Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pallabi Das

Tragedy Inspirational

3  

Pallabi Das

Tragedy Inspirational

ମୁଠାଏ ଭାତର ସମ୍ପର୍କ

ମୁଠାଏ ଭାତର ସମ୍ପର୍କ

5 mins
538


ପ୍ରଚଣ୍ଡ ରୁଦ୍ର ତାପ ଯେମିତି ଆଜି ସୂର୍ଯ୍ୟ ଦେବତା କ୍ରୋଧରେ ଅଗ୍ନି ବର୍ଷା କରୁଛନ୍ତି | ମଝିରେ ମଝିରେ ରାଜ ରାସ୍ତାରେ ତତଲା ପିଚୁ ଉପରେ ଗାଡ଼ି ଗୁଡା ସାଇଁ ସାଇଁ କରି ଚାଲି ଯାଉଥାନ୍ତି | କେହି କେହି ରାସ୍ତା କଡ଼ରେ ଥିବା ଶୀତଳ ଜଳ ଭଣ୍ଡାର ଆଗରେ ରହି ପାଣି ଗ୍ଲାସ୍ ପିଇ ଆଗକୁ ବଢ଼ୁଛନ୍ତି ଆଉ କେହି ଶୋଷ ନମେଣ୍ଟିବା ଯାଏ ପାଣି ଗୋଟେ ପରେ ଗୋଟେ ଗ୍ଲାସ୍ ପିଇ ଚାଲିଛନ୍ତି | ବସ୍ ଷ୍ଟାଣ୍ଡ ରେ ଖରାକୁ ଅନେଇ ଝାଳ ପୋଛି ପୋଛି ଲୋକ ବସ୍ କୁ ଅପେକ୍ଷା କରି ରହିଛନ୍ତି | ମାଆ ମୋର ବୁଲା ଗାଈ ଗୋରୁଙ୍କ ଉଦ୍ଦେଶ୍ୟରେ ଘରର ବାସି ତୋରାଣି ପାଣି , ପେଜ ଆଉ ପରିବା ଚୋପା ସବୁ ଘର ଆଗରେ ସଜେଇ ରଖିଛନ୍ତି | ବେଳେ ବେଳେ ବୁଲା ଗାଈ ଗୋରୁ ଆସି ତୋରାଣି ପାଣି ପିଇ ଚାଲି ଯାଉଛନ୍ତି ଆଉ ବେଳେବେଳେ ରଡି ଛାଡ଼ୁଛନ୍ତି ଆଉ ଅଧିକ କିଛି ଖାଇବା ପାଇଁ | ସମସ୍ତଙ୍କୁ ଖାଇବାକୁ ଦେଇ ମାଆ ଟିକେ ନିଦରେ ଶୋଇ ପଡ଼ିଛନ୍ତି , ଖରା ଦିନେ, ଦିପହର ନିଦଟା ବୋହୁତ୍ ଆରାମଦାୟକ | ଠିକ୍ ଏତିକି ବେଳେ ବୃଦ୍ଧ ଜଣେ ଆସି ଘର କବାଟ ଆଗରେ ଠିଆ ହୋଇ "ମାଆ ମାଆ" ଡ଼ାକିବାକୁ ଲାଗିଲେ | ତିନିଟା କବାଟ ପରେ ମାଆ ଶୋଇଥିଲେ, କୁଲର୍ ଆଉ ଫ୍ୟାନ୍ ର ଶବଦରେ ତାଙ୍କୁ କିଛି ଶୁଣା ଯାଉ ନଥିଲା | ବୃଦ୍ଧ ଜଣଙ୍କ ଧୀରେ ଧୀରେ ଏଥର ଲୁହା କବାଟ ବଡ଼େଇବାକୁ ଲାଗିଲେ | ମାଆଙ୍କ ନିଦ ଭାଙ୍ଗି ଯାଇଥିଲା, ତୁରନ୍ତ କବାଟ ପାଖକୁ ଯାଇ ଦେଖିଲା ବେଳକୁ , ଜଣେ ବୃଦ୍ଧ ଆସି ଠିଆ ହୋଇଛନ୍ତି | ମାଆଙ୍କ ଚୁଡ଼ି ଆଉ ପାଉଁଚିର ଆୱାଜ୍ ରେ ମୋ ନିଦ ବି ଭାଙ୍ଗି ଯାଇଥିଲା | ମୁଁ ବି ମାଆଙ୍କ ପଛେ ପଛେ କିଏ ଆସିଲା ଏତେ ଖରା ବେଳଟାରେ ବୋଲି ଦେଖିବାକୁ ଦୌଡ଼ି ଯାଇଥିଲି | ଧୋବ ଫର ଫର ଧଳା ଧୋତି ଆଉ ସାର୍ଟ ଟିକେ ମଳିନ ପଡ଼ି ଯାଇଥିଲା, ଆଉ କାନ୍ଧରେ ଗୋଟେ ନାଲି ଗାମୁଛା ବୋଧହୁଏ ଝାଳ ପୋଛିବା ଉଦ୍ଦେଶ୍ୟରେ ନହେଲେ ଖରା ଦାଉରୁ ମୁଣ୍ଡକୁ ରକ୍ଷା କରିବାକୁ ଯାଇ ସେଇଟା କାନ୍ଧରେ ପଡ଼ିଥିଲା | ମୁଁ ନିଦୁଆ ନିଦୁଆ ଆଖିରେ ତାଙ୍କୁ ଦେଖୁଥିଲି, ଏତିକି ଭିତରେ ମାଆ ତାଙ୍କୁ ପାଛୋଟି ଆଣି ଦାଣ୍ଡ ଘରେ ବସେଇ ଦେଇଥିଲେ | ବେଶ୍ ଆରାମ୍ ରେ ହସ ହସ ମୁହଁରେ ସେ ତଳେ ବସି ମତେ ଅନେଇଥିଲେ, ଆଉ ମୁଁ ତାଙ୍କୁ ବଲ ବଲ କରି ଅନାଉଥିଲି | ଘର ପାଖରେ ବଡ ଡାକ୍ତରଖାନା ସେଥିପାଇଁ ଘରେ ଅଧା ସମୟ ଅଜା ଘର ଗାଁ ଆଉ ନିଜ ଗାଁ ଲୋକମାନଙ୍କ ଭିଡ ଲାଗି ରହେ | ତାଙ୍କୁ ଦେଖି ମତେ ଲାଗିଲା ହୁଏତ କିଏ ଆମ ଗାଁରୁ ହୋଇଥିବେ | ମାଆ ମତେ ଦେଖି ବରାଦ ଦେଇଥିଲେ -"ଝିଅ, ଗଲୁ ମଉସାଙ୍କ ପାଇଁ ତୁରନ୍ତ ପଖାଳ ବାଢ଼ି ଆଣିବୁ "| ମୁଁ ତାଙ୍କ ପାଇଁ ପଖାଳ ଭାତ ଆଉ ଆଳୁ ବାଇଗଣ ପାଗ କରି, ଆମ୍ବ ଦିଟା କାଟି , ଖଟା ଟିକେ ପ୍ଲେଟ ରେ ସଜେଇ ତାଙ୍କ ଆଗରେ ବାଢ଼ି ଦେଇଥିଲି | ବେଶ୍ ଆତ୍ମସନ୍ତୋଷର ସହ ଗୋଟେ ମିନିଟ୍ ଭିତରେ ସବୁ ଭାତ ଖାଇ ଦେଇଥିଲେ | ତାଙ୍କ ଭୋକ ଦେଖି "ଆଉ ଖାଇବ କି ମଉସା" ପଚାରିଲାରୁ ମନା କରିଥିଲେ | ବୋଧହୁଏ ଖରାରେ ହଂସା ଉଡ଼ି ଯାଇଥିଲା ସେଥିପାଇଁ ଥର ଥର ହାତରେ କଂସାଟା ଯାକ ତୋରାଣି ପାଣି ଏକା ନିଶ୍ଵାସରେ ପିଇ ଦେଇଥିଲେ | ତା ପରଠାରୁ ପ୍ରାୟ ସବୁ ସପ୍ତାହରେ ଦୁଇ ତିନି ଥର ଆସନ୍ତି |  ଭିକ ମାଗିବା ଉଦ୍ଦେଶ୍ୟରେ ନୁହେଁ, ମୁଠାଏ ଭାତ ଶାନ୍ତିରେ ଖାଇବା ଉଦ୍ଦେଶ୍ୟରେ | ବୋହୁତ୍ ଥର ତାଙ୍କ ଆସିବା ଆଉ ଫେରିବା ବାଟକୁ ଦେଖିଛି, ଆମ ଘର ଛଡା ଆଉ କାହା ଘରକୁ ଯାଆନ୍ତିନି | ବୋଧହୁଏ ବୃଦ୍ଧ ଜଣଙ୍କ ବୋହୁତ୍ ବିବେକୀ ହୋଇଥିବେ, ସେଥିପାଇଁ ନିଜ ଆତ୍ମସମ୍ମାନକୁ ବଞ୍ଚେଇ କି ରଖିଥିଲେ, କାରଣ ଆମ ଗଳିର ଅଧା ଘରୁ ଭିକ ମିଳିଯିବ ପଛେ ଆତ୍ମୀୟତା ମିଳିବା ବୋହୁତ୍ କଷ୍ଟ ହୋଇ ପଡିବ | ବୋଧହୁଏ ସେ ନିରାଶ ହୋଇଥିଲେ , ବାକି ସବୁ ଘରୁ ସେଥିପାଇଁ ଆମ ଘର ବାଛିଥିଲେ | ମାଆ ଅଧା ସମୟ ବ୍ୟସ୍ତ ରେ ରୁହନ୍ତି, ଗଲା ଆସିଲା ବେଳେ ବୁଢ଼ା ମଉସା ଙ୍କୁ କବାଟ ପାଖ ରେ ଦେଖିବା ମାତ୍ରେ ମତେ ଡ଼ାକ ଛାଡ଼ନ୍ତି -"ଝିଅ ମଉସା ଆସିଛନ୍ତି ତାଙ୍କୁ ଖାଇବାକୁଦେ"| ବାସ୍ ଏତିକି କହି ମାଆ ତାଙ୍କ ବାଟରେ ଚାଲିଯାଆନ୍ତି | ତାଙ୍କୁ ଖାଇବାକୁ ଦେଇ ତାଙ୍କ ସହ ବସି ଗପିବାକୁ ଲାଗେ , କେବେ ସେ ତାଙ୍କ ଛୋଟ ନାତି କଥା କୁହନ୍ତି ତ କେବେ ତାଙ୍କ ଘର ଲୋକଙ୍କ କଥା କୁହନ୍ତି ଆଉ ପୁଣି କୁହନ୍ତି କେମିତି ତାଙ୍କୁ ଏତେ ବାଟ ଆସିବାକୁ ଦିଅନ୍ତିନି | ଛୁଆ ଥିଲି ସତ କିନ୍ତୁ ବୁଝି ପାରିଥିଲି ବୋଧହୁଏ ତାଙ୍କ ଘରର ଚଳା ଚଳ ଏତେ ସ୍ଵଚ୍ଛଳ ନଥିଲା, ଆଉ ମଉସା ସ୍ପଷ୍ଟ ଭାବରେ ତାଙ୍କ ଘର ବିଷୟରେ ଜଣାଉ ନଥିଲେ | ଯେବେ ପ୍ରଥମ ଥର ସେ ଆମ ଘର କୁ ଆସିଥିଲେ ସେତେ ବେଳେ ମୁଁ ଛୁଆ ଥିଲି, ସ୍କୁଲ ଯାଉଥିଲି | ପ୍ରାୟ ଅଳ୍ପ କେତେ ଟା ବର୍ଷ ପରେ କଲେଜ ଗଲି , ଉଚ୍ଚ ଶିକ୍ଷା ପାଇଁ ମତେ ଶେଷରେ ମୋ ସହର ଠାରୁ ଦୂରକୁ ଯିବାକୁ ପଡ଼ିଲା | ସେ ହୁଏତ ସବୁ ସପ୍ତାହରେ ଆସୁଥିଲେ ଠିକ୍ ପୂର୍ବ ପରି କିନ୍ତୁ ମୋ ସାଥିରେ ତାଙ୍କ ଭେଟ ହବା ବୋହୁତ୍ କମ୍ ହୋଇଯାଇଥିଲା | ଦିନେ ହଠାତ୍ ଭେଟ ହେଲା ତାଙ୍କ ସାଥିରେ, ମତେ ଦେଖି ବୋହୁତ୍ ଖୁସି ହୋଇଗଲେ , ଆଉ କହିଲେ -" ମାଆରେ, ମୋ ନାତି ଟୋକା କହିଚି ଦିଦିକୁ କହିବ ଭାଇର ପୁରୁଣା ଜାମା ହଳେ ଦବ "| ମୋ ଭାଇର ସବୁ ପୁରୁଣା ଜାମା ମୁଁ ସାଇତି ରଖେ ଏମିତି କିଏ ମାଗିଲେ ତାଙ୍କୁ ଦେଇ ଦବାକୁ , ନହେଲେ ଦରକାର ବେଳେ ତାକୁ ବ୍ୟବହାର କରିବାକୁ | ଘରକୁ କେହି ଛୋଟ ଭାଇ ଭଉଣୀ ଆସିଲେ ତାଙ୍କୁ ଭାଇର ଛୋଟ ଜାମା ବେଶ୍ ଆରାମରେ ଫିଟ୍ ହୋଇଯାଏ , ସେଥିପାଇଁ ଦୁଇ ଖଣ୍ଡ ରଖିକି ବାକି ସବୁ ଜାମା ଗୋଟେ ବ୍ୟାଗ୍ ରେ ଭର୍ତ୍ତି କରିଦେଇଥିଲି | ଜାମା ବ୍ୟାଗ୍ ସାଥିରେ କିଛ଼ି ଖାଇବା ପୁଡ଼ିଆ ଧରେଇ ଦେଇଥିଲି | ସେଦିନ ସେ ତାଙ୍କ ଥର ଥର ହାତରେ ଖାଇବା ପୁଡ଼ିଆଟିକୁ ଧରି ମତେ ବୋହୁତ୍ ଆର୍ଶିବାଦ ଢ଼ାଳି ଦେଇଥିଲେ | ତା ପର ଠାରୁ ତାଙ୍କ ସାଥିରେ ବୋହୁତ୍ କ୍ଵଚିତ୍ ଦେଖା ହୁଏ | ମାଆଙ୍କ ସାଥିରେ ମଧ୍ୟ ଖୁବ୍ କମ୍ ଦେଖା ହୁଏ | କେବେକେବେ ହୁଏତ ସେ ଆସି ଘର ତାଲା ପଡ଼ିଥିବା ଦେଖି କିଛି ସମୟ ଅପେକ୍ଷା କରି ଚାଲିଯାନ୍ତି | ମାଆଙ୍କ ସାଥିରେ ଭେଟ ହେଲେ ମାଆ ତାଙ୍କୁ କହି ଦିଅନ୍ତି ମଉସା ଛୁଟି ଦିନରେ ଆସ ନହେଲେ ସଖାଳୁ ଟିକେ ସଅଳ ଆସ, ସ୍କୁଲ ଯିବା ପୂର୍ବରୁ | ସେ ଆସନ୍ତି ତାଙ୍କ ମନ ଯେବେ ହୁଏ, ଆଉ ମତେ ଯେବେ ଦେଖନ୍ତି ମୋ ସାଥିରେ ଝଗଡ଼ା କରିବା ଭଙ୍ଗୀରେ ପଚାରନ୍ତି - "ଏତେ ଦିନ ଯାଏ ମାଆ ଘରକୁ କାହିଁକି ଆସିନଥିଲୁ ଯେ ?" , ତାଙ୍କୁ କେମିତି ବୁଝାଇବି ଜାଣି ପାରେନି ମୁଁ ଘରକୁ ଯିବା ସମୟରେ ସେ ଆସି ନଥାନ୍ତି ଆଉ ତାଙ୍କ ଆସିବା ସମୟରେ ମୁଁ ଘରେ ନଥାଏ | ବେଶ୍ କିଛି ଦିନ ଏମିତି ଆସୁଥିଲେ ଘରକୁ ଆଉ ମାଆଙ୍କୁ ମୋ କଥା ପଚାରନ୍ତି ସବୁଥର, "କେମିତି ଅଛି ସାନ ମାଆ" | ତାଙ୍କୁ ଦେଖିଲେ ଲାଗେ ଯେମିତି ମୋ ଅଜାଙ୍କୁ ଦେଖୁଚି, ମୋ ଆଖି ଆଗରେ | ଅଜାଙ୍କ ପରି ଦେଖିବାକୁ ନହେଲେ ମଧ୍ୟ ତାଙ୍କ ପାଖା ପାଖି ବୟସର ହୋଇଥିବେ ନିଶ୍ଚୟ | ଖାଇବା ପରଷିବା ସମୟରେ ଲାଗେ ଯେମିତି ଅଜାଙ୍କ ଉଦ୍ଦେଶ୍ୟରେ ଖାଇବା ବାଢୁଛି |

ବୋହୁତ୍ ବର୍ଷ ହେଲା ଆଉ ତାଙ୍କୁ ଦେଖିବାକୁ ପାଉନି | ବେଳେବେଳେ ମାଆଙ୍କୁ ପଚାରେ "ଆଉ ଆସୁଛନ୍ତି କି ନାହିଁ ସେ ମଉସା" , ଉତ୍ତରରେ ମାଆ କୁହନ୍ତି "ନା, ଆଉ ଆସୁନାହାନ୍ତି ବୋହୁତ୍ ଦିନ ହେଲା" | ମାଆଙ୍କ ଚାକିରି ଜୀବନର ଧାର୍ଯ୍ୟ ସମୟ ଭିତରେ ହୁଏତ ସେ ମଉସା କେବେ କେବେ ଆସି ଭେଟ ନ ପାଇ ଚାଲି ଯାଇଥିବେ, ଆଉ ବି ହେଇପାରେ ତାଙ୍କ ବୃଦ୍ଧା ଅବସ୍ତା ଯୋଗୁଁ ସେ ଆଉ କୁଆଡ଼େ ଯାଉ ନଥିବେ | 

ଯେବେ ବି କୋଉ ବୃଦ୍ଧ ଲୋକଙ୍କୁ ଖାଇବାର ଦେଖେ ହଠାତ୍ ସେ ମଉସାଙ୍କ ଚେହେରା ଆଖି ଆଗରେ ଭାସି ଯାଏ, ସେଇ ହସ ହସ ମୁହଁ ଆଉ କଥା କହିବା ବେଳେ ପାକୁଆ ପାଟିରେ ଦିଶୁଥିବା କେତୋଟି ଦାନ୍ତ | ଜାଣିନି ସେ ବଞ୍ଚିଛନ୍ତି କି ନାହିଁ, ପୁଣି ଦେଖା ହବ କି ନାହିଁ ଜଣା ନାହିଁ , ତାଙ୍କ ଠିକଣା ବି ଜଣା ନାହିଁ ବାସ୍ ହାତ ଯୋଡ଼ି ଦିଏ ତାଙ୍କ ମଙ୍ଗଳ କାମନା କରି, "ଯୋଉଠି ବି ଥାନ୍ତୁ ଭଲରେ ଥାଆନ୍ତୁ" | 


Rate this content
Log in

Similar oriya story from Tragedy