Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅକ୍ସା ବିଚ୍ରେ ସନ୍ଧ୍ୟା !
ଅକ୍ସା ବିଚ୍ରେ ସନ୍ଧ୍ୟା !
★★★★★

© Nibedita Mishraguru

Inspirational

3 Minutes   7.5K    15


Content Ranking

ଅକ୍ସା ବିଚ୍ରେ ସନ୍ଧ୍ୟା !

 

ଏକ ଧୂସର ଗ୍ରୀଷ୍ମ  ଅପରାହ୍ନ   । ସୁର୍ୟର ତେଜ ଏବେବି ପ୍ରଖର ଅଛି  । ଅକ୍ସା ବିଚ୍ ରେ ଖୁବ୍ ଜନ ଗହଳି ଆଜି ।   ସତେ ଅବା ସମୁଦ୍ର ନିକଟ ରେ ଅନ୍ୟ ଏକ ସମୁଦ୍ର , ଜନ ସମୁଦ୍ର  । ଅକ୍ସା ବିଚ୍ ଆଜି ଏକ ନୂତନ ରୂପରେ  । ଦୁଷ୍ଟ ଲହଡିମାନେ ଅଧିକ ଦେଖଣାହାରୀଂକୁ ଦେଖି ଯେମିତି ଅଧିକ ଚଂଚଳ ଅଧିକ ଚପଳ ହେଇ ଉଠିଚନ୍ତି  । ସମୁଦ୍ର ଏମିତି ତାର ଅନନ୍ୟ ଶୋଭା ରେ ସବୁବେଳେ ମଣିଷକୁ ଆକୃଷ୍ଟ କରି ଆସିଚି  । ଆଉ ମତେ ବି  । ଲହଡିଂକ ଦୁଷ୍ତାମୀ ସହିତ ଛୋଟ ଛୋଟ ଶିଶୁଂକ ଦୁଷ୍ତାମୀ ବେଶ୍ ଉପଭୋଗ୍ୟ ଥିଲା  । ସେମାନଂକ ଭରପୁର୍ ଆନନ୍ଦ ଆଉ ପ୍ରାଣ ଖୋଲା ହସ ଦେଖି ହଠାତ୍ ମୋ ଭିତର ର ଶିଶୁଟି ବି ଆତ୍ମ ପ୍ରକାଶ କଲା  । ଧୀରେ ଧୀରେ ପଶିଲି ସମୁଦ୍ର ଭିତରକୁ  । ଲହଡିମାନେ ହାତ ଠାରି  ଡାକୁ ଥିଲେ ମତେ ସାଥୀରେ ଖେଳିବା ପାଇଁ । ମୁଁ କିନ୍ତୁ ଅଳ୍ପ ପାଣିରେ ଠିଆ ହେଇ ଶିଶୁଂକର ଖେଳ ଉପଭୋଗ କରିବାରେ ଲାଗିଲି  । 


ହଠାତ୍ ମୋ ପାଦ ତଳେ କାହାର ସ୍ପର୍ଶ ପାଇ ଚମକି ଉଠି ତଳକୁ ଚାହିଁଲି  । ଛୋଟ ଝିଅ ଟିଏ କିଛି ଖୋଜୁ ଥିଲା  । ପଚାରି ବୁଝିଲି ,ତା ଚପଲ ଦୁଇଟି ହଜି ଯାଇଚି  । ସେ ଲହଡି ଭିତରେ ଅଂଡାଳି ଅଂଡାଳି ଖୋଜୁଚି ।  ଅଦୂର ରେ ପିତା ମାତା ବିରକ୍ତି ଭାବ ନେଇ ଠିଆ ହେଇଚନ୍ତି  । ତାକୁ ଭଲ ଭାବେ ଖୋଜିବା ପାଇଁ ନିର୍ଦେଶ ଦେଉଚନ୍ତି  । ହେଲେ ସମୁଦ୍ର ଭିତରେ ଚପଲ ? ମୁଁ ସ୍ମିତ ହସି ଝିଅଟିକୁ କହିଲି ,"ଯେତେ ଖୋଜିଲେ ବି ତୋ ଚପଲ ଆଉ  ମିଳିବନି  । ତୁ ଖୋଜନା ଆଉ  । " ଅଚାନକ ଏକ ବଡ ଲହଡି ଆସି ତାକୁ ପୁରା ଭିଜେଇ ଦେଇ ଗଲା  । ଝିଅଟିର କିନ୍ତୁ ଖାତିର ନ ଥିଲା ଲହଡି ପ୍ରତି  । ସେ ସେମିତି ଖୋଜି ଚାଲି ଥିଲା  । ହେଲେ ମୁଁ ଠିକ୍ ବୁଝି ପାରିଥିଲି ,ଲହଡି ର କଥା  । ସତେ ଯେମିତି ସେ ହସି ହସି କହୁ ଥିଲା ," ଏଇ ତ ମୋ ଲୁଚକାଳି ଖେଳ  । ମୁଁ ମୋ ହାତ ପାହାନ୍ତା ରେ ଯାହା ପାଏ ବୋହି ନେଇ ସମୁଦ୍ର ଗର୍ଭ ରେ ଲୁଚେଇ ଦେଇ ଆସେ  । ଏଇ ଅଥଳ ସମୁଦ୍ର ଭିତରେ ତୁ ତୋ ଚପଲ ଯେତେ ଚେଷ୍ଟା କଲେ ବି ଖୋଜି ପାଇବୁନି କେବେ । ମୋ କଥା ମାନ , ଆଉ ଖୋଜନା ଧନ  । ଯଦି ଖୋଜିବୁ ତ ପୃଥିବୀ ର ଏଇ ବିଶାଳ ଜନ ସମୁଦ୍ର ଭିତରେ ଖୋଜ ତୋ ପାଦ ରଖିବା  ପାଇଁ ଛୋଟ ସ୍ଥାନଟିଏ ,ଯେଉଁଠି ତୁ ଶକ୍ତ ଭାବେ ପାଦ ଥାପି ସିଧା ଛିଡା ହେଇ ପାରିବୁ  । ମୁଣ୍ଡ ଟେକି ଆକାଶ କୁ ଚାହିଁ ପାରିବୁ  । ନିଜ ପାଇଁ ଅସୁମାରୀ ସୁନ୍ଦର ସ୍ବପ୍ନ  ଦେଖିବା ପାଇଁ  ଶକ୍ତି ସଂଚୟ କରି ପାରିବୁ  । ପାଦ ତଳ ର ସେଇ ଛୋଟ ସ୍ଥାନ ଟି ବିନା ତୁ ଯେ ଏକ ସାଧାରଣ ନିର୍ମୁଳି ଲତା ଯିଏ ସଦା ଅନ୍ୟ ର ଆଶ୍ରିତା  । ଯାହାର ଏଇ ବିରାଟ ପୃଥିବୀ ବକ୍ଷ ରେ କୌଣସି ଅସ୍ତିତ୍ବ ହିଁ ନାହିଁ  । 


ପଶ୍ଚିମ ଆକାଶ ରେ ସୁର୍ୟ ମ୍ଲାନ ଦିଶିଲାଣି  । ଦିଗବଳୟ ଧାର ରେ ବିନ୍ଚି  ହେଇ ଯାଇଚି  ତାର ଲୋହିତ ଆଭା  । ସୁନ୍ଦର ସନ୍ଧ୍ୟାଟିଏ ନଇଁ ଆସୁଚି ତାର ଧୀର ପାଦ ଥାପି  । ଝିଅଟି ଖାଲି ପାଦରେ ଘରକୁ ଫେରିଲା  । ବେଳାଭୂମି ର ବାଲୁକା ଶଯ୍ୟା ରେ  ଅନେକ ଦୂର ପର୍ଯ୍ୟନ୍ତ ସୁନ୍ଦର ଦିଶୁଚି ଛୋଟ ଛୋଟ ପାଦ ଚିହ୍ନ ତାର   । ହେଲେ ସାଂଗେ  ସାଂଗେ ଲହଡି ଆସି ତାକୁ ଧୋଇ ନେଇ ଗଲା  । ମୁଁ ମନେ ମନେ ପ୍ରାର୍ଥନା କରୁଥିଲି ,"ହେ ଇଶ୍ବର ,ଛୋଟ ଝିଅଟି ସ୍ଥାନଟିଏ ଖୋଜି ପାଉ ଏଇ ବିଶାଳ ପୃଥିବୀ ବକ୍ଷ ରେ ତା ପାଦ ରଖିବା ପାଇଁ   । ସବୁଦିନ ପାଇଁ ଆଂକି ଦେଇ ଯାଉ ତାର ଉଜ୍ବଳ ପାଦ ଚିହ୍ନ   । ସମୟ ର ଉତ୍ତାଳ ଲହଡି ତାକୁ କେବେ ଲିଭେଇ ନ ପାରୁ । ତାର ସେ ପାଦ ଚିହ୍ନ ସଦା ଝଟକୁ ଥାଉ ଏକ ଅମ୍ଲାନ ତାରା ପରି "


ନିବେଦିତା ମିଶ୍ରଗୁରୁ

Sea beach sunset little girl

Rate the content


Originality
Flow
Language
Cover design

Comments

Post

Some text some message..