Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଶୂନ୍ୟ ଘଟ
ଶୂନ୍ୟ ଘଟ
★★★★★

© Dr Suniti Devi

Inspirational

5 Minutes   14.0K    15


Content Ranking

ଡ୍ରଇଁରୁମ୍ ରେ ବସିଛି ମୋ ମୋବାଇଲ୍ ରେ ରିଂ ହେଲା । ଆଃ... ଛୁଟିରେ ଘରକୁ ଆସିଛି, ସକାଳୁ କିଏ ଫୋନ୍ କଲା ! ବଡ଼ ବିରକ୍ତିରେ ଫୋନ୍ ଉଠାଇଲି । ସେପଟୁ ଜଣେ କହୁଛି, ବାପା ଚାଲିଗଲେ । ଇଏ ତ ମୋ ସହକର୍ମୀ ସୋମେନ୍ ପୁଅର ସ୍ବର ।ସୋମେନ୍ ମୁଁ ଏକାଠି ଆମ ସହରଠାରୁ ପାଞ୍ଚଶହ କିଲୋମିଟର ଦୂରେ ଗୋଟେ ଛୋଟ ଯାତାୟାତ ଏତେ ଵେଶି ସୁଵିଧା ନଥିବା ଜାଗାକୁ ବଦଳି ହେଇ ଯାଇଛୁ । ସେ ଅଫିସ୍ ରେ ଆମେ ଦୁହେଁ ସହକର୍ମୀ ସତ ମୁଁ ତାଠୁ ଅନେକ ବଡ଼ ବୟସରେ ଆଉ ସିନିୟର ବି, ହେଲେ ମୁଁ ତାକୁ ସାନଭାଇ ପରି ସ୍ନେହ କରେ । ସେ ଯଦିଓ ମୋତେ ଵଡ଼ ଭାଇର ମର୍ଯ୍ୟ।ଦା ଦିଏ କିନ୍ତୁ ମାନ୍ୟ କରେ ଯେତିକି ଭଲପାଏ ସେତିକି ସ୍ନେହ କରେ। ଆମେ ଏକାଠି ଛୁଟିରେ ଆସୁ ଆଉ କର୍ମ କ୍ଷେତ୍ରକୁ ଫେରୁ । ତାର ଦୁଇ ପୁଅ ବୁବୁ, ଟୁକୁନା ।ଦି'ଭାଇ ତଳେ ଭଉଣୀ, ଶୀତୁ । ଵୁଵୁ ପ୍ରାୟ ମୋତେ ଫୋନ୍ କରେ ଆଉ ଫୋନ୍ କଲାମାତ୍ରେ ତା' ବଦରାଗୀ ବାପା ଵିଷୟରେ ନାଲିଶ କରେ ମୋ ଆଗରେ । ସେଦିନ ତା'ଠୁ ଫୋନ୍ ପାଇ ଜାଣିଗଲି ପ୍ରତିଥର ପରି ଏଥର ଛୁଟିରେ ଆସି ସୋମେନ୍ କ'ଣ ଗୋଟେ ଘରେ କାଣ୍ଡ କରିଛି । ସେଥିପାଇଁ ସକାଳୁ ସକାଳୁ ଫୋନ୍ କରିଛି ବୁବୁ । ମୁଁ ଵଡ଼ ବେପରୁଆ ଭାଵରେ କହିଲି ଯାଉ ସୋମେନ୍, ତୁ କାଇଁକି ଅଯଥାରେ ବ୍ୟସ୍ତ ହେଉଛୁ ଵୁଵୁ । ଛୁଟି ପୁରିଵା ଆଗରୁ ପଳେଇଲାଟି ? ଘରଠାରୁ ତାକୁ ଅଫିସ୍ ବେଶି ଭଲ ଲାଗୁଛି ତ ! କହ ଏଥର କ'ଣ କାଣ୍ଡ କରିଛି । ଏଥର ମୁଁ ଏଠୁ ଗଲେ ତା' କାନ ମୋଡି ଦି' ଚଟକଣା ଦେଵି । ଵୁବୁ ଶାନ୍ତ ସ୍ବରରେ କହିଲା ଥତମତ ହେଇ ନା...ଇଁ ଯେ..। ଆଉ କହିପାରିଲାନି । କାନ୍ଦିଲା । ମୁଁ କହିଲି ତୁ ଏଡୁଟେ ହେଲୁଣି କାନ୍ଦୁଛୁ କଣ ! ତୋ ମାଆ ସାଥିରେ ଏଥର କଜିଆଟା ଜୋର୍ ରେ ହେଇଛିକି ? କହିଦେ ମିତାକୁ, ନିଳ ଅଙ୍କଲ କହିଲେ- ପାଗଳାଟା, ସେ ରାଗିକି ଯାଇଛି ତ ! ଜମା ବ୍ୟସ୍ତ ହଵନି । ସେ ଆହୁରି ଜୋର୍ ରେ କାନ୍ଦିଲା । ଧକ୍କେଇ ଧକ୍କେଇ କହିଲା, ନାଁ ବାପା ଆମକୁ ଛାଡି ଚାଲିଗଲେ ନିଳ ଅଙ୍କଲ । ଆଉ ଫେରିବେନି । ମୁଁ ପୁଣି ଫୋନ୍ ରେ ବୁଝାଇଲି । ନାଁରେ ବୁବୁ ତୋ ବାପା କୁଆଡେ ତମମାନଙ୍କୁ ଛାଡି ଯିବ । ସେ ପରା ତମବାପା, ଆକାଶ ପରି । ହଉ ତୁ ଫୋନ୍ ରଖ । ମୁଁ ସଂଜ ବେଳକୁ ଗଲେ ତୋ ମାଆକୁ ବୁଝାଇ ଦେଵି । ଏତେ କାନ୍ଦନା । ସେ ଆହୁରି ଜୋରରେ କାନ୍ଦିଲା । କହିଲା ନାଇଁ ଅଙ୍କଲ, ସେ ମରିଗଲେ । ଏଁ ମୋ ହାତରୁ ଫୋନ୍ ଟା ତଳେ ଖସିପଡି ଖଣ୍ଡଖଣ୍ଡ ହେଇଗଲା ।ମୁଁ ଖୁଵ୍ ଜୋରରେ କାନ୍ଦି ଉଠିଲି । ମୋ ସ୍ତ୍ରୀ ଧାଇଁ ଆସିଲେ ।କହିଲେ କ'ଣ ହେଲା ତମର । ମୁଁ କହିଲି ସୋମେନ୍ ଚାଲିଗଲା । ନୂଆ କଥା କ'ଣ । ସେ ତ ଏମିତି କାଣ୍ଡ କରନ୍ତି । କୁଆଡେ ଆଉ ଯିଵେ । ତାଙ୍କ ଗାଁଆଡେ ପଳାଇଥିବେ । ମୋତେ ମିତା ଶହେବାର କହିଛି ସେ ଘରୁ ପଳେଇଲା, ମାନେ ତା ଗାଁକୁ ପଳାଏ । ଵଦରାଗୀଟା । ଗାଁ ପନ୍ଦର ବର୍ଷରେ ଛାଡିଥିଲା ତା' ବାପା କ'ଣ ରାଗିକି ପଦେ ତାକୁ କହିଦେଇଥିଲେ ଵୋଲି । ଯିଏ କୁଲି କାମ କରି ପାଠ ପଢିଛି, ସେ ସ୍ଵାଭିମାନୀ ହଵ ହିଁ ହବ । ମିତାର ବି ଭୁଲ୍ ରହୁଛି । ତା' କଥାରେ ଜଵାଵ ଦଵ ହିଁ ଦବ । ତେଣୁ କ'ଣ ଗୋଟେ ଘଟଣା ହେଇଥିବ, ନହେଲେ ସେ ଘର ଛାଡ଼ନ୍ତାନି । ମୋ ପରି ମୋ ସ୍ତ୍ରୀ ହାଲକା ଭାବରେ ଉତ୍ତର ଦେଲା । ମୁଁ କହିଲି- ନାଁ ସୁମିତ୍ରା ସେ ଚିରଦିନ ପାଇଁ ଚାଲିଗଲା ଏ ମାଟି ଛାଡି । ମାନେ ? ସେ ଚିତ୍କାର କଲା । ହେ ଭଗଵାନ କ'ଣ ହେଇଗଲା ସତରେ । ମୁଁ ଆଉ ସନ୍ଧ୍ୟା ବେଳଯାଏଁ ଅପେକ୍ଷା ନକରି ସାଇକେଲ୍ ଧରି ତା' ଘରକୁ ଧାଇଁଲି । ଖଣ୍ଡେ ଦୂରରୁ କାନ୍ଦ ଶୁଭୁଥାଏ । କୋକେଇରେ ଫୁଲମାଳ ଭର୍ତ୍ତି । ମୁଁ ଶବାଧାରେ କାନ୍ଧ ଲଗାଇଲି ।ଶ୍ମଶାନଟା ପାଖରେ ପହଞ୍ଚି ଗଲୁ । ତା' ଫାକ୍ଟ୍ରିର କିଛି କର୍ମଚାରୀ, ବୁବୁ, ଟୁକୁନା ଆଉ ମୁଁ ।ଶବାଧାର ଶ୍ମଶାନରେ ରଖିଲୁ । ମୁଁ କହିଲି ସୋମେନକୁ ଶେଷଥର ପାଇଁ ଟିକେ ଦେଖିବି, ବୁବୁ । ତା' ଉତ୍ତରକୁ ଅପେକ୍ଷା ନକରି ମୁଁ ଶବାଧାରୁ ଫୁଲ ଆଡେଇ ଚାହିଁଲି ତାକୁ । ଚମକି ପଡିଲି । ତା' ଶବ କାଇଁ?ରାଗି ନିଆଁ ବାଣ ହେଇଗଲି । ଵୁଵୁ କାନମୁଣ୍ଡାରେ ଶକ୍ତ ଚଟକଣା ମାରିଦେଲି । ରାଗି କହିଲି- ବାପାକୁ ନେଇ ଫାର୍ସ । ସେ କାନ୍ଦିଲା ନି କି ହସିଲାନି । ମୁଁ ଚିତ୍କାର କଲି- ବୁବୁ ! ତୋ ବାପା ମରିଥିଲେ ତା ଶବ କାହିଁ ?ତୁ କ' ଣ ମୃତ୍ୟୁକୁ କଣ୍ଢେଇଖେଳ ଭାବୁଛୁ । ମୁଁ ସେଇ ମୁହୂର୍ତ୍ତରେ ଶ୍ମଶାନ ତ୍ୟାଗ କରୁ କରୁ ସେ ମୋ ହାତକୁ ଭିଡି ଧରିଲା । କହିଲା- ଅଙ୍କଲ ! ବାପା ମରିଛନ୍ତି ହେଲେ ତାଙ୍କ ଶଵ ନାହିଁ । ଶେଷକୁ ତାଙ୍କ ପ୍ୟାଣ୍ଟ ସାର୍ଟ ହିଁ ତାଙ୍କ ଶବ ପାଲଟିଲା । ମାନେ? ମୁଁ ଚକିତ ହେଇ ପ୍ରଶ୍ନ କଲି । ଵାପା ଚାରିଦିନ ତଳୁ ନିଖୋଜ ଥିଲେ । ଆମେ ଭାବିଲୁ ବାପା ଆଗଥର ପରି ଘର ବାଲକୋନୀ ଡେଇଁ ରାତିରେ ଲୁଙ୍ଘି ଗାମୁଛା ପିନ୍ଧି ପଳାଇ ଯାଇଛନ୍ତି, ଫେରି ଆସିଵେ । ଫାକ୍ଟ୍ରି ବନ୍ଦ ହେବା ଉପରେ । କ'ଣ ଦରକାର ଥିଲା ପଚାଶ ଲକ୍ଷ ଲୋନ୍ କରି ଫାକ୍ଟ୍ରି କରିବା । ସଵୁ କର୍ମଚାରୀମାନେ ଠକୁଛନ୍ତି । ଏଇକଥା କହିବାରୁ ତୁମୁଳକାଣ୍ଡ କଲେ । ରାଗି ତଳେ ଭାତ କୁଢେଇ ଖାଇଲେ ।ଶେଷରେ ରାତିରେ ଭୟଙ୍କର ଗଣ୍ଡଗୋଳ କରିବାରୁ ଆମେ କବାଟ ତାଲା ପକାଇ ଦେଇଥିଲୁ । ସେ ଵାଲକୋନୀରୁ ଡେଇଁ ପଳାଇଲେ । କହିଲେ ଆଉ ମୋର ଶବକୁ ବି ପାଇବନି । ଗାଁରେ ଖୋଜି ନିରାଶ ହେବା ପରେ ପୋଲିସ୍ ଷ୍ଟେସନରେ ଖବର ଦେଲୁ । ଆଜି ସକାଳେ ଥାନାବାବୁ ମୋତେ ଡାକିଲେ । ତାଙ୍କ ରକ୍ତାକ୍ତ ଲୁଗାପଟାର ଛିନ୍ନଅଂଶ ଦେଇ କହିଲେ- ଦେଖ । ଚିହ୍ନ । ଏଗୁଡା ତମ ବାପାଙ୍କର । ଘଣ୍ଟାଟା ବି ତାଙ୍କର ଥିଲା । ଟ୍ରେନ୍ ଡ୍ରାଇଭର ସେଗୁଡା ଜିମା କରିବାକୁ ଆସିଥିଲା । କହିଲା- ତମ ବାପା ଲୁଂଘି ଗାମୁଛା ପିନ୍ଧିଥିଲେ? ମୁଁ ହଁ କଲି । କହିଲା ଆମ ଘରପାଖ ମଞ୍ଚେଶ୍ଵର ଷ୍ଟେସନରେ ଅଧରାତିରେ ମୁଁ ମାତ୍ର ପଚାଶ ଫୁଟ୍ ଦୂରରେ ଦେଖିଲି ଲୋକଟାଏ ହାତ ମେଲି ଚଳନ୍ତା ଟ୍ରେନ୍ ଆଗରେ ଠିଆହେଇଛି । ଚଳନ୍ତା ଟ୍ରେନ୍ କୁ ଅଟକାଇବି କେମିତି? ଚାହୁଁଚାହୁଁ ଟ୍ରେନ ମାଡିଗଲା । କଲିକତାରୁ ଫେରି ଷ୍ଟେସନ ଆସିଲି । ଶବ ଵୋଲି କିଛି ନାହିଁ। କୁକୁରମାନେ ଦୂରରେ ମାଉଁସ ମେଞ୍ଚାକୁ କାମୁଡି ଖିନଭିନ କରୁଥିଲେ । ତାଙ୍କ ମୁହଁରୁ ଓଟାରି ଆଣିଲି ହାତଟାଏ । ଏଇ ଘଣ୍ଟାଟା ଲାଖିଥିଲା କଚଟିରେ । ଆଉ ଚିହ୍ନିବାକୁ ବାକି କ'ଣ ଥିଲା ମଉସା । ମୁଁ ସୋମେନ୍ ର ଵିଵତ୍ସ ମୃତ୍ୟୁରେ ବିଵଶ ହେଇଗଲି ଘଡିଏ । ବୁବୁକୁ କୁଣ୍ଢାଇ ପକାଇ କହିଲି ଆଉ କ'ଣ ତମେମାନେ କରିଥାନ୍ତ ବୁବୁ । ତା' ଶବଧାରରେ ଥିଵା ତା' ଖଣ୍ଡିଆ ହାତଟା ସହ ପ୍ୟାଣ୍ଟସାର୍ଟ ଜଳିଗଲା ମାତ୍ର ମୁହୂର୍ତ୍ତଟିଏରେ ।ଆଉ ଅଚାନକ ବର୍ଷା ସେ ପାଉଁଶକୁ ଧୋଇନେଲା ଚାହୁଁଚାହୁଁ ।ସୋମେନ ବର୍ଷାଧାର ହେଇ ମାଟିରେ ଏମିତି ମିଶିଗଲା ଯେ ମୁଠାଏ ପାଉଁଶ ଗୋଟାଇ ଘଟରେ ଭରିବାକୁ ସମୟ ନଥିଲା ।ଶୂନ୍ୟଘଟ । ଵୁବୁକୁ କହିଲି ଵର୍ଷାଜଳ ହିଁ ସୋମେନ୍ ର ସଂସ୍କାର କରିଦେଲାରେ ବୁବୁ । ସେ ହିଁ ଗଙ୍ଗା । ତାର ଆତ୍ମା ମୋକ୍ଷ ହେଵକି ନା ଆମେ ଜାଣୁନା ହେଲେ ଏଇ ବର୍ଷାଜଳକୁ ମାଟି ଶୋଷିବନି । ସାଗରସଂଗମ ପରେ ସେ ଉର୍ଦ୍ଧଗାମୀ ହଵ । ସେ ପୁଣି ବର୍ଷିଯିଵ ଏଇ ମାଟିରେ । ସୋମେନ୍ ସାର୍ଵଜନୀନ । ସେ ମୋର ଅଫେରା ସାଥି । ସାଗରର ନୀଳ ଜଳରାଶି । କାହାଠୁ କିଛି ନେଇନାହିଁ, ସଵୁ ଫେରାଇ ଦେବ ଢେଉ ହାତରେ ।
ସୁନୀତି,୧୨.୧୨.୨୦୧୬
ମଣିପାଲ୍ ,କର୍ଣାଟକ

 
 
 

#Short story #Death # Real-life

Rate the content


Originality
Flow
Language
Cover design

Comments

Post

Some text some message..