Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmayee Barik

Drama Romance

1.0  

Chinmayee Barik

Drama Romance

ଛନ୍ଦାର ଡାଏରୀ

ଛନ୍ଦାର ଡାଏରୀ

5 mins
7.6K


Oct.12, 2015.....

ଏଇଟା ଆମର ବିବାହ ତାରିଖ ।ଆରେଞ ମ୍ୟାରେଜ୍ ।ନେଗୋ ସିଏସନ୍ ପରେ ଫୋନ୍ ରେ ଯାହା କଥାବାର୍ତ୍ତା ଆମର ।ମୋ ରୁଚି ,ମୋ ଇଛା,ମୋ ଭବିଷ୍ୟତ ବିଷୟରେ ତୁମେ ମୋତେ ପ୍ରଶ୍ନ କରିଛ ଆଉ ମୁଁ ବି ତୁମକୁ ।ଟିକେ ଅଧେ ଜାଣିବା ଭିତରେ ତୁମେ ଦୁଇଥର କିସ୍ ବି କରିଛ ଫୋନ୍ ରେ ଆଉ ମୁଁ ଏଠି ଲାଜେଇ ଯାଇଛି ।ଆଜି ବାହାଘର ପରେ ମୋ ଜୀବନ ଆଉ ମୋର ନୁହେଁ କି ତୁମ ଜୀବନ ବି ଆଉ ତୁମର ନୁହେଁ ।ଏବେ ସବୁ କିଛି ଆମ ଦୁହିଁଙ୍କ ଜୀବନ ବୋଲି କୁହାଯିବ ।ଆଜିଠୁ ଆରମ୍ଭ ।ଅଲ୍ ଦି ବେଷ୍ଟ ପ୍ରବୀଣ..।

Jan. 8, 2016. ...

ତୁମେ ମୋତେ ଅନେକ ଜାଣି ସାରିଲଣି ।ମୋର ଛୋଟ ମୋଟ ଗୁଣ ଆଉ ବଦଗୁଣକୁ ।ତୁମକୁ ବି ମୁଁ ଜାଣୁଛି ଏଇ କେତେ ଦିନ ଭିତରେ ।ମୋ ଭିତରେ ତୁମ ପ୍ରତି ଲାଜେଇବା କମି ଆସିଛି ଆଉ ତୁମେ ପ୍ରେମରେ ଟିକେ ହିଂସ୍ରତା ନେଇ ଆଣିଛ ।ବଟ୍ ଆଇ ଆମ୍ ଏନଜଏୟିଂ ୟୋର୍ ଲଭ୍ ।ତୁମେ ମୋର ଢାଲ ସାଜି ନେଇଛ ।ଏକ ସ୍ୱାଧୀନ ଚେତା ମନୋଭାବରୁ ମୁଁ ଧୀରେ ଧୀରେ ପରାଧିନ ହେବାକୁ ଯାଉଛି ।ତୁମ ଇଛାରେ ଖାଇବାକୁ,ପିନ୍ଧିବାକୁ,ନିଜକୁ ସଜେଇବାକୁ ଇଛା ହେଉଛି ।ତୁମ ଲାଗି ଛୋଟ ମୋଟ କଥା ସହିବାର ଗୁଣକୁ ବି ଆପଣେଇ ନେଇଛି ।ସବୁଠୁ ବଡ କଥା ହେଲା ମୋ ପେଟ ବିକଳିଆ ଭୋକ ବି ତୁମକୁ ଅପେକ୍ଷା କରୁଛି ତୁମେ ଫେରିବା ଯାଏଁ ।ସତରେ ପ୍ରେମଟା ଅନ୍ଧ ।ଆଇ ଲଭ୍ ୟୁ ମାଇଁ ସୁଇଟ୍ ହାର୍ଟ ।

May 2,2016. ...

ସମୟର ଚକ ବଦଳୁଛି ।ଆମ ଦୁହିଁଙ୍କ ଜୀବନ ଆମ ଠାରୁ ଦୂରେଇ ନିହାତି ନିଜସ୍ୱ ହେବାକୁ ଯାଉଛି ।ମୁଁ ..ମୁଁ ହୋଇ ଯାଇଛି ଆଉ ତୁମେ ...ତୁମେ ହୋଇ ଯାଇଛ ।ଆମେ ଆଉ ଆମେ ହୋଇ ନାହୁଁ ।ଦେହର ସବୁ ଉତ୍ତାପ ଖସି ଆସିଲେ ସମସ୍ତେ ମୁ ତ୍ୱ କୁ ଖସି ଆସନ୍ତି ବୋଧେ ।ସବୁ ଦେହର ଖେଳ ।ମନ ଖାଲି ଗୋଟେ ସୁକ୍ଷ୍ମ ବନ୍ଧନ ।ତୁମ ଘର..ମୋ ଘର,ତୁମ ଇଛା...ମୋ ଇଛା,ତୁମ ସ୍ୱାଭିମାନ...ମୋ ସ୍ୱଭିମାନ, ଭିତରେ ଏବେ ଶୀତଳ ଯୁଦ୍ଧ ଚାଲିଛି ।ରାଗ ରୁଷା ଅଭିମାନରେ ଦିନ ସବୁ ଅଥୟ ।ତଥାପି ରାତି ଅଧରେ ତୁମେ ମୋ ଉପରେ ଝାମ୍ପି ପଡ ଆଉ ମୁଁ ତୁମକୁ କୋଳେଇ ନିଏ ।ଆଇ କ୍ୟାଣ୍ଟ ଲିଭ୍ ୟୁଦାଉଟ୍ ୟୁ ମାଇଁ ଡିୟର୍ ।

July 8, 2016. ..

ଓଃ ଅସହ୍ୟ ଏ ଜୀବନ ।ଛୋଟ ଛୋଟ କଥାରେ ମୋତେ ଆକ୍ଷେପ କରିବା ତୁମର ଅଭ୍ୟାସ ହେଲାଣି ।ଆଳୁ ପାଛିଆରେ ଧୂଳି କାହିଁକି ରହିଲା...ଫ୍ରିଜ୍ ରେ ଦାଗ କାହିଁକି...ମୋ ମା କୁ ତୁମେ ଦେଖି ପାରୁନ...ଲୁଗା ଠିକ୍ ରେ ଆଇରନ୍ ହୋଇନି...ଫୋନ୍ ରେ କାହାସହ ଏତେ ଗପୁଛ...ତୁମ ବାପଘର ଛୋଟ ଲୋକ ...ଏମିତି ଅନେକ କଥାରେ ତୁମେ ମୋତେ ଆଘାତ ଦେଉଛ ଯାହାର କିଛି ମୂଲ୍ୟ ନାହିଁ ।ମୁଁ ଯେତେ ସଜେଇ ହେଲେ ବି ତୁମେ ମୋତେ ଟିକେ ଦେଖୁନ କି ପ୍ରଶଂସା କରୁନ ।ମୋର ସବୁ ଅବଦାନକୁ ତୁମେ କର୍ତ୍ତବ୍ୟର ନାଁ ଦେଉଛ ।ବେଳେ ବେଳେ ମୋତେ ଲାଗେ ମୁଁ ତୁମ ସ୍ତ୍ରୀ ନୁହେଁ ଦାସୀ ଟିଏ ।କିଣା ଚାକର ଟେ ମୁଁ ।ତୁମ ଦେହ ବି ମୋତେ ଆଜିକାଲି ଝାଳୁଆ ଗନ୍ଧାଏ ।ଗୋଟିଏ ବିଛଣାରେ ତୁମ ମୁହଁ ସେପାଖେ ଆଉ ମୋ ମୁହଁ ଏପାଖେ ।ଖାଲି ଦୀର୍ଘ ନିଃଶ୍ୱାସ ଶୁଭେ ।ଆଇ ବିୟର୍ ୟୁ ଅନଲି....।

Dec 5, 2016......

ଆଜିକାଲି ତୁମେ ଭାରୀ ଅନ୍ୟ ମନଷ୍କ ।ଆଗ ଭଳି ମୋ ଉପରେ ରାଗୁନ କି ମୋତେ ନେଇ ତୁମର କିଛି ଭାବ ପ୍ରବଣତା ନାହିଁ ।ଆଳୁ ପାଛିଆରେ ଧୂଳି...ଫ୍ରିଜ୍ ର ଦାଗ ଦେଖି ବି ତୁମେ ଶାନ୍ତ ସରଳ ରହୁଛ ।ଇଛା ହେଲେ ଘରେ ଖାଉଛ ନ ହେଲେ ନାହିଁ ।ଶୁଣିଲି ତୁମେ କାଳେ ପ୍ରେମରେ ପଡିଛ ତୁମ ଅଫିସ୍ ରେ ଚାକିରି କରୁଥିବା ସାରା ନାମ୍ନୀ ଝିଅ ସହ ।ଏହାର କାରଣ ବି ମୁଁ ଥିଲି ବୋଧେ ।ମୋର ହାର୍ଟ ପ୍ରୋବ୍ଲେମ୍ ଯୋଗୁଁ ମୁଁ ଯେ କେବେ ମା 'ହୋଇ ପାରିବିନି ଏକଥା ଶୁଣିଲା ପରେ ତୁମେ ଗମ୍ଭୀର ହୋଇ ଯାଇଥିଲ ।ତୁମ ମା ତ ମୁଣ୍ଡ ପିଟି ପକେଇଲେ କାନ୍ଥରେ ।ତାଙ୍କର ଗୋଟେ ବୋଲି ପୁଅର ଜୀବନ ନଷ୍ଟ ହୋଇଗଲା ବୋଲି ହାଉଳି ଖାଇଲେ ।ହେଲେ ହଠାତ୍ ତୁମର ହାବଭାବ ଦିନେ ବଦଳି ଗଲା ।ତୁମେ ଭାରୀ ଖୁସି ଲାଗୁଥିଲ ।ଦେହରେ ମେଞ୍ଚାଏ ସେଣ୍ଟ ବୋଳି ତୁମେ ବାହାରି ଯାଉଥିଲ ହେଲେ ମୋତେ ତୁମ ଦେହ ଆହୁରି ଝାଳୁଆ ଗନ୍ଧାଉଥିଲା ।ତୁମେ ବିବାହ କରି ମଧ୍ୟ ପ୍ରେମରେ??ହାଉ ଡେୟାର ୟୁ??ହାଁ??

March.3, 2017.....

ଆଜି ଆମେ ଦୁଇଜଣ କୋର୍ଟରେ ।ମୁଁ ତୁମକୁ ଡିଭୋର୍ସ ନୋଟିସ୍ ଦେଇ ସାରିଛି ।ଏବେ କେସ୍ ଚାଲିବ ।ତୁମର ସବୁ ପ୍ରେମଲୀଳାକୁ ପଦାରେ ପକେଇ ସାରିଛି ।ତୁମ ଡ୍ରାଇଭର୍ ପାଖରୁ ତୁମର ସବୁ ଖବର ନେଇଛି ।କେତେ ଦିନ ଆଉ କେତେ ରାତି ତୁମେ ସେ ଝିଅ ସାରା ସହ କଟେଇଛ ତାର ହିସାବ ବି ମାଜିଷ୍ଟ୍ରେଟ ଆଗରେ କହିଛି ।ତୁମେ ଯେ ଚରିତ୍ରହୀନ ଏହା ପ୍ରମାଣ କରିବାରେ ମୋର କିଛି ଅସୁବିଧା ନ ଥିଲା ।ମୁଁ ବି ମୁକ୍ତି ଚାହୁଁଥିଲି ।କୋର୍ଟରୁ ଫେରିଲା ବେଳେ ତୁମ ଆଖି ନିଆଁରେ ଦପ୍ ଦପ୍ ହୋଇ ଜଳୁଥିଲା ।ଚିତ୍କାର କରି ମୋତେ କହିଲ...ଆଇ ହ୍ୟାଟ୍ ୟୁ ଛନ୍ଦା....।

August 4,2017....

ଏବେ ତୁମେ ତୁମ ପ୍ରେମିକା ସହ ନସର ପସର ହେଉଥିବ ।ମୁଁ ବି ଗୋଟେ ଚାକିରି ପାଇ ଯାଇଛି ।ଭଲ ଘରଟେ ଭଡା ନେଇ ରହୁଛି ।ଏଠି ମୋତେ କେହି କିଛି କହିବାର ନାହିଁ କି କାହାକୁ ଅପେକ୍ଷା କରିବାର ନାହିଁ ।ତୁମେ ବି ଖୁସିରେ ଥିବ ।ଆଇ ଆମ୍ ଅଲସୋ ହ୍ୟାପି ।

Nov 1, 2017. .....

ମୁଁ ଏବେ ବି ସଂପୂର୍ଣ ସୁସ୍ଥ ନୁହେଁ କାଲି ଘଟଣା ପରଠୁ ।ମୋତେ ପ୍ରେମ କରେ ବୋଲି ବାର ବାର ପ୍ରମାଣ ଦେଉଥିବା ଅଫିସ୍ ଷ୍ଟାଫ୍ ବିନୟ ସହ କାଲି ଫିଲ୍ମ ପଦ୍ମାବତ୍ ଦେଖିବାକୁ ଯାଇଥିଲି ।ହଠାତ୍ କଣ ହେଲା କେଜାଣି ସମସ୍ତେ ହୋ ହାଲ୍ଲା ହୋଇ ଦଉଡିବାକୁ ଲାଗିଲେ ।କଥା ବୁଝୁ ବୁଝୁ ଜଣା ପଡିଲା ଯେ ଫିଲ୍ମ ହଲ୍ ଭିତରେ ତିନିଜଣ ଆସାମୀ ଲୁଚିଛନ୍ତି ।ଯେଉଉଁମାନେ ଘଣ୍ଟାଏ ତଳେ ଗୋଟେ ମର୍ଡର କରିଛନ୍ତି ।ପୋଲିସ୍ ତନାଘନା କରିବା ଆରମ୍ଭ କରି ଦେଇଥିଲା ।ଲୋକମାନେ ଧାଁ ଧପଡ କରୁଥିଲେ ।ମୋତେ ପ୍ରେମ କରୁଥିବା ବିନୟ ମୋତେ ଛାଡି କୁଆଡେ ଉଭାନ୍ ହୋଇ ସାରିଥିଲା ।ମୋ ଛାତିଟା ବିନ୍ଧିବାକୁ ଆରମ୍ଭ କରିଥିଲା କାରଣ ଏମିତି ସମସ୍ୟାକୁ ମୁଁ ହ୍ୟାଣ୍ଡଲ କରିବାକୁ ମୋ ହାର୍ଟ ସାଥୀ ଦିଏନି ।ମୁଁ ବି ଦୌଡିବାକୁ ଆରମ୍ଭ କରି ପଡିଗଲି ଆଉ ମୋ ଉପରେ ଲୋକ ଚଢିବାକୁ ଲାଗିଲେ ।ହଠାତ୍ ତୁମେ କେଉଁଠି ଥିଲ କେଜାଣି ମୋତେ ଘୋଷାରୀ ନେଇ ଗୋଟିଏ କାନ୍ଥ କଣରେ ମୋତେ ଜାବୁଡି ସୁରକ୍ଷା ଦେଇ ଥିଲ।ବୋଧେ ତୁମେ ବି ସେଦିନ ଫିଲ୍ମ ଦେଖିବାକୁ ଆସିଥିଲ ।ତୁମ ଛାତିରେ ଆଉଜି ପଡି ମୁଁ ଚେତା ହରାଇ ବସିଥିଲି ।

ଚେତା ଫେରିଲା ବେଳକୁ ମୁଁ ତୁମ ଘରେ ।ଶାଶୁ ଶଶୁର ନ ଥିଲେ ।ସେତେବେଳକୁ ତୁମ ଘରେ ମୁଁ ଗୋଟିଏ ରାତି କାଟି ସାରିଥିଲି ।ଆର ଘରୁ ସାରାର ପାଟି ଶୁଭୁଥିଲା ।ମୋ ପ୍ରତି ଏତେ ଉଦାରତା କାହିଁକି ଆଉ ମୁଁ କାହିଁକି ଗୋଟିଏ ରାତି ତୁମ ଘରେ ଥିଲି ବୋଲି ପାଗଳ ଭଳି ସେ ପ୍ରଳାପ କରୁଥିଲା ।ତୁମେ ଟିକିଏ ବି ଡରି ନ ଥିଲ ତା କଥାରେ ।ତୁମେ ତାକୁ ବି ରୋକ୍ ଠୋକ୍ ଶୁଣାଇ ଦେଇଥିଲ ଯେ ମୁଁ ତୁମର ସ୍ତ୍ରୀ ବୋଲି ।ମୋ ପ୍ରତି ତୁମର କର୍ତ୍ତବ୍ୟ ଅଛି ବୋଲି ।ତୁମ କଥା ଶୁଣି ମୋ ଆଖିରେ ଲୁହ ଆସିଗଲା ।ତୁମ ଅଜଣାତରେ ତୁମ ଘର ଛାଡି ଚାଲି ଆସିଲି ।

ବାଟ ସାରା ତୁମ କଥା ଭାବୁଥିଲି ।ମୁଁ ଚାହୁଁ ନ ଥିଲି ଯେ ତୁମର ଆଉ ସାରାର ଝଗଡା ହେଉ ବୋଲି ।ତୁମେ ସୁଖୀ ହୁଅ...ବାପା ହୁଅ ବୋଲି ତ ମୁଁ ସବୁ ପ୍ରମାଣ ଯୋଗାଡ କରି ତୁମକୁ ଚରିତ୍ରହୀନ ସଜାଇ ଡିଭୋର୍ସ କେସ୍ ଦେଇଥିଲି କୋର୍ଟରେ ଯଦିଓ ଏହା ଫାଇନାଲ୍ ହେଇନି ଏ ଯାଏଁ ।ତୁମେ ଏ ଯାଏଁ ଜାଣିନ ତୁମ ଦେହର ଝାଳୁଆ ଗନ୍ଧ ମୋତେ ନିଶାସକ୍ତ କରେ...ପ୍ରେମାଛନ୍ନ କରେ....ରିଏଲି ଆଇ ଆଇ ଲଭ୍....ୟୁ..

March 1, 2018. .....

ସପ୍ତାହେ ହେଲା ଛୁଟିରେ ଥିଲି ।ଭେଲୋର୍ ଯାଇଥିଲି ଚେକ୍ଅପ୍ କରିବାକୁ ।ଫେରିଲା ବେଳକୁ ଦୁଇଟା ଚିଠି ଆସିଛି ।ଚିଠି ଖୋଲିଲି ।ଗୋଟିଏ ଅଫିସ୍ ରୁ ଆସିଥିଲା ।ମୋର ଟ୍ରନସଫର୍ ହୋଇ ଯାଇଛି ଗୁଜୁରାଟକୁ ।ଭାବିଲି ଭଲ ହେଲା ...ତୁମଠୁ ଦୂରେଇ ଗଲେ ହୁଏତ ତୁମ ଜୀବନ ବାଗେଇ ଯିବ ।

ଦ୍ୱିତୀୟ ଚିଠିଟି ଖୋଲିଲି....ସେଇଟା ତୁମେ ଦେଇଥିଲ ।ଲେଖାଥିଲା....

"ଛନ୍ଦା"

ପ୍ଲିଜ୍ କମ୍ ବେକ୍....ପ୍ଲିଜ୍ ।ଆଇ ଆମ୍ ଡାଇଂ ଫର୍ ୟୁ ।ଆଇ ଆମ୍ ଭେରି ସରି ଫର୍ ମାଇଁ ନେଗ୍ଲିଜେନ୍ସ...ସରି...ପ୍ଲିଜ୍ କମ୍ ବେକ୍ ।

ତୁମ ଚିଠି ପଢି ମୋ ଦେହ ଝାଳେଇ ଯାଉଛି।ମୁଁ ଜାଣିପାରୁନି କଣ କରିବା ଠିକ୍ ହେବ ??କିନ୍ତୁ ତୁମ ଦେହର ବାସ୍ନା ମୋ ଘରର କାନ୍ଥ ...ପରଦା....ବିଛଣା ଚଦର ଦେଇ ମୋ ଦେହରେ ଗ୍ରାସ କରି ଚାଲିଛି ।ମୋତେ ବେଳୁ ବେଳ ମୋହଗ୍ରସ୍ତ କରି ଚାଲିଛି .....ମୁଁ ଏବେ ବି ନିରୁପାୟ.......


Rate this content
Log in

Similar oriya story from Drama