ଶୀତ କଷ୍ଟ
ଶୀତ କଷ୍ଟ
(୧)
କମ୍ବଳ , ରଜାଈ ନୁହେଁ , ବାହୁଫାଶ ହିଁ କେବଳ ଜଣାଏ ଉଷ୍ଣତା କଅଣ !!!
- ବହୁତ ଥଣ୍ଡା ଆମଏଠି ।
- ଏଠି କଣ କମ୍ କି ?
- ପୁଣି ?
- ପୁଣି କଣ ?
- କହୁନ ତ ଆସିବାକୁ ଟିକେ?
- ତୁମେ ଆସିଗଲେ, କଷ୍ଟ ଯେମିତି କମିଯିବ ଆଉ ?
- କେଯାଣି ? ଭାବୁଛି ତ ସେମିତି ।
- ଯାଃ । ସଫାକୁହ କେବେ ଆସୁଛ ?
- ହିଃ ହିଃ । କାଲି କାଲି ।
- ହଉ , ଅପେକ୍ଷାରେ ।
ୠତୁ ମାନେ ମଣିଷକୁ ନିଜ ଦାୟିତ୍ୱ ମନେପକାଇ ଦିଅନ୍ତି ! ଏଠାରେ ପାରଦ ଖସି ଖସି ଯାଉଥିଲା ଯେତେ ,ମୋତେ ସାୟରା ର ସାନିଧ୍ୟ ଖୁବ୍ ଲୋଡ଼ା ପଡୁଥିଲା ସେତେସେତେ !
ଅସହ୍ୟ ଏ ଶୀତୁଆ ନିଃସଂଗତା । ସାୟରା କଥାରେ ବି ସେଇ ଏକା ଛଟପଟପଣ !
ଅତଏବ, ଗାଡ଼ି ଧରିଲି ତା ସହରକୁ ।
(୨)
ପାଖରେ ପାଇ ତାକୁ କମ୍ବଳ ପରି ଦେହରେ ଘୋଡ଼ାଇ ନେବାକୁ ଇଚ୍ଛା କଲାରୁ, ସାୟରା କହିଲା
- ଏତେ ଅପ୍ରସ୍ତୁତ ?
- ଆଁଆଁ
- ପ୍ରେମିକା ଶବ୍ଦରେ ବି ଗୋଟେ ନରମପଣ ଖୁନ୍ଦି ହେଇଛି ଭୁଲିଯାଉଛ ?
- କଣଯେ ?
- ଆସିବା ଆଗରୁ ଟିକେ ପ୍ରସ୍ତୁତ ହୋଇ ଆସି ନଥାନ୍ତ ରଙ୍କୁଣା ?
- କାଇଁ ? କଣ ଅଡ଼ୁଆ କି ?
- ଜାଣିଥିଲ ତ ଏ ହାଡଭଙ୍ଗା ଶୀତ ରେ, ମୋଠାକୁ ଆସିବାକୁ ଇ ହେବ !!
ହପ୍ତାକ ଆଗରୁ ଓଠରେ ଟିକେ ଭେସଲିନ୍ ବୋଳି ଆସି ଥାନ୍ତ ଭଲା !!!!!
ଓଃ! ଶୀତ!
ଏତେ କଷ୍ଟ ??????
🎊 ଅମିୟ ବେଜ୍