Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational Romance Tragedy

2  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational Romance Tragedy

ଜୀବନର ମୋଡ

ଜୀବନର ମୋଡ

3 mins
7.2K


ଜୀବନର ମୋଡ

ଶ୍ରୀକୃଷ୍ଣ ସାମଲ

ଜମା ନିଦ ହେଉ ନଥାଏ, ବିଞ୍ଛଣାରେ ଏକଡ ସେକଡ ହେଉଥାଏ ରାଜୁ । ରାଜୁ ଓ ତା’ର ସହଧର୍ମିଣୀ ମଲ୍ଲୀ ଉଭୟେ କର୍ମଜୀବୀ । ମଲ୍ଲୀ ପୁରୁଷ ବନ୍ଧୁମାନଙ୍କ ସହିତ ଅବାଧରେ ମିଶେ, ତାଙ୍କ ସହିତ ନିରୋଳାରେ ଘଣ୍ଟା ଘଣ୍ଟା ଧରି ଗପେ । ବିବାହ ପରେ ଏବେ ଦୁଇ ଦୁଇଟି ସନ୍ତାନର ମା’ ହେଲା ପରେ ତା’ର ସେ ଅଭ୍ୟାସ ବଦଳି ନଥାଏ । ଏଣୁ ରାଜୁର ସନ୍ଦେହ ଘେରରେ ଥାଏ ମଲ୍ଲୀ । ଏମିତି ଥରେ ମଲ୍ଲୀର ଟ୍ରେନିଂ ପଡିଗଲା, ସେ ଦୂର ସହରରେ ଯାଇ ସବୈତନିକ ଟ୍ରେନିଂରେ ଯୋଗ ଦେଇଦେଲା । ପିଲା ଦୁଇଟିଙ୍କୁ ଶାଶୁଘରେ ଶାଶୁଙ୍କ ହେପାଜତରେ ଛାଡିଦେଲା । ରାଜୁ ମନରେ ଥିବା ମଲ୍ଲୀ ପ୍ରତି ସନ୍ଦେହ ତାକୁ ସତ ମନେ ହେଲା । ଭବିଲ ସେ ଏବେ ଆହୁରି ଉଶୃଙ୍ଖଳ ହୋଇ ପୁରୁଷ ବନ୍ଧୁମାନଙ୍କ ସହିତ ମିଶୁଥିବ । ସେ ଆଉ ଆଗକୁ ଭାବି ପାରିଲା ନାହିଁ । ଯାଇ ଅନ୍ୟ ସମ୍ପ୍ରଦାୟର ଦୁଇଟି ସନ୍ତାନର ଜନନୀ ହେନା ସହିତ ମନ ମିଳିବାରୁ ତାକୁ ଆଣି ପାଖରେ ରଖିଲା । ହେନା ବି ଦୁଇ ଦୁଇଟି ସନ୍ତାନ, ସ୍ଵାମୀ ଓ ସଂସାରର ମୋହ ଛାଡି ଆସି ସବୁଦିନ ରାଜୁ ସହିତ ରହିଗଲା । ଆଜି ରାତିରେ ରାଜୁ ଏପରି ଅସ୍ତ ବ୍ୟସ୍ତତା ଦେଖି ହେନା କହିଲା କ’ଣ ମୁଣ୍ଡ ଚିପି ଦେବି, ରାଜୁ କିଛି କହିଲା ନାହିଁ । ହେଲେ କେତେବେଳେ ନିଘୋଡ ନିଦରେ ଶୋଇଯାଇଥିଲା ସେ ଜାଣିପାରି ନ ଥିଲା । ବିଞ୍ଛଣାରୁ ଉଠିଲା ବେଳକୁ ଦିନ ୯ଟା ବାଜି ସାରିଥାଏ । ଏଣେ ମଲ୍ଲି ଏ କଥା ଶୁଣି ଛାତିରେ ପଥର ଲଦି ଟ୍ରେନିଂ ସମାପନ କଲା । ଆସି ନିରିମାଖି ହୋଇ ଚାରିଆଡେ କାନ୍ଦି ବୁଲିଲା ନିଜ ଦୁଃଖ କଥା ସମସ୍ତଙ୍କୁ କହି ଚାଲିଲା ହେଲେ କରିବ କ’ଣ ?

ସେତେବେଳକୁ ସବୁ ସରିଯାଇ ଥାଏ । ଏଣେ ହେନାର ସ୍ଵାମୀ ଧୈର୍ଯ୍ୟ ଧରି ପିଲା ଦୁଇଟିକୁ ମଣିଷ କରିବାକୁ ଶପଥ ନେଇନେଲା । ଏବେ ସେ ପିଲା ଦୁଇଟିର ଅଧିକ ଯତ୍ନ ନିଏ । ଘର ଚଳିବା ପାଇଁ ମଧ୍ୟ ଆଉଥରେ ସଂସାର କରିଗଲା । ସେ ଗରିବ ହେଲେ ମଧ୍ୟ ସଂସାର ତା’ର ସୁଖରେ ଚଳୁଥାଏ । ତା’ର ଦ୍ଵିତୀୟ ପତ୍ନୀ ନାରୀ ଧର୍ମର କେବେ ବି ବ୍ୟତିକ୍ରମ କରେନାହିଁ । ସତରେ ସବୁ ଭଗବାନଙ୍କର ଇଚ୍ଛା । ମଲ୍ଲୀ ଏବେ ଘରଭଡା ନେଇ ଅନ୍ୟତ୍ର ରହୁଛି । ପିଲା ଦୁଇଟିକୁ ନେଇ ପାଖରେ ରଖିଛି । ପିଲା ଦୁଇଟିର ଆବଶ୍ୟକତାଠାରୁ ଅଧିକ ଯତ୍ନ ନିଏ । ପିଲା ଦୁଇଟି ଏବେ ବଡ ହୋଇଗଲେଣି । ଜଣେ ବୈଷୟକ ଶିକ୍ଷା ପାଇଁ ଦୂର ସହରରେ ରହୁଥିଲା ବେଳେ ଝିଅଟି ବି ଦୂର ସହରରେ ରହି ଉଚ୍ଚ ଶିକ୍ଷା ଲାଭ କରୁଛି । ଏବେ ମନ ସ୍ଥିର ହେବାରୁ ରାଜୁ, ମଲ୍ଲୀ ନିକଟକୁ ଯାଏ, ପିଲାମାନଙ୍କୁ ବି ଅଧ୍ୟୟନ ନିମନ୍ତେ ମୋଟା ଅଙ୍କର ଅର୍ଥ ପ୍ରେରଣ କରେ । ଯେତେ ହେଲେ ବି ନିଜ ପିତାଙ୍କ ସହିତ ପିଲା ଦୁଇଟିର ନିବିଡ ସମ୍ପର୍କ ଥାଏ ।

ଦିନେ ଏମିତି ସଞ୍ଜବେଳେ ରାଜୁ, ମଲ୍ଲୀ ନିକଟରେ ପହଞ୍ଚି କହିଲା କ୍ଷମା ପାଇବାର ଯୋଗ୍ୟ ନ ହେଲେ ମଧ୍ୟ ଆଜି ତୁମ ନିକଟରେ କ୍ଷମା ଭିକ୍ଷା କରୁଛି । ଏକ ଭୁଲ ବୁଝାମଣାକୁ ନେଇ ମୁଁ ଯେଉଁ ଭୁଲ କରିଛି, ମୁଁ କ୍ଷମା ପାଇବାର ଯୋଗ୍ୟ ନ ହେଲେ ମଧ୍ୟ ମୋତେ କ୍ଷମା କରିଦେବ । ତୁମେ ଆଗରୁ ଯେମିତି ପୁରୁଷ ବନ୍ଧୁମାନଙ୍କ ସହିତ ମିଶୁ ଥିଲ, ସେମିତି ସାରା ଜୀବନ ମିଶ ମୋର କିଛି କହିବାର ନାହିଁ । ସେଥିରେ ତୁମ ମନରେ ଆବିଳତା ଅଛି କି ନାହିଁ ମୋର କିଛି ଜାଣିବାର ନାହିଁ । ହେଲେ ମୋ ମନର ଆବିଳତାକୁ ଦୁନିଆ ଜାଣିଲା । ତୁମେ ଜିତିଗଲ ମଲ୍ଲୀ, ମୁଁ ହାରିଗଲି । ଏହା ଶୁଣି ମଲ୍ଲୀ ରାଜୁକୁ କୋଳେଇ ନେଇଥିଲା ଏବଂ କହିଥିଲା ସମ୍ପର୍କ ଶରୀରରେ ନୁହେଁ, ମନରେ ଥାଏ । ଏଣୁ ମୁଁ ଆଜି ମୋର ମନର ମଣିଷକୁ ପାଇଯାଇଛି । ଆଉ କିଛି ମୋର ଆବଶ୍ୟକତା ନାହିଁ ।

ଏବେ ଏକାଠି ଅଛନ୍ତି ଦୁହେଁ । ଦିନ ତାଙ୍କର ଖୁବ୍ ଖୁସିରେ ବିତି ଯାଉଛି । ହେଲେ ମଲ୍ଲୀ କୁହେ ତୁମ ପାଇଁ ହେନା ତାର ସୁଖର ସଂସାରକୁ ହରାଇ ବସିଛି ତା’ କଥା ଯାଇ ମଝିରେ ମଝିରେ ବୁଝିଆସ, ତା’ ସହିତ ସମୟ ଅତିବାହିତ କର । ତା’ର ଅବା ଭୁଲ କ’ଣ ? ତୁମେ ଯେତେବେଳେ ଅତି ଦୁଃଖରେ ସମୟ ଅତିବାହିତ କରୁଥିଲ, ସେତେବେଳେ ସେ ତୁମର ଦୁଃଖକୁ ଖୁବ୍ ନିକଟରୁ ଦେଖି ତା’ର ସବୁ ସୁଖ ଛାଡି ତୁମ ଦୁଃଖ ସହିତ ସାମିଲ ହୋଇଥିଲା । ଏଣୁ ତା’ର ଅବହେଳା କଲେ ଆମେ ଦୁହେଁ ଯାକ ଭଗବାନଙ୍କ ଦରବାରରେ ଦୋଷୀ ହୋଇଯିବା । ଏଣୁ ଛାଡ ସେ କଥା, ସବୁ ସେଇ ଭଗବାନଙ୍କର ଇଚ୍ଛା ।


Rate this content
Log in

Similar oriya story from Inspirational