Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ରାଣ
ରାଣ
★★★★★

© ସ୍ମିତା ତ୍ରିପାଠୀ

Inspirational Others

3 Minutes   7.4K    17


Content Ranking

ମଣିଷ ମାତ୍ରେ ସ୍ନେହ ଭାବରେ ବନ୍ଧା କାଙ୍ଗାଳୀ ଜୀବଟିଏ । ସ୍ନେହ ବଳରେ ସେ ଯାହାକୁ ଅତି ଭଲ ପାଉଥାଏ ବା ସ୍ନେହ କରୁଥାଏ ବା ନିଜ ଆଦରର ମଣିଷ ସେ ହଉ ଛୁଆ ସେ ହଉ ସ୍ତ୍ରୀ ସେ ହଉ ସ୍ୱାମୀ ସେ ହଉ ଭାଇ ସେ ହଉ ବନ୍ଧୁ ତାର କିଛି କାମ ଯଦି ଅବହେଳା ଥାଏ ବୁଝେଇ ବୁଝେଇ ନ ବୁଝେ ଶେଷରେ ସେ କହି ପକାଏ ତତେ ମୋ ରାଣ ଖାଇବୁ । କି ତତେ ମୋ ରାଣ ଏଇଆ ସେଇଆ କରିବୁ ।ଏମିତିକି ମୁଁ ବି ଦିନେ ନା ଦିନେ ରାଣକୁ ବିଶ୍ଵାସ କରୁ ନ ଥିଲା ବେଳେ ବାଧ୍ୟ ହେଇକି ରାଣ ବୋଲି କହିଥିଲି ମୋର ଜୀବନଟିକୁ ଯେବେ ବାର ବାର ଖାଇବା ପିଇବାରେ ଅବହେଳା କରିବାଟା ଜାଣିଲି ।କହିଦେଲା ପରେ କଣ ହେବ ମୁଁ ଅନୁମାନ କଣ ଆଶା ବି କରିନି ।କିନ୍ତୁ ତତେ ମୋ ରାଣ କହିଦେଇଥିଲି ।ତାପରେ ସେ ସଂଗେ ସଂଗେ ମାନିନେଇଥିଲା ଅବଶ୍ୟ କିନ୍ତୁ ସେଥିରେ ମୁଁ କେମିତି ଗୋଟେ ଆତ୍ମୀୟତା ଅନୁଭବ କଲି ।

ମୋ ମା କେବେ ବି ରାଣ ଦେଇକି କହିବା ନଜିର ବି ନ ଥାଏ ।

ଆହୁରି ଆଜିର ପ୍ରେମିକା ପ୍ରେମିକ ଭିତରେ ରାଣର ବହୁତ ପ୍ରସାର ଆପଣ ମାନେ ଭାବୁଥିବେ ଇସ୍ କି ପ୍ରେମ ।କିନ୍ତୁ ମୋତେ ସେ ରାଣ କାହିଁକି ଗୋଟେ ଅବାଗିଆ ହିଁ ଲାଗେ ଯେମିତି କି ଆନ୍ତରିକତା ବିହୀନ ।

ମୁଁ ସେଇ ପ୍ରଥମ ଥର ମୋ ରାଣ କହିଦେଇଥିଲି ଜୀବନକୁ କିନ୍ତୁ ଆନ୍ତରିକତାରେ ହିଁ ।

ଏବେ ମୋ ନିଜ କଥା କହୁଛି ।

ମୋର ପଢ଼ା ପ୍ରତି ଧ୍ୟାନ ଥିବାରୁ ମୁଁ ଅଧିକାଂଶ ସାଙ୍ଗ ସହ ସେଇ ଗୋଟେ ବିଭାଗ ରେ ଥିଲେ ବି ଚିହ୍ନି ପାରୁନି ସେଥିଲାଗି ବି ଅନୁତପ୍ତ ହେଇଯାଏ ।ତେଣୁ ବେଶୀ କିଛି ନ ପଚାରି ଚୁପ୍ ହିଁ ରହିଯାଏ ।

କିନ୍ତୁ ଆଜି ମୋତେ ସେଇ ରାଣ ଉପରେ ଲେଖିବାକୁ ଇଚ୍ଛା ହେଲା ନିଜର ଅନୁଭବ ରେ ।ଦିନେ ମୋର ଫେସବୁକ ରେ ଜଣ କର ଫ୍ରେଣ୍ଡ ରିକଏସ୍ଟ ଆସିଥିଲା ଅଧିକାଂଶ ସାଙ୍ଗ ସବୁ ତା ସହିତ ଥିବାରୁ ମୁଁ କିଛି ନ ପଚରା ଉଚରା କରିକି ଗ୍ରହଣ କରିଥିଲି ।ମୁଁ ତ ନିଜ ଲାଇଫରେ କର୍ମ କ୍ଷେତ୍ର ସହ ନିଜ ଭାଇ ପୁଅ ଝିଅ ବାପା ମା ଘର କଥାରେ ବ୍ୟସ୍ତ । ତଥାପି ଫେସବୁକର ନିତିଦିନିଆ ଖବର ସହ ସାହିତ୍ୟ ମାଧୁର୍ଯ୍ୟର ଗଳ୍ପ କବିତା ସହ ଯୋଡି ହେଇକି ରହିବା ସହ ମୋ ନିଜ ଜୀବନାତ୍ମାର ଖବର ବୁଝିବା ନିତାନ୍ତ ଆବଶ୍ୟକ ହିଁ ହୁଏ । ଏମିତି ରେ ସେ ବନ୍ଧୁ ଜଣକ ମିଶିବା ଆଳ ରେ ମିଶିବା ସହ ନିଜ ଅଧିକାର ଜାହିର କରିବାକୁ ଚାହିଁଲେ ଓ ବାର ବାର ଗପିବା କୁ ବାଧ୍ୟ କରିଲେ ।ସେଥିରେ ବିରକ୍ତ ହେଇକି ଦିନେ ବାଧ୍ୟ ହେଇକି ସମସ୍ତଙ୍କୁ ଜଣେଇଲା ପରେ ବ୍ଲକ କରିବା ବ୍ୟତୀତ ଆଉ ଚାରା ନ ଥିଲା ।ତଥାପି ନୂଆ ନୂଆ ନମ୍ବରରୁ ମେସେଜ କରି କଥା ହେବାକୁ ଏକରକମ ବାଧ୍ୟ କରିବାରେ ବିଫଳ ହେଲା ପରେ ସେ ରାଣର ହିଁ ଶରଣ ପଶିଲା ବୋଧ ହୁଏ ।ମୋତେ ସବୁବେଳେ ରିପ୍ଲାଇ ଦିଅ ତମେ ଯାହାକୁ ଭଲ ପାଉଥିବ ତା ରାଣ ତମ ବାପା ମାଙ୍କ ରାଣ ପୁଅ ଝିଅଙ୍କ ରାଣ ଦେବାଟା ଥିଲା ବୋଧ ହୁଏ ତାର ଧମକ ।

କିନ୍ତୁ ଅବଶ୍ୟ ସେଇଟା ମୋତେ କଷ୍ଟ ଦେଇଥିଲା ଯେହେତୁ ଏମିତି ଏକରକମ ବାଧ୍ୟ ମୋତେ ଫରକ ପଡି ନ ଥିଲା ।ଆଉ ମୁଁ ବି ନିଜ ଜିଦିରେ ଅଟଳ ସବୁବେଳେ ।ଭଲ ତ ଭଲ ଟିକେ ମୋତେ ଖରାପ ଲାଗିଲେ ସବୁଦିନ ପାଇଁ ହିଁ ଖରାପ ।ଆଉ ଗ୍ରହଣ କରି ପାରେନି କାହିଁକି ମୋତେ ନିଜକୁ ବି ଜଣା ନ ଥାଏ ।ଅବଶ୍ୟ ମୋ ମା’ କୁ ପଚାରିଥିଲି ରାଣ ନ ମାନିଲେ କଣ ହୁଏ ମା’ କହିଲା ଅବୁଝା ହେଲେ ରାଣ ଦିଅନ୍ତି ନିଜ ର କିଛି ହେଇ ଯିବାଟା ଯେହେତୁ କିଏ ବି ଚାହିଁ ବେନି ତେଣୁ ସେ ଭୟରେ ହଉ ଆନ୍ତରିକତା ରେ ହଉ ମାନି ନିଅନ୍ତି ।ତାପରେ ମୁଁ ଭାବିଲି ସେ ବନ୍ଧୁ ଜଣକ ନିଜ ରାଣ ବଦଳରେ ମୋ ପୁଅ ଝିଅ ବାପା ମା ଓ ଜୀବନର କାହିଁକି ଦେଉଛନ୍ତି , ସେମାନଙ୍କୁ ଜନ୍ମ କରିବାର ଅଧିକାର ତାଙ୍କର ଯଦି ନାହିଁ ତେବେ ଅନିଷ୍ଟ କରିବାର ଅଧିକାର କାହିଁକି?ସବୁ ଭାବିକି ଉପରକୁ ଚାହିଁ ହୃଦୟର ସହ କହିଲି ହେ ପ୍ରଭୁ ତମେ ବା ଅନ୍ତର୍ଯ୍ୟାମୀ ମୋର ସ୍ଵାଭିମାନ ମୋ ଜୀଵନ ମୋ ପୁଅ ଝିଅ ବାପା ମା’ ତ ସେ ବନ୍ଧୁର ଅନିଷ୍ଟ କରିନାହାନ୍ତି ତମେ ତ ନିୟନ୍ତା ତମେ ହିଁ ସର୍ବ ସ୍ରଷ୍ଟା ଯଦି ମୋ ଇଜ୍ଜତ ଓ କର୍ତ୍ତବ୍ୟରେ ମୁଁ ଠିକ ଥାଏ ତେବେ ସେମାନଙ୍କ କିଛି ହେବନି ।

ଆଉ ଯେହେତୁ ମୁଁ ରାଗର ନିୟନ୍ତ୍ରଣ ବାହାରକୁ ଗଲି ଅତ୍ୟଧିକ ମେସେଜରେ ରାଣ ମୋ ପ୍ରିୟ ଜନ ପ୍ରତି ଯୋଉ ମାନେ କି ମୋ ବିପଦ ଆପାଦ ରେ ସାଥି ଦେଇଛନ୍ତି ସେମାନେ କାହିଁକି କଷ୍ଟ ପାଇବେ ବିନା କାରଣରେ ,ସେଇ ରାଗରେ ନିଜ ତରଫରୁ ଗାଳି ହିଁ ଦେଇଥିଲି ।ପରେ ଭଗବାନଙ୍କୁ କ୍ଷମା ହିଁ ମାଗିନେଇଥିଲି ।

ରାଣ ଜିନିଷ କେବେ ବି ଅନ୍ୟ ଉପରେ ପକେଇବା ପୂର୍ବରୁ ଭାବିବା କଥା ନିଜ ସ୍ଵାର୍ଥ ପାଇଁ ଅନ୍ୟ ରାଣ ଏମିତି କି ନିରୀହ ଛୋଟ ଛୁଆ ପୁଅ ଝିଅଙ୍କ ରାଣ ନେଇ କି ନିଜ କାମ ହାସଲ କରିବା କେତେ ଦୂର ଯୁକ୍ତି ଯୁକ୍ତ ।

(ଅନୁଭୂତିରୁ ଖିଏ)

ସ୍ମିତା ତ୍ରିପାଠୀ

ଖଲାରୀ, ଅନୁଗୁଳ

ମଣିଷ ଜୀବ ପ୍ରେମିକ

Rate the content


Originality
Flow
Language
Cover design

Comments

Post

Some text some message..