Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ନିର୍ବିକାର

ନିର୍ବିକାର

1 min
7.2K



ଆଜି ମୋ ସାମ୍ନାରେ ମୋ ଝିଅକୁ ମୋ ଜୋଇଁ କିଛି କାରଣ ନ ଥାଇ ବହୁତ ଗାଳି ଦେଲେ l ଏମିତି ଅନେକ ଥର ମୁଁ ଲକ୍ଷ୍ୟ କଲିଣି l ଆଜି କିନ୍ତୁ ସୀମା ଟପି ଯାଇଥିଲା l ଗୋଟିଏ ବାହାଘର ଭୋଜିରେ ସବୁ ବନ୍ଧୁବାନ୍ଧବଙ୍କ ସାମ୍ନାରେ ମୋ ଜୋଇଁଙ୍କର ମୋ ଝିଅ ପ୍ରତି ଏଭଳି ବ୍ୟବହାର ! ମୋ ସହିବାର ସୀମା ଟପି ଯାଇଥିଲା l ମୁଁ ଭୟଙ୍କର ଭାବରେ ପ୍ରତିବାଦ କରିଥିଲି l କିନ୍ତୁ ନିର୍ବିକାର ଥିଲା ମୋ ଝିଅର ମାଆ l

ଠିକ୍ ସେହି ଦିନମାନଙ୍କ ଭଳି, ଯେଉଁ ଦିନମାନଙ୍କରେ ମୁଁ ବି ତାକୁ ବିନା କାରଣରେ ଗାଳି ଦେଉଥିଲି (ଦିନେ ଦିନେ ତା ବାବାଙ୍କ ସାମ୍ନାରେ ମଧ୍ୟ) l ତା ବାବାଙ୍କ ଆଖିରେ ଲୁହ ଆସି ଯାଉଥିଲା ସତ ପ୍ରତିବାଦ କରୁ ନ ଥିଲେ ସିଏ l କିନ୍ତୁ ସେ ନିର୍ବିକାର ରହୁଥିଲା, ଯେମିତି କିଛି ବି ଘଟି ନାହିଁ l ଆଜି ମୁଁ ଅନୁଭବ କରିପାରୁଛି କେତେ କଷ୍ଟ ହୋଇଥିବ, ତା ବାବାଙ୍କୁ ସେହି ଦିନମାନଙ୍କରେ l ସେହି ଲୁହ ସବୁ ଆଜି ମୋ ପାଇଁ ଅଭିଶାପ ହେଇଯାଇଛି ତାହା ମୁଁ ଅନୁଭବ କରିପାରୁଥିଲି l ମୋ ଆଖି ଲୁହ ଭର୍ତ୍ତି ହେଇ ଯାଉଥିଲା l କିନ୍ତୁ ମୋ ଝିଅର ମାଆ ଥିଲା ସମ୍ପୂର୍ଣ୍ଣ ନିର୍ବିକାର l


Rate this content
Log in

Similar oriya story from Inspirational