ହସ
ହସ
--ପବନର ସାଥେ ସାଥେ ଖେଳୁଥିଲି ମୁଁ , ସତେ ଯେପରି ମୋତେ ତୁମେ ଦୋଳିରେ ଝୁଲାଇଦେଉଥିଲ । ସୂର୍ଯ୍ୟ ଅସ୍ତାଚଳଗାମୀ ହେଉଥିଲା ! ବେଶ୍ ମାଧୁର୍ଯ୍ୟତା ଥିଲା ସେ ମୁହୁର୍ତ୍ତ ,ତୁମ ଓ ମୋ ଭିତରେ । ମୁଁ ତୁମକୁ ପାଇ ହସୁଥିଲି ଆଉ ତୁମେ ମୋତେ ପାଇ ହସର ଲହରୀ ଖେଳାଇଦେଇଥିଲ ତୁମ ଓଠରେ ! ଲାଗୁଥିଲ ସତେ ଯେମୁତି ସ୍ୱର୍ଗର ପାରିଜାତ !!!
( ବୋଧହୁଏ ମୁଁ ଯିବା ଆଗରୁ ଏପରି କିଛି କହୁଥିଲା ସେ ସୁନ୍ଦର ପ୍ରଜାପତିଟି ସୂର୍ଯ୍ୟମୁଖୀ ଫୁଲକୁ ,ଲାଗୁଥିଲା ସବୁଜ ବଳୟରେ ମଧ୍ୟ ପ୍ରଜାପତି ଓ ଫୁଲଟି ଅନ୍ତରଙ୍ଗ କଥାବାର୍ତ୍ତାରେ ମଜ୍ଜି ଯାଇଛନ୍ତି ! ଦୁହିଁଙ୍କ ମୁଖରୁ ହସ ଝରିପଡୁଥିଲା । ମୋ ପରି ପ୍ରକୃତିପ୍ରେମି ବୋଧହୁଏ ଏପରି କିଛି ଦୃଶ୍ୟ ଖୋଜନ୍ତି ଏକାନ୍ତରେ । ହଜିଯାଇଥିଲି ମୁଁ ବି ତାଙ୍କ ମଧୁର ବେଳାରେ , ହଜାଇଦେଇଥିଲି ସବୁଜ ବଳୟର ଚାରୁ ସ୍ମିଗ୍ଧ ପ୍ରାନ୍ତର,ନୀଳ ଆକାଶ ,ଆଉ ଗୈାରୀକ ରଙ୍ଗର ଅସ୍ତାଚଳଗାମୀ ସୂର୍ଯ୍ୟ ନିକଟରେ !!!
ବେଶ୍ ଆନନ୍ଦରେ ମୋ ଓଠରୁ ଝରିପଡୁଥିଲା ହସ । କିଛିସମୟ ପରେ ପ୍ରକୃତିସ୍ଥ ହେବାପରେ ଦେଖିଲି ସେ ପ୍ରଜାପତି ଆଉ ସେ ଫୁଲ ପାଖରେ ନାହିଁ !!!
ସତେ ଯେମିତି ମୋ ହସରେ ସେ ପ୍ରଜାପତି ଦେଖିପାରିଲା ହିଂସ୍ର ମାନଵିକତା,ବିଜ୍ଞାନର ଛିଟା ଆହୁରି ଅନେକ କିଛି !!!
ଏମିତି ଭାବୁଭାବୁ ମୁଁ ମଧ୍ୟ ସେ ଫୁଲକୁ ଧରି ଗୋଟେ ସେଲ୍ଫି ନେଲି !!!
ବାସ୍ ମୋର ସବୁ ଆଶା ଆକାଂକ୍ଷା ସରିଗଲା ଯେପରି ! ପ୍ରଜାପତିକୁ ଦେଖିମନେହେଲା ମୋ ସେଲ୍ଫି ପାଇଁ ବୋଧେ ସେ ଛାଡିଗଲା ତା ପ୍ରମିକକୁ !!!
ବି.ଦ୍ର :- ମୁଁ କାହାପାଇଁ ହସିଲି ଆଉ ସେ ପ୍ରଜାପତି କାହାପାଇଁ ହସିହସି ଛାଡିଦେଲା ତା ପ୍ରେମିକ କୁ ?
ଏହାହିଁ ପାର୍ଥକ୍ୟ ମାନବ ଓ ପ୍ରକୃତି ମଧ୍ଯରେ ॥