Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shanti Mishra

Drama

2.5  

Shanti Mishra

Drama

ଲଟେରୀ ଟିକେଟ୍

ଲଟେରୀ ଟିକେଟ୍

5 mins
14.6K




ବଡ ପୁଅ ବଡ ବୋହୁ ଆସନ୍ତା ବର୍ଷକୁ ଆସିବେ କହି କହି ଦୀର୍ଘ ସାତ ବର୍ଷ ପରେ ଘରକୁ ଆସିଛନ୍ତି l ଖୁସି ହେବେକି କାନ୍ଦିବେ ପ୍ରଥମେ କିଛି ବୁଝି ପାରିଲେନି l କିନ୍ତୁ ଶ୍ରୀମତୀଙ୍କ ଖୁସି ଦେଖି ଜଗମୋହନ ବାବୁ କୁତ୍ରିମ ଖୁସି ପ୍ରକାଶ କରିବାକୁ ବାଧ୍ୟ ହେଲେ l ପୁଅ ବୋହୁଙ୍କ ସାଷ୍ଟାଙ୍ଗ ପ୍ରଣୀପାତ ଦେଖି ମନରେ ତାଙ୍କ ନିଆଁ ଲାଗିଗଲେ ବି ସେମାନଙ୍କୁ, ‘ଭଲରେ ରୁହ, ଦିର୍ଘାୟୁ ହୁଅ’ କହି ଆଶୀର୍ବାଦ କଲେ l

ପୁଅ ସପ୍ତାହେ ରହି ଫେରିଗଲା ହେଲେ ବୋହୁକୁ ଛାଡ଼ି ଦେଇ ଗଲା କହିଗଲା ସେ ମଝିରେ ମଝିରେ ଆସି ସମସ୍ତଙ୍କୁ ଦେଖିଯିବ l “ବୟସ ଅଧିକ ହେତୁ ତମର ଦେଖା ରଖା କରିବା ପାଇଁ ଜଣେ ନିଜର ଲୋକ ପାଖରେ ରହିବା ଦରକାର l ତେଣୁ ‘ଆଶା’ ଏଠି ଥାଉ l” ‘’ହାଁ ସତେକି ??”

ସପ୍ତାହେ କାଳ ବୋହୁର ସେବା ଯତ୍ନ ଦେଖି ଜଗମୋହନ ବାବୁଙ୍କ ପତ୍ନୀ ‘ବିମଳା’ ପୁରା ମୁଗ୍ଧ l ଏ ସବୁର ପଛରେ କି ଉଦେଶ୍ୟ ସେମାନେ ଜାଣି ଥଲେ ବି ନିରବ ରହିଲେ l କିନ୍ତୁ ଜଗମୋହନ ବାବୁ କିଛି କହିବେ କହିବେ ହଉଥାଆନ୍ତି l କିନ୍ତୁ ଆଗ ପଛ ବିଚାର କରି ପୁଣି ନିରବ ରହିବାକୁ ବାଧ୍ୟ ହେଉଥାନ୍ତି l

ଆଉ ଦି ସପ୍ତାହ ପରେ ସାନ ପୁଅ ତା ପୁରା ପରିବାର ସହିତ ଆସି ହାଜର l ବଡ ପୁଅର ପିଲା ମାନେ ବଡ ବଡ ହେଇ ଗଲେଣି ହଷ୍ଟେଲ୍ ରେ ରହି ପାଠ ପଢନ୍ତି l କିନ୍ତୁ ସାନ ପୁଅର ପିଲା ମାନେ ଛୋଟ l ଜଣକୁ ଆଠ ଆର ଜଣକୁ ଚାରି l ତାର ଏଠିକି ଏପରି ହଠାତ୍ ଆସିବାର ଉଦେଶ୍ୟ ବି ସେଇ ଏକା l

ବାପ ମା ସେମାନେ ପାଟି ବନ୍ଦ କରି ସେମାନଙ୍କୁ ବି ସ୍ବାଗତ କଲେ ସତ l କିନ୍ତୁ ସହଜରେ ଏ ସବୁ ହଜମ୍ କରି ହେଉନଥାଏ l ସାନ ପୁଅ ବି ସେମିତି ସପ୍ତାହେ ରହି ସ୍ତ୍ରୀ ପିଲା ମାନଙ୍କୁ ଛାଡ଼ି ଦେଇ ଗଲା ଆଉ କହିଗଲା ସେମାନେ ସବୁ ଏଇଠି ରହି ତମ ମାନଙ୍କ କଥା ବୁଝିବେ l ପିଲା ମାନେ ବି ଏଇ ସ୍ଥାନୀୟ ସ୍କୁଲରେ ପାଠ ପଢିବେ l ଆଶ୍ଚର୍ଯ୍ୟ ଲାଗିଲାନି ଏ କଥା ଶୁଣି କିନ୍ତୁ ପିଲା ମାନଙ୍କ ଏ ଚାଲବାଜି ସହିବାର ସୀମା ଟପିଗଲା l ଟିକେ ଅଧିକ ବି ହୋଇଗଲା l ସଂସାରକୁ ଦେଖି ଦେଖି ଜୀବନର ଶେଷ ପାହାଞ୍ଚରେ ସେମାନେ ଏଇ ଛୋଟିଆ କଥା କଣ ସେ ବୁଝି ପାରିବେନି l

ଝିଅ ଜୋଇଁ ମାନେ ବି ଆଗ ଅପେକ୍ଷା ବେଶୀ ବେଶୀ ଆସୁଚନ୍ତି ଓ ଅଧିକ ଦିନ ରହିକରି ଯାଉଛନ୍ତି l ନିଜ ନିଜ ଭିତରେ ସ୍ନେହ ଶ୍ରଧା ଥଟା ପରିହାସ ବି ବେଶ୍ ଜୋରସୋର୍ ଚାଲିଚି l ଘରର ବାତାବରଣରେ ଆନନ୍ଦର ଲହରୀ, ଏତେ ବର୍ଷ ପରେ ବେଶ୍ ସାବଲିଳ ଭାବେ ଖେଳି ଚାଲିଛି l କିନ୍ତୁ ଜଗମୋହନ ବାବୁ ସବୁବେଳେ ଏକ ବଡ ଝଡର ଆଶଙ୍କା ମନ ଭିତରେ ଅନୁଭବ କରୁଛନ୍ତି l

ଗତ ଦଶ ବର୍ଷ ହେବ ସେ ସ୍ବାମୀ ସ୍ତ୍ରୀ ଏକାକୀ ରହୁଥିଲେ l ଝିଅ ଦି ଜଣ ବର୍ଷକୁ ଥରେ ଆସି ବୁଲି ଦେଇ ଯାନ୍ତି କିନ୍ତୁ ସାନ ପୁଅ ଦୁଇ ବା ତିନି ବର୍ଷରେ ଥରେ ସେ ବି ମାତ୍ର ଦୁଇ ଦିନ ପାଇଁ l ସେମାନଙ୍କର କେବେ ବି ଛୁଟି ନଥାଏ l ଆଜି ହଠାତ୍ ବାପ ମା'ଙ୍କ ପାଇଁ ଛୁଟି ତ ଛୁଟି ପୁଣି ସ୍ତ୍ରୀ ପିଲା ଛୁଆଙ୍କ ମୋହରୁ ବି ଓହୋରି ଯାଇଛନ୍ତି l

ବୋହୁ ଝିଅ ନାତି ନାତୁଣୀ ରହୁ ରହୁ ତିନି ମାସ ରହି ଗଲେଣି ଆଉ ସେମାନଙ୍କୁ ସମ୍ଭାଳିବା ସେମାନଙ୍କ ଶକ୍ତିର ବାହାରେ | ସ୍ତ୍ରୀ ବିମଳା ବି ଅତିଷ୍ଠ ହୋଇଗଲେଣି l ପ୍ରଥମେ ପ୍ରଥମେ ବୋହୁ ମାନଙ୍କ ଗୋଡ ହାତ ଘଷା ପାଇ ବେଶ୍ ଖୁସି ହୋଇ ଯାଉଥିଲେ l ଜଗମୋହନ ବାବୁଙ୍କ କଥାକୁ ଆଡ଼େଇ ଦେଇ ଯାଉଥିଲେ l

ଏବେ ବୋହୁ ଆଉ ଝିଅ ମାନଙ୍କ ଭିତରେ ମଝିରେ ମଝିରେ ଖିଟ୍ ମିଟ୍ ଲାଗିବା ଦ୍ବାରା ଘରର ବାତା ବରଣ ଦୁଷିତ ହେବାରେ ଲାଗିଛି l ସେମାନେ ଯେତେ ଲୁଚେଇ ରଖିବାକୁ ଚେଷ୍ଟା କଲେ ବି ତାହା ବାହାରକୁ ଫୁଟି ଦିଶୁଛି l ଆଉ ନୁହେଁ କିଛି ଗୋଟେ ସମାଧାନ କରିବାକୁ ହେବ l ଜଗମୋହନ ବାବୁ ଦିନ ରାତି ଚିନ୍ତା କଲେ ସାପ ମରିବ କିନ୍ତୁ ବାଡି ଭାଙ୍ଗିବ ନାହିଁ l ସେହିପରି ସମାଧାନର ବାଟ ଖୋଜିବା ଦରକାର l

ତା ପର ମାସରେ ଯେତେବେଳେ ଦୁଇ ପୁଅ ଘରକୁ ଆସିଲେ ସେତେବେଳେ ଜଗମୋହନ ବାବୁ ଦିନେ ରାତ୍ରୀ ଭୋଜନ ପରେ ସମସ୍ତକୁ ଏକାଠି ଡକେଇ କିଛି କହିବେ ବୋଲି ଚାହିଁଲେ l ସମସ୍ତେ ଖୁସିରେ ଆସି ତାଙ୍କ ପାଖକୁ ଲାଗି ବସିଗଲେ l

ବାପାଙ୍କ ପଚାଶ ଲକ୍ଷ ଟଙ୍କାର ଲଟେରୀ ଉଠିଥିବାର ଖବର ସେମାନେ ଖବର କାଗଜରୁ ପଢିଥିଲେ l କିନ୍ତୁ ବାପାଙ୍କ ମୁହଁରୁ ଶୁଣି ନଥିଲେ l ତେଣୁ ବାପାଙ୍କୁ ସେଥିରୁ କିଛି ମାଗିବାକୁ ସାହସ କରି ପାରୁ ନଥିଲେ l ବାପାଙ୍କ ସହିତ ସେପରି ବିଶେଷ ଭଲ ସମ୍ପର୍କ ସେମାନେ ରଖି ପାରି ନାହାଁନ୍ତି କିଛି ବର୍ଷ ହେଲାଣି l ବଞ୍ଚିବାର ସଂଘର୍ଷ ଆଉ ଜାଗତିକ କାମନାରେ ବାନ୍ଧି ହୋଇ l

ସମସ୍ତେ ଖୁସି ଯେ ବାପା ସେ ଟଙ୍କାକୁ ଆଜି ସମସ୍ତଙ୍କ ମଧ୍ୟରେ ବାଣ୍ଟି ବାକୁ ଯାଉଛନ୍ତି l ଭଲ କଥା ତାଙ୍କ ଆଡୁ ଏ ସବୁର ବଣ୍ଟନ କାମ ହେଇଗଲେ ସେମାନଙ୍କୁ ମୁହଁ ଖୋଲି କିଛି କହିବାକୁ ଆଉ ପଡିବନି l

ଜଗମୋହନ ବାବୁ କଥା ଆରମ୍ଭ କଲେ, “ଛମାସ ତଳେ ମୁଁ ଗୋଟେ ଲଟେରୀ ଟିକେଟ୍ କିଣିଥିଲି ଓ ପଚାଶ ଲକ୍ଷ ଟଂକାର ଲଟେରୀ ଜିତି ଥିଲି l ସମସ୍ତେ ତାଳି ମାରିଲେ ସତେକି ଯେପରି ଏ ଖବର ସେମାନେ କେହି ଜାଣି ନଥିଲେ l ଏବେ ଶୁଣିଲେ l

ଯେହେତୁ ସେ ଟଂକା ଆମର ନୁହେଁ ତେଣୁ ମୁଁ କାହା ସହିତ ପରାମର୍ଶ ନକରି ସେଥିରୁ ଦଶ ଲକ୍ଷ ଟଙ୍କା ସ୍ଥାନିୟ ହସ୍ପିଟାଲକୁ, ଦଶ ଲକ୍ଷ ସ୍ଥା|ନିୟ ବାଳିକା ବିଦ୍ୟାଳୟକୁ , ଦଶ ଲକ୍ଷ ଅନାଥ ଆଶ୍ରମକୁ ଆଉ ଦଶ ଲକ୍ଷ ସ୍ଥାନିୟ ମନ୍ଦିର ମାନଙ୍କୁ ଦାନ କରି ଦେଇଛି l ପାଖରେ ମାତ୍ର ଦଶ ଲକ୍ଷ ଟଙ୍କା ରଖିଛି l ଆମ ଭବିଷ୍ୟତ ପାଇଁ l ସେଥିରୁ ସମସ୍ତଙ୍କୁ ଲକ୍ଷେ ଲେଖା ଟଂକା ଦବାକୁ ମୁଁ ଚାହେଁ କାରଣ କେତେବେଳେ କୋଉ କଥା l ଅମେ ଆଖି ବୁଜିବା ପୁର୍ବରୁ ଏ ସବୁର ଭାଗ ହୋଇଯିବା ଭଲ ।

ଜଣେ ଓକିଲ ସାଂଗକୁ କିଛି ଟଂକା ଦେଇ ଆଣିଥିବା, ଦାନର ନକଲି କାଗଜ ପତ୍ରର ରେକର୍ଡ ସମସ୍ତଙ୍କୁ ଦେଖେଇଲେ l ସମସ୍ତେ ଆବାକରେ ପରସ୍ପରର ମୁହଁକୁ ଚାହିଁ ରହିଲେ କେବଳ l

ଯେମିତି ସେମିତିରେ ସେଦିନ ରାତି ପାହିଲା l ଦୁଇଦିନ ପରେ ସାନ ପୁଅ କହିଲା ତା ପିଲା ମାନଙ୍କର ଏଠି ଭଲ ପଢା ପଢି ହୋଇ ପାରୁନି ସେ ସେମାନଙ୍କୁ ନବାକୁ ଆସିଥିଲେ ଏବଂ କାଲି ନେଇ ଫେରିଯିବେ l ସାନ ପୁଅ ଚାଲିଯିବାର ସପ୍ତାହକ ପରେ ବଡ ବୋହୁ ବି ତା ପିଲା ମାନଙ୍କର ବଡ ଦିନ ଛୁଟି ଆସୁଛି ସେମାନେ ଘରକୁ ଆସିବେ ବାହାନା କରି ସେ ବି ଚାଲି ଗଲା l

ରାଗ ଆଉ ଅଭିମାନରେ ପୁଅ ଦି ଜଣ ସେ ଲକ୍ଷେ ଟଙ୍କାକୁ ବି ଗ୍ରହଣ ନକରି ଫେରିଗଲେ l ପରେ ପରେ ଝିଅ ଦୁଇ ଜଣ ବି ଗଲେ କିନ୍ତୁ ତାଙ୍କ ଭାଗ ଲକ୍ଷେ ଟଙ୍କା ନେଇକରି ଗଲେ l ଏମିତିରେ ବି ତାଙ୍କୁ କୋଉ ଭାଗ ମିଲିଥାନ୍ତା ବାପା ସମ୍ପତିରୁ ଯେ l ବାପା ମା ଗଲା ପରେ ଭାଇ ମାନେ ସବୁ ନେଇଥାନ୍ତେ l ଯେତିକି ମିଳିଲା ସେତିକି ଲାଭ l

ପୂର୍ବର ଶାନ୍ତି ଘରକୁ ଫେରି ଆସିଲା l ପୁଅ ବୋହୁଙ୍କର ହଠାତ୍ ଏ ଅହେତୁକ ସ୍ନେହ ଶ୍ରଦ୍ଧା ସେମାନେ ଜାଣିଥିଲେ ବି ମୁହଁରେ କହି ଅପ୍ରିତିକର ପରିବେଶ ସୃଷ୍ଟି କରିବାକୁ ଚାହୁଁ ନଥିଲେ l ତେଣୁ ଏହିପରି ଭାବେ ସମାଧାନ କରିବାକୁ ହେଲା । ସେମାନେ ମଲା ପରେ ପିଲାମାନେ ଯାହା କରିବେ କରନ୍ତୁ l କିନ୍ତୁ ବଞ୍ଚିଥିବା ଅବସ୍ଥାରେ ସବୁ ଟଂକା ତାଙ୍କୁ ଧରେଇ ଦେଇ ସେମାନଙ୍କ ଦ୍ବାରସ୍ଥ ହେବେ ନାହିଁ l ନିଜ ଇଚ୍ଛା ନିଜ ଖୁସିରେ ବଞ୍ଚିବାରେ ଯେଉଁ ଆନନ୍ଦ, ଆଉ କୋଉ ଥିରେ ନାହିଁ l

ଏ ବୟସରେ ଏତେ ବଡ ମିଛ କହିଥିବା ହେତୁ ଯେଉଁ ଅପରାଧ ବୋଧ ମନରେ ସୃଷ୍ଟି ହେଲା ସେଥିପାଇଁ ଯାଇ ହସ୍ପିଟାଲ୍, ସ୍କୁଲ୍, ଅନାଥ ଆଶ୍ରମ ଓ ମନ୍ଦିର ମାନଙ୍କରେ କିଛି କିଛି ଟଙ୍କା ସର୍ବନିମ୍ନ ଯେତିକି ଦେଇହେବ ଦାନ କରିଦେଇ ଆସିଥିଲେ l ଟଂକାର ଶକ୍ତି ବିଷୟରେ ତାଙ୍କୁ ବେଶ୍ ଜଣା l ସମସ୍ତଙ୍କୁ ଆପଣାର କରିବା ପାଇଁ ତାକୁ ଯେତିକି ମିନିଟ ସମୟ ଲାଗେ ପର କରି ଦେବାକୁ ବି ସେତିକି ମିନିଟ୍ ଲାଗେ l


ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା

******************************


Rate this content
Log in

Similar oriya story from Drama