Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Deepak Sarangi

Inspirational Others

3  

Deepak Sarangi

Inspirational Others

ଆନନ୍ଦ ମଠ - ୪

ଆନନ୍ଦ ମଠ - ୪

5 mins
7.4K


ମୂଳ ବଙ୍ଗଳା : ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟ

ଓଡିଆ ଭାଷାନ୍ତରଣ : ଦୀପକ ଷଡଙ୍ଗୀ

ଭାଗ -

ମହର୍ଷି ସତ୍ୟାନନ୍ଦ ସନ୍ଧ୍ୟା ଧୂପ ପ୍ରଭୁଙ୍କୁ ଅର୍ପଣ କରି ସାରିବା ପରେ ମହେନ୍ଦ୍ରଙ୍କ ପାଖକୁ ଗଲେ , ସେଠାରେ ତାଙ୍କୁ ଡାକି କି କହିଲେ “ମହେନ୍ଦ୍ର ତୁମର କନ୍ୟା ଜୀବିତ ଅଛି” । ମହେନ୍ଦ୍ର ଉଲ୍ଲସିତ ହୋଇ ପଚାରିଲେ “ସେ ଏବେ କେଉଁଠି ମହାରାଜ”? “ତୁମେ ସେ ସବୁ ଜାଣି କଣ କରିବ”? ବୋଲି ପ୍ରଶ୍ନ କଲେ ମହର୍ଷି ସତ୍ୟାନନ୍ଦ । ସେ ପୁଣି କହି ଉଠିଲେ “ତୁମେ କଣ ଜାଣି ନାହଁ ଯେ ସନ୍ତାନ ବ୍ରତ ଧାରଣ କରିବାକୁ ହେଲେ ସ୍ତ୍ରୀ ,ପିଲା ଓ ପରିବାର ସମସ୍ତଙ୍କୁ ପରିତ୍ୟାଗ କରିବାକୁ ପଡିବ ବୋଲି”। ମହେନ୍ଦ୍ର ଧୀର ସ୍ଵରରେ ପଚାରିଲେ “ଏତେ କଠୋର ନିୟମ କ’ଣ ପାଇଁ ମହାରାଜ?” ମହର୍ଷି ସତ୍ୟାନନ୍ଦ କହିଲେ “ଯେପରି ତ୍ରେତୟା ଓ ଦ୍ଵାପର ଯୁଗରେ ଭକ୍ତମାନେ ଇଶ୍ଵରଙ୍କୁ ନ ପାଇବା ପର୍ଯ୍ୟନ୍ତ କଠୋର ତପସ୍ୟା କରି ସିଦ୍ଧି ପ୍ରାପ୍ତ ହେଉଥିଲେ ସେହି ପରି, ଯେ ପର୍ଯ୍ୟନ୍ତ ଆମେ ଆମ ମାତୃଭୂମିକୁ ଏହି ମୋଗଲ ଓ ଇଂରେଜ ମାନଙ୍କ ଠାରୁ ଉଦ୍ଧାର ନ କରିଛୁ ସେ ପର୍ଯ୍ୟନ୍ତ ଆମେ ସବୁ ସୁଖ ସ୍ଵାଛନ୍ଦରୁ ବଞ୍ଚିତ ହୋଇ ରହିବା, ସେଥିପାଇଁ ତ ଆମ ସମସ୍ତ ସନ୍ତାନ ମାନଙ୍କୁ ସନ୍ନ୍ୟାସୀ ବୋଲି କୁହାଯାଉଛି । ଏବେ ମଧ୍ୟ ସମୟ ଅଛି ତୁମର ଯଦି ଇଚ୍ଛା ନାହିଁ ଦେଶ ମାତୃକାର ସେବା କରିବା ପାଇଁ ତେବେ ମୁଁ ତୁମକୁ ଏଇ ଆନନ୍ଦ ମଠରୁ ବାହାର କରାଇ ଦେଇ ତୁମ କନ୍ୟା ସହିତ ଭେଟ କରାଇ ଦେବି । ଏବେ ତୁମେ କଣ ନିଷ୍ପତି ନେଉଛ ନିଅ” । ମହେନ୍ଦ୍ର ମହର୍ଷି ସତ୍ୟାନନ୍ଦଙ୍କ ପାଦ ତଳେ ଲୋଟି ପଡି କହିଲେ “ଏ କଣ କହୁଛନ୍ତି ମହାରାଜ? ଦେଶ ମାତୃକାର ସେବା କରିବା କେତେ ଜଣଙ୍କ ଭାଗ୍ୟରେ ଜୁଟେ । ମୁଁ ତ ନିଜକୁ ଭାଗ୍ୟବାନ୍ ବୋଲି ମାନୁଛି ଯେ ଆପଣ ମତେ ସନ୍ତାନ ହେବା ପାଇଁ ଚୟନ କରିଛନ୍ତି । କନ୍ୟାକୁ ତ ମୁଁ ଭାଗ୍ୟରେ ଥିଲେ ନିଶ୍ଚେ ଦେଖି ପାରିବି କିନ୍ତୁ ଏ ସୁଯୋଗ ମୁଁ ହାତ ଛଡା କରି ପାରିବି ନାହିଁ” । ମହର୍ଷି ସତ୍ୟାନନ୍ଦ ତାଙ୍କୁ ଉଠାଇ ଛିଡା କରାଇଲେ ଓ କହିଲେ “ତେବେ ଆସ ମୋ ସହ” । ମହର୍ଷି ସତ୍ୟାନନ୍ଦ ଓ ମହେନ୍ଦ୍ର ଦୁଇଜଣ ମଠରେ ଥିବା ଏକ ବିଷ୍ଣୁ ମନ୍ଦିରକୁ ଗଲେ ସେଠାରେ ଶଙ୍ଖ,ଚକ୍ର,ଗଦାଧାରି ଏକ ବିଶାଳ ବିଷ୍ଣୁଙ୍କ ମୂର୍ତ୍ତି ଥାଏ । ମୂର୍ତ୍ତି ପାଖରେ ଆଉ ଜଣେ ସନ୍ନ୍ୟାସୀ ମଧ୍ୟ ବସି ଶ୍ରୀମଦ୍ ଭଗବତ୍ ଗୀତା ପାଠରେ ତଲ୍ଲିନ ଥାଆନ୍ତି । ମହର୍ଷି ସତ୍ୟାନନ୍ଦଙ୍କୁ ଦେଖି ସେ ଉଠି ତାଙ୍କୁ ପ୍ରଣାମ କଲେ । ମହର୍ଷି ସତ୍ୟାନନ୍ଦ ପଚାରିଲେ “ତୁମେ ବି କଣ ସନ୍ତାନ ବ୍ରତରେ ବ୍ରତୀ ହେବ”? ସନ୍ନ୍ୟାସୀ କହିଲେ “ଆଜ୍ଞା! ହଁ” । ମହର୍ଷି ସତ୍ୟାନନ୍ଦ ଦୁଇ ଜଣଙ୍କୁ ଏକାଠି କରି ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଈଶ୍ଵରଙ୍କୁ ସାକ୍ଷୀ ରଖି ମନ୍ତ୍ର ପାଠ ଦ୍ଵାରା ସନ୍ତାନ ବ୍ରତରେ ଦୀକ୍ଷିତ କରାଇଲେ । ଶେଷରେ ସେମାନେ ଶପଥ କଲେ ଯେ ଯଦି ସେମାନେ ବ୍ରତ ଭଙ୍ଗ କରନ୍ତି ତେବେ ସେମାନେ ଅଗ୍ନିରେ ଝାସ ଦେଇ ଅଥବା ବିଷପାନ କରି ନିଜର ପ୍ରାଣ ଉତ୍ସର୍ଗ କରିବେ । ତା’ପରେ ମହର୍ଷି ସତ୍ୟାନନ୍ଦ ସେମାନଙ୍କୁ ତାଙ୍କ ସହ ମିଶି ମାତୃବନ୍ଦନା “ବନ୍ଦେ ମାତରମ୍” ସଙ୍ଗୀତ ଗାନ କରିବାକୁ କହିଲେ ଓ ସମସ୍ତେ ମିଶି ଅତି ସୁନ୍ଦର ସ୍ଵରରେ ମାତୃବନ୍ଦନା କଲେ ।

ଦୀକ୍ଷିତ ହେବାର କିଛି ଦିନ ପରେ ମହର୍ଷି ସତ୍ୟାନନ୍ଦ ଦିନେ ମହେନ୍ଦ୍ରଙ୍କୁ ନିଜ ପାଖକୁ ଡାକିଲେ ଓ କହିଲେ “ମହେନ୍ଦ୍ର! ତୁମେ ତୁମ ନିଜ ଗାଁ ପଦଚିହ୍ନକୁ ଫେରି ଯାଅ”। ମହେନ୍ଦ୍ର ଆଶ୍ଚର୍ଯ୍ୟ ହୋଇ ପଚାରିଲେ “କାହିଁକି ମହାରାଜ ମୁଁ କଣ କିଛି ଦୋଷ କରିଛି”? ମହର୍ଷି ସତ୍ୟାନନ୍ଦ ଅଳ୍ପ ହସି କହିଲେ “ଆରେ ନା ନା, ସେକଥା ନୁହେଁ ମୋର ଇଛା ଯେ ଏ ଆନନ୍ଦ ମଠକୁ ଛାଡି ଆମର ଆଉ ଗୋଟିଏ ଗଡ ତିଆରି ହେଉ । କାରଣ ଯଦି ମୋଗଲ ଓ ଇଂରେଜମାନେ କେବେ ଏ ଆନନ୍ଦ ମଠକୁ ଆକ୍ରମଣ କରି ନଷ୍ଟ କରି ଦିଅନ୍ତି, ତେବେ ଅନ୍ୟ ଗୋଟିଏ ଗଡ ଥିଲେ ଏହି ସଂଗ୍ରାମଟି ସେମିତି ଜୀବିତ ହୋଇ ରହିଥିବ । ତୁମେ ତୁମ ଗାଁର ଜମିଦାର ଥିଲ । ତୁମେ କହିଲେ ଲୋକମାନେ ତୁମର କଥା ମାନିବେ । ତୁମେ ଚାହିଁଲେ ଗାଁ ଲୋକମାନଙ୍କୁ ବୁଝାଇସୁଝାଇ ମୋଗଲ ଓ ଇଂରେଜମାନଙ୍କ ବିରୁଦ୍ଧରେ ଲଢିବା ପାଇଁ ପ୍ରସ୍ତୁତ କରାଇପାରିବ । ସେଥିପାଇଁ ତୁମ ସହ ମୁଁ କିଛି ଅନ୍ୟ ସନ୍ତାନମାନଙ୍କୁ ମଧ୍ୟ ତୁମ ସହ ପଦଚିହ୍ନ ଗ୍ରାମକୁ ପଠାଇବାର ବ୍ୟବସ୍ଥା କରୁଛି । ତୁମେ ସେଠାରେ ରହି ଆମ ସନ୍ତାନ ମାନଙ୍କ ପାଇଁ ନୂତନ ଗଡ ତିଆରି କରିବା ସହ ବାରୁଦ,ବନ୍ଧୁକ,ଗୁଳି ଗୋଳା ଇତ୍ୟାଦି ତିଆରି କରିବ । ସେଥିପାଇଁ ଆବଶ୍ୟକ ଅର୍ଥ ଓ ଲୋକ ବଳ ମୁଁ ତୁମକୁ ଠିକ୍ ସମୟରେ ଯୋଗାଇ ଦେବି । ତୁମେ ତୁମ ନିଜ ଗାଁରେ ରହି ସନ୍ତାନ ଧର୍ମ ପାଳନ କର । ଏହାହିଁ ମୋର ଇଚ୍ଛା”। ମହେନ୍ଦ୍ର କହିଲେ “ଯାହା ଆପଣଙ୍କ ଆଜ୍ଞା ମହାରାଜ”। ତା’ପର ଦିନ ମହେନ୍ଦ୍ର କିଛି ଅନ୍ୟ ସନ୍ତାନ ମାନଙ୍କୁ ଧରି ଆନନ୍ଦ ମଠ ଛାଡି ନିଜ ଗ୍ରାମ ପଦଚିହ୍ନକୁ ଚାଲିଗଲେ ।

ମହେନ୍ଦ୍ର ଯିବାର କିଛି ଦିନ ପରେ ଥରେ ମହର୍ଷି ସତ୍ୟାନନ୍ଦ ସେଇ ନୂତନ ସନ୍ତାନଙ୍କୁ ନିଜ ପାଖକୁ ଡକାଇଲେ ଓ ପଚାରିଲେ “ବତ୍ସ! ତୁମେ କିଏ? ତୁମର ପ୍ରକୃତ ନାମ କଣ? ତୁମର ରୂପ ଓ ଚାଲିଚଳନକୁ ଦେଖି ମୋର ଟିକେ ସନ୍ଦେହ ଜାତ ହେଉଛି । ନୂତନ ସନ୍ନ୍ୟାସୀଟି ନିଜର ମୁଣ୍ଡରୁ ପଗଡି ଓ ମୁହଁରୁ ନକଲି ଦାଢିକୁ ବାହାର କରିଦେଲା ଓ ନତମସ୍ତକ ହୋଇ କହିଲା “ମହାରାଜ! ମୁଁ ପୁରୁଷ ନୁହେଁ । ମୁଁ ଜଣେ ସ୍ତ୍ରୀ ଓ ମୋର ନାମ ଶାନ୍ତି ଶର୍ମା । ମହର୍ଷି ସତ୍ୟାନନ୍ଦ କ୍ରୋଧରେ ଜର୍ଜରିତ ହୋଇ ଚିତ୍କାର କରି ଗର୍ଜିଉଠି କହିଲେ “ତୁ ଗୋଟିଏ ଠକ, ନିର୍ଲଜ ନାରୀ । ନିଜକୁ ପୁରୁଷ ବଶରେ ସଜାଇ ତୁ କାହିଁକି ଏଠି ରହି ଥିଲୁ? ନାରୀମାନଙ୍କୁ ସନ୍ତାନ ଧର୍ମରେ ଦୀକ୍ଷିତ କରାଇବା ଏକ ମସ୍ତବଡ ଭୁଲ । କାରଣ ସେମାନଙ୍କ ପାଖରେ ନା ଥାଏ ସାହସ ଓ ଶକ୍ତି ମୋଗଲ ଓ ଇଂରେଜମାନଙ୍କ ବିରୁଦ୍ଧରେ ଲଢିବା ପାଇଁ” । ଶାନ୍ତି ଧୀର ଓ ନମ୍ର ସ୍ଵର ରେ କହିଲେ” ଏହା ଆପଣଙ୍କ ଭ୍ରମ ଧାରଣା ମହାରାଜ । ନାରୀ ମଧ୍ୟ ପୁରୁଷଠାରୁ କୌଣସି ଗୁଣରେ କମ୍ ନୁହେଁ । ଆପଣ ମୋର ଯେ କୌଣସି ଶକ୍ତିର ପରୀକ୍ଷା ଏବେ ଓ ଏହିକ୍ଷଣି ନେଇ ପାରନ୍ତି”। ମହର୍ଷି ସତ୍ୟାନନ୍ଦ କହିଲେ “ତେବେ ଠିକ୍ ଅଛି । ଆସ୍ ମୋ ସହ”। ମହର୍ଷି ସତ୍ୟାନନ୍ଦ ଶାନ୍ତିକୁ ମଠର ଅସ୍ତ୍ରାଗାରକୁ ନେଇଗଲେ । ତାକୁ ସେଠାରେ ଗୋଟିଏ ଧନୁକୁ ଦେଖାଇ କହିଲେ “ପ୍ରକୃତରେ ତୁ ଯଦି ଶକ୍ତି ଶାଳୀ ହୋଇଥିବୁ ତେବେ ଏହି ଧନୁରେ ଲୁହା ତାର ର ଡୋର ଲଗାଇ ତତେ ତୀର ବିନ୍ଧିବାକୁ ହେବ । ଆଉ ମନେରଖ ଏହି ଧନୁକୁ ବଙ୍କା କଲାବେଳେ ଯଦି ଟିକିଏ ଏପଟ ସେପଟ ହୁଏ ତେବେ ଏହି ଧନୁ ଯେତେବେଳେ ସିଧା ହେବ,ଧନୁର ଦଣ୍ଡ ତୋ ପାଇଁ ପ୍ରାଣ ଘାତକ ହୋଇପାରେ” । ମହର୍ଷି ସତ୍ୟାନନ୍ଦଙ୍କ କଥା ସରିଛି କି ନାହିଁ ଶାନ୍ତି ତତକ୍ଷଣାତ୍ ଧନୁକୁ ଉଠାଇ ତାକୁ ବଙ୍କା କରି ସେଥିରେ ଲୁହା ତାର ର ଡୋରକୁ ଲଗାଇ ଗୋଟିଏ ତୀର ସଙ୍ଗେ ସଙ୍ଗେ ମାରିଦେଲା । ତାପରେ ଧନୁ କୁ ମହର୍ଷି ସତ୍ୟାନନ୍ଦଙ୍କ ପାଦ ତଳେ ରଖି ପ୍ରଣାମ କଲା । ଏହା ଦେଖି ମହର୍ଷି ସତ୍ୟାନନ୍ଦଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଶାନ୍ତି ସତ୍ୟାନନ୍ଦଙ୍କର ନାରୀ ମାନଙ୍କ ପ୍ରତି ଥିବା ସବୁ ଭୁଲ ଧାରଣାକୁ ଦୂରେଇ ଦେଲା । ପରେ ନିଜକୁ ସନ୍ୟାସୀ ଜୀବାନନ୍ଦଙ୍କ ଧର୍ମପତ୍ନୀ ରୂପେ ପରିଚୟ ଦେଲା । ମହର୍ଷି ସତ୍ୟାନନ୍ଦ ଅତ୍ୟନ୍ତ ପ୍ରୀତ ହୋଇ ଶାନ୍ତିକୁ ଆନନ୍ଦ ମଠରେ ରହିବା ପାଇଁ ଅନୁମତି ଦେଲେ ।

କିଛି ବର୍ଷ ପରେ ବଙ୍ଗ ପ୍ରଦେଶରୁ ଦୁର୍ଭିକ୍ଷର କରାଳ ଛାୟା ଧୀରେଧୀରେ ହଟିବାକୁ ଲାଗିଲା । ଚାଷୀର ଜମିରେ ପୁଣି ଧାନଗଛ ଲହଡି ଭାଙ୍ଗିବାକୁ ଲାଗିଲା, କିନ୍ତୁ ଧାନକୁ କିଣିବା ପାଇଁ କାହା ପାଖରେ ବି ଅର୍ଥ ନଥିଲା ଇଂରେଜମାନେ ଜମିଦାରୀ ପ୍ରଥାକୁ ଲୋପ କରିବାକୁ ବସିଲେ । ସେପଟେ ସନ୍ତାନମାନଙ୍କ ସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇବାକୁ ବସିଲା । ସନ୍ତାନମାନେ ମୁସଲମାନ ମାନଙ୍କ ରାଜତ୍ଵକୁ ଧ୍ଵଂସ କରିବାକୁ ଲାଗିଲେ । ହିନ୍ଦୁତ୍ଵର ପ୍ରଚାର ବଢି ଚାଲିଲା । ସେହି ସମୟରେ ଇଂରେଜମାନଙ୍କ ଗଭର୍ନର ଜେନେରାଲ ଥିଲେ ଉଆରେନ ହେଷ୍ଟିଙ୍ଗସ୍ । ସେ ବହୁତ ଚେଷ୍ଟା କରିଥିଲେ ସନ୍ନ୍ୟାସୀ ଆନ୍ଦୋଳନକୁ ଭଙ୍ଗ କରିବା ପାଇଁ ,କିନ୍ତୁ ସେ ମଧ୍ୟ ବିଫଳ ହେଲେ । ଶେଷରେ ନିରୂପାୟ ହୋଇ ତାଙ୍କର ଜଣେ ସୁଦକ୍ଷ ସେନାପତି କ୍ୟାପଟେନ୍ ଟମାସ୍ ଙ୍କୁ ବଙ୍ଗ ପ୍ରଦେଶକୁ ପଠାଇଲେ ସନ୍ନ୍ୟାସୀ ଆନ୍ଦୋଳନକୁ ଦମନ କରିବା ପାଇଁ

ଆଉ ତା’ପରେ .....

ମହେନ୍ଦ୍ର କ’ଣ ତାଙ୍କ କନ୍ୟାକୁ ଆଉ ଦେଖାକରି ପାରିବେ ନାହିଁ?

ଶାନ୍ତିର ବୀରତ୍ଵ କ’ଣ ସତରେ ସନ୍ତାନମାନଙ୍କ କାମରେ ଆସିବ?

କ୍ୟାପଟେନ୍ ଟମାସ୍ କ’ଣ ସନ୍ନ୍ୟାସୀ ଆନ୍ଦୋଳନକୁ ଦମନ କରିବାରେ ସକ୍ଷମ ହେବେ?


Rate this content
Log in

Similar oriya story from Inspirational