Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମୁହଁଚୁଆଁ

ମୁହଁଚୁଆଁ

1 min
7.2K


ନୂଆ ବୋହୂ ଘରକୁ ଆସିଲେ ବନ୍ଧୁ , ବାନ୍ଧବ , ଜ୍ଞାତି, କୁଟୁମ୍ବ ଯିଏ ଯଉଠି ଥାନ୍ତି ସମସ୍ତେ ନୂଆ ବୋହୂକୁ ଦେଖନ୍ତି | ଜାଣ ଅଜାଣତରେ ରୂପ ଚର୍ଚ୍ଚା ସହିତ ଗୁଣ ଚର୍ଚ୍ଚା ମଧ୍ୟ କରନ୍ତି | ଆଉ ପାନଖିଆ ଖର୍ଚ୍ଚକୁ କିଛି ତାଙ୍କ ବଢେଇ ଦିଅନ୍ତି | ଏଇଟା କୁଆଡେ ବୋହୂର ନିଜସ୍ଵ ହାତ ପାଣ୍ଠି ! ଅଭାବ ଅସୁବିଧା ପଡିଲେ ବୋହୂ ତାର ପାନଖିଆ ଖର୍ଚ୍ଚରୁ ଘରକୁ ଦେଇ ସୁନ ବୋହୂର ମୋହର ଲଗାଏ |

ଦିନ ବଲେଇ ଗଲାଣି | ସୁନ ବୋହୂର ରୂପ ଝଟକିବା ମଳିନ ପଡିଗଲାଣି | କିନ୍ତୁ ଗୁଣରେ ଦାଉ ଦାଉ ହୋଇ ଜଳୁଛି | ସ୍ଵାମୀ ସକାଳୁ ସକାଳୁ ଉଠି ସ୍ତ୍ରୀର ମୁହଁକୁ କହନି ବୁହେ ଗର ଗର ହେଲାଣି | ଯଦି କଣ କିଛି ହବ ; କହୁଛି ଆଜି ରାତିକୁ ଝାଡିଦେବି | .... ଏବେ ସ୍ତ୍ରୀର ପାଳି ! ସେ କି ଛାଡିବା ଜନ୍ତୁ ! ଚାହିଁକି ଉଠିଲେ – ମୁଁ ବି ତମ ମୁହଁ ଆଗେ ଦେଖିଛି , ଯାହା ଭଲ ମନ୍ଦ ହେଲେ ତୁମକୁ ଛାଡିଦେବିନି , ହଁ କହି ଦଉଛି |

ବୋଉ ପଳେଇ ଆସିଲା | ପତିକଲା ଜବର | କହିଲା , ଏଗୁଡାଙ୍କର ସତେ ଯେମିତି କିଛି କମ ଧଣ୍ଡ ନାହି ; ଏମାନଙ୍କୁ ମୁହଁଚୁଆଁ ପଡିଯାଉଛି ! ଅଥଚ ସେଇ ବୋଊ ପିଲାଦିନେ ଛୁଆର ମୁହଁଚୁଆଁ ପଡିଯିବ ବୋଲି ହାତରେ ବଜ୍ର ଡେଉଁରିଆ ବାନ୍ଧିଥିଲା | କାଲେ କୋଇ ପାପ ଆଖି ପୁଅ ଉପରେ ପଡି ରକତ ଶୋଷୀ ନବ !!!

ପୁଅ ବୋହୂ ବୋଉର ଆକଟରେ ଆଉ ରହି ପାରିଲେନି | ମୁହଁଚୁଆଁକୁ ନିଜ ନିଜ ଉପରେ ଫୋପାଡି ଯିଏ ଯାହାର ବାଟ ଧରିଲେ |


Rate this content
Log in

Similar oriya story from Classics