Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଜୀବନ ଆଡକୁ ପାଦେ
ଜୀବନ ଆଡକୁ ପାଦେ
★★★★★

© sushama Parija

Inspirational Tragedy

17 Minutes   199    4


Content Ranking

ସିଏ ଥିଲା ଉଣେଇଶହ ଅଶୀ ମସିହା ଏପ୍ରିଲ ମାସର ଗୋଟିଏ ଅଶୁଭ ଅପରାହ୍ନ । ଶାଶୁଘର ବଡ ପରିବାର, ତେଣୁକରି ଆମେ ବୋହୂମାନେ ସମସ୍ତଙ୍କୁ ଖାଇବାକୁ ଦେଇ ସାରିବା ପରେ ନିଜେ ଖାଇବସିଲା ବେଳକୁ ଦିନ ତିନିଟା ବାଜେ। ଖାଇସାରି ଟିକିଏ ବିଶ୍ରାମ ନେଇ ପୁଣି ଲାଗି ଯାଉ କାମରେ ଦିନ ଚାରିଟା ବେଳକୁ, ପିଲାମାନେ ସ୍କୁଲରୁ ଫେରିଲା ସମୟକୁ । ସେତେବେଳକୁ ମୋର ପ୍ରଥମ ଗର୍ଭ ସାତ ମାସ ପୁରି ଆଠ ମାସ ଚାଲୁଥାଏ । ଦେହଟା ଭାରି ଭାରି ଲାଗିବା ହେତୁ ମୁଁ ଶାଶୁଙ୍କ ପାଖରେ ଆମର ତଳଘର ଟିରେ ଶୋଉଥାଏ। ଏମିତି ରେ ମୋର ଶାଶୁଘର ଏକ ଯଯଯ ଦ୍ବିତଳ ପ୍ରାସାଦ, ତଳ ଉପର କରି ଛଅ ବଖରା ଘର ସାଙ୍ଗକୁ ବିରାଟ ବାରଣ୍ଡା, ବାହାର ପଟକୁ ଖୁବ୍ ଲମ୍ବା ବାଲକୋନୀ ଟିଏ, ଯେଉଁଠି ତିରିଶି ଚାଳିଶ୍ ଲୋକ ଆରାମ ରେ ରହି ପାରିବେ।

ତଳେ ଆଉ ଗୋଟିଏ ଯାଗାରେ ରୋଷେଇ ଘର, କୂଅ, ଗାଧୁଆଘର ସହିତ ଅଧାଗଢ଼ା କୋଠାଘର ଚାରି ବଖରା, ଗେଟ୍ ପାଖକୁ ଲାଗି ଛୋଟ ଦଲାଣ ଟିଏ ଯେଉଁଥିରେ ପିଲାମାନେ ବସି ଖରା ଖାଆନ୍ତି । ରୋଷେଇ ଘର ର ବାହାରପଟେ ଆଉ ଗୋଟିଏ ଘର ଥାଏ, ସେଇଠି ଦୁଇଟି ଛୋଟ ଖଟ ପଡିଥାଏ କିଏ ଗଲା ଆଇଲା ଲୋକଙ୍କ ପାଇଁ। ଦିନସାରା ମୋ ଶାଶୁ ସେଇଠି ଚଳପ୍ରଚଳ ହୁଅନ୍ତି, ମୋର ସାନ ନଣନ୍ଦ ଆଉ ମୁଁ ତାଙ୍କରି ପାଖରେ ଦିନସାରା ବସାଉଠା କରୁ। ରାତିରେ ଶୋଇବା ଲାଗି ଯାଉ କୋଠାଘରକୁ । ସେଦିନ ସେଇ ଘରଟିରେ ଆମେ ଖରାବେଳେ ଖାଇସାରି ଶୋଇଛୁ, ଦାଣ୍ଡ ପଟେ ଗୋଟାଏ କୋଳାହଳ ଶୁଣିପାରି ମୋ ଶାଶୁ ଉଠିଗଲେ ବାହାରକୁ । ଆମେ ସବୁ ଘର ଭିତରେ ଥାଇ ଶୁଣିଲୁ ଦାଣ୍ଡ ରେ ଗୋଟିଏ ଗାଡି ରହିବାର ଶବ୍ଦ, ତା'ର କିଛି ସମୟ ପରେ ଡେଙ୍ଗୁରା ପିଟା ହେବାର ଘନଘନ ଆୱାଜ୍ । ଶଙ୍କାକୁଳ ମନରେ ମୋ ନଣନ୍ଦ ବି ବାହାରକୁ ବାହାରି ଗଲେ । ଏକୁଟିଆ ଘରଟି ଭିତରେ ବସି ରହିଥିଲି ମୁଁ, ମନରେ ପ୍ରବଳ ଉତ୍କଣ୍ଠା ନେଇ, କ'ଣ ହୋଇଛି କାହାର ? କାହିଁକି ବାଜୁଛି ଏ ଡେଙ୍ଗୁରା ?

କିଛି ସମୟ ପରେ ଧଇଁ ସଇଁ ହୋଇ ଆସି ପହଞ୍ଚିଲେ ମୋ ନଣନ୍ଦ ମୈତ୍ରେୟୀ ,କହିଲେ ସର୍ବନାଶ ହୋଇଗଲା ନୂଆବୋଉ ! ଭାଇ କୋଉଠି ଗୋଟେ ଋଣ ଖିଲାପୀ କରିଥିଲେ, ଗାଡିରେ ସରକାରୀ ଲୋକ ଆସିଛନ୍ତି, ଦାଣ୍ଡରେ ଡେଙ୍ଗୁରା ବାଜୁଛି, ଆମ ଘର କୋରଖି ହେବ । ଆକାଶରୁ ଖସି ପଡିଲି ମୁଁ । ଏମିତି ଘଟଣା ମୋ ପାଇଁ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ, ସେ ପର୍ଯ୍ୟନ୍ତ ମୋ ଜୀବନ ରେ ଏମିତି ଘଟଣା ଟିଏ ମୁଁ ଦେଖି ନଥାଏ । ଏତେବାଟ ଘରଟି ସେଇ ସମୟରେ ଥିଲା ପୁରୁଷ ଶୂନ୍ୟ । ବଡ ଦେଢଶୁର ଯାଇଥାନ୍ତି ଅଫିସ୍ କୁ ଭୁବନେଶ୍ବର, ମଝିଆଁ ଦେଢଶୁର ଯାଇଥାନ୍ତି ତାଙ୍କର କମ୍ପାନୀ କାମରେ ଜଗତପୁର, ତାଙ୍କ ତଳକୁ ମୋ ସ୍ୱାମୀ, ସେ କୌଣସି କାମରେ ଯାଇଥିଲେ ଆନ୍ଧ୍ର ର କାକିନାଡା , ତାଙ୍କ ତଳ ଭାଇଟି ଚାକିରୀ କରୁଥାଆନ୍ତି କେନ୍ଦ୍ରାପଡା ରେ, ପଞ୍ଚମ ଭାଇଟି ଦୋକାନ ରେ ଥାଏ ଘରଠୁ ଦୂରରେ ଆଉ ସବା ସାନ ଦିଅର ଜଣକ ପଢୁଥାଏ ଖ୍ରୀଷ୍ଟ କଲେଜ ରେ। ଘରେ ଥାଉ ଶାଶୁ ,ଆମେ ତିନି ଯାଆ, ସାନ ନଣନ୍ଦ ମୈତ୍ରେୟୀ ଏବଂ ଦେଢଶୁର ଦି'ଜଣ ଙ୍କର ପିଲାମାନେ । ଏଇ ସମୟରେ ଏମିତି ଘଟଣା ଟି ଦେଖି ଶାଶୁଙ୍କର ଭୟ ଆଉ ଲାଜରେ ମୁଣ୍ଡ ତଳକୁ ହୋଇ ଯାଉଥାଏ । କାରଣ ସେଠାରେ ତେର ଖଣ୍ଡ ମୌଜାରେ ଆମ ଘର ର ନାଁ ଡାକ । ଦାସ ଘର ଜମିଦାର ଘର ବୋଲି ସମସ୍ତେ ଜାଣନ୍ତି । ପାଠପଢୁଆ ଘର ବୋଲି ସମସ୍ତେ ସମ୍ମାନ ଦିଅନ୍ତି । ସେ ଘରକୁ ପୁଣି କୋରଖି ଆସିଛି, ଗାଁ ସାରା ଲୋକ ରୁଣ୍ଡ ହୋଇ ସାରିଲେଣି ସେତେବେଳକୁ । ଆମ ଘର ଆଗରେ ଥାଏ ଗୋଟିଏ ବିରାଟ ନାଲି ରଙ୍ଗର ବାରଣ୍ଡା, ଯେଉଁଥିରୁ ପାଞ୍ଚଟା ପାହାଡ ଲମ୍ବିଥାଏ ତଳକୁ ମାଟି ଯାଏ । ସେଇ ପାହାଚ ଡେଇଁ କେବେ କେହି ବାହାର ର ଲୋକ ଆମ ଘରକୁ ଆସନ୍ତି ନାହିଁ । ଶାଶୁ ସେଇ ବାରଣ୍ଡାରେ ବସିଥାନ୍ତି ଯାହାର ଯାହା ଦରକାର ସେଇ ପାହାଚ ତଳେ ଠିଆ ହୋଇ କହିଥାନ୍ତି । ଆଜି ସେଇ ନାଲି ବାରଣ୍ଡାରେ ବସି ରହିଥାନ୍ତି ସରକାରୀ ପିଆଦା ମାନେ ଆଉ ଶାଶୁ ବାରଣ୍ଡା ତଳେ ଠିଆ ହୋଇ ସେମାନଙ୍କ ସହିତ କଥାବାର୍ତ୍ତା କରୁଥାଆନ୍ତି ।

ମୋ ଶାଶୁ ତାଙ୍କ ସମୟର ମାଇନର୍ ପାଶ୍ ଝିଅ । ତାଙ୍କର ବାପା ସେ ସମୟରେ ମାଷ୍ଟର ଥିଲେ ତେଣୁ ସେ ଧୈର୍ଯ୍ୟହରା ନହୋଇ ଆଗ ସେ ଅଫିସର୍ ଙ୍କୁ କୋରଖି ଅର୍ଡର ଟି ମାଗିଲେ । ତାଙ୍କଠାରୁ ଅର୍ଡର ଟି ନେଇ ତାକୁ ଭଲ ଭାବରେ ପଢିଲେ । ତାଙ୍କର ସନ୍ଦେହ ହେବାରୁ ସେ ମୋ ପାଖକୁ ଆଣି ଅର୍ଡର ଟି ଦେଖାଇଲେ ।

ମୁଁ ଦେଖିଲାବେଳକୁ ସେଥିରେ ମୋ ସ୍ୱାମୀଙ୍କ ନାଁ ଥିଲା । ଆମେ ସମସ୍ତେ ଜାଣିଥିଲୁ ଯେ ମୋ ସ୍ୱାମୀ ଆଉ ତିନିଜଣ ଙ୍କ ସହ ପାର୍ଟନରସିପ୍ ରେ ସରକାରଙ୍କର କାଜୁବାଦାମ ଜଙ୍ଗଲ ନିଲାମ ଧରି ବ୍ୟବସାୟ କରୁଥିଲେ।

ଗୋଟିଏ ଗୋଟିଏ କ୍ଷେତ୍ର ଜଣ ଜଣଙ୍କ ନାଁ ରେ ନିଲାମ ଧରୁଥିଲେ ବି ସମସ୍ତ ଭାଗୀଦାର ମାନେ ମିଶି ସେ ସବୁର ରକ୍ଷଣାବେକ୍ଷଣ କରୁଥିଲେ ଏବଂ ସବୁ ଖର୍ଚ୍ଚ ବାର୍ଚ୍ଚ ଯାଇ ଯାହା ଲାଭ ବଳୁଥିଲା ତା’କୁ ସମସ୍ତେ ବାଣ୍ଟି ନେଉଥିଲେ। ହେଲେ ଏଇ ଘଟଣା ଟି ରେ ଯାହାର ପ୍ରଥମ ଓ ଦ୍ବିତୀୟ କିସ୍ତି ଦିଆ ସରିଥିଲା ଆଉ ତୃତୀୟ କିସ୍ତି ଟି ସେମାନେ କୌଣସି କାରଣରୁ ଦେଇ ପାରିନଥିଲେ । ସେଥିଲାଗି ସରକାର ଙ୍କ ତରଫରୁ ତିନୋଟି ନୋଟିସ୍ କରାଯାଇଥିଲା । ସେଥିରେ ବିଫଳ ହେବାପରେ ସରକାର ବକେୟା ଦେୟ ଟଙ୍କା ଆଦାୟ ଲାଗି ତାଙ୍କୁ କୋରଖି ଅର୍ଡର ଦେଇଥିଲେ । ଭାଗୀଦାର ମାନଙ୍କ ବିଶ୍ବାସଘାତକତା ଯୋଗୁ ଆମ ର ଏମିତି ଅବସ୍ଥା ହୋଇଥିଲା। ସବୁ ମାଆମାନେ ତାଙ୍କର ଦୁର୍ବଳ ପିଲାଟି ପ୍ରତି ଅଧିକ ଯତ୍ନଶୀଳ ହେଲା ଭଳି ମୋ ଶାଶୁ ମଧ୍ୟ ତାଙ୍କର ଛଅ ପୁଅଙ୍କର ଭିତରୁ ମୋ ସ୍ୱାମୀ ଙ୍କୁ ଟିକିଏ ଅଧିକ ସ୍ନେହ ଶ୍ରଦ୍ଧା କରନ୍ତି । ସେଥିଲାଗି ସବୁବେଳେ ତାଙ୍କୁ ଘଣ୍ଟଘୋଡେଇ ରଖିଥାନ୍ତି । ଆଜି ସେଇ ପୁଅର ସାମାନ୍ୟ ଭୁଲ୍ ଟିଏ ପାଇଁ ଏତେ ବଡ ଘଟଣାଟିଏ ଘଟି ଯିବାରୁ ସେ ଖୁବ୍ ସନ୍ତାପିତ ହେଉଥାନ୍ତି । ପରିବାର ରୁ ବି ନାନା ପ୍ରକାର ର ଟିକାଟିପ୍ପଣୀ ଶୁଣିବାକୁ ମିଳୁଥାଏ । ଅନନ୍ୟୋପାୟ ହୋଇ ଶେଷରେ ମୋ ଶାଶୁ ସେଇ ଅଫିସର୍ ଙ୍କୁ ଅନୁରୋଧ କଲେ '' ଆଜି ମୋର ପୁଅମାନେ ଘରେ ନାହାଁନ୍ତି, ଆପଣ ଆପଣଙ୍କ ଲୋକ ମାନଙ୍କୁ ନେଇ ଫେରିଯାଆନ୍ତୁ, ଏମିତି ଡେଙ୍ଗୁରା ବଜାଇ ଆଉ ଆମକୁ ଅପମାନିତ କରନ୍ତୁ ନାହିଁ, କାଲି ସକାଳେ ଯେମିତି ହେଉ ମୁଁ ଆପଣଙ୍କ ଅଫିସ୍ ରେ ଆପଣଙ୍କ ପ୍ରାପ୍ୟ ଟଙ୍କା ଜମା କରି ଦେବି '' । ନିତାନ୍ତ ନିଷ୍ଠୁର ଭାବରେ ମୋ ଶାଶୁଙ୍କର ଅନୁରୋଧ କୁ ପ୍ରତ୍ୟାଖ୍ୟାନ କରି ଅଫିସର ଜଣକ ଟଙ୍କା ନପାଇଲେ ଆପଣଙ୍କ ଦୁଆରୁ ଉଠିବୁନାହିଁ ବୋଲି ଜଣାଇଦେଲେ । କ'ଣ କରିବେ ବୋଲି ବୁଦ୍ଧିଜୀବି ଶାଶୁ ମୋର ବୁଦ୍ଧି ବାଟ ପାଇଲେନି । କିଂକର୍ତ୍ତବ୍ୟବିମୂଢ ହୋଇ ନିଜ କାନରେ ପିନ୍ଧି ଥିବା କାନଫୁଲ ଦୁଇଟି ଉତ୍ତାରି ପଠାଇ ଦେଲେ ଆମ ସାହି ରେ ଥବା ମହାଜନ ଙ୍କ ଘରକୁ , ଯେମିତି ହେଲେ ପାଞ୍ଚ ହଜାର ଟଙ୍କା ଯୋଗାଡ କରି ଆଣିବା ଲାଗି । ମୈତ୍ରେୟୀ ଆଖିରେ ଆଖିଏ ଲୁହ ନେଇ ବାହାରିଗଲା ଆଉ କିଛି ସମୟ ପରେ ଟଙ୍କା ଧରି ଫେରି ଆସିଲା। ସେତକ ଟଙ୍କା ଦେଇ ବାକୀ ଟଙ୍କା ତା' ପରଦିନ ସକାଳୁ ଜମା କରିବା ଲାଗି ପ୍ରତିଶ୍ରୁତି ଦେଇ ବହୁତ କଷ୍ଟରେ ଫେରାଇଲେ ସରକାରୀ ଲୋକମାନଙ୍କୁ। ସେ ପର୍ଯ୍ୟନ୍ତ ସେ ଧୀର ସ୍ଥିର ଅବିଚଳିତ ହୋଇ ସବୁ କାମ କରି ଯାଉଥାନ୍ତି ସ୍ଥିତଧୀ ମୁରବୀ ଟିଏ ଭଳି । ମୁଁ ଘର ଭିତରେ ଥାଇ କବାଟ ଫାଙ୍କରେ ଲକ୍ଷ କରୁଥାଏ ତାଙ୍କୁ ।

ସନ୍ଧ୍ୟା ପରେ ବଡ ଦେଢଶୁର ଆଉ ମଝିଆଁ ଦେଢଶୁର ଦି'ଜଣ ଯାକ ଫେରିବା ପରେ ସବୁ କଥା ଶୁଣି ବହେ ବର୍ଷି ଗଲେ ମୋ ସ୍ୱାମୀଙ୍କର ଭୁଲ୍ ପାଇଁ। ଶାଶୁ ସବୁ କଥା ଶୁଣି ଚୁପ୍ ଚାପ୍ ହୋଇ ରହିଲେ । ତା'ପରଦିନ ଆଉ କିଛି ପଇସା ଯୋଗାଡ କରି ସାନ ଦିଅର ହାତରେ ସଏଲ୍ କଞରଭେସନ୍ ଅଫିସ୍ ରେ ଜମା ଦେଲେ। ଶାଶୁଙ୍କର ସେଇ ଦିନର ଧୈର୍ଯ୍ୟ, ସାହସ , ନିଜ ସନ୍ତାନ ପାଇଁ ତ୍ୟାଗ ଦେଖି ମୋ ମୁଣ୍ଡ ନଇଁଯାଇଥିଲା ତାଙ୍କ ପାଖରେ । ମୁଁ ମନେ ମନେ ସ୍ଥିର କଲି ମୁଁ ବି ମୋ ସନ୍ତାନଙ୍କ ଲାଗି ଏମିତିକା ମାଆଟିଏ ହେବି। ଯେତେ କଷ୍ଟ ପଡୁ ପଛେ ସେମାନଙ୍କୁ ଏମିତି ସବୁ ପରିସ୍ଥିତି ରେ ରକ୍ଷା କରିବା ସହିତ ତାଙ୍କର ଜୀବନରେ ଆସୁଥିବା ସବୁ ବାଧାବିଘ୍ନକୁ ନିଜର ଛାତି ପତେଇ ସାମ୍ନା କରିବାକୁ ଡରିଯିବି ନାହିଁ। ସେଇ ଦିନ ହିଁ ମନେ ମନେ ପ୍ରତିଜ୍ଞା କଲି ଯେ ମୁଁ ଚାକିରୀ କରିବି । ମୋ ପିଲାଙ୍କ ପାଇଁ ମୁଁ କାହାରି ଉପରେ ନିର୍ଭରଶୀଳ ହେବି ନାହିଁ । ବାହାଘରର ଦୁଇବର୍ଷ ପରେ ମଧ୍ୟ ସେ ପର୍ଯ୍ୟନ୍ତ ମୁଁ ଘରକାମରେ ବୁଡି ରହି ଚାକିରୀ କରିବା କଥା କେବେବି ଭାବି ନଥିଲି । ସେଇଦିନର ଘଟଣା ମୋ ଜୀବନର ଗତିପଥ ବଦଳାଇ ଦେଇଥିଲା ।

ଦୁର୍ଭାଗ୍ୟ କୁ ସେଇ ସମୟରେ ମୋ ସ୍ୱାମୀଙ୍କର ବ୍ୟବସାୟ ରେ ଖୁବ୍ କ୍ଷତି ହେଲା ଏବଂ ସେ ଦେବାଳିଆ ହୋଇଗଲେ । ମୁଁ ନିଜେ ଚାକିରୀ କରି ସ୍ୱାବଲମ୍ବୀ ହେବାକୁ ଚାହେଁ ବୋଲି ମୋ ଶାଶୁ ଏବଂ ନଣନ୍ଦ ଙ୍କୁ ଜଣାଇଦେଲି । ମୋର ମନର ଭାବକୁ ଠିକ୍ ବୁଝି ପାରୁଥିଲେ ମୋ ଶାଶୁ । କିନ୍ତୁ ଯୌଥ ପରିବାର ରୁ ବାହାରି ସାନବୋହୂ ଟି ଚାକିରୀ କରିବା ସହଜ କଥା ନଥିଲା । ଆର୍ଥିକ ଦୂରବସ୍ଥା ସତ୍ତ୍ୱେ ମଧ୍ୟ ମୋ ସ୍ୱାମୀଙ୍କର ଇଚ୍ଛା ନଥିଲା ମୁଁ ଘରୁ ବାହାରକୁ ଚାକିରୀ କରିବା କୁ ଯାଏ ବୋଲି । ପରିବାର ର ମର୍ଯ୍ୟାଦା ର ପ୍ରଶ୍ନ ବି ଥିଲା ।

କିନ୍ତୁ ମୋ ନିର୍ଣ୍ଣୟ କୁ ସମର୍ଥନ କରିଥିଲେ ମୋ ଶାଶୁ ଏବଂ ନଣନ୍ଦ । ସମାନ ବୟସର ହୋଇ ଥିବାରୁ ମୈତ୍ରେୟୀ ମତେ ନିଜର ଭଉଣୀ ଟି ଭଳି ଦେଖୁଥିଲେ। ବାହାଘରର ପରଠାରୁ ସବୁ ଭଲ ମନ୍ଦ ଦୁଃଖ ସୁଖରେ ସେ ମୋର ପାଖରେ ଛିଡ଼ା ହୋଇ ସବୁମତେ ମତେ ସାହାଯ୍ୟ କରୁଥିଲେ । କହିବାକୁ ଗଲେ ଘରକରଣା ର ପ୍ରଥମପାଠ ମୁଁ ତାଙ୍କରି ପାଖରେ ହିଁ ଶିଖିଥିଲି। ମୋ ଶାଶୁ ତ ତାଙ୍କର ପସନ୍ଦ ରେ ମତେ ଆଣି ଥିବାରୁ ମୋର ସଂପୂର୍ଣ୍ଣ ଦାୟିତ୍ବ ତାଙ୍କର ବୋଲି ମନେ କରୁଥିଲେ । ନିଜର ଦୁର୍ବଳମନା ପୁଅଟି ଲାଗି ସବୁ ସମୟରେ ଚିନ୍ତା କରୁଥିଲେ । ତାଙ୍କର ଜଣେ ଦାଦାଝିଅ ଭଉଣୀ ଙ୍କ ପୁଅ ସେତେବେଳକୁ କଟକ ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜରେ ଚାକିରୀ କରୁଥାଆନ୍ତି । ଶାଶୁ କାହାରିକୁ କିଛି ନକହି ମତେ ନେଇଗଲେ ତାଙ୍କ ପାଖକୁ । ସେଠି ମୋ ନାଆଁ ରେଜିଷ୍ଟ୍ରେସନ୍ କରେଇଲେ ଏବଂ ସମୟ ସୁବିଧା ଦେଖି କିଛି କଲ୍ ପଠାଇବା ଲାଗି ଅନୁରୋଧ କଲେ । ମୋର ପ୍ରଥମ ଗର୍ଭ ର ଝିଅ ଟି ସତେ ଯେମିତି ମୋର ଭାଗ୍ୟବିଧାତା ହୋଇ ଜନ୍ମ ନେଇଥିଲା । ସେ ଜନ୍ମ ହେବାର ଠିକ୍ ଦୁଇ ମାସ ପରେ ନିଜର ସାନଭାଇ ହାତରେ ଏମ୍ପଲୟମେଣ୍ଟ ଅଫିସ୍ ର ତିନୋଟି କଲ୍ ଲେଟର ଗୋଟିଏ ଛୋଟିଆ ଷ୍ଟିଲ୍ ଟ୍ରେ ରଖି ପଠାଇଥିଲେ ମୋର ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜରେ ଚାକିରୀ କରିଥିବା ଦିଅର ଜଣକ, ଟ୍ରେ ଟିରେ ଖୋଦେଇ ହୋଇ ଲେଖା ଥିଲା '' ବି ହାପି '' ଅର୍ଥାତ୍ ଖୁସି ହୁଅ । ପ୍ରକୃତରେ ଖୁସି ଆଣି ଦେଇଥିଲା ସେହି କଲ୍ ଲେଟର୍ ତିନୋଟି । ଶାଶୁଙ୍କର ଯୋଜନା ଅନୁସାରେ ମୁଁ ଆସି ମୋ ବାପଘରେ ଝିଅକୁ ଛାଡି ତିନୋଟି ଯାକ ଲିଖିତ ପରୀକ୍ଷା ଦେଲି ଏବଂ ଈଶ୍ଵର ଙ୍କ କୃପାରୁ ତିନୋଟି ଯାକରେ ସଫଳ ମଧ୍ୟ ହେଲି । ତା'ପରେ ସେମିତି ଦେଲି ମୌଖିକ ପରୀକ୍ଷା ଏବଂ କୃତକାର୍ଯ୍ୟ ହେଲି ମଧ୍ୟ । ତଥାପି ଦୁଃଖ ସରିଲାନି । ଘରେ ବିଭିନ୍ନ ପ୍ରକାର ଆଳ ଦେଖାଇ ମୋତେ ନିରୁତ୍ସାହିତ କରିବାକୁ ଲାଗିଗଲେ। ପ୍ରଥମ ଚାକିରୀ ଟି ଥିଲା ଭୁବନେଶ୍ବର ସଚିବାଳୟଠାରେ । ମନ୍ତବ୍ୟ ମିଳିଲା, ହୁଁ ! କିରାଣୀ ଚାକିରି, କଟକ ରୁ ଭୁବନେଶ୍ବର ଯିବା ଆସିବା ରେ ତ ଦରମା ନିଅଣ୍ଟ ହେବ ଆଉ ଚାକିରୀ କାହିଁକି କରିବ? ଅପେକ୍ଷା କର ଆଉ ଗୋଟିଏ ଅଫର୍ ଆସୁ। ଚୁପ୍ ହୋଇ ରହିଲି। ଦ୍ଵିତୀୟ ଚାକିରୀ ଟି ମିଳିଥିଲା କ୍ଷୁଦ୍ର ଶିଳ୍ପ ନିଗମ କଟକ ରେ ଯାହାର ଅଫିସ୍ ଟି ଥିଲା ବାରବାଟୀ ଷ୍ଟାଡିୟମ୍ ପରିସରରେ । ପୁଣି ମନ୍ତବ୍ୟ ମିଳିଲା, ଆମ ଘରଠୁ ଅଫିସ୍ ଟା ଦଶ ବାର କିଲୋମିଟର ହେବ, ଗମନାଗମନ ର ସୁବିଧା କିଛି ନାହିଁ ,ରିକ୍ସା ରେ ଯିବାଆସିବା କରିବାକୁ ପଡିବ । କିରାଣୀ ଚାକିରି, କେତେ ଦରମା ମିଳିବ ଯେ , ରିକ୍ସାବାଲା କୁ ପୋଷିବା ଖାଲି ସାର ହେବ । ଛାଡି ଦିଅ । ଆହୁରି ତ ଗୋଟାଏ ଅଫର୍ ଅଛି ଦେଖିବା । ତୃତୀୟ ଚାକିରୀ ଟି ମିଳିଥିଲା କଟକ ଗ୍ରାମ୍ୟ ବ୍ୟାଙ୍କ ରେ, ଯାହାର ଅଫିସ୍ ଟି ଥିଲା ଅରୁଣୋଦୟ ମାର୍କେଟ୍ ଲିଙ୍କ୍ ରୋଡ୍ କଟକ ରେ। ହେଲେ ସେଥିରେ ମଧ୍ୟ କେହି ରାଜି ହେବାର ଲକ୍ଷଣ ଦେଖାଗଲାନି । ମୋର କିନ୍ତୁ ସେଇଟି ଶେଷ ସମ୍ବଳ ଥିଲା । ବୁଡି ଯାଉଥିବା ଲୋକ କୁଟା ଖିଅ କୁ ଆଶ୍ରା କଲା ଭଳି ମୁଁ ସେଇ ଚାକିରୀ ଟି ମୋଟେ ହାତଛଡ଼ା କରିବା ଲାଗି ଚାହୁଁନଥିଲି । କିନ୍ତୁ ସେ ଚାକିରୀ ରେ ଗୋଟିଏ ସର୍ତ୍ତ ଥିଲା ପାଞ୍ଚ ଶହ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡିବ । କ'ଣ କରିବି ?

କେଉଁଠାରୁ ଆଣିବି ପାଞ୍ଚ ଶହ ଟଙ୍କା ? ଏଇ ଚିନ୍ତା ରେ ପନ୍ଦର ଦିନ ଚାଲିଗଲା । ଶାଶୁ, ନଣନ୍ଦ ମୋର ମନର ଅବସ୍ଥା କୁ ଲକ୍ଷ୍ୟ କରି ଦୁଃଖୀ ହେଉଥାଆନ୍ତି ହେଲେ ସେମାନେ ବି ଉପାୟଶୂନ୍ୟ। କୋଉଠୁ ଆସିବ ଟଙ୍କା ? ହିସାବ କରି ଦେଖିଲେ , ପାଞ୍ଚ ଶହ ଡିପୋଜିଟ୍ କୁ ବାଦ୍ ଦେଇ ଆହୁରି ଦୁଇ ଶହ ଟଙ୍କା ଦରକାର ମାସକର ରିକ୍ସା ଭଡା ପାଇଁ, ପୁଣି ଘରୁ ସିନା ଖାଇକି ଯିବ ଦିନ ନଅଟା ବେଳେ, ପାଞ୍ଚ ଟା ରେ ଅଫିସ୍ ରୁ ଫେରିବା ପର୍ଯ୍ୟନ୍ତ କ'ଣ ଭୋକରେ ରହିବ? ପାଞ୍ଚ ଟଙ୍କା ର ଜଳଖିଆ ତ ଖାଇବ ଦିନକୁ । ମୋଟାମୋଟି ହଜାରେ ଟି ଟଙ୍କା ଦରକାର ହେବ ମାସକ ପାଇଁ । ମୋଟ ଦରମା ତିନିଶହ ପଚାଶ ଟଙ୍କା । ହଜାରେ ଟଙ୍କା ଧାର କରଜ କରି ଆଣିଲେ ଅତି କମ୍ ରେ ଛଅ ମାସ ଲାଗିବ ଶୁଝିବାକୁ । କ'ଣ ହେବ? କ'ଣ ହେବ? ଏଇ ଚିନ୍ତା ରେ ମୁଁ ଚାକିରୀ ରେ ଯୋଗ ଦେବାର ମିଆଦ ପୂରିବାର ଦୁଇ ଦିନ ପୂର୍ବରୁ ଖିଆପିଆ ଛାଡି ଦେଇଥାଏ । ସେଦିନ ରାତିରେ ଶୋଇବା ପୂର୍ବରୁ ମୈତ୍ରେୟୀ ମୋ ପାଖକୁ ଆସିଲେ । ଚୁପ୍ କରି ମୋ କାନରେ କହିଲେ ତୁମର କାନଫୁଲ ଦୁଇଟି ଉତ୍ତାରି କରି ଦିଅ । ମୁଁ ଭାବିଲି କ'ଣ କୁଆଡେ ଯିବେ ବୋଲି ପିନ୍ଧିବା ପାଇଁ ମାଗୁଛନ୍ତି ବୋଧହୁଏ, ତେଣୁକରି ତତ୍ କ୍ଷଣାତ୍ ମୁଁ କାନଫୁଲ ଦୁଇଟି ଉତ୍ତାରି ଦେଇ ଦେଲି ତାଙ୍କୁ। ତା' ପରଦିନ ଥାଏ ଚାକିରୀରେ ଯୋଗ ଦେବା ଲାଗି ମିଳିଥିବା ମିଆଦ ର ଶେଷ ଦିନ । ଅଭ୍ୟାସ ବଶତଃ ଆମେ ଭୋର ଚାରିଟା ବେଳେ ଉଠି ନିତ୍ୟକର୍ମ କରିଥାଉ । ସେଦିନ ମଧ୍ୟ ମୁଁ ଯଥା ସମୟରେ ଉଠି ନିତ୍ୟକର୍ମ ସାରି ରୋଷେଇ ଘରେ ପଶିଲି ରୋଷେଇ ଆରମ୍ଭ କରିବା ଲାଗି । ପଛରୁ ଚୁପ୍ ଚୁପ୍ ଆସି ମତେ ଆରପଟ ଘରକୁ ଟାଣି ନେଇଗଲେ ମୈତ୍ରେୟୀ । ହାତରେ ଧରିଥିବା ରୁମାଲ ଟି ଖୋଲି ଛଅଶହ ଟଙ୍କା ବଢ଼ାଇଦେଲେ ମୋ ହାତକୁ ଆଉ ମତେ ଚମକାଇ ଦେଇ କହିଲେ ଏବେ ତମେ ସବୁ କାମଦାମ ଛାଡି ଯାଅ ତମର କାଗଜପତ୍ର ସଜଡା ସଜଡି କରିବ ତମ ନୂଆ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ । ମୋ ମୁହଁରେ ଭାଷା ନଥିଲା ତା'କୁ କିଛି କହିବା ପାଇଁ। କେବଳ ମୋ ଆଖିରୁ କୃତଜ୍ଞତା ର ଦି ଟୋପା ଲୁହ ଗଡି ପଡିଲା । ନିଜର ଲୁଗା କାନିରେ ମୋର ଲୁହ କୁ ପୋଛି ଦେଇ ମୈତ୍ରେୟୀ କହିଲେ '' ତମେ ତମର ଲକ୍ଷ୍ୟସ୍ଥଳ ରେ ପହଞ୍ଚିଛ, ସେଥିରେ ଆମେ ମାଆ ଝିଅ ବହୁତ ଖୁସି । କାହାରି କଥା ଶୁଣି ବାଟରେ ଅଟକିବାର ନାହିଁ । ଆଗେଇ ଯାଅ, ଆମେ ତମ ପଛରେ ଅଛୁ । ଝିଅ ପାଇଁ ମୋଟେ ଚିନ୍ତା କରିବନି । ମୁଁ ରଖିବି ତା'କୁ, ତା'ର ସବୁ ଦାୟିତ୍ବ ନେବି । ତମେ ଅଫିସ୍ ଯାଅ । ଆନନ୍ଦାତିଶର୍ଯ୍ୟ ରେ ମୋର ପାଦ ଦୁଇଟି ତଳେ ଲାଗୁନଥିଲା, ଶୂନ୍ୟେ ଶୂନ୍ୟେ ମୁଁ ଉଡି ଯାଇ କେମିତି ବ୍ୟାଙ୍କ ର ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଚାକିରୀ ରେ ଯୋଗ ଦେଲି ସେ କଥା ଆଜି ବି ମୁଁ ଭାବି ପାରୁନି ।

ସିଏ ଥିଲା ଉଣେଇଶହ ଅଶୀ ମସିହା ଏପ୍ରିଲ ମାସର ଗୋଟିଏ ଅଶୁଭ ଅପରାହ୍ନ । ଶାଶୁଘର ବଡ ପରିବାର, ତେଣୁକରି ଆମେ ବୋହୂମାନେ ସମସ୍ତଙ୍କୁ ଖାଇବାକୁ ଦେଇ ସାରିବା ପରେ ନିଜେ ଖାଇବସିଲା ବେଳକୁ ଦିନ ତିନିଟା ବାଜେ। ଖାଇସାରି ଟିକିଏ ବିଶ୍ରାମ ନେଇ ପୁଣି ଲାଗି ଯାଉ କାମରେ ଦିନ ଚାରିଟା ବେଳକୁ, ପିଲାମାନେ ସ୍କୁଲରୁ ଫେରିଲା ସମୟକୁ । ସେତେବେଳକୁ ମୋର ପ୍ରଥମ ଗର୍ଭ ସାତ ମାସ ପୁରି ଆଠ ମାସ ଚାଲୁଥାଏ । ଦେହଟା ଭାରି ଭାରି ଲାଗିବା ହେତୁ ମୁଁ ଶାଶୁଙ୍କ ପାଖରେ ଆମର ତଳଘର ଟିରେ ଶୋଉଥାଏ। ଏମିତି ରେ ମୋର ଶାଶୁଘର ଏକ ଯଯଯ ଦ୍ବିତଳ ପ୍ରାସାଦ, ତଳ ଉପର କରି ଛଅ ବଖରା ଘର ସାଙ୍ଗକୁ ବିରାଟ ବାରଣ୍ଡା, ବାହାର ପଟକୁ ଖୁବ୍ ଲମ୍ବା ବାଲକୋନୀ ଟିଏ, ଯେଉଁଠି ତିରିଶି ଚାଳିଶ୍ ଲୋକ ଆରାମ ରେ ରହି ପାରିବେ।

ତଳେ ଆଉ ଗୋଟିଏ ଯାଗାରେ ରୋଷେଇ ଘର, କୂଅ, ଗାଧୁଆଘର ସହିତ ଅଧାଗଢ଼ା କୋଠାଘର ଚାରି ବଖରା, ଗେଟ୍ ପାଖକୁ ଲାଗି ଛୋଟ ଦଲାଣ ଟିଏ ଯେଉଁଥିରେ ପିଲାମାନେ ବସି ଖରା ଖାଆନ୍ତି । ରୋଷେଇ ଘର ର ବାହାରପଟେ ଆଉ ଗୋଟିଏ ଘର ଥାଏ, ସେଇଠି ଦୁଇଟି ଛୋଟ ଖଟ ପଡିଥାଏ କିଏ ଗଲା ଆଇଲା ଲୋକଙ୍କ ପାଇଁ। ଦିନସାରା ମୋ ଶାଶୁ ସେଇଠି ଚଳପ୍ରଚଳ ହୁଅନ୍ତି, ମୋର ସାନ ନଣନ୍ଦ ଆଉ ମୁଁ ତାଙ୍କରି ପାଖରେ ଦିନସାରା ବସାଉଠା କରୁ। ରାତିରେ ଶୋଇବା ଲାଗି ଯାଉ କୋଠାଘରକୁ । ସେଦିନ ସେଇ ଘରଟିରେ ଆମେ ଖରାବେଳେ ଖାଇସାରି ଶୋଇଛୁ, ଦାଣ୍ଡ ପଟେ ଗୋଟାଏ କୋଳାହଳ ଶୁଣିପାରି ମୋ ଶାଶୁ ଉଠିଗଲେ ବାହାରକୁ । ଆମେ ସବୁ ଘର ଭିତରେ ଥାଇ ଶୁଣିଲୁ ଦାଣ୍ଡ ରେ ଗୋଟିଏ ଗାଡି ରହିବାର ଶବ୍ଦ, ତା'ର କିଛି ସମୟ ପରେ ଡେଙ୍ଗୁରା ପିଟା ହେବାର ଘନଘନ ଆୱାଜ୍ । ଶଙ୍କାକୁଳ ମନରେ ମୋ ନଣନ୍ଦ ବି ବାହାରକୁ ବାହାରି ଗଲେ । ଏକୁଟିଆ ଘରଟି ଭିତରେ ବସି ରହିଥିଲି ମୁଁ, ମନରେ ପ୍ରବଳ ଉତ୍କଣ୍ଠା ନେଇ, କ'ଣ ହୋଇଛି କାହାର ? କାହିଁକି ବାଜୁଛି ଏ ଡେଙ୍ଗୁରା ?

କିଛି ସମୟ ପରେ ଧଇଁ ସଇଁ ହୋଇ ଆସି ପହଞ୍ଚିଲେ ମୋ ନଣନ୍ଦ ମୈତ୍ରେୟୀ ,କହିଲେ ସର୍ବନାଶ ହୋଇଗଲା ନୂଆବୋଉ ! ଭାଇ କୋଉଠି ଗୋଟେ ଋଣ ଖିଲାପୀ କରିଥିଲେ, ଗାଡିରେ ସରକାରୀ ଲୋକ ଆସିଛନ୍ତି, ଦାଣ୍ଡରେ ଡେଙ୍ଗୁରା ବାଜୁଛି, ଆମ ଘର କୋରଖି ହେବ । ଆକାଶରୁ ଖସି ପଡିଲି ମୁଁ । ଏମିତି ଘଟଣା ମୋ ପାଇଁ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ, ସେ ପର୍ଯ୍ୟନ୍ତ ମୋ ଜୀବନ ରେ ଏମିତି ଘଟଣା ଟିଏ ମୁଁ ଦେଖି ନଥାଏ । ଏତେବାଟ ଘରଟି ସେଇ ସମୟରେ ଥିଲା ପୁରୁଷ ଶୂନ୍ୟ । ବଡ ଦେଢଶୁର ଯାଇଥାନ୍ତି ଅଫିସ୍ କୁ ଭୁବନେଶ୍ବର, ମଝିଆଁ ଦେଢଶୁର ଯାଇଥାନ୍ତି ତାଙ୍କର କମ୍ପାନୀ କାମରେ ଜଗତପୁର, ତାଙ୍କ ତଳକୁ ମୋ ସ୍ୱାମୀ, ସେ କୌଣସି କାମରେ ଯାଇଥିଲେ ଆନ୍ଧ୍ର ର କାକିନାଡା , ତାଙ୍କ ତଳ ଭାଇଟି ଚାକିରୀ କରୁଥାଆନ୍ତି କେନ୍ଦ୍ରାପଡା ରେ, ପଞ୍ଚମ ଭାଇଟି ଦୋକାନ ରେ ଥାଏ ଘରଠୁ ଦୂରରେ ଆଉ ସବା ସାନ ଦିଅର ଜଣକ ପଢୁଥାଏ ଖ୍ରୀଷ୍ଟ କଲେଜ ରେ। ଘରେ ଥାଉ ଶାଶୁ ,ଆମେ ତିନି ଯାଆ, ସାନ ନଣନ୍ଦ ମୈତ୍ରେୟୀ ଏବଂ ଦେଢଶୁର ଦି'ଜଣ ଙ୍କର ପିଲାମାନେ । ଏଇ ସମୟରେ ଏମିତି ଘଟଣା ଟି ଦେଖି ଶାଶୁଙ୍କର ଭୟ ଆଉ ଲାଜରେ ମୁଣ୍ଡ ତଳକୁ ହୋଇ ଯାଉଥାଏ । କାରଣ ସେଠାରେ ତେର ଖଣ୍ଡ ମୌଜାରେ ଆମ ଘର ର ନାଁ ଡାକ । ଦାସ ଘର ଜମିଦାର ଘର ବୋଲି ସମସ୍ତେ ଜାଣନ୍ତି । ପାଠପଢୁଆ ଘର ବୋଲି ସମସ୍ତେ ସମ୍ମାନ ଦିଅନ୍ତି । ସେ ଘରକୁ ପୁଣି କୋରଖି ଆସିଛି, ଗାଁ ସାରା ଲୋକ ରୁଣ୍ଡ ହୋଇ ସାରିଲେଣି ସେତେବେଳକୁ । ଆମ ଘର ଆଗରେ ଥାଏ ଗୋଟିଏ ବିରାଟ ନାଲି ରଙ୍ଗର ବାରଣ୍ଡା, ଯେଉଁଥିରୁ ପାଞ୍ଚଟା ପାହାଡ ଲମ୍ବିଥାଏ ତଳକୁ ମାଟି ଯାଏ । ସେଇ ପାହାଚ ଡେଇଁ କେବେ କେହି ବାହାର ର ଲୋକ ଆମ ଘରକୁ ଆସନ୍ତି ନାହିଁ । ଶାଶୁ ସେଇ ବାରଣ୍ଡାରେ ବସିଥାନ୍ତି ଯାହାର ଯାହା ଦରକାର ସେଇ ପାହାଚ ତଳେ ଠିଆ ହୋଇ କହିଥାନ୍ତି । ଆଜି ସେଇ ନାଲି ବାରଣ୍ଡାରେ ବସି ରହିଥାନ୍ତି ସରକାରୀ ପିଆଦା ମାନେ ଆଉ ଶାଶୁ ବାରଣ୍ଡା ତଳେ ଠିଆ ହୋଇ ସେମାନଙ୍କ ସହିତ କଥାବାର୍ତ୍ତା କରୁଥାଆନ୍ତି ।

ମୋ ଶାଶୁ ତାଙ୍କ ସମୟର ମାଇନର୍ ପାଶ୍ ଝିଅ । ତାଙ୍କର ବାପା ସେ ସମୟରେ ମାଷ୍ଟର ଥିଲେ ତେଣୁ ସେ ଧୈର୍ଯ୍ୟହରା ନହୋଇ ଆଗ ସେ ଅଫିସର୍ ଙ୍କୁ କୋରଖି ଅର୍ଡର ଟି ମାଗିଲେ । ତାଙ୍କଠାରୁ ଅର୍ଡର ଟି ନେଇ ତାକୁ ଭଲ ଭାବରେ ପଢିଲେ । ତାଙ୍କର ସନ୍ଦେହ ହେବାରୁ ସେ ମୋ ପାଖକୁ ଆଣି ଅର୍ଡର ଟି ଦେଖାଇଲେ । ମୁଁ ଦେଖିଲାବେଳକୁ ସେଥିରେ ମୋ ସ୍ୱାମୀଙ୍କ ନାଁ ଥିଲା । ଆମେ ସମସ୍ତେ ଜାଣିଥିଲୁ ଯେ ମୋ ସ୍ୱାମୀ ଆଉ ତିନିଜଣ ଙ୍କ ସହ ପାର୍ଟନରସିପ୍ ରେ ସରକାରଙ୍କର କାଜୁବାଦାମ ଜଙ୍ଗଲ ନିଲାମ ଧରି ବ୍ୟବସାୟ କରୁଥିଲେ।

ଗୋଟିଏ ଗୋଟିଏ କ୍ଷେତ୍ର ଜଣ ଜଣଙ୍କ ନାଁ ରେ ନିଲାମ ଧରୁଥିଲେ ବି ସମସ୍ତ ଭାଗୀଦାର ମାନେ ମିଶି ସେ ସବୁର ରକ୍ଷଣାବେକ୍ଷଣ କରୁଥିଲେ ଏବଂ ସବୁ ଖର୍ଚ୍ଚ ବାର୍ଚ୍ଚ ଯାଇ ଯାହା ଲାଭ ବଳୁଥିଲା ତା’କୁ ସମସ୍ତେ ବାଣ୍ଟି ନେଉଥିଲେ। ହେଲେ ଏଇ ଘଟଣା ଟି ରେ ଯାହାର ପ୍ରଥମ ଓ ଦ୍ବିତୀୟ କିସ୍ତି ଦିଆ ସରିଥିଲା ଆଉ ତୃତୀୟ କିସ୍ତି ଟି ସେମାନେ କୌଣସି କାରଣରୁ ଦେଇ ପାରିନଥିଲେ । ସେଥିଲାଗି ସରକାର ଙ୍କ ତରଫରୁ ତିନୋଟି ନୋଟିସ୍ କରାଯାଇଥିଲା । ସେଥିରେ ବିଫଳ ହେବାପରେ ସରକାର ବକେୟା ଦେୟ ଟଙ୍କା ଆଦାୟ ଲାଗି ତାଙ୍କୁ କୋରଖି ଅର୍ଡର ଦେଇଥିଲେ । ଭାଗୀଦାର ମାନଙ୍କ ବିଶ୍ବାସଘାତକତା ଯୋଗୁ ଆମ ର ଏମିତି ଅବସ୍ଥା ହୋଇଥିଲା। ସବୁ ମାଆମାନେ ତାଙ୍କର ଦୁର୍ବଳ ପିଲାଟି ପ୍ରତି ଅଧିକ ଯତ୍ନଶୀଳ ହେଲା ଭଳି ମୋ ଶାଶୁ ମଧ୍ୟ ତାଙ୍କର ଛଅ ପୁଅଙ୍କର ଭିତରୁ ମୋ ସ୍ୱାମୀ ଙ୍କୁ ଟିକିଏ ଅଧିକ ସ୍ନେହ ଶ୍ରଦ୍ଧା କରନ୍ତି । ସେଥିଲାଗି ସବୁବେଳେ ତାଙ୍କୁ ଘଣ୍ଟଘୋଡେଇ ରଖିଥାନ୍ତି । ଆଜି ସେଇ ପୁଅର ସାମାନ୍ୟ ଭୁଲ୍ ଟିଏ ପାଇଁ ଏତେ ବଡ ଘଟଣାଟିଏ ଘଟି ଯିବାରୁ ସେ ଖୁବ୍ ସନ୍ତାପିତ ହେଉଥାନ୍ତି । ପରିବାର ରୁ ବି ନାନା ପ୍ରକାର ର ଟିକାଟିପ୍ପଣୀ ଶୁଣିବାକୁ ମିଳୁଥାଏ । ଅନନ୍ୟୋପାୟ ହୋଇ ଶେଷରେ ମୋ ଶାଶୁ ସେଇ ଅଫିସର୍ ଙ୍କୁ ଅନୁରୋଧ କଲେ '' ଆଜି ମୋର ପୁଅମାନେ ଘରେ ନାହାଁନ୍ତି, ଆପଣ ଆପଣଙ୍କ ଲୋକ ମାନଙ୍କୁ ନେଇ ଫେରିଯାଆନ୍ତୁ, ଏମିତି ଡେଙ୍ଗୁରା ବଜାଇ ଆଉ ଆମକୁ ଅପମାନିତ କରନ୍ତୁ ନାହିଁ, କାଲି ସକାଳେ ଯେମିତି ହେଉ ମୁଁ ଆପଣଙ୍କ ଅଫିସ୍ ରେ ଆପଣଙ୍କ ପ୍ରାପ୍ୟ ଟଙ୍କା ଜମା କରି ଦେବି '' । ନିତାନ୍ତ ନିଷ୍ଠୁର ଭାବରେ ମୋ ଶାଶୁଙ୍କର ଅନୁରୋଧ କୁ ପ୍ରତ୍ୟାଖ୍ୟାନ କରି ଅଫିସର ଜଣକ ଟଙ୍କା ନପାଇଲେ ଆପଣଙ୍କ ଦୁଆରୁ ଉଠିବୁନାହିଁ ବୋଲି ଜଣାଇଦେଲେ । କ'ଣ କରିବେ ବୋଲି ବୁଦ୍ଧିଜୀବି ଶାଶୁ ମୋର ବୁଦ୍ଧି ବାଟ ପାଇଲେନି । କିଂକର୍ତ୍ତବ୍ୟବିମୂଢ ହୋଇ ନିଜ କାନରେ ପିନ୍ଧି ଥିବା କାନଫୁଲ ଦୁଇଟି ଉତ୍ତାରି ପଠାଇ ଦେଲେ ଆମ ସାହି ରେ ଥବା ମହାଜନ ଙ୍କ ଘରକୁ , ଯେମିତି ହେଲେ ପାଞ୍ଚ ହଜାର ଟଙ୍କା ଯୋଗାଡ କରି ଆଣିବା ଲାଗି । ମୈତ୍ରେୟୀ ଆଖିରେ ଆଖିଏ ଲୁହ ନେଇ ବାହାରିଗଲା ଆଉ କିଛି ସମୟ ପରେ ଟଙ୍କା ଧରି ଫେରି ଆସିଲା। ସେତକ ଟଙ୍କା ଦେଇ ବାକୀ ଟଙ୍କା ତା' ପରଦିନ ସକାଳୁ ଜମା କରିବା ଲାଗି ପ୍ରତିଶ୍ରୁତି ଦେଇ ବହୁତ କଷ୍ଟରେ ଫେରାଇଲେ ସରକାରୀ ଲୋକମାନଙ୍କୁ। ସେ ପର୍ଯ୍ୟନ୍ତ ସେ ଧୀର ସ୍ଥିର ଅବିଚଳିତ ହୋଇ ସବୁ କାମ କରି ଯାଉଥାନ୍ତି ସ୍ଥିତଧୀ ମୁରବୀ ଟିଏ ଭଳି । ମୁଁ ଘର ଭିତରେ ଥାଇ କବାଟ ଫାଙ୍କରେ ଲକ୍ଷ କରୁଥାଏ ତାଙ୍କୁ ।

ସନ୍ଧ୍ୟା ପରେ ବଡ ଦେଢଶୁର ଆଉ ମଝିଆଁ ଦେଢଶୁର ଦି'ଜଣ ଯାକ ଫେରିବା ପରେ ସବୁ କଥା ଶୁଣି ବହେ ବର୍ଷି ଗଲେ ମୋ ସ୍ୱାମୀଙ୍କର ଭୁଲ୍ ପାଇଁ। ଶାଶୁ ସବୁ କଥା ଶୁଣି ଚୁପ୍ ଚାପ୍ ହୋଇ ରହିଲେ । ତା'ପରଦିନ ଆଉ କିଛି ପଇସା ଯୋଗାଡ କରି ସାନ ଦିଅର ହାତରେ ସଏଲ୍ କଞରଭେସନ୍ ଅଫିସ୍ ରେ ଜମା ଦେଲେ।

ଶାଶୁଙ୍କର ସେଇ ଦିନର ଧୈର୍ଯ୍ୟ, ସାହସ , ନିଜ ସନ୍ତାନ ପାଇଁ ତ୍ୟାଗ ଦେଖି ମୋ ମୁଣ୍ଡ ନଇଁଯାଇଥିଲା ତାଙ୍କ ପାଖରେ । ମୁଁ ମନେ ମନେ ସ୍ଥିର କଲି ମୁଁ ବି ମୋ ସନ୍ତାନଙ୍କ ଲାଗି ଏମିତିକା ମାଆଟିଏ ହେବି। ଯେତେ କଷ୍ଟ ପଡୁ ପଛେ ସେମାନଙ୍କୁ ଏମିତି ସବୁ ପରିସ୍ଥିତି ରେ ରକ୍ଷା କରିବା ସହିତ ତାଙ୍କର ଜୀବନରେ ଆସୁଥିବା ସବୁ ବାଧାବିଘ୍ନକୁ ନିଜର ଛାତି ପତେଇ ସାମ୍ନା କରିବାକୁ ଡରିଯିବି ନାହିଁ। ସେଇ ଦିନ ହିଁ ମନେ ମନେ ପ୍ରତିଜ୍ଞା କଲି ଯେ ମୁଁ ଚାକିରୀ କରିବି । ମୋ ପିଲାଙ୍କ ପାଇଁ ମୁଁ କାହାରି ଉପରେ ନିର୍ଭରଶୀଳ ହେବି ନାହିଁ । ବାହାଘରର ଦୁଇବର୍ଷ ପରେ ମଧ୍ୟ ସେ ପର୍ଯ୍ୟନ୍ତ ମୁଁ ଘରକାମରେ ବୁଡି ରହି ଚାକିରୀ କରିବା କଥା କେବେବି ଭାବି ନଥିଲି । ସେଇଦିନର ଘଟଣା ମୋ ଜୀବନର ଗତିପଥ ବଦଳାଇ ଦେଇଥିଲା ।

ଦୁର୍ଭାଗ୍ୟ କୁ ସେଇ ସମୟରେ ମୋ ସ୍ୱାମୀଙ୍କର ବ୍ୟବସାୟ ରେ ଖୁବ୍ କ୍ଷତି ହେଲା ଏବଂ ସେ ଦେବାଳିଆ ହୋଇଗଲେ । ମୁଁ ନିଜେ ଚାକିରୀ କରି ସ୍ୱାବଲମ୍ବୀ ହେବାକୁ ଚାହେଁ ବୋଲି ମୋ ଶାଶୁ ଏବଂ ନଣନ୍ଦ ଙ୍କୁ ଜଣାଇଦେଲି । ମୋର ମନର ଭାବକୁ ଠିକ୍ ବୁଝି ପାରୁଥିଲେ ମୋ ଶାଶୁ । କିନ୍ତୁ ଯୌଥ ପରିବାର ରୁ ବାହାରି ସାନବୋହୂ ଟି ଚାକିରୀ କରିବା ସହଜ କଥା ନଥିଲା । ଆର୍ଥିକ ଦୂରବସ୍ଥା ସତ୍ତ୍ୱେ ମଧ୍ୟ ମୋ ସ୍ୱାମୀଙ୍କର ଇଚ୍ଛା ନଥିଲା ମୁଁ ଘରୁ ବାହାରକୁ ଚାକିରୀ କରିବା କୁ ଯାଏ ବୋଲି । ପରିବାର ର ମର୍ଯ୍ୟାଦା ର ପ୍ରଶ୍ନ ବି ଥିଲା । କିନ୍ତୁ ମୋ ନିର୍ଣ୍ଣୟ କୁ ସମର୍ଥନ କରିଥିଲେ ମୋ ଶାଶୁ ଏବଂ ନଣନ୍ଦ । ସମାନ ବୟସର ହୋଇ ଥିବାରୁ ମୈତ୍ରେୟୀ ମତେ ନିଜର ଭଉଣୀ ଟି ଭଳି ଦେଖୁଥିଲେ। ବାହାଘରର ପରଠାରୁ ସବୁ ଭଲ ମନ୍ଦ ଦୁଃଖ ସୁଖରେ ସେ ମୋର ପାଖରେ ଛିଡ଼ା ହୋଇ ସବୁମତେ ମତେ ସାହାଯ୍ୟ କରୁଥିଲେ । କହିବାକୁ ଗଲେ ଘରକରଣା ର ପ୍ରଥମପାଠ ମୁଁ ତାଙ୍କରି ପାଖରେ ହିଁ ଶିଖିଥିଲି। ମୋ ଶାଶୁ ତ ତାଙ୍କର ପସନ୍ଦ ରେ ମତେ ଆଣି ଥିବାରୁ ମୋର ସଂପୂର୍ଣ୍ଣ ଦାୟିତ୍ବ ତାଙ୍କର ବୋଲି ମନେ କରୁଥିଲେ । ନିଜର ଦୁର୍ବଳମନା ପୁଅଟି ଲାଗି ସବୁ ସମୟରେ ଚିନ୍ତା କରୁଥିଲେ । ତାଙ୍କର ଜଣେ ଦାଦାଝିଅ ଭଉଣୀ ଙ୍କ ପୁଅ ସେତେବେଳକୁ କଟକ ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜରେ ଚାକିରୀ କରୁଥାଆନ୍ତି । ଶାଶୁ କାହାରିକୁ କିଛି ନକହି ମତେ ନେଇଗଲେ ତାଙ୍କ ପାଖକୁ । ସେଠି ମୋ ନାଆଁ ରେଜିଷ୍ଟ୍ରେସନ୍ କରେଇଲେ ଏବଂ ସମୟ ସୁବିଧା ଦେଖି କିଛି କଲ୍ ପଠାଇବା ଲାଗି ଅନୁରୋଧ କଲେ । ମୋର ପ୍ରଥମ ଗର୍ଭ ର ଝିଅ ଟି ସତେ ଯେମିତି ମୋର ଭାଗ୍ୟବିଧାତା ହୋଇ ଜନ୍ମ ନେଇଥିଲା । ସେ ଜନ୍ମ ହେବାର ଠିକ୍ ଦୁଇ ମାସ ପରେ ନିଜର ସାନଭାଇ ହାତରେ ଏମ୍ପଲୟମେଣ୍ଟ ଅଫିସ୍ ର ତିନୋଟି କଲ୍ ଲେଟର ଗୋଟିଏ ଛୋଟିଆ ଷ୍ଟିଲ୍ ଟ୍ରେ ରଖି ପଠାଇଥିଲେ ମୋର ଏମ୍ପଲୟମେଣ୍ଟ ଏକ୍ସଚେଞ୍ଜରେ ଚାକିରୀ କରିଥିବା ଦିଅର ଜଣକ, ଟ୍ରେ ଟିରେ ଖୋଦେଇ ହୋଇ ଲେଖା ଥିଲା '' ବି ହାପି '' ଅର୍ଥାତ୍ ଖୁସି ହୁଅ । ପ୍ରକୃତରେ ଖୁସି ଆଣି ଦେଇଥିଲା ସେହି କଲ୍ ଲେଟର୍ ତିନୋଟି । ଶାଶୁଙ୍କର ଯୋଜନା ଅନୁସାରେ ମୁଁ ଆସି ମୋ ବାପଘରେ ଝିଅକୁ ଛାଡି ତିନୋଟି ଯାକ ଲିଖିତ ପରୀକ୍ଷା ଦେଲି ଏବଂ ଈଶ୍ଵର ଙ୍କ କୃପାରୁ ତିନୋଟି ଯାକରେ ସଫଳ ମଧ୍ୟ ହେଲି । ତା'ପରେ ସେମିତି ଦେଲି ମୌଖିକ ପରୀକ୍ଷା ଏବଂ କୃତକାର୍ଯ୍ୟ ହେଲି ମଧ୍ୟ । ତଥାପି ଦୁଃଖ ସରିଲାନି । ଘରେ ବିଭିନ୍ନ ପ୍ରକାର ଆଳ ଦେଖାଇ ମୋତେ ନିରୁତ୍ସାହିତ କରିବାକୁ ଲାଗିଗଲେ। ପ୍ରଥମ ଚାକିରୀ ଟି ଥିଲା ଭୁବନେଶ୍ବର ସଚିବାଳୟଠାରେ । ମନ୍ତବ୍ୟ ମିଳିଲା, ହୁଁ ! କିରାଣୀ ଚାକିରି, କଟକ ରୁ ଭୁବନେଶ୍ବର ଯିବା ଆସିବା ରେ ତ ଦରମା ନିଅଣ୍ଟ ହେବ ଆଉ ଚାକିରୀ କାହିଁକି କରିବ? ଅପେକ୍ଷା କର ଆଉ ଗୋଟିଏ ଅଫର୍ ଆସୁ। ଚୁପ୍ ହୋଇ ରହିଲି। ଦ୍ଵିତୀୟ ଚାକିରୀ ଟି ମିଳିଥିଲା କ୍ଷୁଦ୍ର ଶିଳ୍ପ ନିଗମ କଟକ ରେ ଯାହାର ଅଫିସ୍ ଟି ଥିଲା ବାରବାଟୀ ଷ୍ଟାଡିୟମ୍ ପରିସରରେ । ପୁଣି ମନ୍ତବ୍ୟ ମିଳିଲା, ଆମ ଘରଠୁ ଅଫିସ୍ ଟା ଦଶ ବାର କିଲୋମିଟର ହେବ, ଗମନାଗମନ ର ସୁବିଧା କିଛି ନାହିଁ ,ରିକ୍ସା ରେ ଯିବାଆସିବା କରିବାକୁ ପଡିବ । କିରାଣୀ ଚାକିରି, କେତେ ଦରମା ମିଳିବ ଯେ , ରିକ୍ସାବାଲା କୁ ପୋଷିବା ଖାଲି ସାର ହେବ । ଛାଡି ଦିଅ । ଆହୁରି ତ ଗୋଟାଏ ଅଫର୍ ଅଛି ଦେଖିବା । ତୃତୀୟ ଚାକିରୀ ଟି ମିଳିଥିଲା କଟକ ଗ୍ରାମ୍ୟ ବ୍ୟାଙ୍କ ରେ, ଯାହାର ଅଫିସ୍ ଟି ଥିଲା ଅରୁଣୋଦୟ ମାର୍କେଟ୍ ଲିଙ୍କ୍ ରୋଡ୍ କଟକ ରେ। ହେଲେ ସେଥିରେ ମଧ୍ୟ କେହି ରାଜି ହେବାର ଲକ୍ଷଣ ଦେଖାଗଲାନି । ମୋର କିନ୍ତୁ ସେଇଟି ଶେଷ ସମ୍ବଳ ଥିଲା । ବୁଡି ଯାଉଥିବା ଲୋକ କୁଟା ଖିଅ କୁ ଆଶ୍ରା କଲା ଭଳି ମୁଁ ସେଇ ଚାକିରୀ ଟି ମୋଟେ ହାତଛଡ଼ା କରିବା ଲାଗି ଚାହୁଁନଥିଲି । କିନ୍ତୁ ସେ ଚାକିରୀ ରେ ଗୋଟିଏ ସର୍ତ୍ତ ଥିଲା ପାଞ୍ଚ ଶହ ଟଙ୍କା ସିକ୍ୟୁରିଟି ଡିପୋଜିଟ୍ ଦେବାକୁ ପଡିବ । କ'ଣ କରିବି ? କେଉଁଠାରୁ ଆଣିବି ପାଞ୍ଚ ଶହ ଟଙ୍କା ? ଏଇ ଚିନ୍ତା ରେ ପନ୍ଦର ଦିନ ଚାଲିଗଲା । ଶାଶୁ, ନଣନ୍ଦ ମୋର ମନର ଅବସ୍ଥା କୁ ଲକ୍ଷ୍ୟ କରି ଦୁଃଖୀ ହେଉଥାଆନ୍ତି ହେଲେ ସେମାନେ ବି ଉପାୟଶୂନ୍ୟ। କୋଉଠୁ ଆସିବ ଟଙ୍କା ?

ହିସାବ କରି ଦେଖିଲେ , ପାଞ୍ଚ ଶହ ଡିପୋଜିଟ୍ କୁ ବାଦ୍ ଦେଇ ଆହୁରି ଦୁଇ ଶହ ଟଙ୍କା ଦରକାର ମାସକର ରିକ୍ସା ଭଡା ପାଇଁ, ପୁଣି ଘରୁ ସିନା ଖାଇକି ଯିବ ଦିନ ନଅଟା ବେଳେ, ପାଞ୍ଚ ଟା ରେ ଅଫିସ୍ ରୁ ଫେରିବା ପର୍ଯ୍ୟନ୍ତ କ'ଣ ଭୋକରେ ରହିବ? ପାଞ୍ଚ ଟଙ୍କା ର ଜଳଖିଆ ତ ଖାଇବ ଦିନକୁ । ମୋଟାମୋଟି ହଜାରେ ଟି ଟଙ୍କା ଦରକାର ହେବ ମାସକ ପାଇଁ । ମୋଟ ଦରମା ତିନିଶହ ପଚାଶ ଟଙ୍କା । ହଜାରେ ଟଙ୍କା ଧାର କରଜ କରି ଆଣିଲେ ଅତି କମ୍ ରେ ଛଅ ମାସ ଲାଗିବ ଶୁଝିବାକୁ । କ'ଣ ହେବ? କ'ଣ ହେବ? ଏଇ ଚିନ୍ତା ରେ ମୁଁ ଚାକିରୀ ରେ ଯୋଗ ଦେବାର ମିଆଦ ପୂରିବାର ଦୁଇ ଦିନ ପୂର୍ବରୁ ଖିଆପିଆ ଛାଡି ଦେଇଥାଏ । ସେଦିନ ରାତିରେ ଶୋଇବା ପୂର୍ବରୁ ମୈତ୍ରେୟୀ ମୋ ପାଖକୁ ଆସିଲେ । ଚୁପ୍ କରି ମୋ କାନରେ କହିଲେ ତୁମର କାନଫୁଲ ଦୁଇଟି ଉତ୍ତାରି କରି ଦିଅ । ମୁଁ ଭାବିଲି କ'ଣ କୁଆଡେ ଯିବେ ବୋଲି ପିନ୍ଧିବା ପାଇଁ ମାଗୁଛନ୍ତି ବୋଧହୁଏ, ତେଣୁକରି ତତ୍ କ୍ଷଣାତ୍ ମୁଁ କାନଫୁଲ ଦୁଇଟି ଉତ୍ତାରି ଦେଇ ଦେଲି ତାଙ୍କୁ। ତା' ପରଦିନ ଥାଏ ଚାକିରୀରେ ଯୋଗ ଦେବା ଲାଗି ମିଳିଥିବା ମିଆଦ ର ଶେଷ ଦିନ । ଅଭ୍ୟାସ ବଶତଃ ଆମେ ଭୋର ଚାରିଟା ବେଳେ ଉଠି ନିତ୍ୟକର୍ମ କରିଥାଉ । ସେଦିନ ମଧ୍ୟ ମୁଁ ଯଥା ସମୟରେ ଉଠି ନିତ୍ୟକର୍ମ ସାରି ରୋଷେଇ ଘରେ ପଶିଲି ରୋଷେଇ ଆରମ୍ଭ କରିବା ଲାଗି । ପଛରୁ ଚୁପ୍ ଚୁପ୍ ଆସି ମତେ ଆରପଟ ଘରକୁ ଟାଣି ନେଇଗଲେ ମୈତ୍ରେୟୀ । ହାତରେ ଧରିଥିବା ରୁମାଲ ଟି ଖୋଲି ଛଅଶହ ଟଙ୍କା ବଢ଼ାଇଦେଲେ ମୋ ହାତକୁ ଆଉ ମତେ ଚମକାଇ ଦେଇ କହିଲେ ଏବେ ତମେ ସବୁ କାମଦାମ ଛାଡି ଯାଅ ତମର କାଗଜପତ୍ର ସଜଡା ସଜଡି କରିବ ତମ ନୂଆ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ । ମୋ ମୁହଁରେ ଭାଷା ନଥିଲା ତା'କୁ କିଛି କହିବା ପାଇଁ। କେବଳ ମୋ ଆଖିରୁ କୃତଜ୍ଞତା ର ଦି ଟୋପା ଲୁହ ଗଡି ପଡିଲା । ନିଜର ଲୁଗା କାନିରେ ମୋର ଲୁହ କୁ ପୋଛି ଦେଇ ମୈତ୍ରେୟୀ କହିଲେ '' ତମେ ତମର ଲକ୍ଷ୍ୟସ୍ଥଳ ରେ ପହଞ୍ଚିଛ, ସେଥିରେ ଆମେ ମାଆ ଝିଅ ବହୁତ ଖୁସି । କାହାରି କଥା ଶୁଣି ବାଟରେ ଅଟକିବାର ନାହିଁ । ଆଗେଇ ଯାଅ, ଆମେ ତମ ପଛରେ ଅଛୁ । ଝିଅ ପାଇଁ ମୋଟେ ଚିନ୍ତା କରିବନି । ମୁଁ ରଖିବି ତା'କୁ, ତା'ର ସବୁ ଦାୟିତ୍ବ ନେବି । ତମେ ଅଫିସ୍ ଯାଅ ''।

ଆନନ୍ଦାତିଶର୍ଯ୍ୟ ରେ ମୋର ପାଦ ଦୁଇଟି ତଳେ ଲାଗୁନଥିଲା, ଶୂନ୍ୟେ ଶୂନ୍ୟେ ମୁଁ ଉଡି ଯାଇ କେମିତି ବ୍ୟାଙ୍କ ରମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଚାକିରୀ ରେ ଯୋଗ ଦେଲି ସେ କଥା ଆଜି ବି ମୁଁ ଭାବି ପାରୁନି । ସେଇ ଦିନଠାରୁ ଆରମ୍ଭ ହୋଇଥିଲା ମୋ ଜୀବନର ନୂତନ ଅଧ୍ୟାୟ । ଆଜି ସଇଁତିରିଶ ବର୍ଷ ର ଚାକିରୀ କାଳ ଅତିକ୍ରମ କରି ଜୀବନ ର ଅପରାହ୍ନ ରେ ମୁଁ । ତଥାପି ବେଳେ ବେଳେ ଭାବେ ଯଦି ଶାଶୁ ମତେ ଚାକିରୀ ଟିଏ କରିବା ଲାଗି ମନୋବଳ ଦେଇ ନଥାନ୍ତେ କି ମୈତ୍ରେୟୀ ସେଦିନ ମତେଅଯାଚିତ ଭାବରେ ସାହାଯ୍ୟ କରି ନଥାନ୍ତେ ତେବେ ମୋର ଜୀବନର ଗତିପଥ କୁଆଡେ ଯାଇଥାଆନ୍ତା ? ସାଧାରଣତଃ ସଂସାରରେ ଶାଶୁ, ନଣନ୍ଦ ଙ୍କୁ ସମାଜରେ ଖଳନାୟିକାର ସ୍ଥାନ ଦେଇଥାନ୍ତି, କିନ୍ତୁ ମୋ ଜୀବନ ରେ ସେମାନେ ମହାନାୟିକା ହୋଇ ଆସିଥିଲେ । ମୋ ଶେଷ ନିଶ୍ବାସ ଥିବା ଯାଏ ମୋ ଜୀବନ ରେ ସେଇ ମହନୀୟା ନାରୀ ଦୁଇଜଣଙ୍କର ଅବଦାନ ମତେ ଋଣୀ କରି ରଖିବ ।

ଋଣ ଶାଶୁ ଚାକିରୀ

Rate the content


Originality
Flow
Language
Cover design

Comments

Post

Some text some message..