Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kamal Kumar Dash

Fantasy Others

3  

Kamal Kumar Dash

Fantasy Others

ଖରା ଛୁଟି

ଖରା ଛୁଟି

2 mins
551


ଆମ ପିଲା ଦିନେ ଖରା ଛୁଟି ମାନେ, ପୁରା ଛୁଟି ଆଉ ବହୁତ ମଜା ହେଉଥିଲା । ଏବେ ଭଳି ହବି କ୍ଳାସ ନଥିଲା କି ଆଡ଼ଭାନ୍ସ ଟିଉସନ ହେଉନଥିଲା ।ସବୁ ପିଲା ମାନେ ଗାଁ ଘରକୁ ଆସୁଥିଲେ ଖରା ଛୁଟିରେ । କିଏ କଟକରୁ ତ କିଏ ରାଉଲକେଲIରୁ ଆସୁଥିଲେ ଘରକୁ । ଘରେ ଲୋକ ସଂଖ୍ୟା ବଢି ଯାଉଥିଲା । ପିଲାମାନେ ଖଲି ପକାଇ ଖାଇବାକୁ ବସୁଥିଲେ ଏକାଠି ଓ ପଖାଳ ଖାଇଲା ବେଳେ ତ ଗୋଟେ ଦିଟା କଂସI ବେଲା ରେ ସମସ୍ତେ ମିଳିମିଶି ଖାଉଥିଲେ । ଲୁଡୁ, ତାସ, ଚେସ , କ୍ୟାରମ ଖେଳ ହେଉଥିଲା । ସକାଳେ ସନ୍ଧ୍ୟାରେ ପେଖରୀ ଗାଧୁଆ ଓ ମାଛ ଧାରା ରେ ସମୟ ବିତୁଥିଲା । ଆମ୍ବ ତୋଟା ରେ ବୁଲିବା ଓ ଗଛ ପାଚିଲା ଆମ୍ବ ତୋଳି ଖାଇବା ର ମଜା ଅତି ନିଆରା ଅନୁଭୁତି । ଗାଁ ଠାକୁରାଣୀ ମଙ୍ଗଳା ଓ ଯୋଗମାୟାଙ୍କ ପାଖରେ ଭୋଗ ହେଉଥିଲା । ପିଲାମାନଙ୍କୁ ଏ ସବୁ ପିକନିକ ପରି ଲାଗୁଥିଲା ।  ସବୁ ଭାଇ ଭଉଣୀ ମିଶି କେବେ ଭୋଜି ଓ ଆଉ କେବେ ବରI ପକଡି ପାର୍ଟି କରୁଥିଲୁ ।

ମା ହାତୀଆଶୁଣି ମନ୍ଦିର ଆଗରେ ଝାମୁ ଯାତ୍ରା ହୁଏ । କାଳେସି ମାନେ ନିଆଁରେ ଚାଲନ୍ତି । ଲମ୍ବା ଝାମୁ ଗାତରେ କୋଇଲା ପଡି ନିଆଁ ଲାଗେ ଓ ତା ମଝିରେ ମଝିରେ ଗାତରେ ପାଣି ଥାଏ । ରଡ଼ ନିଆଁ ଉପରେ କାଳେସି ମାନେ ଚାଲି ସେ ପାଣିରେ କିଛି ସମୟ ପାଇଁ ଠିଆ ହୁଅନ୍ତି । ମନ୍ଦିର ଆଗରେ ପଣା ସଂକ୍ରାନ୍ତି ଦିନ ବଡ଼ ଯାତ୍ରା ଲାଗେ ଲୋକ ଗହଳିରେ ସେ ସ୍ଥାନଟି ପୁରିଉଠେ । ତାପରେ କାଳେସି ଓ ଭକ୍ତ ମାନେ ଘର ଘର ବୁଲି ଝୁଣI ଦିଅନ୍ତି ଓ ଗାଁ ଶେଷରେ ଆଶାନ୍ତ ଆତ୍ମା ମାନ କଂ ପାଇଁ ପଣା ହାଣ୍ଡି ରଖି ଫେରନ୍ତି ।

ଗରମ ବହୁତ ବଢିଲେ ଓ ବର୍ଷI ନହେଲେ କିଛି ପିଲା ଗାଁ ଦାଣ୍ଡରେ ବେଙ୍ଗଧରି ତାଙ୍କ ଉପରେ ହଳଦୀ ପାଣି ଢାଳି ନାଚ କରୁଥିଲେ ଓ ବଡ଼ ମାନେ ମା ହାତୀଆଶୁଣୀ ମନ୍ଦିରରେ ଆଗରେ ହାଣ୍ଡି ଭଙ୍ଗi ଯାତ୍ରା କରୁଥିଲେ । ସକIଳେ ଘଂଟ ବଜାଇ ସନ୍ଧ୍ୟାରେ ହାଣ୍ଡି ଭଙ୍ଗi ଯାତ୍ରା ହେବ ବୋଲି ସମସ୍ତ ଙ୍କୁ ସୂଚନା ଦିଆଯାଉଥିଲା ଓ ସନ୍ଧ୍ୟାରେ ମନ୍ଦିର ଆଗରେ ସମସ୍ତେ ହାଣ୍ଡିରେ ରୋଷେଇ କରି ଖାଇ ସରିଲା ପରେ , ଏକାଠି ଠିଆ ହୋଇ ମା ଙ୍କ ନାମରେ ହାଣ୍ଡି ବାଡାଉଥିଲେ ଓ ମା କୁ ବର୍ଷI ପାଇଁ ନେହୁରା ହେଉଥିଲେ  । ଆଧିକାଂଶ ସମୟରେ ସେହିଦିନ ବା ତା ପରଦିନ ବର୍ଷା ହେଉଥିଲା । 

ସବୁବେଳେ ନାକ କାନ୍ଦୁରି ଭଉଣୀ ମାନକଂର ଅଲଗା ଅଲଗା ନାଁ ଦିଆ ହେଉଥିଲା । ଏଇ ଯେମିତି ଖପଖପି , ଚେମେଣୀ ,ମାଙ୍କଡ଼ୀ ଇତ୍ୟାଦି । ସେମାନେ ବି ଏ ନାମ ଶୁଣି ରାଗିକି ତମ ତମ ହୁଅନ୍ତି । ପାଖ ଘରେ ଥିବା ବୁଢୀକୁ କିଏ ଭଗବତୀ ଡାକିଦେଲେ ସେ ଅଧ ଘଂଟାଏ ଗାଳିଦିଏ । ସେଥିରେ ବି କିଛିଟା ମନୋରଂଜନ ହୁଏ ।

ସେତେ ବେଳର ଗୋଟେ ସୃତି ଆଜି ବହୁତ ମନେ ପଡେ ଓ ହସ ଲାଗେ । ଦିନେ ରାତିରେ ନୁନେଇ କୁ ଝାଡା ଲଗିଲା । ସେତେବେଳେ ପାଇଖାନା ଘର ବାହାରେ ଥିଲା । ଖୁଡି ଓ ନ ନୁନେଇ ଜୋରରେ ପାଇଖାନା ଆଡେ ଯାଉଥିଲେ । ବାଟରେ କୋଠି ଘର ପଡେ । ସେ ଘରେ ଆମ ଘରର ଖାନଦାନୀ ଭୁତ ଗେଂଡେଇ ମା ରୁହେ ବୋଲି ପିଲା ଦିନୁ ଆମେ ସମସ୍ତେ ଶୁଣିଛୁ । ସେ ଘର ଆଗଟା ଟିକେ ଅନ୍ଧାର ଥାଏ । ଏମାନେ ଯିବା ଆଗରୁ ମୋ ସାନଭାଇ ସେଠି ଲୁଚି ଗୋଟେ ବାଉଁଶିଆରେ ମୁଣ୍ଡ ଚିତ୍ର କରି ଧରିଥିଲା । ଏମାନେ ଗଲାବେଳେ ସେ ମୁଣ୍ଡ କୁ ତାଙ୍କ ଆଗରେ ବାହାର କରିଦେଲା । ସେ ଦିଜଣ ମୁଣ୍ଡକୁ ଦେଖି ଜୋରରେ ଚିଲେଇଲେ ଓ ପଛକୁ ଦ୍ରୁତଗତିରେ ଦୌଡ଼ି ପଳାଇ ଆସିଲେ । ନୁନେଇଁର ଝାଡ଼ାଯିବା ପୁରା ବନ୍ଦ ହୋଇଗଲା । କିଛି ସମୟ ପରେ ସାନଭାଇ ଆସି ତା ବଦମାସୀ ସମସ୍ତଙ୍କୁ କହିଲା ଓ ସମସ୍ତେ ହସି ହସି ଗଡିଗଲେ ।


Rate this content
Log in

Similar oriya story from Fantasy