Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସ୍ମାର୍ଟ ଫୋନ୍
ସ୍ମାର୍ଟ ଫୋନ୍
★★★★★

© Bauribandhu Lenka

Inspirational

8 Minutes   15.3K    40


Content Ranking

ସେଦିନ ହଳଧର ବାବୁ ନାତି ପାଇଁ ଡ୍ରେସ୍ ଓ ଖେଳଣା ଇତ୍ୟାଦି କିଣି ବିଗ୍ ବଜାର ମଲ୍ ଭିତରୁ ବାହିରି ଆସୁଥିଲେ । ବିକାଶ ବାବୁ ହଠାତ୍ ତାଙ୍କୁ ଦେଖି ଅଟକିଗଲେ । ଦୋ ଦୋ ଚିହ୍ନା ହୋଇ ତାଙ୍କୁ ପଚାରିଲେ, " ଆଜ୍ଞା ଯଦି କିଛି ଖରାପ ନ ଭାବିବେ ଗୋଟିଏ କଥା ପଚାରିଥାନ୍ତି "। ହଳଧର ବାବୁ କହିଲେ, " ପଚାରନ୍ତୁ । ଏଥିରେ ଖରାପ ଭାବିବାର କଣ ଅଛି "। ବିକାଶ ବାବୁ ପଚାରିଲେ , " ଆପଣ ହଳଧର ବାବୁ ନା ? ବିକାଶ ବାବୁଙ୍କ ମୁହଁକୁ ଟିକେ ନିରୀକ୍ଷଣ କରି ହଳଧର ବାବୁ କହିଲେ ," ହଁ ଆଜ୍ଞା ମୁଁ ହେଉଛି ହଳଧର ସ୍ୱାଇଁ । କାହିଁକି କଣ ହେଲାକି ? ଆଉ କଣ ପଚାରିବାର ଅଛି "? ବିକାଶ ବାବୁ ମନେ ମନେ ଭାବିଲେ— ମୁଁ ନିଜକୁ କଣ ଦୋଷ ଦେଉଥିଲି, ଏ ମହାତ୍ମା ବି ମୋତେ ଚିହ୍ନି ପାରୁନାହାଁନ୍ତି । ଏ ସବୁ ଦୋଷ ଆମର ନୁହେଁ ।ଏ ତ ସବୁ ବୟସର ପ୍ରଭାବ । ଏତେ ଦିନ ସାଥିହୋଇ ଆମେ କାମ କରିଛୁ ଗୋଟିଏ ବ୍ୟାଙ୍କରେ। ସେ ୨୦୦୦ ମସିହାରେ ଭି.ଆର୍.ଏସ୍. ରେ ଅବସର ନେଇଗଲେ । ମୁଁ କିନ୍ତୁ କାର୍ଯ୍ୟକାଳ ପୂର୍ଣ୍ଣ ହେବା ପର୍ଯ୍ୟନ୍ତ କାର୍ଯ୍ୟରତ ରହିଲି । ପ୍ରାୟ ସତର ଅଠର ବର୍ଷ ଭିତରେ ଆମେ ପରଷ୍ପରକୁ କୌଣସି ସ୍ଥାନରେ ଭେଟ ହେବାର ସୁଯୋଗ ପାଇ ପାରିନାହୁଁ । ମୁହଁର ଆକାର ପ୍ରକାରରେ ଅନେକ କିଛି ପରିବର୍ତ୍ତନ ହୋଇଛି, ଅଙ୍ଗ ପ୍ରତ୍ୟଙ୍ଗ ବି ଆଗ ପରି ଚିକ୍କଣ ଚାକଣ ନାହିଁ, ମୁଣ୍ଡରୁ ଚୁଟି ବହୁମାତ୍ରାରେ ଉପୁଡି ଗଲାଣି, ଚିହ୍ନି ନପାରିବାଟା ସ୍ୱାଭାବିକ । ଏହି ପରି ଭାବୁ ଭାବୁ ବିକାଶ ବାବୁ ପଚାରିଲେ, " ଆପଣ ମତେ ଚିହ୍ନି ପାରୁନାହାଁନ୍ତି , ମୁଁ ପରା ବିକାଶ ମହାପାତ୍ର। ପାଞ୍ଚ ବର୍ଷ ହୋଇଗଲା ମୋର ରିଟାୟର୍ କରିବାଟା "। ହଳଧର ବାବୁ ହଠାତ୍ ତାଙ୍କୁ କୁଣ୍ଢାଇ ପକାଇ କହିଲେ — ଆରେ ବିକାଶ ବାବୁ ଆପଣଙ୍କୁ ମୁଁ ଚିହ୍ନି ପାରିଲିନି । ଏତେ ବଡ ଭୁଲ ହୋଇଗଲା ମୋର "। ସଙ୍ଗେ ସଙ୍ଗେ ବିକାଶ ବାବୁ କହିଲେ , " ନାହିଁ ହଳଧର ବାବୁ ଏଥିରେ ଆପଣଙ୍କର କିଛି ଭୁଲ ନାହିଁ । ମୁଁ ବି ତ ଆପଣଙ୍କୁ ଠିକ୍ ଭାବେ ଚିହ୍ନି ନପାରି ସନ୍ଦେହରେ ଆପଣଙ୍କୁ ପଚାରିଥିଲି। ଏଥିରେ ନା ଆପଣ ଦୋଷୀ ନା ମୁଁ ଦୋଷୀ । ଏ ସବୁ ସମୟର କରାମତି । ବୟସ ବଢିବା ସହ ଏପରି ସବୁ ଘଟିବ । ଏହାକୁ ନା ଆପଣ ଅଟକେଇ ପାରିବେ ନା ମୁଁ । ହଉ ଛାଡନ୍ତୁ ସେ ସବୁ କଥା , ଚାଲନ୍ତୁ ଟିକିଏ ଚାହା ପିଇବା ଆଉ କଥା ହେବା"। ଦୁଇ ବନ୍ଧୁ ନିକଟରେ ଠିଆ ହୋଇ ଚାହା ବିକୁଥିବା ଏକ ଠେଲା ଗାଡି ପାଖକୁ ଯାଇ ଦୁଇଟି special ଚାହା ତିଆରି କରି ଦେବାକୁ କହିଲେ । ଚାହା ପିଇବା ଭିତରେ ବିକାଶ ବାବୁ ପଚାରିଲେ , " ଆଉ ଏବେ ଆପଣ କଣ କରୁଛନ୍ତି , ପିଲାମାନେ କଣ କରୁଛନ୍ତି , ପୁଅ ଝିଅ ସମସ୍ତେ ବିବାହ କଲେଣି ନା ନାହିଁ ଇତ୍ୟାଦି ଇତ୍ୟାଦି "। ହଳଧର ବାବୁ ଏତେ ଗୁଡିଏ ପ୍ରଶ୍ନ ଶୁଣି ସବୁ ମନେ ରଖି ପାରିଲେ ନାହିଁ । କହିଲେ, " voluntary retirement ପରେ ମତେ ଯେଉଁ gratuity ଆଉ P.F. ମିଳିଥିଲା ସେ ସବୁ ଖର୍ଚ୍ଚ ହୋଇଗଲା । ବାକି pension ତ ମୁଁ opt କରି ନଥିଲିି ତେଣୁ pension କିଛି ମିଳିବାର ପ୍ରଶ୍ନ ଉଠୁନାହିଁ । ଗାଆଁରେ ଯେଉଁ ଜମିବାଡି ଥିଲା ସେ ସବୁକୁ ବକ୍ରି କରିଦେଲି । କିଏ ସେ ସବୁ ବୁଝାବୁଝି କରିବ ? ଖାଲି ପର ଖାଇଥାନ୍ତେ । ମୁଁ ଏଠାରେ ଏମାନଙ୍କୁ ଛାଡି କଣ ଗାଆଁରେ ଏକୁଟିଆ ରହି ଏ ସବୁ ବୁଝାସୁଝା କରି ପାରିଥାନ୍ତି ? ନା କେବେ ନୁହେଁ । ପିଲାମାନେ ବି ଗାଆଁରେ ଯାଇ ରହିବାକୁ ଅନିଛୁକ । ତେଣୁ ବିକ୍ରି କରିବା ପରେ ଯେଉଁ ଟଙ୍କା ମିଳିଥିଲା ସବୁ ସାନ ପୁଅକୁ ଦେଇଦେଲି ।ସେଥିରେ ସେ ଗୋଟିଏ ବ୍ୟବସାୟ ଚଲେଇଛି ।ବଡପୁଅ ଇଞ୍ଜିନିୟରିଙ୍ଗ୍ କଲା ପରେ ବାଙ୍ଗାଲୋର୍ ରେ ଗୋଟିଏ multi natioal IT କମ୍ପାନୀରେ ସର୍ଭିସ୍ କରୁଛି । ଝିଅଟି ବିଭା ହୋଇ ତା ଶାଶୁ ଘରେ । ଆଉ ଏଠାରେ ଆମେ ଦୁଇ ପ୍ରାଣୀ, ସାନପୁଅ ଓ ବୋହୂ ଆଉ ଚାରି ବର୍ଷର ନାତି ଟୋକାଟା ରହୁଛୁ । ବଡପୁଅ ତାର ପରିବାର ସହ ବାଙ୍ଗାଲୋର୍ ରେ ରହୁଛି । ମଝିରେ ମଝିରେ ଘରକୁ ଆସେ । ଦରକାର ହେଲେ ଟଙ୍କା ପଇସା ପଠାଏ । ଭଗବାନଙ୍କ ଦୟାରୁ ଆଜିଯାଏ କିଛି ଅସୁବିଧା ହୋଇନାହିଁ । ଆଗକୁ କଣ ହେବ ସେ ସବୁ କାଳିଆ ଜାଣେ "।

ବିକାଶ ବାବୁ ସବୁ ଶୁଣିଲା ପରେ ପଚାରିଲେ— ଆଜି କଣ କିଣିବାକୁ ଆସିଥିଲେ ? ହଁ ସେ ନାତି ଟୋକାର ଜନ୍ମଦିନ ତ ତା ପାଇଁ ଡ୍ରେସ୍, ଖେଳଣା ଆଉ ଆଡୁ ସାଡୁ କିଛି ନେଇ ଯାଉଛି ବୋଲି କହିଲେ ହଳଧର ବାବୁ । ଆଛା ଆଛା ବୋଲି କହି ବିକାଶ ବାବୁ ଟିକିଏ ଅଟକି ପୁଣି ପଚାରିଲେ— ଆପଣ ଆଜିକାଲି ଯୁଗରେ ମଲକୁ ଆସି ଡ୍ରେସ୍ କିଣିବା କଣ ଦରକାର ? ଏ ସବୁ ତ ଘରେ ବସି ମଗେଇ ଦେଇ ହେବ। ସଙ୍ଗେ ସଙ୍ଗେ ହଳଧର ବାବୁ କହିଲେ, " ନାଇଁ ବିକାଶ ବାବୁ କିଏ ଅଛି ଯେ କାହା ହାତରେ ମଗେଇବି । ସାନଟା ତ ସବୁବେଳେ ତା ବ୍ୟବସାୟରେ ବ୍ୟସ୍ତ । ପିଲାଟାର ଜନ୍ମଦିନ କଥା ତାର ମନେ ଥିବକି ନାହିଁ ମୁଁ ଜାଣେନା । ଘରେ ବସି ବସି ଭଲ ଲାଗୁ ନଥିଲା। ଭାବିଲି ଅଟୋରେ ଯାଇ ପିଲାଟା ପାଇଁ ନେଇ ଆସିବି । ସେଇଥି ପାଇଁ ଆସିଥିଲି ।"

ଆପଣ ମୋ କହିବାର ଉଦ୍ଦେଶ୍ୟ ଠିକ୍ ଭାବେ ବୁଝି ପାରିଲେ ନାହିଁ । ଆଜିକାଲି ଅନ୍ ଲାଇନ୍ ରେ ମଗେଇଲେ ସବୁ ଜିନିଷ ଘରେ ପହଞ୍ଚି ଯାଉଛି । କେଉଁ ସବୁ ଜିନିଷ ମଗେଇ ହେବ ବୋଲି ପଚାରିଲେ ହଳଧର ବାବୁ ।ତତ୍କ୍ଷଣାତ୍ ବିକାଶ ବାକୁ କହିଲେ , "ସବୁ ଜିନିଷ ଅନ୍ ଲାଇନ୍ ରେ ମିଳୁଛି । ଏସି, ଫ୍ରିଜ୍,ଟିଭି, ଫର୍ନିଚର୍ ,ଆଲମାରୀ ଇତ୍ୟାଦି ଯେତେ ଘର କରଣା ଜିନିଷ ଏପରିକି ଆପଣ କୌଣସି ହୋଟେଲରୁ ଖାଦ୍ୟ ପଦାର୍ଥ ଓ ପରିବା ଦୋକାନରୁ ପରିବା ଆଉ grocery ଦୋକାନରୁ grocery ସାମଗ୍ରୀ ବି ଅନ୍ ଲାଇନ୍ ରେ ମଗେଇ ପାରିବେ । ଅନ୍ ଲାଇନ୍ ରେ କେମିତି ମଗେଇବି ବୋଲି ପଚାରିଲେ ହଳଧର ବାବୁ । ଏଇଟା ସେପରି କିଛି କଷ୍ଟ କାମ ନୁହେଁ ଯେ ଆପଣ କରି ପାରିବେନି। ସ୍ମାର୍ଟ ଫୋନ୍ ଗୋଟିଏ ହେଲେ ହେଲା । ଆପଣଙ୍କର ତ ବ୍ୟାଙ୍କ୍ ଆକାଉଣ୍ଟ୍ ଅଛି ଓ ଏ.ଟି.ଏମ୍ କାର୍ଡ ତ ନିଶ୍ଚୟ ୟୁଜ୍ କରୁଥିବେ। କେବଳ କିପରି ଅର୍ଡର ପ୍ଳେସ୍ କରିବେ ତାର ପ୍ରୋସିଡିୟୋର୍ ଜାଣିଗଲେ ଆପଣ ଘରେ ବସି ଏ ସବୁ କାମ କରି ପାରିବେ" । କିନ୍ତୁ ହଳଧର ବାବୁଙ୍କର ଏ ସବୁ କଥା ଶୁଣିବାରେ ସେତେ ଆଗ୍ରହ ଥିବା ପରି ଲାଗୁ ନଥିଲା । ଏ କଥା ଶୁଣି ହଳଧର ବାବୁ କହିଲେ, "ଏ ବିଷୟରେ ତାଙ୍କୁ କିଏ ଶିଖେଇ ଦେବ , ସେ କାହାକୁ ବା କହିବେ—ମତେ ଟିକିଏ ବତେଇ ଦେଲ ଏଇଟା କିପରି ହେବ ବୋଲି।

ପୁଅକୁ କହିଲେ ସେ ହସି ଉଡେଇ ଦେବ । ଏ ବୟସରେ ଏ ସବୁ କଥା ଆଉ ସମ୍ଭବ ନୁହେଁ । ବ୍ୟାଙ୍କରେ ଚାକିରି କରିଥିଲାବେଳେ ପ୍ରଥମେ ALPM system itroduce ହେଲା ତା ପରେ ପରେ PBM ଆସିଲା । ଏ ସବୁ ଦେଖି ମୋର ଆକଲା ଗୁଡୁମ୍ । ସେଥିଲାଗି ତ 2000 ମସିହାରେ ଯେଉଁ VRS ଆସିଲା ସେଥିରେ ଆଗ ଆପ୍ଳାଏ କରି voluntary retirement ନେଇଗଲି । ନହେଲେ ମୁଁ କଣ ବୁଢା ହୋଇ ଯାଇଥିଲି ଯେ VRS ନେଲି" ।

ଏ ସବୁ ଶୁଣି ବିକାଶ ବାବୁ ହସି ହସି କହିଲେ, " ଠିକ୍ ଅଛି କୁହନ୍ତୁ ତ ଆପଣ ଭୁବନେଶ୍ୱରର କେଉଁ ଏରିଆରେ ରହୁଛନ୍ତି" । ଡୁ୍ମ୍ ଡୁମାରେ ରହୁଛି ବୋଲି କହିଲେ ହଳଧର ବାବୁ। ଆଛା ଠିକ୍ ଅଛି ମୁଁ କଳିଙ୍ଗ ଷ୍ଟୁଡିଓ ଛକ ପାଖରେ ପର୍ଲ ରେସିଡେନ୍ସିରେ ରହୁଛି । ଦିନେ ଆମ ଘର ଆଡେ ଆସନ୍ତୁ ଭାଉଜଙ୍କୁ ଧରି । ବେଶୀ ବାଟ ତ ନୁହେଁ । ଆମ ଘରେ ଲଞ୍ଚ୍ କରିବେ। ହଁ ଆସିଲାବେଳେ ସାଙ୍ଗରେ ସ୍ମାର୍ଟ ଫୋନ୍ ଟିଏ ନିଶ୍ଚୟ ଧରିକରି ଆସିଥିବେ । ଆଜି ଯାଇ ଏ ଯେଉଁ ମାନ୍ଧାତା ଅମଳର ମୋବାଇଲ୍ ଟି ଧରିଛନ୍ତି ତାକୁ ଅବସର ଦେଇଦେବେ । ଯୁଗ କେଉଁଠି ମାରିଲାଣି, ଆପଣ ସେହି 2000 ମସିହାରେ ଅଟକି ଯାଇଛନ୍ତି । ଆପଣ ଆସନ୍ତୁ ମୁଁ ସବୁ ଶିଖେଇ ଦେବି । ଆପଣଙ୍କ କିଛି ବାହାନା ମୁଁ ଶୁଣିବି ନାହିଁ। କଣ ଆସିବେ ନା ନାହିଁ ଟିକିଏ ଜୋର ଦେଇ କହିଲେ ବିକାଶ ବାବୁ । ସମ୍ମତି ଜଣାଇ ହାତ ମିଳାଇ ବିଦାୟ ନେଲେ ହଳଧର ବାବୁ ବିକାଶ ବାବୁଙ୍କ ଠାରୁ । ବିକିଶ ବାବୁ ମଧ୍ୟ ନିଜ କାମ ତୁଟେଇ ଘରକୁ ଫେରିଗଲେ ।

ହଳଧର ବାବୁ ଘରକୁ ଫେରି ଫ୍ରେସ୍ ହୋଇ ଡ୍ରଇଁରୁମ୍ ର ସୋଫା ଉପରେ ବସିଛନ୍ତି । ଏଇ ସମୟରେ ସାନ ବୋହୂ ଅର୍ଚ୍ଚନା ଚାହା କପ୍ ଧରି ଆସି କହିଲା , " ବାପା ଚାହା ନିଅନ୍ତୁ"। ହଳଧର ବାବୁ ବୋହୁକୁ ଅନେଇ କହିଲେ, " ହଁ ମା ସେଇଠି ରଖ" । ଅର୍ଚ୍ଚନା ଚାହା କପ୍ ରଖି ଫେରି ଯାଉଥିବା ସମୟରେ ହଠାତ୍ ହଳଧର ବାବୁ ପଛରୁ ଡାକି କହିଲେ , " ଆରେ ମାଆ ଅର୍ଚ୍ଚନା ଟିକିଏ ଶୁଣୁ" । ଅର୍ଚ୍ଚନା ଟିକିଏ ଶଙ୍କି ଗଲା । କେବେ ତ ବାପା ଏମିତି ପଛରୁ ଡାକନ୍ତିନି ଆଜି କାହିଁକି ଡାକୁଛନ୍ତି। କଣ କିଛି ଭୁଲ ହୋଇଯାଇଛି କି ମୋର। ସାଙ୍ଗେ ସାଙ୍ଗେ ଅର୍ଚ୍ଚନା ମୁହଁ ଫେରାଇ କହିଲା ଆଜ୍ଞା ବାପା କଣ କହିବେ ? ହଳଧର ବାବୁ କଣ କିପରି କହିବେ ଠିକ୍ କରି ପାରୁ ନଥାନ୍ତି ତଥାପି ଡାକି ଦେଇଛନ୍ତି ଯେତେବେଳେ ପଚାରିଲେ ଆରେ ମାଆ କଣ କହୁଥିଲି କି ଆଜିକାଲି ଅନେକ ଅନେକ ନୂଆ ନୂଆ ଜିନିଷ ପ୍ରଚଳନ ହେଲାଣି । ମୁଁ ବ୍ୟାଙ୍କରୁ retire କଲାପରେ ସେ ସବୁର ଖବର କିଛି ରଖିନି । ମୋର ଜଣେ ବନ୍ଧୁ — ଯାହାଙ୍କ ସହ ମୁଁ କାମ କରୁଥିଲି— ତାଙ୍କ ସହ ଆଜି ହଠାତ୍ ବଜାରରେ ଦେଖା ହୋଇଗଲା। ସେ ମୋତେ ତାଙ୍କ ଘରକୁ ନିମନ୍ତ୍ରଣ କରିଛନ୍ତି ଲଞ୍ଚ ପାଇଁ। ମାଆଙ୍କୁ ବି ସାଙ୍ଗରେ ନେବାକୁ କହିଛନ୍ତି । ହଁ ମୋର ଏ ମୋବାଇଲଟିକୁ ଦେଖି କହିଲେ ଏ ମୋବାଇଲଟା ଫିଙ୍ଗି ଦେବ ଆଉ ସ୍ମାର୍ଟ୍ ଫୋନ୍ ଗୋଟିଏ ଧରିକରି ଆସିବ । ସେଥିରେ କେତେ କଣ ସୁବିଧା ସବୁ ଉପଲବ୍ଧ— ସେ ସବୁ ମୋତେ ଶିଖେଇ ଦେବେ। ହଁ ମୋ ପାଖରେ ଏତେ ଟଙ୍କା ଏବେ ନାହିଁ । ପୁଅକୁ ଏ ସବୁ କହିବାକୁ ମୋତେ ସଂକୋଚ ଲାଗୁଛି । ତୁ ପୁଅକୁ କହି ଗୋଟିଏ ସ୍ମାର୍ଟ ଫୋନ୍ ଆଣି ଦେବୁ । ଅର୍ଚ୍ଚନା ଏ ସବୁ ଶୁଣି ମନେ ମନେ ହସିଲେ ଓ କହିଲେ , " ବାପା ନିଶ୍ଚୟ କହିବି ଆଉ ଆପଣଙ୍କ ସ୍ମାର୍ଟ ଫୋନ୍ ଆସିଗଲା ବୋଲି ଭାବି ନିଅନ୍ତୁ । ବାପା ମୋର ସ୍ମାର୍ଟ୍ ଫୋନ୍ ଅଛି ଆପଣଙ୍କ ପୁଅଙ୍କର ବି ଅଛି । ଆପଣଙ୍କୁ ମୁଁ ସବୁ ଶିଖେଇ ଦେବି। ଅନ୍ ଲାଇନ୍ ରେ ଜିନିଷ ପତ୍ର ମଗେଇବା, ଇଲେକ୍ଟ୍ରୀ ବିଲ୍, ପାଣି ବିଲ୍,ଟାଟା ସ୍କାଏ ବିଲ୍ ,ଇନ୍ସୁରାନ୍ସ ପ୍ରିମିୟମ୍, ଫୋନ୍ ବିଲ୍ ଇତ୍ୟାଦି ପେମେଣ୍ଟ୍ କରିବା ସହିତ ହ୍ୱାଟ୍ସଆପ୍, ଫେସ୍ ବୁକ୍ ଅପରେସନ୍,e-banking, mobile banking ଓ NEFT ମାଧ୍ୟମରେ କିପରି କାହା ପାଖକୁ ଟଙ୍କା ପଠାଯାଇ ପାରିବ ସବୁ ଶିଖେଇ ଦେବି । ତେବେ ତାଙ୍କ ଘରକୁ ଗୋଟିଏ ସପ୍ତାହ ପରେ ଯିବା ଲାଗି କହି ଦିଅନ୍ତୁ। ଏ ହି ସପ୍ତାହ ଭିତରେ ମୁଁ ଆପଣଙ୍କୁଏ ସବୁ ଶିଖେଇ ଦେବି । ତାଙ୍କ ଫୋନ୍ ନମ୍ବର ତ ଆପଣ ଜାଣନ୍ତି । ସେ ନିଶ୍ଚୟ ହ୍ୱାଟ୍ସଆପ୍ ୟୁଜ୍ କରୁଥିବେ। ଆପଣ ତାଙ୍କ ପାଖକୁ ଆଗ ହ୍ୱାଟ୍ସଆପ୍ ରେ ଗୋଟିଏ ମେସେଜ୍ ପଠାଇବେ, ତା ପରେ ଫେସ୍ ବୁକ୍ ରେ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ପଠେଇବେ ଓ ଶେଷରେ ଯିବା ପୂର୍ବରୁ ଭିଡିଓ କଲ୍ କରି କଥା ହେବେ । ଏଇଟା ତାଙ୍କ ପାଇଁ ଏକ ବିରାଟ surprise ହେବ । କଣ ମୁଁ ଯାହା କହିଲି ଆପଣଙ୍କ ମନକୁ ପାଇଲା ନା ନାହିଁ "? ଆରେ ଏଥିରେ ମନକୁ ନ ପାଇବାର କଣ ଅଛି ?

ମୋ ଘରେ ସବୁ କିଛି ଅଛି ଅଥଚ ମୋର ଆଗ୍ରହ ନଥିବାରୁ ମୁଁ ଏ ସବୁ କିଛି ଜାଣି ପାରୁନାହିଁ । ଯା ମାଆ ଯା ତୋର କଣ କାମ ଅଛି ଯାଆ କର ବୋଲି କହିଲେ ହଳଧର ବାବୁ ।

ଅର୍ଚ୍ଚନା ହଳଧର ବାବୁଙ୍କ ପାଖରୁ ସିଧା ରୋଷେଇ ଘରକୁ ଯାଇଥିଲା । ରୋଷେଇ କାମ ସାରି ସେ ନିଜ ବେଡ୍ ରୁମ୍ ରେ ପୁଅ ସାଙ୍ଗରେ କଥା ହେଉଥିବା ସମୟରେ ସ୍ୱାମୀ ତାଙ୍କର ଆସି ପହଞ୍ଚିଗଲେ । ତାଙ୍କ ଖବର ବୁଝି ସାରିଲା ପରେ ଏ ସବୁ ବିଷୟରେ କଥା ହୋଇଥିଲେ । ବାପାଙ୍କର ଏପରି ପରିବର୍ତ୍ତନ ଦେଖି ଦୁଇଜଣ ଜାକ ଖୁସିରେ ବହେ ହସିଥିଲେ ।

ପରଦିନ ସ୍ମାର୍ଟ୍ ଫୋନ୍ ଆସି ଯାଇଥିଲା । ହଳଧର ବାବୁ ଅର୍ଚ୍ଚନା ଠାରୁ ସବୁ ବିଷୟରେ ଅତି କମ୍ ସମୟ ଭିତରେ ଶିଖିଗଲେ ଓ ହ୍ୱାଟ୍ସଆପ୍ ରେ ଗୋଟିଏ joke ବିକାଶ ବାବୁଙ୍କ ନିକଟକୁ ପଠାଇ ଦେଲେ । ମେସେଜ୍ ଟି ଦେଖି ବିକାଶ ବାବୁଙ୍କର ପ୍ରଥମେ ବିଶ୍ୱାସ ହେଲା ନାହିଁ । ପୁଣି ଫେସ୍ ବୁକ୍ ରେ ସେ ହଳଧର ବାବୁଙ୍କର ଫ୍ରେଣ୍ଡ୍ ରିକ୍ୱେଷ୍ଟ ଦେଖି ଖୁସିରେ ଗଦ୍ ଗଦ୍ ହୋଇଗଲେ ଓ ସାଙ୍ଗେ ସାଙ୍ଗେ କନଫର୍ମ କରିଦେଇଥିଲେ ଓ congratulation message ପଠେଇ ଦେଇଥିଲେ । ହଳଧର ବାବୁ ସଙ୍ଗେ ସଙ୍ଗେ ଭିଡିଓ କଲ୍ କରି ବିକାଶ ବାବୁଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଦେଲେ ।

ଭିଡିଓ କଲ୍ ରେ ହଳଧର ବାବୁ ଖୁସିରେ କହିଲେ , " ଶୁଣନ୍ତୁ ବିକାଶ ବାବୁ ଆପଣ ମୋ ଆଖି ଖୋଲିଦେଲେ । ମୋ ମନ ଭିତରେ ଥିବା ଆତ୍ମବିଶ୍ୱାସର ଅଭାବକୁ ଆପଣ ପୁନଶ୍ଚ ଫେରାଇ ଆଣିଲେ । ସତରେ technology ବହୁତ ଆଗେଇ ଗଲାଣି କିନ୍ତୁ ଆମେ କିଛି ଲୋକ ସେ ସବୁକୁ ନ ଆପଣେଇ ତା ବିରୁଦ୍ଧରେ ଅନେକ ସମୟରେ ନକାରାତ୍ମକ କଥାମାନ କହିଥାଉ । ଆଜିକାଲିର ପିଲାମାନଙ୍କର ଚାଲି ଚଳନକୁ ପସନ୍ଦ କରୁନାହୁଁ । ପ୍ରକୃତରେ ଏହା ବିକାଶ ବିରୋଧୀ । ମୁଁ ଯଦି ବ୍ୟାଙ୍କର computerisation କୁ ଡରି ନଥାନ୍ତି ନିଶ୍ଚିତ ଭାବେ VRS ନ ନେଇ ବ୍ୟାଙ୍କରେ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ କାମ କରି ଅବସର ଗ୍ରହଣ କରିଥାନ୍ତି ଓ ଏ ସବୁ development ସମ୍ପର୍କରେ ଅନେକ କିଛି ଜାଣି ପାରିଥାନ୍ତି । ବିକାଶ ବାବୁ ଆପଣ ମୋର ଆଖି ଖୋଲି ଦେଲେ । ଯୁଗ ସହିତ ତାଳ ଦେଇ ନିଜକୁ ବଦଳେଆବାକୁ ପଡିବ । ହଁ ଆଉ ଗୋଟିଏ କଥା ଆମେ ଆଉ ଆପଣଙ୍କ ଘରକୁ ଲଞ୍ଚ ପାଇଁ ଯାଇ ପାରୁନୁ । ଆପଣ ଦୁଇ ଜଣ ଆମ ଘରକୁ ଆସିବେ । ନାତିର ଜନ୍ମଦିନ ସହିତ ଆମର ଏହି ଖୁସିର ଏକ ଜବର୍ଦସ୍ତ celebration ହେବ । ଓକେ ବାଏ ।

*********

ହଳଧର ବିକାଶ ସ୍ମାର୍ଟ୍ ଫୋନ୍

Rate the content


Originality
Flow
Language
Cover design

Comments

Post

Some text some message..