Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasant Kumar Senapati

Others

3  

Prasant Kumar Senapati

Others

ଅନୁଚିନ୍ତା

ଅନୁଚିନ୍ତା

3 mins
13.9K


ଆଜିର ଅନୁଚିନ୍ତା-:

 

ବନାରସରେ ଜଣେ ଧନୀ ଜମିଦାର ରହୁଥିଲେ । ସେ ଭଗବାନ ବିଷ୍ଣୁଙ୍କ ପ୍ରିୟ ଭକ୍ତ ଥିଲେ । ସେ ସର୍ବଦା ସତ୍ୟ ପଥରେ ଚାଲନ୍ତି । ଦିନେ ଭଗବାନ ବିଷ୍ଣୁ ତାଙ୍କର ପ୍ରସଂସା କରୁଥିବା ସମୟରେ ମା ଲକ୍ଷ୍ମୀ କହିଲେ ମୁଁ ସେ ଜମିଦାରର ପରିକ୍ଷ୍ୟା ନେବାକୁ ଚାହେଁ, ସେ ଆପଣଙ୍କର କେତେ ପ୍ରିୟ ଭକ୍ତ ? ଭଗବାନ ବିଷ୍ଣୁ କହିଲେ ହେ ଦେବୀ ଜମିଦାର ଏବେ ନିଦ୍ରାରତ ଅଛି, ଆପଣ ଯଥାଶିଘ୍ର ଯାଇ ତାର ପରିକ୍ଷ୍ୟା କରି ନିଅନ୍ତୁ ।

 

ମା ଲକ୍ଷ୍ମୀ ଜମିଦାରର ସ୍ବପ୍ନରେ ଆସି ପଚାରିଲେ ମୋତେ ଚିହ୍ନି ପାରୁଛ ? ଜମିଦାର କହିଲା ହେ ଦେବୀ ମୁଁ ଆପଣଙ୍କୁ ଜାଣି ପାରୁନି । ମା କହିଲେ ମୁଁ ସଂସାରର ଧନ ଦେବୀ ମହାଲକ୍ଷ୍ମୀ । ଜମିଦାର ମାଙ୍କୁ ପ୍ରଣାମ କଲା । ମା କହିଲେ ତୁମେ ତ ଜାଣିଛ ମୋ ସ୍ବଭାବ ଚଳ ଚଞ୍ଚଳ । ମୁଁ ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହି ପାରେନାହିଁ । ମୁଁ ତୁମ ପାଖରେ ବହୁତ ଦିନ ହେଲା ରହି ଆସୁଛି । କିନ୍ତୁ ମୋତେ ଏଠାରେ ଆଉ ଭଲ ଲାଗୁନାହିଁ । ତେଣୁ ମୁଁ ଅନ୍ୟତ୍ର ଯିବାକୁ ଚାହୁଁଛି । ଜମିଦାର କହିଲେ ମା, ମୁଁ ଚାହେଁ ଆପଣ ମୋ ପାଖରେ ରୁହନ୍ତୁ । କିନ୍ତୁ ଆପଣ ଯଦି ଯିବାକୁ ଚାହିଁବେ ମୁଁ ଅବା ଆପଣଙ୍କୁ ମାତା କିପରି ଅଟକାଇ ପାରିବି । ତେବେ ଆପଣଙ୍କ ଇଛା । ମା ଲକ୍ଷ୍ମି କହିଲେ ମୁଁ ଯାଉଛି ଜମିଦାର । ଜମିଦାର ମାଙ୍କୁ ପ୍ରଣାମ କରି ବିଦାୟ ଦେଲା । 

 

କିଛି ସମୟ ଅନ୍ତରାଳେ ମା ଯଶ ଓ ଗୌରବର ରୁପ ଧରି ଜମିଦାରର ସ୍ବପ୍ନରେ ଆସିଲେ । ଯଶ ଗୌରବ ଜମିଦାରକୁ କହିଲେ ଆମେ ତୁମ ଯଶ କିର୍ତ୍ତୀର ପ୍ରତିକ । ମା ଲକ୍ଷ୍ମି ଏଠାରୁ ଚାଲିଯିବା ପରେ ଆମେ ବି ରହିବାକୁ ଚାହୁଁନାହୁଁ । ଜମିଦାର ବି ସମାନ ଊତ୍ତର ଦେଇ କହିଲେ ମୁଁ ଚାହେଁ ଆପଣ ଏଠାରେ ରୁହନ୍ତୁ । କିନ୍ତୁ ଯାହା ଆପଣଙ୍କର ଇଛା । ଯଶ ଓ ଗୌରବ ବି ଚାଲିଗଲେ, ଜମିଦାର ସେମାନଙ୍କୁ ବି ଖୁସିରେ ଖୁସିରେ ବିଦାୟ ଦେଲା । 

ଜମିଦାର ସ୍ବପ୍ନ ଦେଖୁଥାନ୍ତି । ସେ ଏବେ ସମ୍ପୁର୍ଣ୍ଣ ଗରିବ । ତାଙ୍କ ପାଖରେ ଖାଇବାକୁ ଗଣ୍ଡାଏ ବି ନାହିଁ । ପୁର୍ବରୁ ସମ୍ମାନ ଦେଉଥିବା ଲୋକମାନେ ଘୃଣାରେ ନାକ ଟେକୁଛନ୍ତି । କିଛି ଲୋକ ତାଙ୍କର ଏପରି ପରିସ୍ଥିତି ଦେଖି କଟ୍ଟୁ ହାସ୍ୟରେ ଥଟ୍ଟା ମଜ୍ଜା କରୁଛନ୍ତି । 

 

ମା ଲକ୍ଷ୍ମି ଏବେ ଧର୍ମ ରୁପେ ଆସିଲେ ଓ କହିଲେ ହେ ଜମିଦାର ମୁଁ ଧର୍ମ ଦେବତା । ଲକ୍ଷ୍ମି ମାତା, ଯଶ ଓ ଗୌରବ ଏଠାରୁ ଯିବା ପରେ ମୁଁ ଯିବାକୁ ଚାହୁଁଛି । ଜମିଦାର କହିଲେ ଆପଣ ଏଠାରେ ରହି ପାରନ୍ତି, ନଚେତ୍ ଆପଣଙ୍କ ଇଚ୍ଛା । ଧର୍ମ ବି ଚାଲିଗଲେ । 

 

ସତ୍ୟ ରୁପେ ମା ଆସିଲେ ଓ କହିଲେ ହେ ଜମିଦାର ମୁଁ ସତ୍ୟ ଅଟେ । ମା ଲକ୍ଷ୍ମି, ଯଶ, ଗୌରବ ଓ ଧର୍ମ ଯିବାପରେ ମୋର ବି ଏଠାରେ ରହିବା ଉଚିତ୍ ହେବ ନାହିଁ । ତତ୍କ୍ଷଣାତ ଜମିଦାର ସତ୍ୟର ପାଦ ଧରି ପକାଇଲେ ଓ କହିଲେ ମୁଁ ଆପଣଙ୍କୁ ଏଠାରୁ କଦାପି ଯିବାକୁ ଦେବିନାହିଁ । ସତ୍ୟ ପ୍ରଶ୍ନ କଲେ ସେମାନଙ୍କୁ ତୁମେ ଅତି ସହଜରେ ବିଦାୟ ଦେଲ, ହେଲେ ମୋତେ କାହିଁକି ଅଟକାଉଛ ? ଜମିଦାର ଉତ୍ତର ଦେଲେ ଆପଣ ଯିବା ପରେ ମୋର ଶରୀରରେ କଳି ପ୍ରବେଶ କରିବ । ସେମାନେ ବି ମୋ ପାଇଁ ମହତ୍ତ୍ବ ଥିଲେ, ହେଲେ ସେମାନଙ୍କ ବିନା ମୁଁ ଦୁଃଖ କଷ୍ଟରେ ବଞ୍ଚି ପାରିବି । କିନ୍ତୁ ତୁମେ ଚାଲିଗଲେ କଳିର ପ୍ରବେଶ ହେବ ଓ ମୁଁ ମୋ ଅଶୁଦ୍ଧ ମୁଖରୁ ପ୍ରଭୁଙ୍କ ନାମ କିପରି ଜପ କରିବି ? ମୋ ଭକ୍ତି ବି ଅଶୁଦ୍ଧ ହୋଇଯିବ । ମୋ ପ୍ରଭୁଙ୍କ ବିନା ମୋ ଜୀବନର କିଛି ମୁଲ୍ୟ ରହିବ ନାହିଁ । ଶେଷରେ ମୁଁ ପ୍ରାଣ ତ୍ୟାଗ କରିବାକୁ ବାଧ୍ୟ ହେବି । ତେଣୁ ଆପଣଙ୍କୁ ମୋର ବିନମ୍ର ଅନୁରୋଧ ଆପଣ ଏଠାରେ ରହି ଯାଆନ୍ତୁ । ଶେଷରେ ସତ୍ୟ ଜମିଦାର ନିକଟରେ ରହିବାକୁ ରାଜି ହୋଇଗଲେ । କିଛି ସମୟ ପରେ ମା ଲକ୍ଷ୍ମି, ଯଶ, ଗୌରବ ଓ ଧର୍ମ ବି ଫେରି ଆସିଲେ । ସମସ୍ତେ ଏକ ସ୍ବରରେ କହିଲେ ସତ୍ୟର ସ୍ଥାନ ଯେଉଁଠି, ଆମେ ସଭିଏଁ ରହିବୁ ସେଇଠି । ଇତିମଧ୍ୟରେ ଜମିଦାରର ନିଦ୍ରା ଭଙ୍ଗ ହେଲା । ସେ ଚିନ୍ତା କଲେ ମୁଁ ଏକ ଦୁଃସ୍ବପ୍ନ ଦେଖୁଥିଲି । କିନ୍ତୁ ପ୍ରକୃତରେ ସେ ଏକ କଠିନ ପରିକ୍ଷ୍ୟାରେ ଉତ୍ତିର୍ଣ୍ଣ ହୋଇ ଫେରିଥିଲେ ।

 

ସତ୍ୟର ସର୍ବଦା ଜୟ ହୋଇଥାଏ । ସତ୍ୟ ଯେଉଁଠି ଧର୍ମ, କର୍ମ, ଯଶ, ଗୌରବ ଓ ଧନ ବି ସେଇଠି । ସେଥିପାଇଁ ଗାନ୍ଧାରୀ ଜାଣିଥିଲେ ତାଙ୍କ ପୁତ୍ରମାନଙ୍କ ମୃତ୍ୟୁ ସୁନିଶ୍ଚିତ । ତେଣୁ ସେ କହିଥିଲେ ଅଧର୍ମର ବିନାଶ ହୋଇ ଧର୍ମର ଜୟ ହେଉ । ପାଣ୍ଡବମାନେ ସତ୍ ପଥରେ ଥିଲେ । ତେଣୁ ତାଙ୍କର ଜୟ ହେଲା । ସତ୍ୟ ଦୁରକୁ ଜଟିଳ ଦୃଶ୍ୟ ହୋଇଥାଏ କିନ୍ତୁ ସତ୍ୟ ଗ୍ରହଣ କରୁଥିବା ଲୋକଙ୍କ ପାଇଁ ଏହା ବହୁତ ସହଜ ଓ ସରଳ ହୋଇଥାଏ ।

 

ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ ।।


Rate this content
Log in