Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆଦର୍ଶ ଶିକ୍ଷୟିତ୍ରୀ
ଆଦର୍ଶ ଶିକ୍ଷୟିତ୍ରୀ
★★★★★

© Shanti Mishra

Inspirational

4 Minutes   7.6K    13


Content Ranking

ଗଲା ସପ୍ତାହରେ ସ୍ତ୍ରୀ ତାଙ୍କର ଆଦର୍ଶ ଶିକ୍ଷୟିତ୍ରୀ ଭାବେ ରାଷ୍ଟ୍ରପତି ପୁରଷ୍କାର ପାଇଛନ୍ତି । ତାଙ୍କୁ ସାଂଗ ସାଥୀଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ପର୍ଯ୍ୟନ୍ତ ସମସ୍ତେ ବଧେଇ ଜଣେଇ ଚାଲିଛନ୍ତି । ହେଲେ ତାଙ୍କୁ ସେଥିରୁ କଣ ମିଳିବ । ସ୍ତ୍ରୀଙ୍କ କୌଣସି ଆଦର୍ଶ କଥା ତାଙ୍କ କାମରେ ଏଯାଏ ଆସିନି କି ଆସିବାର ସମ୍ଭାବନା ନାହିଁ ।

ନିଜର କିଛି ପିଲା ଛୁଆ ନଥିବାରୁ ସ୍ତ୍ରୀ ନଳିନୀ ଦେବୀ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ପିଲା ପରି ବହୁତ ଭଲ ପାଉଥିଲେ । ସେ ଯେତିକି ଭଲ ପାଉଥିଲେ ପିଲାମାନେ ବି ସେତିକି ତାଙ୍କୁ ଭଲ ପାଉଥିଲେ ସତ, ସେମାନଙ୍କୁ ଉତ୍ତମ ନାଗରିକ ଭାବେ ଗଢି ତୋଳିବାକୁ ସେ ପ୍ରାଣ ପଣେ ଉଦ୍ୟମ କରୁଥିଲେ ବି । ତାଙ୍କର ବଳକା ସମୟରେ ପିଲା ମାନଙ୍କୁ ମାଗଣାରେ ଟ୍ୟୁସନ ମଧ୍ୟ କରନ୍ତି ବିଶେଷତଃ ଯୋଉ ମାନେ ପାଠ ପଢାରେ ଟିକେ ପଛୁଆ ଓ ଟ୍ୟୁସନ ଶିକ୍ଷକ ରଖିବା ପାଇଁ ଅକ୍ଷମ ସେମାନଙ୍କୁ ସେ ଅକୁଣ୍ଠ ଚିତ୍ତରେ ସାହାଯ୍ୟ କରନ୍ତି ।

ପିଲା ମାନଙ୍କୁ ସର୍ବଦା ଭଲ ଉପଦେଶ ଦିଅନ୍ତି ବିଭିନ୍ନ ପ୍ରକାର ଗଳ୍ପ ମାଧ୍ୟମରେ । ଭଲ କାମ କରିବାକୁ ଉତ୍ସାହିତ କରନ୍ତି । ଯଦି ଯୋଉ ପିଲା କେବେ କିଛି ଭଲ କାମ କଲା ତାକୁ ଛୋଟ ଛୋଟ ପୁରଷ୍କାର ଦିଅନ୍ତି । ଗପ ବହି, ଖାତା, ପେନସିଲ୍ ପ୍ରଭୃତ୍ତି । ବୁଲେଟିନ ବୋର୍ଡରେ ତାଙ୍କ ନାମ ଲେଖନ୍ତି ଯେପରିକି ଅନ୍ୟମାନେ ସେଥିରେ ଉଦବୋଧ ହୋଇ ଭଲ କାମ କରିବାକୁ ଆଗ୍ରହି ହେବେ ।

ସର୍ବଦା ଆଦର୍ଶ ମାର୍ଗରେ ଚାଲିବଲୁ ଶିକ୍ଷା ଦିଅନ୍ତି । ଅନ୍ୟକୁ ସାହାଯ୍ୟ କରିବା , କାହାକୁ ଥଟା ନକରିବା, ସେମାନଙ୍କ ନାମରେ ଚୁଗୁଲି ନକରିବା । ପର ନିନ୍ଦା ନକରିବା । କାହାକୁ ଅପମାନ ଜନିତ କଥା କହି କାହା ମନରେ ଦୁଃଖ ନଦେବା । ରାସ୍ତାରେ ଗଲାବେଳେ ଶାରୀରିକ ଅକ୍ଷମତା ଲୋକ ମାନଙ୍କୁ ଦେଖିଲେ ସାହାଯ୍ୟ କରିବା, ବୟୋଜେଷ୍ଠ ମାନଙ୍କୁ ସାହାଯ୍ୟ ଓ ସମ୍ମାନ କରିବା । ଇତ୍ୟାଦି ଇତ୍ୟାଦି ଅନେକ କଥା । ସେଗୁଡା ଏତେ ରମାନାଥ ବାବୁ ମନେ ରଖନ୍ତିନି ।

ସେ ଆଦର୍ଶ ଶିକ୍ଷୟିତ୍ରୀ ହୋଇ ଥାଇ ପାରିଥାନ୍ତି କିନ୍ତୁ ଆଦର୍ଶ ସ୍ତ୍ରୀ ହୋଇ ପାରି ନାହାଁନ୍ତି ଏ ପର୍ଯ୍ୟନ୍ତ। ଯୋଉ ମାନଙ୍କ କଥା ଆଉ କାର୍ଯ୍ୟରେ ମେଳ ନଥାଏ ସେମାନଙ୍କ କଥାକୁ ସେ ଜମା ଗୁରୁତ୍ବ ଦିଅନ୍ତିନି । ଏଇ ସେଦିନ ସେ ମିସେସ୍ ଦାସଙ୍କୁ ଶାଢୀ ଗହଣା ଦୋକାନକୁ ନେଇ ଯାଇଥିଲେ ପୁଜା ସପିଗଂ ପାଇଂ, ତାଙ୍କ ସ୍ବାମୀ ଘରେ ନଥିଲେ ସେ ଆସି ତାଙ୍କୁ ଅନୁରୋଧ କଲେ ନେଇ ଯିବାକୁ ସେ ନେଇଗଲେ ତ କଣ ହେଇଗଲା ।

ଆଉ ଦିନେ ପଡୋଶୀ ରଜନୀ ଦେବୀ ତାଙ୍କ ପିଲାମାନଙ୍କୁ ନେଇ ସିନେମା ଦେଖିବାକୁ ମନ କଲେ ତାଙ୍କୁ ଟିକେଟ୍ କିଣି ଆଣିବାକୁ କହିଲେ ସେ ତାଙ୍କୁ ଟିକେଟ୍ କିଣି ଆଣି ଦେଇଥିଲେ । ସାଇ ପଡିଶାରେ କୌଣସି ମହିଳାଙ୍କର ଯେବେ କିଛି ଦରକାର ସେ ବିନା ବାକ୍ୟ ବ୍ୟୟରେ ଯାଇ ସାହାଯ୍ୟ କରି ଦିଅନ୍ତି । କିନ୍ତୁ ନଳିନୀ ଏସବୁ ସହ୍ୟ କରି ପାରନ୍ତିନି । ଅନେକ ଥର ଝଗଡା ମଧ୍ୟ ଘରେ ହୋଇଛି ।

ପିଲା ମାନେ ଦେଶର ଭବିଷ୍ୟତ, ଶିଶୁ ସରଳ ମନ ସେମାନଙ୍କର, ଯେତେ ଭଲ କଥା କହି ଭଲ ଶିକ୍ଷା ଦେଇ ଗଢି ତୋଳିବା ଜଣେ ଶିକ୍ଷୟିତ୍ରୀର ବକ୍ତବ୍ୟ । ତା ବୋଲି ଜଣେ ମଧ୍ୟ ବୟସ୍କ ଏ ସବୁ ସାହାଯ୍ୟ ନାମରେ କରିବ ଏହା ତାଙ୍କ ଦୃଷ୍ଟିରେ ଠିକ୍ ନୁହେଁ ।

ହେଲା ସେ ଦେଶର ଭବିଷ୍ୟତ ନୁହଁନ୍ତି, କିନ୍ତୁ ବର୍ତ୍ତମାନ ତ । ଦେଶର ଯିଏ ବର୍ତ୍ତମାନ ସେମାନେ ବି ଦେଶ ସେବା କରିବା ଉଚିତ୍ । ଯୋଉ ବାଟରେ ହେଉ । ସାହାଯ୍ୟ ମାନେ ସାହାଯ୍ୟ । ସେ ସ୍ତ୍ରୀ ହୁଅନ୍ତୁ ବା ପୁରୁଷ ବା ଛୁଆ ପିଲା । ପାତର ଅନ୍ତର କରିବା ଉଚିତ୍ ନୁହେଁ ।

ନା, ଏସବୁ କାମରୁ ଅବ୍ୟାହତ ନେବାକୁ ନଳିନୀଙ୍କର ପୁରା ତାଗିଦ । ନଚେତ୍ ଆଗକୁ ଫଳ ଭଲ ହେବନି ବୋଲି କହିବା ପରେ ସେ ଟିକେ ଦବି ଯାଇଛନ୍ତି । ସେ ଭାବୁଥିଲେ ନଳିନୀ ଏହାକୁ ପରକୁ ସାହାଯ୍ୟ କରିବା ଦୃଷ୍ଟିରେ ନେବେ । ତାଙ୍କ ଆଖିରେ କଣ୍ଟ| ଫୁଟି ଯିବାର ଯନ୍ତ୍ରଣା ଅତି କମରେ ଭୋଗ କରିବେନି ।

ସେ ଯେତେ ଆଦର୍ଶ ବୋଲି ଦେଖେଇ ହବା କଥା ହୁଅନ୍ତୁ, ଯେତେ ତାଙ୍କ ନାମରେ ଆଦର୍ଶର ଢିଣ୍ଡୋରା ପିଟା ହେବ କଥା ପିଟା ଯାଉ, ଯେତେ ପୁରଷ୍କାର ତାଙ୍କୁ ମିଳିବା କଥା ମିଳୁ କିନ୍ତୁ ରମାନାଥ ବାବୁଙ୍କ ଆଖିରେ ସେ ପ୍ରଥମେ ଜଣେ ନାରୀ । କେବଳ ନାରୀ । ଇର୍ଷାର ଦେବୀ ପ୍ରତିମା, ସନ୍ଦେହର ମେଘନାଦ ପାଚେରୀ ।

ଲୋକ ମାନେ କହିବେ ପ୍ରକାରେ କରିବେ ପ୍ରକାରେ ସେଇଥି ପାଇଁ ଦେଶର ପ୍ରଗତି ହୋଇ ପାରୁ ନାହିଁ । ଯେତେ ପ୍ରକାର ବିଭ୍ରାଟ ଘଟୁଛି । କଥା ଆଉ କାର୍ଯ୍ୟର ମେଳ ସବୁ ପରିସ୍ଥିତିରେ ରହିବା ଉଚିତ୍ । ପୁରୁଷ ନାରୀ ନିର୍ବିଶେଷରେ ପରସ୍ପରକୁ ସାହାଯ୍ୟ କରିବା ଅର୍ଥ ଦେଶକୁ ସାହାଯ୍ୟ କରିବା, ଦେଶକୁ ସାହାଯ୍ୟ ମିଳିଲେ ଦେଶ ସମୃଦ୍ଧ ହେବ । ଦେଶ ସମୃଦ୍ଧ ହେଲେ ନାଗରିକ ମାନେ ସୁଖ ଶାନ୍ତିରେ ରହିବେ । ଏକଥା ଯଦି ଜଣେ ଆଦର୍ଶ ଶିକ୍ଷୟିତ୍ରୀ ନ ବୁଝିବେ ସେ କାହିଁକି ତାଙ୍କ ପୁରଷ୍କାର ପାଇବା ଖବର ପାଇ ଖୁସି ହେବେ ।

କହିଲେ କଣ ନା “ତମର ସିନା ଆତ୍ମ ସମ୍ମାନ ବୋଧ ନାହିଁ କିନ୍ତୁ ମୋର ଅଛି । ଏ ସମାଜରେ ମୋର ପ୍ରତିଷ୍ଠା ଅଛି । ତମର ଏ ସାହାଯ୍ୟ କରିବା ପ୍ରବର୍ତ୍ତି ଟା ସ୍ଵାର୍ଥ କୈନ୍ଦ୍ରିକ ଓ ନିର୍ଲଜ୍ଜ ଶ୍ରେଣୀର ଅନ୍ତର୍ଭୁକ୍ତ । ସେ ଭାବୁଥିଲେ ନଳିନୀଙ୍କର ଶକ୍ତ ଆଦର୍ଶର ଢାଲ ତଳେ ତାଙ୍କ ଚାରିତ୍ରିକ ଦୁର୍ବଳତା ଆତ୍ମ ଗୋପନ କରିନେବ । କିନ୍ତୁ ନା, ତାଙ୍କ ଆଖି ଚାରିଆଡକୁ ।

ଯିଏ ଯୋଉ ଭାଷାରେ କଥା ବୁଝି ପାରିବ ନଳିନୀ ସେହି ଭାଷାରେ ତାକୁ କଥାବାର୍ତ୍ତା କରନ୍ତି । ସେ କେବଳ କୋମଳ ମତି ଶିଶୁ ମାନଙ୍କୁ ଉପଦେଶ ଦେଇ ବାଟକୁ ଆଣି ପାରନ୍ତିନି ବୟସ୍କ ମାନଙ୍କୁ କଟୁକ୍ତି ପୂର୍ଣ୍ଣ କଥା କହି ମଧ୍ୟ ସିଧା ରାସ୍ତା ଦେଖେଇ ପାରନ୍ତି । ତାଙ୍କର ବୁଦ୍ଧି ବିଚକ୍ଷଣ ସାଗଂକୁ ଚକ୍ଷୁ ସଦା ଜାଗ୍ରତ। ନଳିନୀଙ୍କର ଏ ଗୁଣ ଏ ଚିନ୍ତା ଧାରାକୁ ସେ ମୋଟେ ପସନ୍ଦ କରନ୍ତିନି ।

ନଳିନୀ ଯାହା ବି କୁହନ୍ତୁ, ଯେତେ ବି ମନା କରନ୍ତୁ ସେ କିନ୍ତୁ ମିସେସ୍ ମହାପାତ୍ରଙ୍କ ସାହାଯ୍ୟ ପାଇଁ ଅନୁରୋଧକୁ କେବେ ମନା କରି ପାରିବେନି । ତାଙ୍କର ବୟସଟା ଏବେ ବି ସେଇ ତିରିଶ ପାଖରେ ଅଟକିଛି ।

ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

ସ୍ତ୍ରୀ ରାଷ୍ଟ୍ରପତି ଛାତ୍ର

Rate the content


Originality
Flow
Language
Cover design

Comments

Post

Some text some message..