Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jitendra Sahu

Tragedy

2.5  

Jitendra Sahu

Tragedy

ପାଗଳ ପ୍ରେମୀର କାହାଣୀ

ପାଗଳ ପ୍ରେମୀର କାହାଣୀ

2 mins
13.7K


ଗୋଟିଏ ପୁଅ ଓ ଝିଅ ଦୁହେଁ ଦୁହିଁଙ୍କୁ ପାଗଳ ପରି ଭଲପାଉଥିଲେ। ସେମାନେ ଦୁହେଁ ଦୁହିଁଙ୍କୁ ଛାଡି ଗୋଟେ ମୁହୁର୍ତ୍ତ ମଧ୍ୟ ରହିପାରୁ ନଥିଲେ। ଦିନେ ଝିଅଟିର ବାହାଘର ପ୍ରସ୍ତାବ ଆସିଲା। ଝିଅଟି ସେ ସବୁ ଶୁଣି ନିଜ ଭଲପାଇବା ବିଷୟରେ ଜଣାଇଲା କିନ୍ତୁ ଦୁହିଁଙ୍କର ଜାତି ଅଲଗା ଯୋଗୁଁ ତାର ଘର ଲୋକ କେହି ବି ରାଜି ହେଲେନି। ଯାହା ଫଳରେ ଯେଉଁ ପ୍ରସ୍ତାବ ଆସିଥିଲା ସେ ପ୍ରସ୍ତାବରେ ରାଜି ହେଇ ଗଲେ ସମସ୍ତେ।

ଝିଅଟି କାନ୍ଦି କାନ୍ଦି ପୁଅ ପାଖକୁ ଧାଇଁ ଆସିଲା। ଆଉ ଏସବୁ ବିଷୟରେ ଜଣାଇଲା। ପୁଅଟି ଝିଅଟିର କଥା ଶୁଣି ବହୁତ ବିଚଳିତ ହେଇପଡିଲା। କିନ୍ତୁ କ'ଣ କରିବେ ଦୁହିଁଙ୍କୁ ବୁଦ୍ଧିବାଟ ଦିଶିଲାନି। କିଛି ସମୟ ପରେ ପୁଅଟି କହିଲା ଘର ଛାଡି ପଳେଇବା? କିନ୍ତୁ ଝିଅଟି କହିଲା ମୋ ପରିବାରକୁ ଛାଡି ମୁଁ ବଞ୍ଚି ପାରିବିନି। ଶେଷରେ ଦୁହେଁ ବହୁତ ବଡ ତ୍ୟାଗ କରିଲେ। ଝିଅଟି ନିଜ ପରିବାରର ଖୁସିପାଇଁ ତା ପ୍ରେମକୁ ଛାଡିଲା ଆଉ ପୁଅଟି ଝିଅର ଖୁସିପାଇଁ। ଆମ ଏ ସମାଜର ଜାତିପ୍ରଥାରେ ଦୁହେଁ ପ୍ରେମୀ ବଳି ପଡିଗଲେ।

କିଛିଦିନ ପରେ ଝିଅର ବାହାଘର ତାରିଖ ଠିକ୍ ହେଇଗଲା। ଦୁହେଁ ସିନା ଅଲଗା ହେଇଛନ୍ତି କିନ୍ତୁ କିଏ କାହାକୁ ଭୁଲିପାରୁ ନାହାଁନ୍ତି। ଆଜି ବାହାଘର ପୁଅଟି ବହୁତ କାନ୍ଦୁଥାଏ। ଝିଅଟି ପାଇଁ ଚିଠିରେ କିଛି ଲେଖି ଗୋଟିଏ ଗିଫ୍ଟ୍ ପ୍ୟାକିଂ କରି ସେ ଭିତରେ ରଖିଦେଲା। ତା ପରେ ପୁଅଟିର ଆଖିରୁ ଲୁହ ଝରିବା ବନ୍ଦ୍ ହେଇଗଲା। ପୁଅଟି ତାର ଜଣେ ସାଙ୍ଗକୁ ଡାକି ସେ ଗିଫ୍ଟ୍ ଦେଇ କହିଲା , ୟା’କୁ ନେଇ ତା'ହାତରେ ଦେଇ ଆସିବୁ। ତାର ସାଙ୍ଗ ଯେତେବେଳେ ଆସିଲା ଦେଖି ଆଶ୍ଚର୍ଯ୍ୟ ହେଇଗଲା ଆଉ ପୁଅଟିକୁ ତୁରନ୍ତ ଡାକ୍ତରଖାନାକୁ ନେଇଗଲା। କିଛି ସମୟପରେ ଡାକ୍ତରଖାନାରୁ ଫେରି ପୁଅଟିର ସାଙ୍ଗ ସେ ଗିଫ୍ଟକୁ ନେଇ ସେ ଝିଅ ପାଖରେ ପହଞ୍ଚିଲା ଆଉ ତା ହାତରେ ଦେଇ କାନ୍ଦି କାନ୍ଦି ସେଇଠୁ ଚାଲିଆସିଲା।

ଝିଅଟି ଗିଫ୍ଟ୍ ଟିକୁ ଖୋଲି ଦେଖିଲା ଗୋଟିଏ ଚିଠି ଲହୁରେ ଭିଜିକି ଅଛି। ଖୋଲି ପଢିଲା, ସେଥିରେ ଲେଖାହେଇଥିଲା :-

Hii....

My Dear Tithi..

Happy Married Life..

ତମେ ସୁଖର ସଂସାର ଗଢ। ତୁମ ଦାମ୍ପତ୍ୟ ଜୀବନ ହସ ଖୁସିରେ ଭରିଯାଉ। ଏହାହିଁ ମୋର ଶୁଭକାମନା। ଆଉ ସେ ଛୋଟିଆ ବାକ୍ସ୍ ଟିକୁ ଖୋଲି ଦେଖିବ ।ତମ ଜିନିଷ ମୁଁ ତମ ପାଖକୁ ହିଁ ପଠେଇ ଦେଇଛି। (ଝିଅଟି ସେ ବାକ୍ସ୍ ଟିକୁ ଖୋଲି ଦେଖିଲା ଭିତରେ ତା ଆଖି ଲୁହରେ ଭରିଯାଇଥିଲା। ପୁଣି ସିଏ ଚିଠିଟିକୁ ଭିଜା ଆଖିରେ ପଢିବାକୁ ଲାଗିଲା)।

ଦିନେ ମୁଁ ତମକୁ କହିଥିଲି ନା ତମ ଛଡା ମୋ ଆଖି ଆଉ କାହାକୁ ଦେଖିବ ନାହିଁ ବୋଲି। ମୁଁ ତ ଆଉ ତମକୁ ମୋ ପ୍ରେମିକା ରୂପରେ କେବେ ଦେଖି ପାରିବିନି, କି ଚାହୁଁନି ବି ଅନ୍ୟ ଏକ ନୂଆଁ ରୂପରେ ମଧ୍ୟ ଦେଖିବାକୁ। ମୋ ଆଖି କେବଳ ତମକୁ ହିଁ ନେଇ ଅନେକ ସ୍ଵପ୍ନ ଦେଖିଥିଲା ଏବଂ ତମକୁ ହିଁ ଦୁନିଆ ଭାବିନେଇଥିଲା। ଆଜି ଯଦି ତମେ ନିଜର ହବନି ତାହାଲେ ଏ ଆଖି ରହି ମଧ୍ୟ କିଛି ଲାଭ ନାହିଁ। ତେଣୁ ମୁଁ ତମପାଖକୁ ମୋ ଆଖି ଦୁଇଟିକୁ ଉପହାର ରୂପେ ପଠେଇ ଦେଲି। ମତେ ଖରାପ ଭାବିବନି,କ୍ଷମା କରିଦେବ। ତମେ ଆଉ କାହାର ହେଲା ପରେ ମଧ୍ୟ ମୁଁ କେବଳ ତମର ହିଁ ପ୍ରେମିକ ହେଇ ରହିବାକୁ ଚାହେଁ।

ଏହା ମୋର ପାଗଳାମି ନୁହେଁ ତୁମ ପ୍ରତି ଅନାବିଳ ସ୍ନେହ,ଶ୍ରଦ୍ଧା ଓ ଭଲପାଇବା। ସବୁବେଳେ ପାଇବାରେ ହିଁ ପ୍ରେମ ନଥାଏ,ତ୍ୟାଗରେ ମଧ୍ୟ ବହୁତ ପ୍ରେମ ରହିଥାଏ। ତମ ପାଗଳ ପ୍ରେମୀ ତମକୁ ଖୁସିରେ ଦେଖିବା ପାଇଁ କେବଳ ନିଜ ପ୍ରତିଶ୍ରୁତିକୁ ହିଁ ରଖିଛି ଆଉ କିଛି ନୁହଁ। ଆଶା କରୁଛି ଜୀବନରେ ମତେ କେବେ ବି ଭୁଲ୍ ବୁଝିବନି ବୋଲି।

।। ଇତି।।

କେବଳ ତମର ପ୍ରେମିକ

ଜିତ୍


Rate this content
Log in

Similar oriya story from Tragedy