Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Inspirational Abstract

3  

Aravinda Das

Inspirational Abstract

ଷ୍ଟେଜ୍ ଉପରେ ମହିଷାମର୍ଦ୍ଦିନୀ

ଷ୍ଟେଜ୍ ଉପରେ ମହିଷାମର୍ଦ୍ଦିନୀ

2 mins
7.3K


ସମୟ ରାତି ବାରଟା। ଦୁର୍ଗାପୂଜା ପେଣ୍ଡାଲ ପାଖରେ ସନ୍ଧ୍ୟା ବେଳେ ଆରମ୍ଭ ହୋଇଥିବା ଭଜନ ସମାରୋହ ଯଦିଓ କେତେବେଳୁ ସରିଯାଇଥିଲା,ତଥାପି କିଛିଦୁରରେ ତିଆରି ହୋଇଥିବା ଷ୍ଟେଜ୍ ପାଖରେ ଲୋକଙ୍କ ଭିଡ଼ ଦେଖି ଆଶ୍ଚର୍ଯ୍ୟ ହେଲେ ସଦାନନ୍ଦ। "ଏଇନା ପା ଅସଲ ଡ୍ରାମା ହେବ। ପୁରା ପଇସା ଅସୁଲ। ଅଧିକ ଚାନ୍ଦା କଣ ମାଗଣାରେ ଦିଆ ହୋଇଛି ?"

 ଟୋକାଟା'ର କଥା ଶୁଣି ସଦାନନ୍ଦ ପଚାରିଲେ ,"ଗୀତିନାଟ୍ୟ ମହିଷାମର୍ଦ୍ଦିନୀ ?"

 ହସିଦେଇ ସେ କହିଲା,"ହଁ , କଲିକତାରୁ ଦୁର୍ଗା ଭଡ଼ାରେ ଆସିଛନ୍ତି। ଏକଦମ ଲାଇଭ ଶୋ ମଉସା।"

    ସଦାନନ୍ଦ ପିଲାବେଳେ ରେଡିଓରେ ଦଶରା ସମୟରେ ଚଣ୍ଡୀପାଠ ଓ ଗୀତିନାଟ୍ୟ ମହିଷାମର୍ଦ୍ଦିନୀ ଶୁଣୁଥିଲେ । ଡ୍ରାମା ବି ଦେଖିଛନ୍ତି। ଆଜି ଏତେବର୍ଷ ପରେ ପୁଣି...   ରେକର୍ଡରେ ବାଜିଲା ଆଧୁନିକ ସଙ୍ଗୀତ। ମା ଦୁର୍ଗାଙ୍କ ବେଶରେ ଷ୍ଟେଜ୍ ଉପରକୁ ଆସିଥିବା ଝିଅଟାକୁ ଦେଖି ହତବାକ ହେଲେ ସଦାନନ୍ଦ । ଦେହରେ ନାଁକୁ ମାତ୍ର ବସ୍ତ୍ର ! ଉଦ୍ଭଟ ଭଙ୍ଗୀରେ ନୃତ୍ୟ! ବୋଧେ ମା ବୋଧେ ସ୍ନାନ ପାଇଁ ପ୍ରସ୍ତୁତ ହେଉଛନ୍ତି। କାରଣ "କେଉଁ ଶଳାଟା ନେଇଗଲା ମୋ ନଡିଆ ତେଲ " ଗୀତ ବାଜୁଥିଲା। ନାଚ ଚାଲୁଥାଏ। ଗୀତ ବଦଳୁଥାଏ।

ଜିନ୍ସ୍,ଟି ସାର୍ଟ ପିନ୍ଧା ଟୋକାଟାଏ ଷ୍ଟେଜକୁ ନାଚି ନାଚି ଆସିଲା। ଇୟେ ମହିଷାସୁର ?

 ଛକାପଞ୍ଝା ନୃତ୍ୟ ଚାଲୁଥିଲା ମଡର୍ଣ୍ଣ ଗୀତର ତାଳେ ତାଳେ।"ମୋ ଚୁନି ତଳେ ବ୍ଲାକ ମହନି"। ହାଠାତ୍ ତାଳି ମାଡ଼ ସହ ଷ୍ଟେଜକୁ ଆସିଲେ ବିଶାଳ ବପୁଧାରୀ ,ପାନ ଖିଆ ନାଲି ଓଠ,ମଦିରା ପାନ ଯୋଗୁଁ ଲାଲ ଆଖି,ଅସଞ୍ଜତ ଚାଲି ଓ ମୁଣ୍ଡରେ ନାଲି ସିନ୍ଦୂର କଲି ମରା ଅସଲ ମହିଷାସୁର। ପୂର୍ବରୁ ନାଚୁଥିବା ପତଳା ଟୋକା ତଳକୁ ଚାଲିଗଲା।  ଗୀତ ବଦଳିଲା।"ଆମେ ତ ଟୋକା ଷଣ୍ଢ ମାର୍କା" । "ଏଥର ବହି ଜମିଵ। ହୁର୍ଷି ଭାଇ ଜିନ୍ଦାବାଦ।"ପାଟି କରୁଥିଲେ ଟୋକାପଲ।

 ନାଁଟା ଶୁଣି ସଦାନନ୍ଦଙ୍କ ମନେ ପଡ଼ିଲା, ଇୟେ ତ ରାବଣପୋଡିରେ ଅଗ୍ନି ଶର ମାରନ୍ତି ! ରାମ ପୁଣି ମହିଷାସୁର ରୂପରେ ! !!ଏବର୍ଷ ବୋଧେ ରୋଲ ବଦଳିଛି ।  ସେଇ ଲୋକଟା ଝିଅଟାକୁ ଧରି ପକାଇ ତା ଅଣ୍ଟାରେ ଲାଗିଥିବା ଝିନବସନକୁ ଟାଣି ଫୋପାଡ଼ି ଦେଲା ଦର୍ଶକମାନଙ୍କ ଉପରକୁ। ଖୁସିରେ ଆତ୍ମହରା ଦର୍ଶକ। ଝିଅଟା କେବଳ ଅନ୍ତବସ୍ତ୍ରରେ !ସମ୍ପୂର୍ଣ୍ଣ ବିବସନା ହୋଇ ବୋଧେ ଅସୁର ସଂହାର କରିବେ ।  ଝିଅଟାର ଓଠରେ ନିଜ ଓଠ ଚାପିଦେଲା ସେ ଅସୁର। ତାଳି ଓ ହୁଇସିଲ ମାଡ଼ରେ କମ୍ପୁଥାଏ ଚାରିଆଡ଼। କିଛି ଦୂରରେ ପୋଲିସବାଲା ବି ଚୁପଚାପ ଠିଆ ହୋଇ ମଜା ନେଉଥାନ୍ତି ଦୃଶ୍ୟର। ଝିଅଟା ଛାଟି ପିଟି ହେଉଥାଏ ଅସୁର କବଳରେ। ଷ୍ଟେଜ୍ ଉପର ଅସୁର,ତଳେ ବି ଅସୁର। ଓଃ, ଆଖି ବୁଜି ହୋଇଯାଉଥିଲା ସଦାନନ୍ଦଙ୍କର ଲାଜରେ।   ସେ ମୃଦୁ ପ୍ରତିବାଦ କରିବାରୁ କିଏ ଜଣେ ଧକ୍କା ମାରି ତଳେ ପକାଇଦେଲା। ଶଃ, ବେଶୀ ଭଦ୍ରଲୋକି ଦେଖାଉଛି। ଷ୍ଟେଜ୍ ଉପରେ ବି ସମାନ ଦୃଶ୍ୟ। ଦୁର୍ଗାଙ୍କୁ ସଂପୂର୍ଣ୍ଣ ବିବସନା କରି ତଳେ ପକାଇବାକୁ ଚେଷ୍ଟା ଅସୁର କରୁଥାଏ। ଚାରିଆଡୁ ପୈଶାଚିକ ଆନନ୍ଦ ମିଶ୍ରିତ ଚିତ୍କାର। ହଠାତ୍ ସର୍ଟ ସର୍କିଟ ଯୋଗୁଁ ଜୋରରେ କିଛି ଶବ୍ଦ ସହ କରେଣ୍ଟ ଚାଲିଗଲା।

ଅସ୍ପଷ୍ଟ ଭାବେ ଦିଶୁଥାଏ ଷ୍ଟେଜ୍ ଉପରେ ଧସ୍ତାଧସ୍ତିର ଦୃଶ୍ୟ। ସଦାନନ୍ଦ ଭାବୁଥିଲେ,କିଏ ବଧ ହେଲା ? ମହିଷାସୁର ନା ଦୁର୍ଗା ? କେଜାଣି.....

ଅରବିନ୍ଦ ଦାସ


Rate this content
Log in

Similar oriya story from Inspirational