀର ଭିତରେ ଥିବା କେଉଁ ଏକ କୋଠରୀଟି ଅନ୍ଧକାରରେ ଭରିଗଲା।

ଏଇ ଛାତ ଉପରେ କିଛି ଚୁମ୍ବକୀୟ ଶକ୍ତି ଥିଲା ବୋଧେ , ଯେତେବେଳେ ବି ସମୟ ମିଳେ ଦୁଇ ଜଣ ଏଠାକୁ ଟାଣି ହୋଇ ଆସିଥାନ୍ତି। କିନ୍ତୁ କାଲି ଠାରୁ....

ଦୁଇ ଜଣ ବସି ଥିଲେ , କାନ୍ଥକୁ ଆଉଜି।

"ସବୁ ବେଳେ ଆମକୁ ଏଇ କାନ୍ଥର ଆଶ୍ରୟ କାହିଁକି ନେବାକୁ ପଡେ?ଏଇ ଖୋଲା ରାସ୍ତାଟା କାହିଁକି ଆଶ୍ରୟ ଦେଇ ପାରେନା?"

ବିକାଶକୁ ଲାଗୁଥିଲା ସେ ଖାଲି ମନ, ଖାଲି ହୃଦୟ, ଖାଲି ହାତରେ ଗୋଟେ ଫାଙ୍କା ରାସ୍ତାରେ ଅଧରାତିରେ ଏକୁଟିଆ ଠିଆ ହୋଇଛି।

କାଲି ଲୋପା ଦିଲ୍ଲୀ ଚାଲି ଯିବ। ତା ପରେ.….

କହିବାକୁ ଚାହୁଁ ଥିଲା ବିକାଶ,"ଲୋପା ସମୟଟା ଯେମିତି ବି ହେଉ ଗୋଟେ କାନ୍ଥର ଆଶ୍ରୟ ନେବାକୁ ପଡେ । ନିଜକୁ ଲୁଚାଇବାକୁ  ହେଉ କି ନିଜ ଭାରକୁ ଲଦି ଦେବା କୁ ହେଉ।" ହେଲେ କହି ପାରି ନ ଥିଲା।

ଲୋପା ଭାବୁ ଥିଲା ସେ ଦିଲ୍ଲୀ ଗଲା ପରେ ବିକାଶ ଏକୁଟିଆ କିପରି ରହିବ?

"ଆଜି ଆକାଶଟା କେତେ ଖୋଲା ଲାଗୁଛି ନା!"

"ସତରେ କ'ଣ ଆକାଶଟା ଖୋଲା...ନା.....ମ ... ଏଇଟା ଗୋଟେ ପହରା ଦେଉଥିବା କଳା ଚାଦର। " କହୁ କହୁ ଚୁପ୍ ହେଇଗଲା ବିକାଶ।

ସେ ଦୁଇ ଜଣ ନିଜ ନିଜ ଖାଲି ପଣ ଭିତରେ ପହଁରି ଚାଲୁଥିଲେ।

"ଚାଲ ଯିବା। ପାହାନ୍ତିଆ ପୂର୍ବରୁ ତୁମକୁ ଘରେ ଛାଡ଼ିଦେଇ ମୋତେ ପୁଣି ପୂର୍ବବତ୍ ଚୁପଚାପ୍ ଫେରି ଆସିବାକୁ ପଡିବ।" ବିକାଶ ଲୋପାର ହାତ ଉପରେ ନିଜ ହାତ ରଖିଲା।

ଦୁଇ ଜଣ ଉଠି ଆସିଲେ। ଛାତଟା ଭାବୁ ଥିଲା ଆକାଶଟା ଏବେ ବେଶି ଖାଲି କି ସେ।

ଚାରୋଟି ପାଦ ଆଗକୁ ଆଗକୁ ବଢୁଥିଲି। ସେମାନଙ୍କର ଦୁଇଟି ହାତ ବନ୍ଧା ଥିଲା ତ ଆର ଦୁଇଟି ଖୋଲା। ଧିରେ ଧିରେ ସେମାନଙ୍କ ପାଦ ତଳର ସଡ଼କଟା ଚାଲୁ ଥିଲା ଓ ମୁଣ୍ଡ ଉପରେ ଆକାଶଟା ବିତି ଯାଉଥିଲା।

ପାରମିତା ଷଡ଼ଙ୍ଗୀ

ରାତି ଛାତ ଆକାଶ

Rate the content


Originality
Flow
Language
Cover design

Comments

Post

Some text some message..