Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆତ୍ମହତ୍ୟା-: ଏକ ବିଶ୍ଳେଷଣ
ଆତ୍ମହତ୍ୟା-: ଏକ ବିଶ୍ଳେଷଣ
★★★★★

© Prasant Kumar Senapati

Others

2 Minutes   7.1K    11


Content Ranking

ଆତ୍ମହତ୍ୟା-: ଏକ ବିଶ୍ଳେଷଣ ।

ଆଜି ପେପର ପଢୁଥିବା ସମୟରେ ବଡ ଆଶ୍ଚର୍ଯ୍ୟ ଲାଗିଲା ଜଣେ ଛାତ୍ର ପରିକ୍ଷ୍ୟାରେ ଭଲ ମାର୍କ୍ସ ନମିଳିବାରୁ ଆତ୍ମହତ୍ୟ କଲା । ଖବରଟି ପଢି ବହୁତ ଦୁଃଖ ଲାଗିଲା ।
ପୁଣି
ଅନ୍ୟ ପୃଷ୍ଠାରେ ପାଇଲି ଜଣେ ଯୁବକ ପ୍ରେମରେ ଅସଫଳ ହେବାରୁ ଛାତରୁ ଡେଇଁ ଆତ୍ମହତ୍ୟା କରିଛି ।
ଖବର ଦୁଇଟି ପଢିବା ମାତ୍ରେ ବହୁତ ଦୁଃଖ ଲାଗିଲା ଓ ଅକସ୍ମାତ ହସ ବି ଆସିଲା ।

ମୁଁ ପେପର ପଢା ବନ୍ଦ କରି ସେ ଦୁଇ ଚରିତ୍ରରେ ହଜିଗଲି । ସେମାନେ କେତେ ସାହଶ ଯୁଟାଇଥିବେ ଏପରି ଏକ ନିର୍ଣ୍ଣୟ ନେବା ପୂର୍ବରୁ । ନିଜ ମନ ଓ ହୃଦୟକୁ କେତେ ଦମ୍ଭ କରିଥିବେ । ନିଜ ମାନସିକ ସ୍ଥିତିକୁ ଦମ୍ଭ ଓ ସାହଶ ନଦେଲେ ଏପରି ଏକ ଦୁଃସାହାଶିକ ନିର୍ଣ୍ଣୟ ନେଇ ହେବନାହିଁ ।

ଯଦି ଏତିକି ସାହଶ ଓ ଦମ୍ଭ ନିଜ ମାନସିକ ସ୍ଥିତିକୁ ନିଜର ଲକ୍ଷ୍ୟପଥେ ଯୋଗାଇଥାନ୍ତେ କେବେ ବି ଏପରି ଏକ ସମସ୍ୟା ତାଙ୍କ ସାମନାକୁ ଆସିନଥାନ୍ତା ।

ମୁଁ ଏପରି ଭାବୁ ଭାବୁ ଟିକିଏ ଗହିରକୁ ଚାଲିଗଲି ।

ପ୍ରେମ ଓ ଶିକ୍ଷ୍ୟା ମନୁଷ୍ୟ ଦ୍ବାରା ନିର୍ମିତ ଓ ବ୍ୟବହୃତ ଏକ ମାତ୍ର କ୍ରୀୟା । ମନୁଷ୍ୟ କିପରି କେଜାଣି ଏ ପକ୍ରିୟାରେ ଫସି ନିଜ ଜୀବନନକୁ ଜଳାଞ୍ଜଳି ଦେଇଥାଏ ।

ପୁଣି ମନକୁ ଆସିଲା ଏ ଦୁଇ ଚରିତ୍ର ବୋଧେ ଖେଳକୁ ପସନ୍ଦ କରନ୍ତି ନାହିଁ କି ଖେଳନ୍ତି ନାହିଁ । କାରଣ ଖେଳରେ ହାରିବା ଜିତିବା ତ ରହିଥାଏ । ଜୀବନ ତ ଏକ ଖେଳ ସଦୃଶ ।

ଏମିତି ବି କେହି ଜାଣନ୍ତି ନାହିଁ ମନୁଷ୍ୟର ମୃତ୍ୟୁ ପରେ ପୁର୍ନଜନ୍ମ ମିଳେ କି ନାହିଁ । ବୈଜ୍ଞ୍ୟାନିକ ତତ୍ତ୍ବ ଓ ପୌରେଣିକ ତତ୍ତ୍ବ ଭିତରେ ଆମେ ପୌରାଣିକ ତତ୍ତ୍ବକୁ ପ୍ରାୟେ ଗ୍ରହଣ କରନ୍ତି ।
ତେଣୁ ଆମେ ପୌରାଣିକ ତତ୍ତ୍ବକୁ ମାନନ୍ତି ଯେ ପର୍ନଜନ୍ମ ଅଛି । କିନ୍ତୁ ସେହି ପୌରାଣିକ ତତ୍ତ୍ବରେ ଏକଥା ମଧ୍ୟ କୁହାଯାଇଛି ମନୁଷ୍ୟର ଇଛା ଓ ଲାଳସା ପୁର୍ଣ୍ଣ ନହେବା ପର୍ଯ୍ୟନ୍ତ ତାର ମୃତ୍ୟୁ ହୋଇଥିଲେ ବି ତାର ଆତ୍ମାକୁ ମୋକ୍ଷ ମିଳେ ନାହିଁ । ସେ ବାୟୁମଣ୍ଡଳରେ ଅତୃପ୍ତ ଆତ୍ମା ହୋଇ ଘୁରିବୁଲେ ।

ସେ ଯେଉଁ ସମସ୍ୟାକୁ ଶରୀର ସହିତ ରହିଥିବା ସମୟରେ ସାମନା କରୁଥିଲା, ଆଜି ବି ତାର ଆତ୍ମା ସେହି ସମସ୍ୟାକୁ ବିନା ଶରୀରରେ ସାମନା କରୁଛି ।

ମୁଁ ଶରୀରକୁ ଏକ ଅମୁଲ୍ୟ ସମ୍ପଦ ଭାବିଥାଏ । ଶରୀର ଆମ ସହିତ ଥିବା ବେଳେ ଯେଉଁ ସମସ୍ୟାକୁ ସମାଧାନ ନକରିପାରି ଆତ୍ମହତ୍ୟା କରିଥିଲେ, ସେ ଆତ୍ମା ଆଜି ବିନା ଶରୀରରେ ସେହି ସମସ୍ୟାକୁ ସାମନା କରୁଥିଲା । ବିନା ଶରୀରରେ ସାମନା କରୁଥିବା ଆତ୍ମା ଶସ୍ତ୍ର ନଥିବା ଯୋଦ୍ଧା ସଦୃଶ । ବିନା ଶସ୍ତ୍ରରେ ଯୁଦ୍ଧ କରିବା ଅର୍ଥ ନିଜ ମୃତ୍ୟୁକୁ ନିମନ୍ତ୍ରଣ କରିବା ସହିତ ସମାନ । ଯଦି ଆମେ ବିନା ଶସ୍ତ୍ରରେ ହାରି ଯାଉଛେ, ତେବେ ଶସ୍ତ୍ର ଧରି ଏକ ଯୋଦ୍ଧା ହିସାବରେ ସସମ୍ମାନରେ ମୃତ୍ୟୁ ବରଣ କରିବା ନାହିଁ କାହିଁକି ? ଆମେ ଭୀରୁ କାପୁରୁଷ ପରି ହାରିଯିବା କାହିଁକି ? ଯୁଦ୍ଧ, ଖେଳ ଓ ମନୁଷ୍ୟ ଜୀବନ ତ ଏକ ସଂଗ୍ରାମ । ଏହି ସଂଗ୍ରାମରେ ଜିତିବା ହାରିବା ବଡ କଥା ନୁହଁ । ସସମ୍ମାନେ ପରିସ୍ଥିତିକୁ ସାମନା କରିବା ହିଁ ପ୍ରକୃତ ସଂଗ୍ରାମ ଅଟେ ଓ ସେ ହିଁ ପରାଜୟ ବରଣ କରି ବିଜୟର ସ୍ବାଦକୁ ଅନୁଭବ କରଥାଏ । ତେଣୁ ଆତ୍ମହତ୍ୟା ପରି ଏକ କୁତ୍ସିତ, ଘୃଣିତ ଓ କାପୁରଷ ଭୀରୁର ଚିନ୍ତାଧାରାକୁ ତ୍ୟାଗ କରି ଜୀବନରେ ହାରିକି ବି ବିଜୟର ସ୍ବାଦ ଚାଖିବା ନାହିଁ କାହିଁକି । ଆପଣଙ୍କ ମତାମତ ଅପେକ୍ଷ୍ୟାରେ,,,,,,???

 

suicide

Rate the content


Originality
Flow
Language
Cover design

Comments

Post

Some text some message..