Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଚରିତ୍ର

ଚରିତ୍ର

2 mins
7.3K


ଆଇମା ଖୁବ୍ ଗ୍ୟାନୀ ଥିଲା । ରାମାୟଣ,ମହା ଭାରତ ଠାରୁ ଆରମ୍ଭ କରି ସବୁ ପୋଥିପୁରାଣ ତା ମୁହଁରେ । ସନ୍ଧ୍ୟା ହେଲେ ସେ ଗପ ଶୁଣାଏ ।କେବେ ଥକି ଯାଏନା ।ତା ଗପ ମୁଣି କେବେ ସରେନା ।ଗପରେ ଅନେକ ଶିଖିବାର କଥା ଥାଏ ।ମୋର ଯେତେବେଳେ ଯେଉଁ ପ୍ରଶ୍ନ ମନକୁ ଆସେ ତାକୁ ପଚାରେ । ସେ ସବୁ ଊତ୍ତର ଗୁଡିକ ସଫା ସଫା କୁହେ ବିନା ସଂକୋଚରେ । ପଡିଶା ଘର ଝିଅଟି ଗୋଟିଏ ଲୋକକୁ ଭଲ ପାଉଥିଲା ବୋଲି ସେ ଖବରଟା ଖୁବ୍ ଚର୍ଚ୍ଚାରେ ଥାଏ । ଲୋକଙ୍କୁ ମସଲା ଦରକାର ବଂଚିବା ଲାଗି । ଗୋଟିଏ ମସଲାଦାର ଖବର ସରିଗଲେ ପୁଣି ଗୋଟେ ଖୋଜାଯାଏ ।ଯଦି ନ ମିଳିଲା ତେବେ ଅତୀତରେ ହାତ ପୁରାଇ ମସଲା ଦାର ଖବର ଅଣ୍ଡାଳିବେ । ଲୋକମାନେ କହୁଥିଲେ ସେ ଝିଅଟା ଚରିତ୍ରହୀନ ।କେବଳ ସେ ଝିଅଟା ଚରିତ୍ରହୀନା,ତା ସହ ଥିବା ପୁଅଟି ନୁହେଁ ।ମୁଁ ପଚାରିଲି ,ଆଈମା ଏ ଚରିତ୍ରଟା କଣ ଯେ?ଏକା ସାଙ୍ଗରେ ଜଡିତ ଥିବା କର୍ମରେ ଜଣେ ଚରିତ୍ରହୀନା ଆଉ ଜଣେ ସୁନା ମୁଣ୍ଡା ? ଆଇମା କହିଲା ,ପୁଅ ପିତ୍ତଳ ହାଣ୍ଡି ...ଯେତେ କଳା ହେଲେ ବି ମାଜିମୁଜି ଦେଲେ ଚକଚକ ।ଝିଅ ମାଟି ହାଣ୍ଡିଟେ ।ଥରେ ମାରା ହେଲେ ଗଲା ,ସବୁ ନଷ୍ଟ ହୋଇଗଲା । ମୁଁ ଆଶ୍ଚର୍ଯ୍ୟ ହେଲି । ଏ କି ନିୟମ କି?ଏମିତି ଦେଖିବାକୁ ଗଲେ ଝିଅମାନେ ହିଁ ସବୁବେଳେ ଚକାଚକ ସଜେଇ ହୋଇଥାଆନ୍ତି ଓ ପୁଅ ମାନେ ଆବୁରୁ ଜାବୁରୁ ହୋଇ ବୁଲୁ ଥାନ୍ତି । ଆଇମା କହିଲା ,ଆଲୋ ହୁଣ୍ଡି ସିଧା ହିସାବରେ କହିବାକୁ ଗଲେ ଚରିତ୍ର ବୋଲି ସମାଜ ମଣିଷର ଦୈହିକ ସଂପ୍ରକକୁ ବୁଝେ ।

ବିବାହ ଆଗରୁ ଏ ସବୁ ହେଲେ ଚରିତ୍ରହୀନ । ବିବାହ ପରେଏସବୁ ବୈଧ । ମୁଁ ହାଁ କରି ଶୁଣିଲି । କହିଲି ଯେମିତି କୌଣସି ବିଲ୍ ପାସ୍ ହେବାକୁ ପ୍ରଧାନ ମନ୍ତ୍ରୀ,ରାଷ୍ଟ୍ରପତିଙ୍କ ଦସ୍ତଖତ ଦରକାର ପଡେ?ଆଈମା କହିଲା ,ହଁ...ସମାଜରେ ରହିବାକୁ ହେଲେ ସମାଜ ପାଖରୁ ଦସ୍ତଖତ ନେବା ଜରୁରୀ ।ସମାଜ ଚାହୁଁଥିବା ଜିନିଷ ହିଁ ସବୁ ବୈଧ ଓ ସମାଜ ନ ଚାହିଁଲେ ସବୁ ଅବୈଧ । ଯେମିତି ଦେଶୀ ମଦ ଖରାପ କିନ୍ତୁ ବିଦେଶୀ ମଦ ଖୁଲମ୍ ଖୁଲା ଚାଲେ ।ରାଜା ଯେତେ ଦାରୀ ରଖିଲେ ବି ଚରିତ୍ର ବାନ ଆଉ ଗରିବ ଝିଅ ସମସ୍ତ ଙ୍କ ଶାଳୀ ।ଚରିତ୍ରର ସଂଗ୍ୟା ବି ପ୍ରତିପତି ଦେଖି ନିର୍ଣୟ କରେ ଏ ସମାଜ ।ଭାବିଲି ଏ ସମାଜ ଟା ଭାରୀ ସ୍ୱାର୍ଥପର ବୋଧେ । ନିଜ ସୁବିଧା ଅନୁସାରେ କଣ୍ଟ ତିଆରି କରେ ।ବଳତ୍କୃତା ଝିଅଟେ ଯଦି ନିଜକୁ ପ୍ରକାଶ କରିଦେଲା ତେବେ ସେ ଚରିତ୍ରହୀନା ଆଉଯଦି ସେ ନିଜକୁ ଲୁଚାଇ ଦେଲା ତେବେ ଚରିତ୍ରବତୀ?। ଏଠି ଗୋଟିଏ କଥା ସ୍ପଷ୍ଟ ଯେ ଯିଏ ନିଜକୁ ଯେତେ ଲୁଚାଇ ପାରିଲା ,ଘୋଡାଇ ପାରିଲା ସେ ସେତେ ଚରିତ୍ରବାନ । ଚରିତ୍ର ଏମିତି ଗୋଟିଏ ଶସ୍ତା ଜିନିଷ ପାଲଟି ଯାଇଛି ଯାହାକୁ ଲୁଚାଯାଇ ପାରେ ।ଅସଲ କଥା ତ ଏଇଆ ଆମେ ଚରିତ୍ର କଣ କେବେ ଜାଣିବାକୁ ଚେଷ୍ଟା କରିନୁ । କାରଣ ବାହାର ସମାଜ କଥା ଛାଡ ଆମ ମନ ଭିତରେ ଗୋଟିଏ ସମାଜ ରହିଛି ।ଯେଉଁ ଜିନିଷ ଆମକୁ ଅପ୍ରାପ୍ୟ ସେ ଜିନିଷ ଅନ୍ୟମାନେ ପାଆନ୍ତୁ ଏହା କେବେ ଆମେ ଚାହୁଁନା । ସେଇଠି ହିଁ ଆମେ ନିୟମ ତିଆରି କରୁ ପୁଣି କ୍ଷମତା ପ୍ରତିପତିକୁ ଦେଖି ।ନ ହେଲେ ନାରୀକୁ ମାଟି ହାଣ୍ଡି ଆଉ ପୁରୁଷ କୁ ପିତ୍ତଳ ହାଣ୍ଡି କଲା କିଏ ?ଜଣେ କବିଙ୍କ ଭାଷାରେ...ରାଜ୍ ତୋ ସବକେ ହୋତେ ହେଁ,କିସିକା ଛପ୍ ଯାତା ହେ ତୋ କିସିକା ଛୁପ୍ ଜାତା ହେ।ଯାହାର ଛପି ଗଲା ସେ ମଲା,ଯାହାର ଛୁପି ଗଲା ସେ ତରିଗଲା । ପ୍ରତ୍ୟେକଟି ମଣିଷ ଯଦି ନିଜର ରହସ୍ୟ ଖୋଲି ଦିଏ ତେବେ ସମାଜ ଆଖିରେ ସେ କେଉଁଠି ନା କେଉଁଠି ଚରିତ୍ରହୀନ ହୋଇ ପଡିବ,ତେଣିକି ଦେହରେ ହେଉ କି ମନରେ ହେଉ । ତେବେ ଏ ଚରିତ୍ରକୁ ନେଇ ଏତେ ଘଣ୍ଟା ଚକଟା କାହିଁକି?ସତରେ ମୁଁ ବି ବୁଝିପାରିନି ଏ ଯାଏଁ ଅସଲରେ ଚରିତ୍ର କଣ?ଏତିକି ଖାଲି ଭାବେ ଅନ୍ୟର କ୍ଷତି କରୁ ନ ଥିବା ମଣିଷମାନେ ହିଁ ଚରିତ୍ରବାନ । ସମାଜର ସ୍ୱାକ୍ଷର ତାକୁ କେବେ ଆବଶ୍ୟକ ପଡେନା ।


Rate this content
Log in

Similar oriya story from Inspirational