Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Padarbinda Rath

3  

Padarbinda Rath

ସ୍ମୃତି ଏକ ରୂପ ଜହ୍ନ

ସ୍ମୃତି ଏକ ରୂପ ଜହ୍ନ

5 mins
526


ଜୀବନରେ ଅନେକ ପ୍ରଶ୍ନ ଉଙ୍କିମାରେ ମନୁଷ୍ୟର ମସ୍ତିସ୍କରେ ଆଉ ତାକୁ ନେଇ ରଙ୍ଗ ବୁଣେ ତା ଖିଆଲୀ ମନରେ କିନ୍ତୁ କିଛି ଭୁଲି ପାରେନି ଅବଶୋଷ କ୍ଷଣିକ ୟେ ସମୟ ଚକ୍ରରେ ସାଜେ ଏକା ପଥିକ ସେ ଏକାନ୍ତ ତା ମାର୍ଗରେ।ଏହା କହିବାର ତାତ୍ପର୍ଯ୍ୟ ହେଲା ସେଦିନ ଥିଲା ଡ଼ିସେମ୍ବର ମାସ ୨୫ ତାରିଖ ଅପରାହ୍ନ ପ୍ରାୟ ୩.୨୦ ହେବ , ପୁରୀ ବେଳାଭୂମି ର ବାଲୁକା ଆସ୍ଥରଣ ଉପରେ ପତଳା ପ୍ଲାଷ୍ଟିକ ବିଛଣାରେ ପଡ଼ିରଥିଲି ସତେ ଯେପରି ଅନେକ ବର୍ଷର ନିଦ ସେ ଗୋଟେ ଦିନ ଯେପରି ପୁରା ହବାର ଥିଲା।ଆଖି ଖୋଲିବାକୁ ଇଚ୍ଛା ନିଥାଏ କିନ୍ତୁ ଅଧା ଖୋଲା ତମ୍ବୁ ଦେଇ ତୀବ୍ର ଗତିରେ ଆସି ଛୁଇଁ ସାରିଥିବା ସେ ତୀକ୍ଷ୍ଣ ସୂର୍ଯ୍ୟ କିରଣ ଝଲଶେଇ ଦେଉଥିଲା ନେତ୍ର ପୁଟୁଳା ଦୁଇଟିକୁ ମିଞ୍ଜିମିଂଜି ଆଖିକରି ଚେଷ୍ଟା କରୁଥିଲି ଦେଖିବାକୁ , ଭିଜା ଭିଜା ସ୍ମିତ ଲୁହ ଜକେଇ ହୋଇ ରହି ନପାରି ଗଡି ଚାଲିଥିଲା ମୋ ଦୁଇଟି ଆଖିରୁ |

ସେଦିନ ବେଳାଭୂମିରେ ଚାଲି ଚାଲି ଥକି ଯାଇଥିଲି ଇଚ୍ଛା ହେଉଥିଲା ଟିକେ ୟେ ବେଳାଭୂମିରେ ଶୋଇ ପଡ଼ିବାକୁ |କୁହନ୍ତି ଯଦି ,”ପ୍ରକୃତି ର ପ୍ରେମରେ ପଡ଼ିଯିବ ତେବେ ୟେ ସୂର୍ଯ୍ୟ ,ଚନ୍ଦ୍ର ,ଦିନ ,ରାତି ସମସ୍ତେ ଏକାଠି ହୋଇଯିବେ ପ୍ରକୃତି ର କୋଳରେ ମୁଣ୍ଡ ଦେଇ ଶୋଇ ପଡ଼ିବାକୁ ଜାଗା ଟିକେ ଦେବାପାଇଁ ତୁମ ହକରେ” |

ପଛକୁ ଫେରି ଦେଖିଲା ବେଳକୁ ପଦଚିହ୍ନ କୁ ଧୋଇଚାଲିଥିଲା ଅଶାନ୍ତ ସମୁଦ୍ର ର ସେ ପ୍ରତି କ୍ଷଣ ଲହରୀ କିନ୍ତୁ ସାଉଁଟି ନେଉଥିଲା ସେ କ୍ଷଣ ଗଢି ଉଠିଥିବା ସେ ପାଦ ଚିହ୍ନ ସହ ଅତୀତକୁ ମନେ ପକାଇଥିବା ସ୍ମୃତି ର ବିଡମ୍ବନା ସେ ଛବି ର ଏକାନ୍ତ ମୋ ସମୟ।ଚାଲି ଚାଲି ବହୁତ ଦୂରକୁ ଆସି ସାରିଥିଲି ଜନଗହଳି ଠୁ କାହିଁ କେତେ ଦୂରକୁ ,ଅନେକ ଭାବନା ର ବଶବର୍ତ୍ତୀ ହୋଇ ଟିକେ ରହିଯାଇ ବସି ପଡିଲି ସମୁଦ୍ର କୂଳରେ ବିସ୍ତରଣ ବାଲୁକା ର ଉପରେ ଏକ ସିମେଣ୍ଟ ଖୁଣ୍ଟିରେ ବନ୍ଧା ହୋଇଥିବା ସେ ଧୀବର ର ନୌକାରେ |

ମନେ ପଡୁଥାଏ ସେ ମଧୁ ଭିଜା ମୁହୂର୍ତ୍ତ ବେଳାଭୂମିରେ ଆମେ ଦୁହେଁ ଚାଲିଲା ବେଳେ ତାର ସେ ଛୋଟ ଛୋଟ ଦୁଷ୍ଟାମୀ ର ମୁହୂର୍ତ୍ତ କେତେବେଳେ ସମୁଦ୍ର ଲହରୀ ରୁ ପାଣି ଅଞ୍ଜୁଲେ ସାଉଁଟି ଫିଙ୍ଗି ଦେଇ ମୋ ପଛରେ ଲୁଚିଯିବାର ତା ଅଭ୍ୟାସ ତ ପଛରୁ ଭିଡି ଧରି ବାଲି ମୁଠେ ସାର୍ଟ ଭିତରେ ଭର୍ତ୍ତି କରି ଦୌଡ଼ି ପଳେଇଯିବାର ତା ପ୍ରୟାସ।କିନ୍ତୁ ସେଦିନ ସେ ନଥିଲା କି ତାର ସେ ଦୁଷ୍ଟାମୀ କିନ୍ତୁ ତା ଉପସ୍ଥିତି ସତେ ଯେପରି ଅଶାନ୍ତ ଏ ସମୁଦ୍ର ର ପ୍ରତିଟି ଢେଉରେ ଉଙ୍କୁରୀତ ହୋଇ ଛୁଇଁ ଯାଉଥିଲା ମୋ ଦେହକୁ ପବନ ର ସ୍ପର୍ଶରେ।ଅତୀତର ସେ ପ୍ରତିଟି ଦୃଶ୍ୟ କୁ ଏକାନ୍ତେ ଜାବୁଡି ଧରି କାନ୍ଦି ପଡ଼ିଥିଲି ଅନ୍ଧକାରମୟ ବେଳାଭୂମିରେ ବସିଥିବା ସେ ନୌକା ଉପରେ ଗୋଡ ଦୁଇଟିକୁ ଭୂମି ଉପରେ କିଞ୍ଚିତ ଢ଼େରା ଦେଇ।ଉମଂ ଉମଂ... ଚୁଁ ଚୁଁ... କରି କେଉଁଠି ଥିଲା କେଜାଣି କୁକୁର ଛୁଆଟେ ମୋ ଗୋଡ ତଳେ ଆସି ଚାଟିବାରେ ଲାଗିଲା |

ବାରମ୍ବାର ମୋ ପାଦ ପାଖ ପ୍ୟାଣ୍ଟ କପଡା ଟିକୁ ତା ଦାନ୍ତରେ କାମୁଡି ଧରି ଟାଣିବାକୁ ଲାଗିଲା ବୋଧେ କିଛି କହିବାକୁ ଚାହୁଁଥିଲା ସେ କିନ୍ତୁ ମୁଁ ତ ମଗ୍ନ ଥିଲି ମୋ ଅତୀତରେ ବିତାଇଥିବା ମୋ ଛୋଟ ଛୋଟ ସ୍ମୃତିରେ ଯାହା ଏକା ଥିଲା ମୁକସାକ୍ଷୀ ଏ ବିଶାଳ ସମୁଦ୍ର ବେଳାଭୂମିର ପ୍ରତିଟି ଲହରୀ।ଏପରି ଭାବନା ଭିତରେ ମୋ ଆଖିପଡିଲା ତା ନିଷ୍ପାପ ପ୍ରଚେଷ୍ଟାରେ ଯେପରି ମୋ ଧ୍ୟାନ ତା ଆଡକୁ ଆକର୍ଷଣ କରିବା ଥିଲା ତା' ର ଏକାନ୍ତ ଉଦ୍ଧେଶ୍ୟ।ସେ ଆଗେ ଆଗେ ଚାଲିଥାଏ ମୁଁ ତା ପଛରେ।ସନ୍ଧ୍ୟା ହୋଇ ଆସୁଥାଏ କିଛି ବାଟ ଏମିତି ଚାଲିଲା ପରେ ଟିକେ ଦୂରରୁ ଦେଖିଲି କିଛି ମାଛ ଧରୁଥିବା ପିଲା ହାତରେ ଜାଲ ଆଉ ଟ୍ରାକଟର ଚକା ର ଟିଉବ କାନ୍ଧରେ ଧରି ଠିଆ ହୋଇଛନ୍ତି ,ଆଉ କିଛି ପିଲା ଖୋଳି ଚାଲୁଛନ୍ତି ଗାତ ସେ ସମୁଦ୍ର ବେଳାଭୂମିରେ।କିଛି ଭାବିବା ପର୍ଵରୁ ମୋ ଆଖିପଡିଲା ଯାଇ ପିଲାଙ୍କ ଗୋଡ ପାଖରେ ପଡିଥିବା ସେ ମୃତ ମା କୁକୁର ଟି ଉପରେ।୪ ଟି ପିଲା ତାର ବିକଳରେ ତା ମା ଉପରେ କିଏ ଚଢି ଯାଉଛି ତ, କିଏ କ୍ଷୀର ପିଇବା ପାଇଁ ଉଦ୍ୟମ କରୁଛି ତ ପୁଣି କିଏ ଚାଟି ପକାଉଛି ତା “ମା” ର ମୁଁହ ଟିକୁ।ସେତେବେଳକୁ ସେ କୁକୁର ଛୁଆ ଟିର ପଛେ ପଛେ ଯାଇ ପହଞ୍ଚି ସାରିଥିଲି ମୁଁ ସେ ଜାଗାରେ।ଭିଡ ଭିତରେ ଧୀର ସ୍ୱରରେ ପଚାରିଲି , କେମିତି ଚାଲିଗଲା ୟେ କୁକୁରଟି ? ଛୋଟ ପିଲା ଟିଏ କାନ୍ଦି କାନ୍ଦି କହିଲା ୟା ନା "ମିଲୁ" ପ୍ଲାଷ୍ଟିକ ଗୁଡ ଜରି ଗିଳିଦେଇଥିଲା କୋଉଠୁ , କେଜାଣି ,ବାନ୍ତି କରିପାରିଲାନି ୟେ ଆମ କୁକୁରଟା ତଣ୍ଟିରେ ଜରି ଲାଗି ଶ୍ୱାସ ରୁଦ୍ଧରେ ମରିଗଲା।ଆଜି ପୋତି ଦେଉଛୁ ମିଶି ସମସ୍ତେ ଏ ବାଲିରେ |

ଏତିକି ଶୁଣି ସ୍ତବ୍ଦ ହୋଇଯାଇଥିଲା ମୋ ଓଠ କିଛି ପଚାରି ବୁଝିବାକୁ।ସେପଟେ ସେମିତି ସେ କୁକୁର ଛୁଆଟି ବୁଟ ର ଲେଶ ଟିକୁ ଦାନ୍ତରେ ଧରି ଟାଣିବାକୁ ଲାଗିଲା।ସେ ତ ନିର୍ବୋଧ ମୃତ୍ର୍ୟ ର ପ୍ରହରୀ ଆସି ଶୁଆଇ ସାରିଥିଲା ତା ମା କୁ ସବୁଦିନ ପାଇଁ।କିନ୍ତୁ ନିଷ୍ପାପ ଶିଶୁ ଟିର ତ୍ରୁଟି କଣ ଥିଲା ? ବୋଧେ ଭାଗ୍ୟର ବିଡମ୍ବନା ଥିଲା ମାତୃହରା ଜୀବନ ତାର।କିଛି ସମୟ ସେଠି ରହି ଚାଲିପଡ଼ିଲି

ନିକଟରେ ଥିବା ଗୋଟେ ତମ୍ବୁ ପାଖକୁ ଯେଉଁଠି ବିଶ୍ରାମ ନେବାପାଇଁ ବ୍ୟବସ୍ତା ଥିଲା।କିନ୍ତୁ ଏ କଣ ପଛେ ପଛେ ସେ କୁକୁର ଛୁଆଟି ମୋ ସହ ସେଠାକୁ ଚାଲିଆସିଥିଲା।ବସିରହିଲା ସେ ସେମିତି ମୋ ପାଖରେ ସତେ ଯେପରି ମୁଁ ତାର ଏକମାତ୍ର ବନ୍ଧୁ ୟେ ସମୁଦ୍ର ବେଳାରେ।ସନ୍ଧ୍ୟା ଗଡ଼ି ରାତି ହେଲା ଅଶାନ୍ତ ଏ ସମୁଦ୍ର ର ଲହରୀ ଶବ୍ଦରେ, ଚିକ ମିକ ଆଲୋକର ସାଜସଯ୍ୟରେ ଝଲସି ଉଠୁଥିଲା ପୁରୀ ବେଳାଭୂମିର ସେ ଦୃଶ୍ୟ ଆଉ ମୁଁ ତମ୍ବୁ ତଳେ ଚା , ବିସ୍କୁଟ ଧରି ବସିପଡ଼ିଥିଲି ମୋ ନୂତନ ବନ୍ଧୁ ସେ { କୁକୁର ଛୁଆଟି } ପାଖରେ।ଗୋଟେ, ଗୋଟେ ମୁଁ ଖାଉଥାଏ ଏବଂ ତାକୁ ଗୋଟେ ଗୋଟେ ତା ପାଟି କୁ ବିସ୍କୁଟ ବଢ଼ାଇ ଦେଉଥାଏ।କିଛି ସମୟ ପରେ ସେ ବେଶ ଖୁସିରେ ଖେଳିବାକୁ ଲାଗିଲା କେତେବେଳେ ମୋ ଉପରେ ତ କେତେବେଳେ ମୋ ଚାରି ପାଖେ ଦୌଡ଼ି ବାକୁ ଲାଗିଲା।କିନ୍ତୁ ମୁଁ ଚୁପ ଚାପ ମନେ ମନେ ହସି ଦେଖୁଥାଏ ତାର ପ୍ରତିଟି ଦୁଷ୍ଟାମୀ ପଛରେ ଲୁଚିଥିବା ତାର ଖେଳୁଆଳ ମନୋଭାବ କୁ |

କିଛି ସମୟ ପରେ ଚୁପ କରି ଆସି ବସିପଡିଲା ସେ ପୁଣି ଆସି ମୋ ପାଖରେ।ଧୀରେ କି ମୋ ହାତ ଟିକୁ ନେଇ ରଖି ଆଉଁସିଦେଲି ତା ମୁଣ୍ଡରେ କିନ୍ତୁ ଏତିକିରେ କଣ ସେ ବୁଝିଥାନ୍ତା ତା ମନ ଖୁସିରେ ପୁଣି ଚାଟି ଚାଲିଲା ମୋ ହାତ ଅଙ୍ଗୁଟି ଗୁଡିକୁ |

ଜୀବନରେ ପ୍ରଥମ ଥର ଏତେ ଭଲ ପାଇବା ପାଇ ଆଖି ଭରି ଆସୁଥିଲା ଲୁହରେ।ମା ବିନା ବଂଚିବା ଯେ କେତେ କଷ୍ଟ ସେହିଁ ଜାଣେ ଯିଏ ବଞ୍ଚିତ ହୁଅ ସେ ସ୍ନେହ ଶ୍ରଦ୍ଧା ଠୁ କିନ୍ତୁ ଅବୋଧ ଏ ଶିଶୁଟିର ଯନ୍ତ୍ରଣା ପାଇଁ ଦୋଷୀ କିଏ ? ଭଦ୍ର ମନ ଟେ ତଳେ କଦା କାର ରୂପ ପରି କାର୍ଯ୍ୟ ଆଜି ମାତୃବିହୀନ ସଜାଇଦେଇଛି ଶିଶୁଟିକୁ।ଏଣେ ତେଣେ ପ୍ଲାଷ୍ଟିକ ଆବର୍ଜନା ଫିଙ୍ଗିବା ହେତୁ ରାସ୍ତା କଡରେ ପଶୁ ପକ୍ଷୀ ଖାଇଦେଇ ଭୋଗୁଥିବା ଯନ୍ତ୍ରଣା ପାଇଁ ଦୋଷୀ କିଏ ? ବୋଧେ ଏ ହୁସିଆର ମଣିଷ ଯିଏ ନିଜ ସୁଖ ସମୃଦ୍ଧି ପାଇଁ ଅନ୍ୟ ସଂସାରରେ ନିଆଁ ଲଗାଇପାରେ।ଆବର୍ଜନା ତ ଦିନେ ଦୂର ହେଇଯିବ କିନ୍ତୁ ସେ ହରାଇଥିବା ମା ଟି କଣ ଫେରି ପାଇବା ? କେବେ କର୍ତବ୍ୟନିଷ୍ଠ ହେବ ଏ ଚିନ୍ତାଶୀଳ ସମାଜ ଆଉ ଜାଗା ଟିକେ ଦେବା ସଭିଙ୍କୁ ବଂଚିବା ପାଇଁ ସମାନ ଅଧିକାରରେ |

ଏମିତି ଅନେକ ଭାବନା ଭିତରେ ହଜି ଯାଇଥିଲି ସେ ରାତିରେ ତା ଖୁସିରେ ଟିକେ ରଙ୍ଗ ଭରିଦେବା ପାଇଁ।ଦୁହେଁ ଚାଲି ପଡ଼ିଲୁ ସେ ପାଣି ଭିଜା ଭିଜା ବାଲୁକାର କଡେ କଡେ , କେତେବେଳେ ଲହରୀ ଆସିବାରୁ ସେ ମୋ କଡରେ ଲୁଚି ଯାଉଥିଲା ତ କେତେବେଳେ ଦୌଡ଼ି ଯାଇ ଲହରୀକୁ ଦେଖି ପଛକୁ ଫେରି ଆସୁଥିଲା ଏମିତି ଚାଲିବ ଭିତରେ ପଛରୁ ଡାକ ଶୁଭିଲା ଜାନି...ଜାନି ...ବୁଲି ଦେଖିଲା ବେଳକୁ ସେ ୧୪ କିମ୍ବା ୧୫ ବର୍ଷର ମାଛ ଧରା ବାଳକଟି ଡାକୁଛି ଯିଏ ୟେ କୁକୁରଟିର ପ୍ରକୃତ ମାଲିକ।ଦୌଡ଼ି ଦୌଡ଼ି ଆସି ରହି ଯାଇଥିଲା ମୋ ପାଖରେ କିଛି କହିବା ପୂର୍ବରୁ କୁକୁର ଟିକୁ କୋଳେଇ ନେଇଗଲା ସେ ବାଳକ ଟି।ମା ଛେଉଣ୍ଡ ଛୁଆ ଟିକୁ ଯେପରି ସାହା ମିଳିଗଲା କିନ୍ତୁ ତା ସହ ବିତାଇଥିବା ସେ ୫ ଘଣ୍ଟା ୪୦ ମିନିଟ ସମୟ ଜୀବନରେ ସବୁଦିନ ପାଇଁ ସ୍ମୃତି ହୋଇ ରହିଗଲା ହୃଦୟରେ ସାଇତି ହୋଇ ଏକ ରୂପ ଜହ୍ନ୍ନ ପରି |


Rate this content
Log in