Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଥୁଣ୍ଟା ଗଛର ଛାଇ
ଥୁଣ୍ଟା ଗଛର ଛାଇ
★★★★★

© Sujat Kumar Sahoo

Others

5 Minutes   365    7


Content Ranking

 ପୂର୍ଣ୍ଣମୀ ର ରାତି । ଆକାଶ ବେଶ ଉଜ୍ଜ୍ୱଳ ଦିଶୁ ଥାଏ । ଜହ୍ନ ପୁରା ପୁରି ଗୋଲାକାର । ସମ୍ପର୍ଣ୍ଣ ଆଭା ମଣ୍ଡଳ ଦିକି ଦିକି ହୋଇ ଜଳୁ ଥିବା ତାରା ମାନଙ୍କ ଦ୍ବାରା ଆଲୋକିତ । ଜହ୍ନ ର ଚାରି ପାଖେ ପଢ଼ି ଥିବା ତାରା ଗୁଡ଼ିକ ବେଶ ସୁନ୍ଦର ଲାଗୁଥାନ୍ତି । ମନେ ହେଉଥାଏ ସତେ ଯେମିତି ପୂର୍ଣ୍ଣମୀ ଜହ୍ନ ଯୋଗୁ ତାରା ମାନେ ଖୁସିରେ ଆତ୍ମ ହରା । ଜହ୍ନ ଆଲୋକ ସାଙ୍ଗକୁ ମନ୍ଦ ମନ୍ଦ ପବନ । ଗଛ ପତ୍ର ଗୁଡ଼ିକ ହଲୁ ଥାନ୍ତି ଧିରେ ଧିରେ, ଠିକ୍ ଦୋଳି ଖେଳିଲା ପରି । ଅଇଂଠୁ ପୁରୁଣା ବାଉଁଶ ଖଟ ଉପରେ ବସି ଆନନ୍ଦରେ ଆକାଶ କୁ ଚାଂହୁ ଥାଏ । ମଝିରେ ମଝିରେ ହସୁଥାଏ । କେବେ କେବେ ଜୋଢ଼ ହସ୍ତ କରି ମୁଣ୍ଡରେ ଲଗାଉ ଥାଏ ।

ଅଇଂଠୁ ମନରେ ଆଜି ଖୁସିର ଆନନ୍ଦ । ସେ ଆନନ୍ଦ ସୀମା ହୀନ ।ତୃପ୍ତି ଭାରା । ପୁଣି ମନରେ କିଛିଟା ଦୁଃଖ । ସେ ଦୁଃଖ କିନ୍ତୁ ଅଇଂଠୁର ଆନନ୍ଦ ଆଗରେ ହାରି ଯାଇଥିଲ। । ପାହାଡ଼ ଜଙ୍ଗଲ ଭାରା ,ଆଦିବାସୀ ବହୁଳ ଗାଁ । ବୌଦ ଜିଲାର ହରଭଙ୍ଗା । ଗାଁ ର ଗ୍ରାମ ଦେବୀ ବୁଢ଼ୀ ଠାକୁରାଣୀ । ବୁଢ଼ୀ ଠାକୁରାଣୀ ଙ୍କ ଉପରେ ଗ୍ରାମବାସୀ ଙ୍କର ଅତୁଟ ବିଶ୍ୱାସ । ଠାକୁରାଣୀ

ଙ୍କର ପୂଜକ କୁ ଦେହୁରୀ କହନ୍ତି । ଦେହୁରିର ଇଶାରା ରେ ପ୍ରତ୍ୟେକ ରୀତି ନୀତି ଚାଲେ ଗାଁ ର ।

ରୋଗ ଠାରୁ ବୈରାଗ୍ୟ ପର୍ଯ୍ୟନ୍ତ, ଦେହୁରୀର କଥା ମାନନ୍ତି ଗ୍ରାମବାସୀ । ଗାଁ ରେ କୂଅ ଟିଏ ନାହିଁ ପାଣି ପିଇବା ପାଇଁ । ପ୍ରବାଦ ଅଛି କୂଅ ଖୋଳିଲେ ବୁଢ଼ୀ ଠାକୁରାଣୀ କୋପ କରିବେ । ଆଉ ତା ବଂଶ ନିପାତ କରିଦେବେ । ସମ୍ଭବତଃ ଏଇଥି ପାଇଁ କୂଅ ଖୋଳା ଯାଏ ନାହିଁ । ତେଣୁ ସମସ୍ତେ ନିର୍ଭର କରନ୍ତି ପାହାଡ଼ ଉପରୁ ବହି ଆସିଥିବା ଗୋଟେ ଛୋଟ

ଝରଣା ଉପରେ । ସେହି ଝରଣା ରେ ଗାଧୁଆ ଠାରୁ ପିଇବା ପର୍ଯ୍ୟନ୍ତ ସବୁ କିଛି ଚାଲେ ନିତି-ଦିନ । ସେଥି ପାଇଁ ବୋଧେ ନାନା ରୋଗରେ ପୀଡିତ ହୁଅନ୍ତି ଗ୍ରାମବାସୀ । କିନ୍ତୁ ଦେହୁରୀ କହେ ବୁଢ଼ୀ ଠାକୁରାଣୀ ଙ୍କ କୋପ ପଡ଼ିଛି ତା ଉପରେ । ଠାକୁରାଣୀଙ୍କୁ ଶାନ୍ତ କରିବାକୁ ହେବ । ପୂଜା କରିବାକୁ ହେବ । ଉପବାସ କରିବାକୁ ହେବ ।ବଳି ଦେବାକୁ ହେବ ଇତ୍ୟାଦି । ସେଇଆ ମଧ୍ୟ ହୁଏ । କିନ୍ତୁ ଅଈଂଠୁର ମନ ମାନେ ନାହିଁ । ବରଂ ବିଦ୍ରୋହ କରି ଉଠେ । ସିଏ କିନ୍ତୁ ନାଚାର , ଗ୍ରାମ ବାସୀଙ୍କ ବିଶ୍ୱାସ ଆଗରେ । ବହୁ ବର୍ଷ ତଳେ ଦିନେ ସେହି ଗ୍ରାମକୁ ସ୍ବାସ୍ଥ୍ୟ କର୍ମୀ ମାନେ ଆସିଥିଲେ । ଗ୍ରାମ ବାସୀ ମାନଙ୍କୁ ସ୍ବାସ୍ଥ୍ୟ ବିଷୟରେ କିଛି ବୁଝେଇବା ପାଇଁ । ବୁଝେଇ ଥିଲେ ମଧ୍ୟ ,ଆପଣ ମାନଙ୍କର ମୁଖ୍ୟ ସମସ୍ୟା ପିଇବା ପାଣି ରେ ଅଛି

। ତେଣୁ ଆପଣ ମାନେ କୂଅ ଟିଏ ଖୋଳନ୍ତୁ । ଶରୀରକୁ ସୁସ୍ଥ ରଖିବାରେ ପିଇବା ପାଣିର ଗୁରୁ ଦାୟିତ୍ୱ ଅଛି । ନଚେତ୍ ଆପଣ ମାନେ ସର୍ବଦା ରୋଗରେ ପୀଡ଼ିତ ହେବେ । ମୁଖ୍ୟତଃ ହଇଜା ବ୍ୟାପିବାର ସମସ୍ୟା ଅଧିକ । ତେଣୁ କୂପ ଖୋଲିବା ଆରମ୍ଭ ହୋଇଥିଲା । ଯୋଗକୁ କୂଅ ଖୋଳୁ ଥିବା ଲୋକଟିର ଛୋଟ ପିଲାଟି ହଇଜାରେ ମରିଗଲା । ତାପରେ ଦେହୁରୀ କହିଲା, ବୁଢ଼ୀ ଠାକୁରାଣୀ କୋପ କଲେଣି, କୂଅ ପୋତି ଦିଅ, ନଚେତ୍ ବୁଢ଼ୀ ଠାକୁରାଣୀ ତା ବଂଶ ଖାଇ ଯିବେ । ଶେଷରେ ସେଇଆ ହେଲା ,କୂଅ ପୋତି ଦିଆ ଗଲା । ଅଇଂଠୁ ର ମନ କିନ୍ତୁ ମାନି ନ ଥିଲା ସେଦିନ । ତା ଛାତିରେ ଦାଗ ହୋଇ ରହି ଯାଇଥିଲା ସ୍ବାସ୍ଥ୍ୟ କର୍ମୀ ମାନଙ୍କ କଥା ସବୁ । ଗୋଟି ଗୋଟି କରି । କାରଣ ପିଲାଟି ଦିନରୁ ବାପାଙ୍କୁ ଦେଖି ନାହିଁ । ଶୁଣିଛି ବାପା ତାର ଝାଢ଼ା ବାଂତିରେ ମରି ଥିଲା । ତାକୁ ଯେତେବେଳେ ବାର ବର୍ଷ ହୋଇଥିଲା, ତା ମାଆ ମଧ୍ୟ ଚାଲି ଯାଇଥିଲା ଆର ପାରିକୁ । ସେହି ଝାଢା଼ ବାନ୍ତି କରି କରି । ସେତେବେଳେ ଦେହୁରୀ କହି ଥିଲା ଅଇଂଠୁ ର ମାଆ କୁ ବାଢ଼ି ଖାଉଛି, ସିଏ ନିଶ୍ଚୟ ମରିବ, ତା ପାଖକୁ କେହି ଯାଅ ନାହିଁ । ଗଲେ ବୁଢ଼ୀ ଠାକୁରାଣୀ କୋପ କରିବେ । ତୁମକୁ ବି ସେଥିରେ ଖାଇ ଯିବେ । ତେଣୁ ସାହି ପଢ଼ିଶା ର କେହିବି ଆସିଲେ ନାହିଁ । ଶେଷରେ ତା ମାଆ ମରି ଯାଇଥିଲା ।ଏ ସବୁକୁ ଦେଖିଛି ଅଇଂଠୁ ତା ନିଜ ଆକ୍ଷି ଆଗରେ ।

           ମାଆ-ବାପା ଙ୍କୁ ହରେଇ ଅପର୍ତିଆ ହୋଇଛି ଅଇଂଠୁ । ଭୋକ ଉପାସରେ ଦିନ କାଟିଛି । ଆ-ଘର , ତା-ଘର ବୋଲ କରି କିଛି କିଛି ମାଗି ଖାଇ ବଞ୍ଚି ଯାଇଛି । ଧିର ଧିରେ ବଢ ହୋଇଛି । କାମ-ଦାମ କରିବାର ବୟସ ହୋଇଛି । ତାପରେ ଲୋକଙ୍କ ବିଲ-ବାଢିରେ ମୂଲ ଲାଗିଛି । ଗାଁ ଲୋକ ମାନଙ୍କ କଥାରେ ବାହା ହୋଇଛି । ପାଖ ଗାଁ ର ଗୁରୁବାରୀ ସହିତ

।ଗୁରୁବାରୀ ସୁନ୍ଦର ନ ଥିଲେ ବି ମଧୁର ଥିଲା । ଅଇଂଠୁ କୁ ବହୁତ ଭଲ ପାଏ । ତାକୁ ଛାଡ଼ି ଦଣ୍ଡେ ଏକୁଟିଆ ରହେ ନାହିଁ । ମୂଲ କୁ ଦୁଇ ଜଣ ଏକାଠି ଯାଆନ୍ତି । ଇଏ ତା ମୁଣ୍ଡକୁ ଟେକି ଦିଏ, ତ ସିଏ ତା ମୁଣ୍ଡକୁ ଟେକି ଦିଏ ବୋଝ । ଏକାଠି ଖାଆନ୍ତି । ଏକାଠି ଫେରନ୍ତି । ଏଇମିତି ହସ ଖୁସିରେ ଦିନ ବିତି ଯାଏ ଅଇଂଠୁ ର । ସେଥି ପାଇଁ ଅଇଂଠୁ ଭୁଲି ଯାଇଥିଲା ହଜେଇ ଥିବା ତାର ବାପା-ମାଆ ଙ୍କୁ । ଭୁଲି ଯାଇଥିଲା ରହିଥିବା ଛାତିର ଦାଗ କୁ ।

ବର୍ଷକ ପରେ ଗୁରୁବାରୀ କୋଳକୁ ନୁଆ ବନ୍ଧୁ ଟିଏ ଆସିଲା । ପୁଅ ରୁପରେ । ଅଇଂଠୁ ର ଆନନ୍ଦ କହିଲେ ନ ସରେ । ତା ସଂସାର ପୁରି ଯାଇଥିଲା । ଅଇଂଠୁ ଏକ୍ କରିଦେଲା ଦିନ ରାତି । ମାଆ ପୁଅ ପାଇଁ । ଗୁରୁବାରୀ ର ମୂଲ କୁ ଯିବା ବନ୍ଦ କରିଦେଇ , ନିଜେ ଦୁଇ ଗୁଣ କରିଛି । ସେବେଠୁ ଆନନ୍ଦର ଢେଉ ଖେଳୁ ଥିଲା ଅଇଂଠୁ ମନରେ ।

କିନ୍ତୁ ବିଧିର ବିଧାନ ଥିଲା ଅନ୍ୟ କିଛି । ମାସ କେତୋଟି ବିତିଚି କି ନାହିଁ, ଗୁରୁବାରୀ କୁ ମାଡ଼ି ବସିଲା ହଇଜା । ଝାଢ଼ା ବାଂତିରେ ଗୁରୁବାରୀ ଦୁର୍ବଳ ହୋଇଗଲା ,ପାଖରେ ପୁଣି କ୍ଷୀର ପିଆ ଛୋଟ ପିଲା । ତଥାପି କ୍ଷୀର ପିଆଏ ପିଲାଟିକୁ । ଧିରେ ଧିରେ ପିଲାଟିକୁ ମଧ୍ୟ ରୋଗ ମାଡ଼ି ବସିଲା । ଅଇଂଠୁ କୁ ବୁଦ୍ଧି ବାଟ ଦିଶୁ ନ ଥାଏ । ବାଧ୍ୟ ହୋଇ ଦେହୁରୀ କଥାରେ ବୁଢ଼ୀ ଠାକୁରାଣୀଙ୍କ ପାଖରେ ପୁଜା କରିବା ବ୍ୟତିତ ଅନ୍ୟ ଚାରା ନ ଥିଲା । ଶେଷରେ ମାଆ ପୁଅ ଚାଲିଗଲେ ଆର ପାରିକୁ । ସେଦିନ ଅଇଂଠୁ ବହୁତ କାନ୍ଦିଛି , ଛୋଟ ପିଲା ପରି । ମନେ ମନେ ବୁଢ଼ୀ ଠାକୁରାଣୀ ଙ୍କୁ କେତେ ଗାଳି କରିଛି । ବିଦ୍ରୋହିର ମନରେ ବିଦ୍ରୋହ ର ନିଆଁ ଲାଗି ଯାଇଛି । ସେଥି ପାଇଁ ଦଶ ଦିନ ପର୍ଯ୍ୟନ୍ତ ବିନା ଖିଆ ପିଆ ରେ ରହିଛି । ଛାତିରେ ରହିଥିବା ଦୁଃଖ ପୁଣି ଦିକ୍ ଦିକ୍ ହୋଇ ଜଳି ଉଠିଛି ।ମନେ ପଡ଼ିଛି ସେଦିନର ସ୍ବାସ୍ଥ୍ୟ କର୍ମୀ ଙ୍କ କଥା । ପ୍ରତିଜ୍ଞା କରିଛି ଅଇଂଠୁ । ଗାଁ ପାଇଁ କୂଅଟିଏ ଖୋଳିବ। ହଇଜା ରୁ ସମସ୍ତଙ୍କୁ ରକ୍ଷା କରିବ । ନେଇ ଗଲେ ନେଇ ଯାଆନ୍ତୁ ପଛେ ବୁଢ଼ୀ ଠାକୁରାଣୀ

ମୋତେ ।

କରିଥିବା ଦୁଇ ବର୍ଷ ତଳର ପ୍ରତିଜ୍ଞା ଆଜି ତାର ପୂର୍ଣ୍ଣ ହୋଇଛି । ରାତି ରାତି ଉଜାଗର ରହି କୂଅ ଖୋଲିଛି । ନିଜ ଅଗଣାରେ । ଦିନରେ ମୂଲ ଲାଗିଛି । ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିଛି । ରାତିରେ ଖୋଲିଛି କୂଅ । ଆଜି ସେ କୂଅ ରୁ ଝର ଫିଟିଚି ।

ସେଥି ପାଇଁ ଆନନ୍ଦ ତା ମନରେ,

ନାଚୁଛି ଖୁସିରେ ,

ହାତ ଯୋଡ଼ି କରେ ଜୁହାର,

ହେ ଠାକୁରାଣୀ ମୋତେ

ନେଇ ଗଲେ ନେଇ ପାର,

ଦୁଃଖ ନାହିଁ ସେଥିରେ ।

ମୁଁ ତ ଥୁଣ୍ଟା ଗଛ ଟିଏ,

ନା ମୋର ଆଗକୁ କିଏ ?

ନା ମୋର ପଛକୁ କିଏ ?

ଲାଗିଗଲା କାମରେ ଜୀବନ,

ମୋ ଗ୍ରାମ ବାସୀ ଙ୍କ ପାଇଁ,

ମୋ ଅନ୍ତ କାଳରେ ।

ଭାବନା ରାଜ୍ୟରୁ ଫେରି ଆସି ଦେଖେ,

ସୁରଜ ଦେବତା ତା ଅଗଣାରେ ,

ନାଚୁ ଛନ୍ତି ସକଳ ଗ୍ରାମ ବାସୀ

ତା ସମ୍ମୁଖରେ ।।।

*********24042019*******************


ଆନନ୍ଦ ପାହାଡ଼ ଜଙ୍ଗଲ

Rate the content


Originality
Flow
Language
Cover design

Comments

Post

Some text some message..