Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡିଆ ଗଳ୍ପ

Classics

2  

ଓଡିଆ ଗଳ୍ପ

Classics

ଝିଅ ଜନ୍ମ

ଝିଅ ଜନ୍ମ

4 mins
7.5K


ଡ଼ଃ ବିଭୁତି ପଟ୍ଟନାୟକ

ଟ୍ରକ୍‌ରୁ ଜିନିଷପତ୍ର ଭିତରକୁ ଆସିବା ଆଗରୁ ଘର ଦେଖି ଅନ୍ୟାର ମୁହଁରେ ଅପ୍ରସନ୍ନତାର ଚିହ୍ନ ଫୁଟି ଉଠିଲା । କୁଞ୍ଚିତ ହୋଇଗଲା ମୁହଁର ରେଖା ।

ଅମରେଶ ପତ୍ନୀର ଅସ୍ୱସ୍ତି ଲକ୍ଷ୍ୟ କରି ପଚାରିଲା-

– “ଘର କ’ଣ ପସନ୍ଦ ହେଉ ନାହିଁ ? ତମେ ଯଦି ଚାହୁଁ ନ ଥାଅ, ଟ୍ରକ୍ରୁ ଜିନିଷ କାଢ଼ିବା ପାଇଁ ମୁଁ ମନା କରି ଦେଉଛି ।”

ଅନ୍ୟା ମୁହଁ ବୁଲାଇ ସ୍ୱାମୀଙ୍କୁ ଚାହିଁଲା ।

କହିଲା- “ଘର ତ ନୁହେଁ, ଭଡ଼ା ଘର । ଏଥିରେ ପସନ୍ଦ ଅପସନ୍ଦର କଥା ଉଠୁଛି କାହିଁକି ? ତମେ ଯେତେବେଳେ ନିଜେ ଦେଖି ସ୍ଥିର କରିଛ-ଥାଉ ।”

ଢୋକ ଗିଳି ନେଇ ଅନ୍ୟା ଘର ଭିତରେ ପଶି ଚାରିଆଡ଼କୁ ନିରେଖି ଚାହିଁଲା ।

ଗୋଟିଏ ଶୋଇବା ଘର, ଛୋଟ ଡ୍ରଇଂ ରୁମ୍ । କିଚେନ୍ କମ୍ ଡାଇନିଂ ପ୍ଲେସ୍ । ସଂଲଗ୍ନ ବାଥ୍, ଟୟେଲେଟ୍ । ବାସ୍ !

ଗୋଟାଏ ଚାପା ଦୀର୍ଘଶ୍ୱାସ ଛାଡ଼ି ଅନ୍ୟା ସ୍ୱଗତୋକ୍ତି କଲା ଭଳି କହିଲା, “ସବୁ ଜିନିଷ ଅନ୍‌ଲୋଡ୍ କରିବା ଦରକାର ନାହିଁ । ଏତେ ଜିନିଷ ରଖିବା ପାଇଁ ଏ ଭଡ଼ା ଘରେ ଜାଗା ନାହିଁ । କେବଳ ଯେତିକି ନିହାତି ଦରକାର-ସେତିକି ଟ୍ରକ୍‌ରୁ ଆଣିବାକୁ କୁହ । ବାକି ଜିନିଷ ଭଦ୍ରକ ପଠାଇ ଦିଅ ।”

ଭଦ୍ରକ ଅନ୍ୟାର ବାପଘର ।

କ୍ୟାପିଟାଲ୍‌ରେ ସହିଦ ନଗର ପରି ଅଭିଜାତ ଅଞ୍ଚଳରେ ଛଅ ହଜାର ଟଙ୍କାରେ ଏହାଠାରୁ ବଳି ବଡ଼, ପରେ ଭଡ଼ା ଘର ମିଳିବା ସମ୍ଭବ ନ ଥିଲା, ଅମରେଶର ଏହାଠାରୁ ଅଧିକ ଭଡ଼ା ଦେବାର ସାମର୍ଥ୍ୟ ମଧ୍ୟ ନଥିଲା ।

ସେମାନେ ସ୍ୱାମୀ-ସ୍ତ୍ରୀ ଦୁଇଜଣ ।

ଘର ସାନ ବୋଲି ଅନ୍ୟା ଅସନ୍ତୁଷ୍ଟ ନଥିଲା । ସାନ ହିଁ ସୁନ୍ଦର-ଏମିତି ଗୋଟାଏ ଇଂରାଜୀ ବାଣୀ ଅନେକଥର ଅନ୍ୟା ମୁହଁରୁ ଶୁଣିଛି ଅମରେଶ । ତା’ର ଅସନ୍ତୋଷର ବଡ଼ କାରଣ ହେଲା- ତାକୁ ଘରବାଲୀ ସହିତ ରହିବାକୁ ପଡ଼ିବ- ପ୍ରାଇଭେସି ରହିବ ନାହିଁ- ଏଇ ଭୟ ।

ଜଣେ ଲେପ୍ଟନାଣ୍ଟ୍ କର୍ଣ୍ଣେଲଙ୍କର ବିଧବା ପତ୍ନୀ-ମିସେସ୍ କାନନବାଳା ସାହୁ- ଅସୁବିଧାରେ ପଡ଼ି କାଠ କାନ୍ଥର ପାଚେରି ଦେଇ-ଘରର ଏଇ ଅଂଶକୁ ଭଡ଼ା ଲଗାଇଛନ୍ତି । ତାଙ୍କର ଏକମାତ୍ର ସନ୍ତାନ- ଦୀପା ପ୍ଲସ୍ ଟୁ ସାଇନ୍ସ ପଢୁଛି । ଫାମିଲି ପେନସନ୍‌ରେ ସଂସାର ଚଳାଇବା ସହଜ ହେଉ ନାହିଁ ବୋଲି- ବାଧ୍ୟ ହୋଇ ତାଙ୍କୁ ଗୋଟିଏ ଘରକୁ ଦୁଇଭାଗ କରିବାକୁ ହୋଇଛି । ପୂର୍ବରୁ ଯିଏ ସାତ ହଜାର ଟଙ୍କାରେ ଏହି ବିଭକ୍ତ ଗୃହରେ ଭଡ଼ାରେ ରହୁଥିଲେ- ତାଙ୍କର ଆଚରଣ ଭଲ ନୁହେଁ ବୋଲି ମିସେସ୍ ସାହୁ ତାଙ୍କୁ ବିଦା କରି ଦେଇଥିଲେ । ଭଦ୍ରଲୋକ କୁଆଡ଼େ ଅତିରିକ୍ତ ମଦ୍ୟପାନ କରି ନିଜ ପତ୍ନୀଙ୍କ ଉପରେ ଅତ୍ୟାଚାର କରୁଥିଲେ ବୋଲି ତାଙ୍କ ସ୍ତ୍ରୀ ଅଧିକାଂଶ ସମୟରେ ପୁଅକୁ ଧରି ବାପ ଘରକୁ ଚାଲି ଯାଉଥିଲେ । ସ୍ତ୍ରୀ ପାଖରେ ଥିଲାବେଳେ ଭଦ୍ରଲୋକ ତାଙ୍କୁ ଏପରି ଅଶାଳୀନ ଭାଷାରେ ଗାଳିମନ୍ଦ କରୁଥିଲେ ଯେ ମିସେସ୍ ସାହୁ ସେ ବୋଲି ଶୁଣି ନ ପାରି କାନରେ ହାତ ଦେଉଥିଲେ । ପତ୍ନୀ ପିତ୍ରାଳୟକୁ ଚାଲିଗଲା ପରେ ଅର୍ଦ୍ଧରାତ୍ରିରେ ପାଖରେ ନ ଥିବା ପତ୍ନୀଙ୍କୁ ସେ ଯେଉଁ ଭାଷାରେ ଗାଳି ଦେଉଥିଲେ- ତାହା ଶୁଣି ଦୀପାର କାନ ଝାଇଁ ମାରି ଯାଉଥିଲା ।

ମୁଁ ନିୟମିତ ଘରଭଡ଼ା ଦେଉଛି । ମୋ ଘରେ ମୁଁ କେଉଁ ଭାଷାରେ କଥା କହିଲି, ସେଥିରେ ଆପଣଙ୍କର ଆପତ୍ତି କରିବାରେ କ’ଣ ଅଛି ? ଯଦି ମୋ କଥା ଶୁଣିବାକୁ ଆପଣଙ୍କୁ ସୁଖ ଲାଗୁ ନାହିଁ, ତା’ହେଲେ ଏ କାଠ ପାଚେରୀ ଉଠାଇ ଦେଇ କଂକ୍ରିଟ୍ର ପାଚେରୀ ତୋଳି ଦିଅନ୍ତୁ ।

ମିସେସ୍ ସାହୁ ପ୍ଲାଇଉଡ୍‌ର ପାଚେରୀ ଭାଙ୍ଗି ଲୁହା-ସିମେଣ୍ଟ୍ର ପ୍ରାଚୀର ନିର୍ମାଣ କରିବାର ନଥିଲା । ପାଚେରୀ ନ ଉଠାଇ ସେ ଭଡ଼ାଟିଆ ଭଦ୍ରଲୋକଙ୍କୁ ଘରୁ ଉଠାଇ ଦେଇଥିଲେ ।

ଘର ଭଡ଼ା ନେବା ପାଇଁ ଅମରେଶ ତାଙ୍କ ସହିତ କଥାବାର୍ତ୍ତା କଲାବେଳେ ମିସେସ୍ ସାହୁ ସ୍ପଷ୍ଟ କହିଦେଇଥିଲେ- “ଯେତେଦିନ ପର୍ଯ୍ୟନ୍ତ ସ୍ତ୍ରୀ ସହିତ ଝଗଡ଼ା ଝାଟି ନ କରି ଆପଣ ଉତ୍ତମ ଭଦ୍ରଲୋକ ଭଳି ଚଳିପାରିବେ, ସେତେଦିନ ଏକ ହଜାର ଟଙ୍କା କମ୍ ଭଡ଼ାରେ ମୁଁ ଆପଣଙ୍କୁ ମୋ ଘର ଭଡ଼ା ଦେବି । ଏଥିରୁ ଅନ୍ୟଥା ହେଲେ ଆପଣଙ୍କୁ ମୋ ଘର ଖାଲି କରି ଦେବାକୁ ପଡ଼ିବ ।”

ମୂର୍ତ୍ତି ନ ଥାଇ ମନ୍ଦିର ଥାଇପାରେ, କିନ୍ତୁ କଳହ ନ ଥାଇ ଦାମ୍ପତ୍ୟ ଜୀବନ ନ ଥାଏ । ଅବଶ୍ୟ ଅନ୍ୟା ଶାନ୍ତ, ଶିଷ୍ଟା ଝିଅ । ପାଟିତୁଣ୍ଡ ସହ୍ୟ କରିପାରେ ନାହିଁ । ଚୁପ୍‌ଚାପ୍ ରହିବାକୁ ଭଲ ପାଏ । ମଦ ତ ଦୂରର କଥା ସେ ନିଜେ କେବେ ବିଅର ବୋତଲର ଠିପି ସୁଦ୍ଧା ଖୋଲି ନାହିଁ । ସେଥିପାଇଁ ସେ ମିସେସ୍ ସାହୁଙ୍କ ସର୍ତ୍ତରେ ନିରବ ସ୍ୱୀକୃତି ଜଣାଇ ଦୁଇ ମାସର ଘରଭଡ଼ା ଅଗ୍ରୀମ ଦେଇ ସେ ଚାବି ନେଇ ଆସିଥିଲା ।

ବାଲେଶ୍ୱର ସହରରେ ମାସିକ ପାଞ୍ଚହଜାର ଟଙ୍କାରେ ସେ ଯେଉଁ ଘରଭଡ଼ା ନେଇଥିଲା, ଆକାରରେ ସେ ଘର ଥିଲା ଅନେକ ବଡ଼ । ତିନିଟା ବେଡ୍‌ରୁମ୍ । ଦୁଇଟା ଟୟେଲେଟ୍ । ସାମ୍ନାରେ ଫୁଲଗଛ ଲଗାଇବା ଲାଗି ଛୋଟ ଅରାଏ ବଗିଚା ମଧ୍ୟ ଥିଲା । ରହିବା ଘର ବହକା ଥିଲା ବୋଲି ବଡ଼ ଭାଇଙ୍କ ଏବା ସାନଝିଅ ମାଣିକକୁ ପାଖରେ ରଖି କଲେଜ୍‌ରେ ପଢ଼ାଉଥିଲା । ବଡ଼ ଝିଆରୀ ଆଗରୁ ବାହା ହୋଇଯାଇଥିଲା । ମଝିଆ ଝିଆରୀ ବାହା ହେବା ଆଗରୁ ଭାଇ ଭାଉଜଙ୍କ ସହିତ ଆସିଲେ ତା’ ବସାଘରେ ସାତ, ଆଠଦିନ ରହି ଯାଉଥିଲେ । ସେମାନଙ୍କୁ ରାନ୍ଧିବାଢ଼ି ଖାଇବାକୁ ଦେବାକୁ ପଡ଼ିବ ବୋଲି ସେମାନେ ଆସିଲେ ଅନ୍ୟା ତା’ ବାପଘର ଭଦ୍ରକ ଚାଲିଯାଉଥିଲା । ଏପରିକି ସବା ସାନ ଝିଆରୀକୁ ପାଖରେ ରଖି କଲେଜ୍‌ରେ ପଢ଼ାଇବା କଥାକୁ ସେ ସହଜରେ ଗ୍ରହଣ କରିପାରୁ ନଥିଲା । ବଡ଼ ଭାଇ ଯେ ଗାଆଁରେ ଚାଷବାସ କରି ତାକୁ ପାଠ ପଢ଼ାଇ ମଣିଷ କରିଛନ୍ତି- ତାଙ୍କରି ଯୋଗୁଁ ସେ ଇକନମିକ୍ସରେ ଅନର୍ସ ନେଇ ବି.ଏ. ପାସ୍ କଲା ପରେ ସେ ୟୁକୋ ବ୍ୟାଙ୍କରେ କିରାଣି ଚାକିରୀ ପାଇଛି- ସେ କଥା ଯେତେ ବୁଝାଇ କହିଲେ ବି ଅନ୍ୟା ବୁଝେ ନାହିଁ । ବଡ଼ଭାଇଙ୍କ ଋଣ ପରିଶୋଧ କରିବା ଲାଗି ତାଙ୍କ ସାନ ଝିଅକୁ ପାଖରେ ରଖି ପାଠ ପଢ଼ାଇବା ଏବଂ ଭାଇ ଭାଉଜ ଆସିଲେ ସେମାନଙ୍କୁ ମାଛ ମାଂସ ରାନ୍ଧି ଖୁଆଇବା କଥା କହିଲେ ସେ ଚିଡ଼ିଯାଏ । ମୁହଁ ଛିଞ୍ଚାଡ଼ି କହେ- “ଆମ ଦୁଇଜଣଙ୍କ ରହିବା ପାଇଁ ଛୋଟିଆ ଗୋଟିଏ ଘର ଭଡ଼ା ନ ନେଇ ତମେ ହାତୀଶାଳ ଭଳି ଏତେ ବଡ଼ ଘର କାହିଁକି ଭଡ଼ା ନେଇଛ, ସେ କଥା ମୁଁ ଏବେ ବୁଝିପାରୁଛି । ଘର ବହକା ଅଛି ବୋଲି ସେମାନେ ହୋଟେଲରେ ନ ରହି ସିଧା ଏଠାକୁ ଚାଲି ଆସୁଛନ୍ତି । ଏକା ଭାଇ ଭାଉଜ ନୁହନ୍ତି, ତମ ତର୍କଣା ଗାଆଁର ଅନ୍ୟମାନେ ବି ମାଲି ମକଦ୍ଦମା ପାଇଁ ବାଲେଶ୍ୱର ଆସିଲେ କାହାକୁ କିଛି ନ ପଚାରି ଏଇ ଘରେ ଉଠୁଛନ୍ତି । ଦିନେ ରହିବେ ବୋଲି କହି ତିନି ଚାରିଦିନ ରହୁଛନ୍ତି । ଗଲାବେଳେ କେହି କେହି ରାସ୍ତା ଖର୍ଚ୍ଚ ମଧ୍ୟ ଧାର ନେଉଛନ୍ତି । ମତେ ରାନ୍ଧୁଣିଆ କରି ରଖିଛ । ତମେ ତମ ଭାଇ ଭାଉଜ, ଝିଆରୀ ଆଉ ମକଦ୍ଦମାଖୋର ଗାଁ ଲୋକଙ୍କୁ ନେଇ ଏ ହାତୀଶାଳରେ ଥାଅ । ମୁଁ ମୋ ବାପଘରକୁ ଚାଲିଯାଉଛି । ସେମାନେ ଗଲାପରେ ମତେ ନେଇ ଆସିବ ।”

ତିନି ବଖୁରିଆ ହାତୀଶାଳ ବଦଳରେ ଏକ ବଖୁରିଆ ସାନ ଘର ଦେଖି ଅନ୍ୟା ଖୁସି ହେବ ବୋଲି ଆଶା ବାନ୍ଧି ବସିଥିଲା ଅମରେଶ । କିନ୍ତୁ କାଠ କାନ୍ଥ ଦିଆ ଅଧା ଘରେ ପାଟି ବୁଜି ରହିବାକୁ ହେବ ବୋଲି ଜାଣିଲା ପରେ ତା’ର ପାନପତ୍ର ଭଳି ଆଲୋକିତ ଗୋରା ମୁହଁ ହଠାତ୍ ଅନ୍ଧାର ହୋଇଗଲା ।


Rate this content
Log in

Similar oriya story from Classics