Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଯେସାକୁ ତେସା

ଯେସାକୁ ତେସା

2 mins
7.1K


ଶ୍ରୀମତୀ ସୁଜାତା ସିହ୍ନା

ଆସରାମ ନାମରେ ଜଣେ ଧନୀ ଲୋକ ଥିଲେ l ସେ କବିତା, ଗଳ୍ପ, ଭଜନ ଆଦି ଶୁଣିବାକୁ ଭାରି ଭଲ ପାଉଥିଲେ l ତେଣୁ ସେ ସବୁ ଗାଳ୍ପିକ, କବି ଗାୟକମାନଙ୍କୁ ନିଜ ଉଆସକୁ ନିମନ୍ତ୍ରଣ କରୁଥିଲେ l ତାଙ୍କଠାରୁ ଗଳ୍ପ କବିତା ଭଜନ ଆଦି ଶୁଣିବା ପରେ ତାଙ୍କୁ କହୁଥିଲେ କାଲୀ ଆସି ତୁମେ ତୁମର ପାରିଶ୍ରମିକ ନେଇଯିବ l ହେଲେ ତାଙ୍କ ପାଇଁ କାଲୀ କେବେ ଆସୁ ନ ଥିଲା l

ଦିନେ ଜଣେ କବି ପୁରସ୍କାର ପାଇବା ଆଶାରେ ଆଶାରାମଙ୍କ ଉଆସରେ ପହଞ୍ଚି ନିଜ ରଚିତ କବିତାମାନ ତାଙ୍କ ଆଗରେ ସୁନ୍ଦର ଭାବରେ ଆବୃତ୍ତି କଲେ l ଆଶାରାମ କବିତା ସବୁ ଶୁଣି ବହୁତ ଆନନ୍ଦିତ ହେଲେ ଏବଂ କହିଲେ କାଲି ଆସି ତୁମେ ତୁମର ପାରିଶ୍ରମିକ ନେଇଯିବ l ତା’ ପର ଦିନ କବି ଜଣକ ଆସି ଆସାରାମଙ୍କ ଉଆସରେ ଆସି ପହଞ୍ଚିଲେ ତାଙ୍କୁ ଦେଖି ଆସାରାମ କହିଲେ- ତୁମେ କିଏ ? ତୁମକୁ ତ ମୁଁ ଆଗରୁ କେବେ ଦେଖିନି କି ଜାଣିନି ? କ’ଣ ପାଇଁ ତୁମକୁ ପୁରସ୍କାର ଦେବି l କବି କହିଲେ, ଆଜ୍ଞା ମୁଁ କାଲୀ ଆପଣଙ୍କୁ ଏତେ ସୁନ୍ଦର କବିତାସବୁ ଶୁଣାଇଅଛି ଅଥଚ ଆପଣ କହୁଛନ୍ତି ମତେ ଚିହ୍ନି ନାହାନ୍ତି ବୋଲି l ଆଶାରାମ ରାଗିଯାଇ କହିଲେ- ତୁମେ ମତେ କବିତା ଶୁଣାଇଥିଲେ ବୋଲି କିଛି ପ୍ରମାଣ ଅଛି ? ଏହା ଶୁଣି କବି ସେଠୁ ଅପମାନରେ ଦୁଃଖିତ ହୋଇ ଫେରି ଆସିଲେ l ତାଙ୍କର ବିରବଲଙ୍କ କଥା ମନେ ପଡ଼ିଲା l ସେ ବିରବଲଙ୍କ ପାଖକୁ ଯାଇ ସବୁ କଥା କହିଲେ l ଏହା ଶୁଣି ବୀରବଲ କହିଲେ- ଠିକ୍ ଅଛି l ଆସାରାମ ତୁମକୁ ଯେମିତି ଅପମାନ ଦେଇ ଠକିଛି ତାକୁ ଆମେ ମଧ୍ୟ ପାନେ ଦେବା ଏହା କହି ସେ କବୀଙ୍କୁ ପାଞ୍ଚଟି ସ୍ଵର୍ଣ୍ଣମୁଦ୍ରା ଦେଇ କହିଲେ- ଏହାକୁ ନେଇ ତୁମେ ତୁମର ଏକ ସାଙ୍ଗ ପାଖକୁ ଯାଇ ତାକୁ ଏହାକୁ ଦିଅ l ତାକୁ କହିବ ସେ ଏହି ଧନରେ ଏକ ଭୋଜିର ଆୟୋଜନ କରିବ ଏବଂ ଆଶାରାମକୁ ଭୋଜି ଖାଇବା ପାଇଁ ନିମନ୍ତ୍ରଣ କରି ଆସିବ l

ବିରବଲଙ୍କ କହିବା ଅନୁସାରେ କବିଙ୍କର ଜଣେ ସାଙ୍ଗ ଆସାରାମଙ୍କୁ ଖାଇବା ପାଇଁ ନିମନ୍ତ୍ରଣ କରି ଆସିଲେ l ଉକ୍ତ ଦିନରେ ଠିକ୍ ସମୟରେ ଆଶାରାମ ଯାଇ କବିଙ୍କ ସାଙ୍ଗ ଘରେ ପହଞ୍ଚିଗଲେ l ଦେଖିଲେ ଭୋଜି ପାଇଁ ହଣ୍ଡା ହାଣ୍ଡି ସବୁ ଥୁଆ ହୋଇଛି l ହେଲେ ତାଙ୍କ ବ୍ୟତିତ ଅନ୍ୟ କେହି ଅତିଥି ସେଠି ଉପସ୍ଥିତ ନାହାନ୍ତି l କିଛି ସମୟ ପରେ ଆଶାରାମ ପଚାରିଲେ ଆଉ କେତେ ଡେରି ? କବିଙ୍କର ସାଙ୍ଗ କହିଲେ ଆଉ ଦୁଇ ଘଣ୍ଟା ଲାଗିବ l ଆଶାରାମ ଦୁଇଘଣ୍ଟା ଅପେକ୍ଷା ପରେ ପଚାରିଲେ- ଆଉ କେତେ ସମୟ ଲାଗିବ l ଭୋକରେ ମୋ ପେଟ ଜଳିଲାଣି l କବିଙ୍କର ସାଙ୍ଗ କହିଲେ – ତୁମେ କି ଅଜବ ଲୋକ ହୋ l ମତେ ଖାଇବାକୁ ନିମନ୍ତ୍ରଣ କରିଛ, ହଣ୍ଡା ହାଣ୍ଡି ଆଣି ରଖିଛ ହେଲେ ରୋଷେଇ କରି ଅତିଥିକୁ ଖାଇବାକୁ ଦେଉନାହଁ l ଏହିପେରି ବିଭିନ୍ନ କାଥାମାନ କହୁଥିବା ସମୟରେ ବୀରବଲ ଓ କବି ଆସି ସେଠି ପହଞ୍ଚିଲେ l ଏମାନଙ୍କୁ ଦେଖି ଆଶାରାମ ତାଙ୍କର ଅଭିଯୋଗମାନ ଶୁଣାଇଲେ l ଏହା ଶୁଣି ବୀରବଲ କହିଲେ – ତୁମେ ଯେମିତି ଲୋକ ମାନଙ୍କୁ ପୁରସ୍କାର ଦେବାର ପ୍ରଲୋଭନ ଦେଖାଇ ଠକୁଥିଲ ତୁମକୁ ଏହିଭଳି ଠକିବା ଉଚିତ୍ l ଏଥର ଆଶାରାମ ନିଜର ଭୁଲ ବୁଝିପାରିଲେ l ସେହି ଦିନଠାରୁ ସେ ଆଉ କାହାକୁ ପୁରସ୍କାର ନ ଦେଇ ଫେରାଉ ନଥିଲେ l


Rate this content
Log in

Similar oriya story from Children