Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବଳରାମ ବାରିକ

Tragedy

3  

ବଳରାମ ବାରିକ

Tragedy

ଅହଲ୍ୟା

ଅହଲ୍ୟା

6 mins
7.7K


ଅହଲ୍ୟା

ଉପର ସାହି ରେ ବହୁତ ଭିଡ଼ ଜମିଲା ପରି ଦିଶୁଥିଲା।।ଲୋକ ଟୁପୁରୁ ଟାପୁରୁ ,ଫୁସୁରୁ ଫାସୁରୁ ହେଉଛନ୍ତି।କିଏ କହୁଛି ପୋଡା ମୁଁହି ମରିଛି ଭଲ ହେଇଛି ।କିଏ କହୁଛି ଗାଁ ର ଇଜ୍ଜତ ମାଟିରେ ମିସେଇ ଦେଇଛି ।କିଏ କହୁଛି ବୁଢ଼ା-ବୁଢୀ ଦିଟାକୁ ଏ ବୟସ ରେ କନ୍ଦେଇଲା ଅଲକ୍ଷଣି ଟା ।ତାକୁ ନର୍କ ରେ ବି ଶାନ୍ତି ନାହିଁ।

ମୁଁ କିଛି ବୁଝିପାରୁ ନଥାଏ ।ଅନେକ ବର୍ଷ ହେଲା ମୁଁ ଗାଁ କୁ ଆସିନି।ଗାଁ ର ହାଲଚାଲ୍ ଆଉ ଖବର ମୋ ପାଖରେ ଖୁବ୍ କମ୍।ଗାଁ ର ଅଧାରୁ ଅଧିକ ୨୦ରୁ ୨୫ ବୟସ ପିଲାଙ୍କୁ ମୁଁ ଚିନ୍ହି ପାରୁନି।

ଭିଡ଼ ଭିତରୁ ଜଣେ ଲୋକ କୁ ଆବିଷ୍କାର କଲି....

ସେ ଯେମିତି ମୋତେ କିଛି କହିବାକୁ ଚାଁହୁଥିଲା ...

-କଣ ହେଇଛି

-ତୁମେ ଜାଣିନ କି ବାବୁ

-ନାଁ

-ଆରେ ବାବୁ ,ମାଧବ ଭାଇ ଙ୍କ ବଡ଼ ଝିଅ ଅଲିଆ ପରା ବେକରେ ରସି ଲଗାଇ ସୁଇସାଇଡ କରି ଦେଇଛି।

-ଓଃ ଆରେ ଆପଣ ଅଲି ଅପା କଥା କହୁଛନ୍ତି କି !!!

-ହଁ ବାବୁ।

-ହେଲେ କାହିଁକି ,ସେ ତ ବାହାସାହା ହୋଇ ଖୁସିରେ ଘର ସଂସାର କରିଥିଲା।

-ହଁ ଯେ ତାକୁ ପରା ତା ସ୍ୱାମୀ ଘରୁ ତଡିଦେଲା

-କଣ ପାଇଁ ?

-ମୁଁ ଏତେ କଥା ଜାଣିନି ।

-ତୁମେ ଜାଣିନ।ତୁମେ ଏ ଗାଁ ରେ ରହି ଗାଁ ଖବର ତୁମ ପାଖରେ ନାହିଁ।

-ହଁ ଜାଣିଛି ।ଆଉ କଣ କହିବି ଏ ଝିଅ ବିଷୟରେ ...ସମସ୍ତଙ୍କ ମୁଁହ ତ କଳା କରି ଦେଇଛି।

-ଆରେ ଵାଵା କଣ ଘଟଣା ଟିକେ କହୁନ।

-ମୋ ପାଖରେ ସମୟ ନାହିଁ।ପୋଲିସ୍ କୁ ପଚାର ସେ କହିବ।ସେ ଘର ଭିତରେ ପୋଲିସ୍ ପଶିଛି।ଶବ କୁ ପୋଷ୍ଟମର୍ଟମ୍ କରିବାକୁ ନେବ।

××××××××××××××××××××××××××××××××××××××××××

କନେଷ୍ଟବଲ୍ ସଭିଙ୍କୁ ଘଉଡାଉ ଥିଲା।

-ଯାଉଛ ନା ଏଠୁ।

-କାହିଁକି ଭିଡ଼ ଜମାଉଛ।

ମୁଁ ଭିଡ଼ ଭିତରେ ଟିକେ ପଶିଗଲି।

ମାଧବ ମଉସା ମୁଣ୍ଡ କୁ ପିଟୁଥାଏ ।ମାଙ୍କେଡା ପଥର ରେ ।

ବ୍ୟବସାୟ କରି ଅନେକ ଟଙ୍କା ଉପାର୍ଜନ କରିଥିଲେ ମାଧବ ମଉସା।ଆଉ ମୁଁ ବୋଉ ଠାରୁ ଶୁଣିଥିଲି, ଅଲିଆ ଅପା କୁ ବହୁତ୍ ଜାନିଯୌତୁକ ଦେଇ ମାଧବ ମଉସା ବାହା ଦେଇଥିଲେ।

ମୁଁ ଭିଡ଼ରେ ବେଶୀ ସମୟ ରହିପାରିଲି ନାହିଁ।ମୋତେ ଘରକୁ ଯିବାର ଥିଲା।ଘରେ ତେଣେ ସମସ୍ତେ ମୋତେ ଅନେଇ ରହିଥିବେ।ଅନେକ ଦିନ ପରେ ଗାଁ କୁ ଆସିଛି ।ନହେଲେ ବୋଉ କହିବ।ତୁ ଗାଁ କୁ ଆସିଲେ ଦଣ୍ଡେ ଘଡ଼ିଏ ଘରେ ରହୁନୁ ଖାଲି ଗାଁ ଟା ଯାକ ଘିରି ଘିରି ହୋଇ ବୁଲୁଛୁ।

ଅଲିଆ ଅପା ର ଆତ୍ମହତ୍ୟା ର ରହସ୍ୟ କଣ ?କେମିତି ଜାଣିବି ?ମୋର୍ ବିଶ୍ୱାସ ହେଉନି ଅଲିଆ ଅପା ପରି ଝିଅ କୁ ....ତାଙ୍କ ପତି ଘରୁ ବାହାର କରି ଦେଲେ।ନା ଏହା ସମ୍ଭବ ନୁହେଁ।

ମୋର ଉତ୍କଣ୍ଠା ଆହୁରି ବଢି ଗଲା।କାହାକୁ ପଚାରିବି ?

ମୁଁ ଅଗଣା ରେ ସଂଧ୍ୟା ସମୟ ରେ ବସିଥାଏ।ସାନ ଭାଇ ର ସାଙ୍ଗ ବିଭୁ ଘରକୁ ଆସିଥିଲା।

-ଭାଇ ପ୍ରଣାମ

-ହଁ ବିଭୁ କେମିତି ଅଛୁ।

-ଭାଇ ସବୁ ଆପଣଙ୍କ ଆଶ୍ରୀବାଦ।

-ଭଗବାନ ତୋତେ ଆଶ୍ରୀବାଦ୍ କରିବେ।ମୁଁ କିଏ।ତୋର ପଢ଼ାପଢି।

-ହଁ ଭାଇ ଭଲ ଚାଲିଛି।

-ଆରେ ବିଭୁ ସେ ଉପର ସାହି ଅଲିଆ ଅପା କାହିଁକି ଆତ୍ମହତ୍ୟା କଲା ଯେ?

-ଭାଇ କଣ କହିବି। ନାନା ଲୋକ ନାନା କଥା କହୁଛନ୍ତି।

-ତୁ କଣ କହୁଛୁ ?

-ଭାଇ।ବଡ଼ ହତଭାଗିନୀ ଟା।

-ସେ ତ ବହୁତ ଭଲ ଛାତ୍ରୀ ଥିଲେ ସ୍କୁଲ ସମୟ ରେ।କ୍ଲାସ ରେ ପ୍ରଥମ ବି ହେଉଥିଲେ।ମୁଁ ପଞ୍ଚମ ଶ୍ରେଣୀ ରେ ଥିଲା ବେଳେ ସେ ସପ୍ତମ।ମୁଁ ଜାଣିଛି ହାଇ ସ୍କୁଲ ରେ ବି ସେ ବହୁତ୍ ଭଲ ମାର୍କ ରଖି ପାସ୍ ବି ହେଇଥିଲେ।

ଭଲ ଗଳ୍ପ ଲେଖନ୍ତି।ଗୀତ ବି ଭଲ ଗାଉଥିଲେ।

-ଭାଇ ଅଲିଆ ଅପା କଲେଜ୍ ପଢ଼ିବା ସମୟ ଠୁ ଅନେକ ଟୋକା ତାଙ୍କ ପଛରେ ପଡିଯାଇ ଥିଲେ।

-ପଡିବେନି କେମିତି ଏତେ ରୂପ ଆଉ ଗୁଣ ର ଯେ ଭରିଥିଲେ ଯେ

ସିଏ।

-ତୁମେ ଜାଣିଛ ରାହାସ ଭାଇ ଅଲି ଅପାକୁ ବହୁତ୍ ଭଲ ପାଉଥିଲେ।ତାଙ୍କ ପାଇଁ ନିଜ ଘରେ ବି ଝଗଡା ଲଗେଇ ଥିଲେ।ପ୍ରେମ ଟା ଏକ ତରଫା କି ଦୁଇ ତରଫା କିଛି ବୁଝି ହେଉ ନଥିଲା।

କିନ୍ତୁ ଲାଗୁଥିଲା ..ଅଲି ଅପା ।ରାହାସ ଭାଇ କୁ ଭଲ ପାଉଥିଲେ ବୋଧେ।ମୁଁ ବି ଦେଖିଛି କଲେଜ୍ ଫେରିବା ରାସ୍ତା ରେ ଦୁହେଁ ଦୁଇଟି ସାଇକେଲ ସମତାଳ ଗଡାଇ ରେ ହସ ଖୁସି ହୋଇ ଫେରନ୍ତି।

ମାଧବ ମଉସା କୁ ବୋଧେ କିଏ ,ଏ କଥା କହିଦେଲା।ସେ ରାହାସ ଭାଇ କୁ କଙ୍କାଳେ ଛେଚିଥିଲେ।

ଆଉ ଅଲି ଅପା +3 ସେକେଣ୍ଡ ଇୟର ରେ ଥିଲା ବେଳେ ତାଙ୍କୁ ବାହା କରେଇ ଦେଲେ ,ଅଲି ଅପା ଠାରୁ 10ବର୍ଷ ବଡ଼ ,ଆଗ ଟିକେ ଚନ୍ଦା ହେଇ ଯାଇଥିବା ସଫ୍ଟଓୟାର ଇଞ୍ଜିନିୟର ଗୌତମ ଙ୍କ ସହ।

ଅଲି ଅପା ବାହାଘର ରେ ରାଜି ନଥିଲା।ସେ ଆହୁରି ପଢିବାକୁ ଚାଁହୁଥିଲା ଭଲ ଚାକିରୀ କରିବାକୁ ଚାଁହୁଥିଲା।କିନ୍ତୁ ବାଧ୍ୟ ହୋଉ କଲମ ଛାଡି ସଂସାର ଗଢିବା ପାଇଁ ପାଦ ବଢାଇଲା।

-ଆଉ ତା ପରେ।

-ଅଲି ଅପା ଆଉ ତାଙ୍କ ହଜବ୍ୟାଣ୍ଡ ବାଙ୍ଗାଲୋର ରେ ରହିବାକୁ ଲାଗିଲେ।କାରଣ ଗୌତମ ଭାଇ ବାଙ୍ଗାଲୋର ରେ ଜବ୍ କରୁଥିଲେ ନା!!

ଏଇ ତିନି ମାସ ତଳେ ଅଲିଆ ଅପା ବାପ ଘରକୁ ଆସିଥିଲେ।ନିଜ ଇଚ୍ଛା ବିରୁଦ୍ଧରେ ବାହା ହୋଇଥିବା ସ୍ଵାମି ଙ୍କର ସେ ଅନେକ ପ୍ରଶଂସା କରୁଥିଲେ।କହୁଥିଲେ ସେ ମୋତେ ତାଙ୍କ ଏ:ଟି:ଏମ୍ କାର୍ଡ ଦେଇ ଦେଇଛନ୍ତି ।ମୋର ଯାହା ଇଚ୍ଛା ଯେତେ ଟଙ୍କା ରେ ଇଚ୍ଛା ମୁଁ ସପିଙ୍ଗ କରି ପାରୁଛି।ଯାହା ଇଚ୍ଛା ତାହା ଖାଇ ପାରୁଛି ।ପିନ୍ଧି ପାରୁଛି।

ବାସ୍......

ମୋ ପାଇଁ କେବଳ ତାଙ୍କ ପାଖରେ ସମୟ ନାହିଁ।

ସେ ସବୁବେଳେ ଅଫିସ୍ କାମ ରେ ବ୍ୟସ୍ତ।

ରାତି ନ ଟା ରେ ଘରକୁ ଫେରନ୍ତି।

ମୁଁ ଏକା ଏକା ସେମିତି ଅନେଇ ବସିଥାଏ ତାଙ୍କ ଫେରିବା ବାଟକୁ ।

ତାଙ୍କର ଇଚ୍ଛା ସେ କେମିତି ପ୍ରମୋସନ୍ ପରେ ପ୍ରମୋସନ୍ ପାଇବେ।

ଛୁଟି ଦିନ ଗୁଡ଼ିକରେ ବି ଲାପଟପ ଧରି ବସି ଯାଆନ୍ତି।ଯେମିତି ତାଙ୍କ କାମ ହିଁ ତାଙ୍କ ଦ୍ଵିତୀୟ ସ୍ତ୍ରୀ।

ମୋତେ ବହୁତ ଚିଡି ଲାଗେ।ମୁଁ କେବଳ ରାତ୍ରୀ ରେ ଶଯ୍ୟା ସଙ୍ଗୀନି ହେବାପାଇଁ କଣ ବାହାହୋଇଥିଲି।

ଏମିତି ବହୁତ୍ କିଛି କହନ୍ତି ଅଲିଆ ଅପା।ବେଳେ ବେଳେ ମନ ଦୁଃଖ କରନ୍ତି।

ଆଉ ...ଏକଥା ବି କହୁଥିଲେ ।

ତାଙ୍କ ସ୍ୱାମୀ କୁଆଡେ ବହୁତ ସନ୍ଦେହି।ଅଲିଆ ଅପା ଯଦି ତାଙ୍କ ପରିବାର ଛାଡି ଆଉ କାହାକୁ ଟିକେ ଫୋନ୍ କଲେ ତାଙ୍କୁ ଗାଳି କରନ୍ତି।

-ତା ପରେ କଣ ହେଲା ବିଭୁ ???

କିଛି ନାହିଁ।

ଅଲିଆ ଅପା କହୁଥିଲେ ତାଙ୍କ କଲେଜ୍ ବେଳେ ସାଙ୍ଗ ରାଜେଶ ବି ସେହି କମ୍ପାନୀ ରେ ଯବ୍ କରନ୍ତି ଯେଉଁ କମ୍ପାନୀ ରେ ଗୌତମ ବାବୁ।କିନ୍ତୁ ରାଜେଶ ଟିକେ ତଳ ପାହ୍ୟା ରେ।ଏମିତି ଗୋଟେ ପାର୍ଟି ରେ ଅଲିଆ ଅପା ,ରାଜେଶ ଭାଇ ଆଉ ଗୌତମ ଭାଇ ଭିତରରେ ତିକ୍ତତା ହେଇଗଲା।ଗୌତମ ବାବୁ ,ରାଜେଶ ଭାଇ ଙ୍କୁ କିଛି କହିପାରୁନଥିଲେ।

ଯେହେତୁ ରାଜେଶ ଭାଇ ,ଅଲିଆ ଅପା ର ସାଙ୍ଗ ଥିଲେ।

ଏମିତି ରାଜେଶ ଭାଇ,ଅଲିଆ ଆପା ଙ୍କ ମିଳାମିଶା ଅଧିକ ବଢିଗଲା।

ଧୀରେ ଧୀରେ ରାଜେଶ ଭାଇ ଅଲିଆ ଅପାଙ୍କ ଘରକୁ ଆସିବାକୁ ଲାଗିଲେ।ଗୌତମ ବାବୁ ଙ୍କୁ ଏସବୁ ଭଲ ଲାଗୁ ନଥିଲା।ରାଜେଶ ଭାଇ ମଧ୍ୟ ବିବାହିତ।କିନ୍ତୁ ସେ ଅଲିଆ ଅପାକୁ ଜଣେ ବାନ୍ଧବୀ ହିଁ ଭାବୁଥିଲେ।କିନ୍ତୁ ଗୌତମ ବାବୁ ଙ୍କ ସନ୍ଦେହି ଆଖି।ସେ କିଛି କ୍ଷଣ ମଧ୍ୟ ଅଲିଆ ଅପା ଆଉ ରାଜେଶ ଭାଇ ବିଷୟ ରେ ରେ କଣ କଣ ସବୁ ଭାବିଦେଉଥିଲେ।ମୁହଁ ତାଙ୍କର ରାଗ ରେ ଲାଲ୍ ପଡିଯାଉଥିଲା।ଦିନେ ସେ ରାଜେଶ ଭାଇ ଙ୍କୁ କହିଲେ... ରାଜେଶ ନିଜ ଫାମିଲି କୁ ଟିକେ ସମୟ ଦିଅ।ତୁମ କଲେଜ୍ ସାଙ୍ଗ ତଥା ମୋର ୱାଇଫ୍ ଅହଲ୍ୟା କୁଆଡେ ଚାଲି ଯାଉନାହିଁ।

ଆଉ ଆଗକୁ ଆମ ଘରକୁ ଆସିଲେ ମୋତେ ପଚାରି ଆସିବ।

ରାଜେଶ ଭାଇ ଙ୍କ ମୁହଁ ଅପମାନ ରେ ଜଳିଗଲା।ଅନେକ ଦିନ ପର୍ଯ୍ୟନ୍ତ ସେ ଅଲିଆ ଅପାଙ୍କୁ ଭେଟିବାକୁ ଗଲେନାହିଁ।

ଗୌତମ ଭାଇ ଧୀରେ ଧୀରେ ଅଲିଆ ଅପାକୁ ସନ୍ଦେହ କଲେ।ତାଙ୍କ ସତୀତ୍ବ କୁ ନେଇ ପ୍ରଶ୍ନ ବି ଉଠାଇଲେ।

ଥରେ କହିଲେ ମୁଁ ଶୁଣିଛି ତୁମେ କଲେଜ୍ ପଢ଼ିବା ସମୟ ରେ କୁଆଡେ ତୁମର ଅନେକ ବୟଫ୍ରେଣ୍ଡ୍ ଥିଲେ।

ତାଛଲ୍ୟା କରି କହିଲେ କେତେଜଣ ଙ୍କୁ ତୁମ ସୌନ୍ଦଯ୍ୟ ବାଣ୍ଟିଛ??

ଅଲିଆ ଅପା ଯୋର ରେ ରାଗିଗଲା।ଆଉ ଗୌତମ ବାବୁଙ୍କୁ ଅନେକ କଥା କହିଲା।ନିଜ ଚରିତ୍ର ଉପରେ କଳଙ୍କ କୁ ସେ କେବି ବି ସହ୍ୟ କରିପାରିଲା ନାହିଁ।ରାହାସ ଭାଇ ଆଉ ତାଙ୍କ ପ୍ରେମ ଏକ ପରିପକ୍ବ ପ୍ରେମ ନଥିଲା।କିନ୍ତୁ ଗୌତମ ବାବୁ ଙ୍କୁ ସେ ପ୍ରକୃତ ରେ ପ୍ରେମ କରି ବସିଥିଲେ।ସବୁ କିଛି ସମର୍ପି ଦେଇଥିଲେ କିନ୍ତୁ ଗୌତମ ବାବୁ ତାଙ୍କ ଚରିତ୍ର ଏପରି ସଂହାର କରିବେ ସେ ଜାଣି ନଥିଲେ।ଗୋଟେ ଭୁଲ୍ ବୁଝାମଣା ଯୋଗୁଁ ଦୁହିଁଙ୍କ ଭିତରେ ତିକ୍ତତା ବହୁତ ବଢ଼ିଲା ।

ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେବା ପର୍ଯ୍ୟନ୍ତ କଥା ଗଲା।ଦୁଇ ପରିବାର ବି ଏକଥା ଜାଣିଲେ।ଅଲିଆ ଅପା ଜିଦି ଧରିଲା ଆଉ ଏପରି ଲୋକ ସହ ମୁଁ ଜୀବନ ବିତାଇ ପାରିବେନି।ତେଣୁ ଗୌତମ ବାବୁ ତାଙ୍କୁ ତାଙ୍କ ଘରେ ଆଣି ଛାଡିଦେଲେ।

ଦୁଇପରିବାର ସ୍ଥିର କଲେ ଅଲଗା ଅଲଗା ରହିଲେ ଦୁହିଁଙ୍କ ମନ ପରିବର୍ତନ ଟିକେ ହେଇଯିବ, ପୁଣି ଏକାଠି ହେଇଯିବେନି ବଳେ ବଳେ ।ଅଲିଆ ଅପା ବି ଜଣେ ସ୍ୱାଭିମାନୀ ଝିଅ।ସେ ନିଜ ନାଁ ରେ ଲାଗିଥିବା କଳା ମିଥ୍ୟା ଲାଂଛନା କୁ ନେଇ,ସନ୍ଦେହି ଗୌତମ ଙ୍କ ପାଖରେ ରହିବାକୁ ଚାଁହୁନଥିଲେ।

-ଓଃ କେଡେ ସାଂଘାତିକ।

-ଭାଇ ଅଲିଆ ଅପା କହୁଥିଲେ ,ତାଙ୍କ ସ୍ୱାମୀ ତାଙ୍କୁ ବାରମ୍ବାର ଧମକ ଦେଉଥିଲେ ଛାଡ଼ପତ୍ର ଦେବା ପାଇଁ।

ବୋଧହୁଏ ସେହିପରି କିଛି ଘଟଣା ହେଇଥିବ.....

ଏ ସବୁ ଘଟଣା ଶୁଣି ମୋର ସେହି ପୁରାଣ କାହାଣୀ ଅହଲ୍ୟା କଥା ମନେ ପଡିଯାଉଥିଲା।ଆମ ଅହଲ୍ୟା ଅପା ଙ୍କ କାହାଣୀ ଠିକ୍ ଏହିପରି ଲାଗିଲା।ସେଦିନ ଦେବରାଜ ଇନ୍ଦ୍ରଙ୍କ କାମ ଜ୍ୱାଳା ଏବଂ ମାୟା ଯୋଗୁଁ ଦୋଷ ନଥାଇ ବି ଦଣ୍ଡିତ ହୋଇଥିଲେ ଅହଲ୍ୟା ।ଋଷି ଗୌତମ ଙ୍କ ସନ୍ଦେହ ହିଁ କାଳ ସାଜିଥିଲା ଅହଲ୍ୟା ଙ୍କ ପାଇଁ।ଗୌତମ ଙ୍କ କ୍ରୋଧ ଶକ୍ତି ତଥା ତପ ଶକ୍ତି କ୍ଷଣିକ ରେ ବଦଳାଇ ଦେଇଥିଲା ଏକ ସୁକୁମାରୀ ଶରୀର କୁ ପାଷାଣୀର ରୂପ ରେ ।କରିଦେଇଥିଲା ଅଲୋଡ଼ା ଏ ସଂସାର ପାଇଁ।ସୃଷ୍ଟିକରିଥିଲା ଉଦାହରଣ ସମଗ୍ର ସଂସାର ରେ....ଗୌତମ....ନିଜର କ୍ରୋଧ ତଥା ସନ୍ଦେହ ର ପରଦା ନିଜ ମନରୁ ହଟାଇଲା ପରେ ଏବଂ ସତ୍ୟା ସତ୍ୟ ନଜାଣି ହଠାତ ନେଇଥିଵା ନିଷ୍ପତି ର ଭୟାଭୟତା ବିଷୟରେ ପରେ ନିଜେ ହୃଦୟଙ୍ଗମ କରିବା ପରେ କରିଥିଲେ ଘୋର ଅନୁତାପ।

ସେଦିନ ସିନା ଶ୍ରୀରାମ ଙ୍କ ର ଚରଣ ରଜ ଲାଗି ଅହଲ୍ୟା ମୁକ୍ତି ପାଇ ପୂର୍ବ ରୂପକୁ ଫେରିପାଇଥିଲେ,କିନ୍ତୁ ଅଲି ଅପା ପରି ଏମିତି ଅନେକ ଅହଲ୍ୟା ଯେ ଆମ ସମାଜ ରେ ଗୌତମ ମାନଙ୍କ ସଂଦେହ ଆଉ କଠୋର ନିଷ୍ପତି ଯୋଗୁଁ ଆତ୍ମହତ୍ୟା କରୁଛନ୍ତି।କେବେ ଘଟିବ ତାର ଅବସାନ....???

✍ବଳରାମ ବାରିକ©


Rate this content
Log in

Similar oriya story from Tragedy