Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ସମ୍ପର୍କ

ସମ୍ପର୍କ

1 min
7.3K



ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଭାଇର ମୋର ପାଞ୍ଚ ବର୍ଷ ହେଲା କଥାବାର୍ତ୍ତା ନ ଥିଲା l ଅଥଚ ସେ ଦିନ ଆମ୍ବୁଲାନ୍ସ୍ ଆସି ଯେତେବେଳେ ଭାଇ ଘର ସାମ୍ନାରେ ଲାଗିଲା, କାହିଁକି କେଜାଣି ମୋ ଛାତି ଥରି ଉଠିଲା l କିନ୍ତୁ ମୁଁ ସାହସ କରି ଭାଇ ଘରକୁ ଯାଇ ପାରିଲି ନାହିଁ l ଭାଇକୁ ହରେଇବା ଭୟ ମୋତେ ଅସ୍ଥିର କରି ଦେଉଥିଲା l ଅଥଚ ମୋ ସ୍ତ୍ରୀ ପୁଅକୁ ନେଇ ଯାଇ ଠିଆ ହୋଇ ଯାଇଥିଲା ଭାଇ ଘର ବାରଣ୍ଡାରେ l ଭାଇର ପୁଅମାନେ ସବୁ ବାହାରେ l ଭାଇକୁ ଦେଖିଲି ଆମ୍ବୁଲାନ୍ସ୍ ପାଖରେ l ତା ମାନେ ଭାଉଜ ହିଁ ଅସୁସ୍ଥ l ଏଥର ବାହାରକୁ ବାହାରି ଆସିଲି ମୁଁ l କିଛି କରିବା ପୂର୍ବରୁ ଦେଖିଲି, ମୋ ସ୍ତ୍ରୀ ଓ ପୁଅ ଭାଉଜକୁ ଟେକି ଆଣି ଆମ୍ବୁଲାନ୍ସରେ ରଖି ସାରିଲେଣି l

ଭାଇର କଥା ବୁଝିବାକୁ ମୋତେ କହି, ସେ ଦୁହେଁ ଭାଉଜକୁ ନେଇ ଡାକ୍ତରଖାନା ବାହାରିଗଲେ l ରକ୍ତର ସମ୍ପର୍କ କେତେ ମଜଭୁତ ସେ ଦିନ ବୁଝି ଯାଇଥିଲୁ ଆମେ ଦୁହେଁ l ଏବେ ଭାଇ ମୋର ପୁଣି ଆଗର ଭାଇ ହୋଇଯାଇଛି ଓ ଆମ ଦୁଇ ଘର ଭିତରେ ସମ୍ପର୍କର ତିକ୍ତତା ଆଉ ନାହିଁ l 


Rate this content
Log in

Similar oriya story from Inspirational