Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଧାରେ ହସ ଓ ହସର କୋଲାଜ
ଧାରେ ହସ ଓ ହସର କୋଲାଜ
★★★★★

© Aravinda Das

Romance Tragedy

4 Minutes   460    3


Content Ranking


   ଜୀବନର ପ୍ରତିଟି ଛୋଟ ବଡ଼ ଘଟଣା,ଦୁର୍ଘଟଣା,ପ୍ରେମ ବିଚ୍ଛେଦ,ସୁଖଦୁଖର ଅନୁଭୂତି ସବୁ ଯୋଡି ହୋଇ ସୃଷ୍ଟିକରେ ଜୀବନର କୋଲାଜ । କୋଲାଜ ଚିତ୍ରକୁ ଅତି ପାଖରୁ ନିରିଖେଇ ଦେଖିଲେ ସେଥିରେ ଯୋଡାହୋଇଥିବା କାଗଜ ଖଣ୍ଡ ଦୃଶ୍ୟମାନ ହେଲା ଭଳି, ଅତୀତକୁରୋମନ୍ଥନ କଲେ,ଜୀବନ କ୍ୟାନଭାସର କୋଲାଜ ଭିତରୁ ଅନେକ ସ୍ମୃତି ଉଙ୍କି ମାରନ୍ତି ।


      ଏତେ ବର୍ଷ ପରେ,ସେଣ୍ଟ୍ରାଲ ହଲର ଭିଡ଼ ଭିତରେ ରାଜଶ୍ରୀକୁ ଦେଖି ଖୁସିରେ ପାଟି କରି ଡାକିବାର ଅଭିପ୍ରାୟକୁରୋକି ପାରିଲା ନାହିଁ ପ୍ରଶାନ୍ତ । କୋଲାଜ ଚିତ୍ରର ପ୍ରଦର୍ଶନୀ ଚାଲୁଥିଲା । ଭାରତର ବିଭିନ୍ନ ପ୍ରାନ୍ତରୁ କଳାକାରମାନେ ସେମାନଙ୍କ କୋଲାଜ କଳାକୃତି ପ୍ରଦର୍ଶନ କରୁଥିଲେ । ତାକୁ ନିଜ ନାଁରେ କେହି ଡାକୁଥିବା ଶୁଣି ଆଶ୍ଚର୍ଯ୍ୟ ହୋଇ ବୁଲିପଡିଲା ରାଜଶ୍ରୀ ।

-ପ୍ରଶାନ୍ତ !ହ୍ବାଟ ଏ ପ୍ଲିଜାଣ୍ଟ ସରପ୍ରାଇଜ । ଏତେ ବର୍ଷ ପରେ ଦେଖା !ଏବେ କେଉଁଠି ?କଣ କରୁଛ ?ଦିଲ୍ଲୀ ୟୁନିଭରସିଟି ଛାଡିଲା ପରେ ଏହା ବୋଧେ ଆମର ପ୍ରଥମ ଦେଖା ?ଫେସବୁକରେ ତମେ ନାହଁ ବୋଧେ ?

   ହସିଦେଇ ପ୍ରଶାନ୍ତ କହିଲା,

- ଏକା ସାଙ୍ଗରେ ଏତେ ଗୁଡା ପ୍ରଶ୍ନ ! ଫେସବୁକ ଆକାଉଣ୍ଟ କିଛି ବର୍ଷ ତଳେ ଡିଲିଟ କରିଦେଇଥିଲି । ଆଉ ହଁ,ଦିଲ୍ଲୀ ଛାଡିଲା ପରେ ଏହା ଆମର ,ପ୍ରଥମ ଦେଖା ନୁହେଁ ;ଦ୍ବିତୀୟ ଦେଖା । ତୁମ ବାହାଘରକୁ ତ ମୁଁ ଆସିଥିଲି । ଭୁଲି ଗଲଣି ବୋଧେ । "ହସୁଥିଲା ପ୍ରଶାନ୍ତ ।

ଟିକେ ଉଦାସ ଦେଖାଗଲା ରାଜଶ୍ରୀ । ନିଜ ଓଠରେ ହସ ଖେଳାଇବାକୁ ଚେଷ୍ଟା କରୁଥିଲା ବୋଧେ । ପ୍ରଶାନ୍ତ ସବୁ ଲକ୍ଷ୍ୟ କରୁଥିଲା ।

- ନିଜେ ତ କୋର୍ଟ ମ୍ୟାରେଜ କଲ ,ଆଉ ଆମକୁ ଡାକିଲନି ମଧ୍ୟ । "କହିଲା ରାଜଶ୍ରୀ ।

-ଚାଲ ଚା ପିଇବା । ଏଠାର ଇରାନୀ ଟି ବହୁତ ଫେମସ । "

   ଚା ଅର୍ଡର ଦେଇ ଟେବୁଲରେ ବସି ଦୁହେଁ ଦୁହିଁଙ୍କୁ ଦେଖୁଥିଲେ । ଦୁଇ ପୁରୁଣା ପ୍ରେମୀ ଯୁଗଳ ଅନେକ ବର୍ଷ ପରେ ଏକାଠି ହେଲେ କଣ କରନ୍ତି ? 

ଆଖିର ଲେନ୍ସରେ ଉଭୟେ ଉଭୟଙ୍କୁ ତଉଲି ଅନୁମାନ କରୁଥିଲେ ସାମ୍ନାରେ ବସିଥିବା ଲୋକ କେତେ ଖୁସିରେ ଅଛି । ବରଂ ପରଖୁଥିଲେ କହିଲେ ଅତ୍ୟୁକ୍ତି ହେବନି ।

    ଦିଲ୍ଲୀରେ ପଢିଲା ବେଳେ ଦୁହିଁଙ୍କ ଭିତରେ ବନ୍ଧୁତା,ନିବିଡ଼ତା । ତେବେ ଦୁହିଙ୍କ ସମ୍ପର୍କ ବିଷୟରେ ଦୁହେଁ ଟିକେ କନଫ୍ୟୁଜ ଥିଲେ ।

-"ସବୁ ପ୍ରେମ କାହାଣୀ ମିଳନରେ ସମାପ୍ତି ହୋଇ ନଥାଏ ,ଆଉ ଆମେ ତ ଭଲ ବନ୍ଧୁ ଥିଲେ ଓରହିବା । "ବୋଲି ଅନେକ ବର୍ଷ ତଳେ ନିଜେ କହିଥିଲା ରାଜଶ୍ରୀ ।


   ପ୍ରଶାନ୍ତ କାଳେ ଜୀବନକୁ ସିରିଅସଲି ନେଉ ନଥିଲା । ଚିତ୍ର କରି, ଜଣେ ଯେ ପରିବାରକୁ ଚଳାଇପାରିବ ସେ ବିଶ୍ବାସ ନଥିଲା ରାଜଶ୍ରୀର । ଚାକିରୀ ପସନ୍ଦ ନଥିଲା ପ୍ରଶାନ୍ତକୁ । ସ୍କୁଲରେ ପଢିଲା ବେଳେ କାଳେ ମାରାଥନ ଦୌଡ଼ରେ କ୍ୟାରିଅର କରିବ ବୋଲି ଭାବି ଦୌଡ଼ରେ ଭାଗ ନେଉଥିଲା । ବାପାଙ୍କ ଗାଳି ପରେ ଚୁପ ରହିଥିଲା । ତଥାପି ଅନେକ ସମୟରେ ପଡ଼ିଆରେ ଦୌଡ଼ୁଥିଲା । ପରେ କୋଲାଜ ପେଣ୍ଟିଂଗର ଭୁତ ପଶିଥିଲା ତା ମୁଣ୍ଡରେ । ନିଜ ଇଛାରେ ନିଜ ପ୍ୟାସନକୁ ନେଇ ବଞ୍ଚିବାକୁ ଚାହୁଁ ଥିଲା ପ୍ରଶାନ୍ତ । ସେଥିପାଇଁ ଏମିତି ଗୋଟେ ନନ୍ ସିରିଅସ ଲୋକଠୁ ନିଜକୁ ଅଲଗା କରିନେଇଥିଲା ରାଜଶ୍ରୀ ।


- ଲାଇଫ କେମିତି ଚାଲିଛି ?ହାପି ?"ଚା କପରେ ଚୁମକ ଦେଇ ପଚାରିଲା ପ୍ରଶାନ୍ତ ।

- ଭଗବାନଙ୍କ ଦୟାରୁ ସବୁ ଠିକ୍ । ଦୁଇ ପିଲା ସେଟେଲ ହୋଇ ଯାଇଛନ୍ତି ,ଆଉ ବଡ଼ କଥା ହେଲା ବିଦେଶରେ ନୁହେଁ ଇଣ୍ଡିଆରେ ଅଛନ୍ତି । ଆମ ପ୍ରଫେସର ବାବୁ ତାଙ୍କ କାମରେ ବ୍ୟସ୍ତ । ଲଭିଙ୍ଗ ହଜବ୍ୟାଣ୍ଡ । ଆଇ ଆମ ହାପି । ତମ କଥା କୁହ । "ଏକ ଗର୍ବଦୀପ୍ତ ସ୍ୱରରେ କହିଲା ରାଜଶ୍ରୀ ।

- ପ୍ରତିମା ତ ଡ୍ୟାନ୍ସର ବୋଲି ଜାଣିଥିବ । କଥକ,କୁଚିପୁଡ଼ି,ଓଡିଶୀରେ ଏକ୍ସପର୍ଟ । ଡ୍ୟାନ୍ସ ଏକାଦେମୀ କରିଛି । ବହୁତ ପିଲା ତା ଶିଷ୍ୟ । ମୋ ଭଳି ସେ ମଧ୍ୟ ଅଲ ଇଣ୍ଡିଆ ବୁଲେ । ପୁଅ ମୋ ପ୍ରଫେସନ ବାଛିଲାନି । ବାଙ୍ଗାଲୋରରେ ସଫ୍ଟୱେରରେ ଜଏନ କଲା । "

- ଭଲ କରିଛି । ତମେ ବି ଚାକିରୀ କରି ପେଣ୍ଟିଂଗ କରିପାରିଥାନ୍ତ । କେଵଳ ତମ ଜିଦି । "

- ମୋର ଗୋଟାଏ ଗୋଟାଏ ପେଣ୍ଟିଂଗ ଲକ୍ଷ ଲକ୍ଷ ଟଙ୍କାରେ ସେଲ୍ ହେଉଛି । ଚାକିରୀ ଅପେକ୍ଷା ଢେର ଅଧିକାରୋଜଗାର ।

 ଦୁହେଁ ଗପୁଥିଲେ ନିଜ ଜୀବନରେ ସେମାନେ କେତେ ଖୁସି ଅଛନ୍ତି । ଖୁସିର ଲିଷ୍ଟ ବହୁତ ଲମ୍ବା ଥିଲା । ସ୍ବାମୀଙ୍କ ପ୍ରମୋସନ,ସ୍ତ୍ରୀର ପୁରସ୍କାର,ପିଲାଙ୍କ ଚାକିରୀ,ଘର,ଗାଡ଼ି କିଣା, ବିଦେଶ ବୁଲା.....ସୀମାହୀନ ଖୁସିର ସମ୍ଭାର । ହୁଏତ ଦୁହେଁ ଦୁହିଁଙ୍କୁ ଦେଖାଇ ଦେବାକୁ ଚାହୁଁଥିଲେ ପରସ୍ପର ଠାରୁ ଅଲଗା ହୋଇ ସେମାନେ କେତେ ଅଧିକ ଖୁସି ଅଛନ୍ତି ବୋଲି ।

- ସନ୍ଧ୍ୟାରେ ଆଉ ସେମିତି ଘୋଡାଙ୍କ ଭଳି ପଡ଼ିଆରେ,ରାସ୍ତାରେ ଦୌଡ଼ୁଛ ?ଏବେ ତ ତମେ ବୟସ୍କଙ୍କ ଦୌଡ଼ରେସରେ ଅଲମ୍ପିକ ଯାଇ ପାରିବ । କେତେ ଦୌଡ଼ୁଥିଲ ତମେ ?ତମର ମନେ ଅଛି, ମୁଁ କହୁଥିଲି ତମେ ହୁସେନଙ୍କ ପେଣ୍ଟିଂଗର ଗୋଟେ ଘୋଡା । ଆମ ବାବୁ କିନ୍ତୁ ଭାରି ଲେଜି । "

- ଏବେ ମୁଁ ଲଙ୍ଗଡା ଘୋଡା । କାର ଆକ୍ସିଡେଣ୍ଟରେ ମୋର ଦୁଇ ଗୋଡ଼ ହରାଇ ନକଲି ଗୋଡ଼ ଲଗାଇଛି । ଘୋଡା ଭଳି ଆଉ କେବେ ଦୌଡ଼ି ପାରିବିନି । "

ଚା କପ ଟା ହାତରୁ ଖସିପଡ଼ିଲା ରାଜଶ୍ରୀର । ଅବିଶ୍ବାସ ଭରା ଦୃଷ୍ଟିରେ ସେ ଦେଖୁଥିଲା ପ୍ରଶାନ୍ତ କୁ ।

-"ଆଇ ଆମ ସରି ପ୍ରଶାନ୍ତ । ଲାଇଫ ଟା....."

- ପୁଅଟା ମୋର ଡ୍ରଗ୍ ଆଦିକ୍ଟ ହୋଇ ଯାଇଛି ରାଜଶ୍ରୀ । ବାଙ୍ଗାଲୋରରେ ଗୋଟେରିହାବିଲି ଟେସନ ସେଣ୍ଟରରେ ଅଛି । ଅଧିକ ପେଣ୍ଟିଂଙ୍ଗ କରିବାକୁ ପଡୁଛି ମୋତେ । ଭଲ ହୋଇଛି ତମେ ମୋ ଭଳି ଭାଗ୍ୟହୀନର ହାତ ଧରିନ । ନିଜେ ସୁଖୀ ବୋଲି ଅଭିନୟ କରୁଛି । "

   ନିଜ ଆଖିକୁ ପୋଛି ଦୀର୍ଘ ନିଶ୍ବାସ ନେଇ ରାଜଶ୍ରୀ କହିଲା,"ଶୁଭେନ୍ଦୁଙ୍କ ପ୍ରୋଷ୍ଟେଟ କ୍ୟାନସର ସେକେଣ୍ଡ ଷ୍ଟେଜ୍ । ଝିଅର ଡାଇଭର୍ସ ହେଲା ପରେ ଆମ ସହରହୁଛି ବୋଲି ବୋହୁ ଖୁସି ନୁହେଁ । ନାତି ଟା ସ୍ପାଷ୍ଟିକ ବୋଲି ପୁଅ ସବୁବେଳେ ଦୁଶ୍ଚିନ୍ତାରେ । ସବୁ ଦୁଃଖକୁ ଭୁଲି ଖୁସିର ଅଭିନୟ କରିବା ସତରେ କଷ୍ଟ । ତେବେ ଏଇତ ଜୀବନ । "

    ପ୍ରଶାନ୍ତ ଅନାଉଥିଲା ରାଜଶ୍ରୀ କୁ । ଦୁହେଁ ଦୁହିଁଙ୍କୁ ଦେଖୁଥିଲେ । କିଛି ସମୟ ଆଗରୁ ଖୁସିରେ ଝଲମଲ କରୁଥିବା ମୁହଁ ଦୁଇଟା ଉଦାସ ଦିଶୁଥିଲା । ଖରା ବର୍ଷା ପ୍ରକୋପରେ ଘରର ବାହାର କାନ୍ଥରୁ ଡିଷ୍ଟେମ୍ପର ଖସି କଦାକାର ଦେଖାଯିବା ଭଳି ଦିଶୁଥିଲା ଦୁହିଁଙ୍କ ମୁହଁ । ଦୁରକୁ ସୁନ୍ଦର ବା ଉପରକୁ ଖୁସି ଦିଶୁଥିବା ମଣିଷର ଭିତରେ ଦୁଃଖର ଏତେ ପରସ୍ତର ଆବରଣ !

- ଆମ ଭିତରେ ଏତେ ଦୁଃଖ ଲୁଚିରହିଛି ପ୍ରଶାନ୍ତ....କୋହ ଭରା କଣ୍ଠରେ କହୁଥିଲା ରାଜଶ୍ରୀ ।

ଧୀର ସ୍ୱରରେ ପ୍ରଶାନ୍ତ କହିଲା

- ଜୀବନ ଟା ଗୋଟେ ସୁଖ ଦୁଃଖର କୋଲାଜ ନୁହେଁ କି ?"

 ମ୍ୟୁଜିକ ସିଷ୍ଟମରେ ଭାସି ଆସୁଥିଲା ଜଗଜିତ ସିଂଙ୍କ ଗଜଲ,"ତୁମ ଇତନା କ୍ୟୁଉଁ ମୁସ୍କୁରାରହିହୋ,କ୍ୟା ଗମ୍ ହେ ଜିସିକୋ ଛୁପାରହେହୋ....


ଦୁଃଖ ପ୍ରଶାନ୍ତ ରାଜଶ୍ରୀ ପେଣ୍ଟିଂଙ୍ଗ

Rate the content


Originality
Flow
Language
Cover design

Comments

Post

Some text some message..