Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ମାଂସ - ୩

ମାଂସ - ୩

6 mins
7.5K


ସେ ସେଇ ଲୋକଟିର ପାଖରେ ପହଞ୍ଚିବା ମାତ୍ରେ ମାଇକ୍ରୋଫୋନ୍ ପୁଣି ଚିତ୍କାର କରିଉଠିଲା ।ସେଇଟା କହୁଥିଲା ଯେ ଦୁଇଟି ଢ଼ାଳ ଭିତରେ ଦୁଇ ପ୍ରକାର ପାଣି ଅଛି, ଗୋଟିଏ ସେଥିରୁ ଲାଲ ପାଣି ଓ ଅନ୍ୟଟି ସଫା ପାଣି । ଆଉ ଅଳ୍ପ ସମୟ ଭିତରେ ଆପଣ ମାନେ ଦେଖି ପାରିବେ ଯେ, ଆମ ସର୍କସର ଜୋକରଟି ତା ହାତରେ ଧରିଥିବା ଢ଼ାଳରୁ ପ୍ରଥମେ ସଫା ପାଣି ପକାଇବ । ସଫା ପାଣି ପକାଇବା ମାତ୍ରେ ଆପଣ ମାନଙ୍କ ଆଗରେ ଶୋଇ ରହିଥିବା ଲୋକଟି, ଚେଇଁ ଉଠିବ । କେବଳ ସେତିକି ନୁହେଁ । ସେ ଉଠିବା ପରେ ଆପଣମାନେ ଆପଣ ମାନଙ୍କର ସେଇ ନର ରାକ୍ଷସକୁ ଦେଖିବାକୁ ପାଇବେ । କିନ୍ତୁ ସାବଧାନ, ଆପଣ ମାନେ କେହି ବି ତାର ପାଖକୁ ଯିବେ ନାହିଁ କାରଣ ସେ ମଣିଷ ବି ଖାଇ ଦେଇପାରେ ।ସେଥିପାଇଁ ଆପଣମାନେ ତାକୁ ବନ୍ଧା ହୋଇଥିବା ଦଇଡ଼ିଟିକୁ ଖୁବ୍ ଶକ୍ତ ଭାବରେ ଧରନ୍ତୁ । କିନୁ ବିଶ୍ୱାସ କରନ୍ତୁ ତା ଦେହରେ ଥିବା ଶକ୍ତି ଅସମ୍ଭବ । ସେ ଆପଣମାନଙ୍କୁ, ଏକାସାଙ୍ଗରେ ଟାଣି ଭିଡ଼ି ବି ଦେଇପାରେ ।

ମାଇକ୍ରୋଫୋନ୍ ର ଶବ୍ଦ ଯେତିକି ତରଙ୍ଗ କରୁ ଥିଲା ତାଠାରୁ ବେଶୀ ସୃଷ୍ଟି କରୁଥିଲା ଦର୍ଶକଙ୍କ ଭିତରେ ଶହରଣର ଜୂଆର । ମନେ ହେଉଥିଲା ଯେମିତି ଗପ ମାନଙ୍କ ଭିତରୁ ରାକ୍ଷସ ଗୋଟିଏ ବାହରି ଆସୁଛି,ଆଉ ମୋତେ ତା ସହିତ ଯୁଦ୍ଧ କରିବାକୁ ହେବ ।ସତେ ଯେମିତି ଆମେ ସବୁ ସେଇ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଇସାରିଛୁ!

ସେଇ ଦଉଡ଼ି ଟି ଧରିବା ପାଇଁ ଆମ ଭିତରେ ବି ଠେଲା ପେଲା କିଛି ସମୟ ପାଇଁ ଆରମ୍ଭ ହୋଇଗଲା । ଜଣ ଜଣ କରି ସମସ୍ତ ଦର୍ଶକ ସେଇ ନର ରାକ୍ଷସ ସହିତ ବଳ କଷିବାକୁ ଯାଇ ଦଇଡ଼ିଟିକୁ ଦୁଇ ପାଖରୁ ଯେତେ ଶକ୍ତି ନିଜ ଭିତରେ ଥାଇପାରେ, ଲଗେଇ ରାକ୍ଷସ ସହିତ ବଳ କଷିବାକୁ ତିଆର ହୋଇ ରହିଲେ ।

ଏତିକି ବେଳେ, ସେଇ ଜୋକରଟି ଧରିଥିବା ଢ଼ାଳରୁ ସଫା ପାଣି, ଯଥା ସମ୍ଭବ ନିଜକୁ ଦୁରେଇ ରଖି, ଫିଙ୍ଗିଲା ଏବଂ ଆର ହାତରେ ଅନ୍ୟ ଢ଼ାଳଟି ଧରି , ପାଣି ଫିଙ୍ଗିବା ମାତ୍ରେ, ଦର୍ଶକ ମାନଙ୍କ ଭିତରକୁ ଡ଼େଇଁ ପଶିଗଲା ।ଦେଖିଲେ ଲାଗୁଥିଲ ଯେ ସେ ଭୟଭୀତ ହୋଇ ସେମିତି କଲା ।

ଶେଷରେ ସେ ଉଠିଲା । ଏପାଖ ସେପାଖ ·ହେଲା ।

ତାପରେ ଉଠି ଠିଆହେଲା । ସେହି ସମୟରେ ମାଇକ୍ରୋଫୋନ୍ ରୁ ସ୍ୱର ଶୁଭୁଥିଲା ।ଯେ ବର୍ତ୍ତମାନ ଆପଣ ମାନେ ଯାହାକୁ ଦେଖୁଛନ୍ତି ସେ ମଣିଷ ନୁହେଁ । ନର ରାକ୍ଷସ । ତାକୁ ଏବେ ଭୋକ କରୁଛି ଏବଂ ସେ ଖାଇବ । ଏତକ କହିବା ବେଳେ ସର୍କସର ପରିଧି ଭିତରକୁ ଆସି ସାରିଥିଲା, ଆଉ ଗୋଟିଏ ଜୋକର ହାତରେ ଦୁଇ ତିନିଟା ଜିଅନ୍ତା କୁକୁଡ଼ା ଧରିଥିଲା । ସେ କୁକୁଡ଼ା ଟିଏ ଫୋପାଡି଼ ଦେଲା ସେଇ ଖାଦକଟି ଉପରକୁ ।

ଖାଦକ ଟି କୁକୁଡ଼ା ପାଖରେ ପହଞ୍ଚିବା ମାତ୍ରେ, ତାକୁ ଭିଡ଼ିଆଣି ଗୋଟାସୁଧା କଞ୍ଚା ଖାଇଗଲା ।ସେ ଖାଇଲା ବେଳେ ବଡ଼ ବିଭତ୍ସ ଦିଶୁଥିଲ । କିନ୍ତୁ ସେତେବେଳ ଯାଏଁ ତା ବଳ ପ୍ରତି ଆମେ କେହି ଧ୍ୟାନ ଦେଇନଥିଲୁ ।ସେ ପ୍ରଥମ କୁକଡ଼ା ଖାଇସାରି ଯେତେବେଳେ ଆଉ ଗୋଟିଏ କୁକୁଡ଼ା ଆଡ଼କୁ ଅନାଇଲା ସେତେବେଳକୁ ସେ ବଡ଼ ବିଭତ୍ସ ଓ ଭୟଙ୍କର ଦିଶିବାକୁ ଆରମ୍ଭ କରିଦେଇଥିଲା । ଓଠ ଯାକ ରକ୍ତ ଭର୍ତ୍ତି, ଦେହ ସାରା ରକ୍ତର ଛିଟା ।ସେ ଆମ ଆଗରେ ଆଗ କୁକୁଡା଼ ଟିକୁ ପର ସହିତ ବି ଖାଇ ଯାଇଥିଲ ।

ତାପରେ ସେ ଦ୍ୱତୀୟ କୁକୁଡ଼ା ପାଇଁ ହାତ ବଢ଼େଇଲା । ସେତେବେଳେ କୁକଡ଼ା ଧରିଥିବା ଜୋକର ଜଣକ ତା ପାଇଁ କେତେଖଣ୍ଡେ ପଛକୁ ଘୁଞ୍ଚିଗଲା । ସେ କିନ୍ତୁ କୁକୁଡ଼ା ପାଇଁ ଯେଉଁ କେତେପାଦ ଆଗକୁ ପକାଇଲା ସେତକ ଆମ ପାଇଁ କଷ୍ଟକର ହେଲା । କାରଣ ସେ ଆମ ସମସ୍ତଙ୍କୁ ସେଇ କେଇ ପାଦ ଆରାମରେ ଘେଷାଡି଼ ନେଲା ।

ଆମେ ସେତେବେଳେ କେହି ତାର ବଳ ପ୍ରତି ଧ୍ୟାନ ନଦେଇ ତାକୂ ନୁଆ ଜୀବ ଭଳି ଦେଖୁଥିଲୁ, ଜିଜ୍ଞାସା ନେଇ ।କିନ୍ତୁ ହଠାତ୍ ଯେତେବେଳେ ସେ ଆମ ମାନଙ୍କୁ ଭିଡ଼ିବାକୁ ଆରମ୍ଭ କଲା ସେତେବେଳ ଆମେ ସମସ୍ତେ ଏକା ସଙ୍ଗରେ ତାର ଶକତି ପ୍ରତି ଧ୍ୟାନ ଦେଲୁ । ସେ ଆମକୁ ଦୁଇ ପାଖରୁ ଘେଷାରି ନେଇଥିଲା ।ତା ସହ ବଳ କଷିବାକୁ ଯାଇ ବି ଆମେ ତାକୁ ଦୁଇ ପାଖରୁ ନିଜ ନିଜର ସମସ୍ତ ଶକ୍ତି ଦେଇ ଟାଣୁଥିଲୁ ଓ ସେ ଆମକୁ ଘେଷାରି ନେଉଥିଲା । ବେଶ୍ କିଛି ସମୟ ଧରି ତା ସହିତ ଆମର ଟଣା ଓଟରା ଚାଲିଲାବେଳେ ଠିଆ ହୋଇଥିବା ଜୋକରଟି ଆଉଗୋଟିଏ କୁକୁଡ଼ା ତା ଦିଗକୁ ଫିଙ୍ଗ ଦେଲା ।

କୁକୁଡ଼ା ଟି ତା ତାହ ପାଖରେ ପହଞ୍ଚିବା ମାତ୍ରେ ସେ କୁକୁଡ଼ା ଟାକୁ ବହୂ ବର୍ଷ ଦରି କ୍ଷୁଧାର୍ତ୍ତ ଥିବା ପଶୁଟିଏ ପରି, ଛଟପଟ ହେଉଥିବା କୁକଡ଼ା ଟିକୁ କଞ୍ଚା ଖାଇଲା ।ସେ ଖାଉଥିବା ସମୟରେ ଆମେ ସବୁ କିଛି ସମୟ ପାଇଁ ନିଜକୁ ହାଲକା ଅନୁଭବ କଲୁ । କିନ୍ତୁ ତାକୁ କୁକଡ଼ା ଖାଇବାକୁ ବେଶୀ ସମୟ ନେଲାନାହିଁ । ଖାଇ ଦେଇ ସେ ପୁଣି ଆର କୁକଡ଼ା ଆଡ଼କୁ ଚାହିଁ ଆମକୁ ଘେଷାରିବାକୁ ଲଗିଲା ।ଗୋଟିଏ କଥା ଆମେ କେହି ବି ବଝିପାରୁନଥିଲୁ ଯେ ସେ ଲୋକଟା ପାଖରେ ଏତେ ବଳ ଆସିଲା କେଉଁଠୁ? ଦେଖିବାକୁ ପତଳା ଧେଡ଼ିଆ ଚେହେରାର ଲୋକଟା ଦେହରେ ଯେ ଏତେ ବଳ ଲୁଚି ଥାଇ ପାରେ, ସେଇଟା ସେହିଦିନ ହିଁ ଆମେ ଅବିଷ୍କାର କଲୁ ।

ସେ ଆମ ମାନଙ୍କୁ ଘୋଷାରି ନେଉଥିଲା ଅତି ଅକ୍ଳେଶରେ । ତାଶକ୍ତି ରେ କେହିକେହି କ·ଡ଼ି ହୋଇ ପଡ଼ୁଥିଲେ । ଆଉ କେହିକେହି ନିଜର ସବୁ ଶକ୍ତି ଦେଇ ଟାଣି ଓଟାରି ହୋଇ ରହୁଥିଲେ ବି ତା ଶକ୍ତି ଆଗରେ ପାରୁନଥିଲେ । କିନ୍ତୁ ସେଇ ଟଣା ଓଟରା ଭିତରେ ଆମକୁ ଖେଳଟିଏ ମିଳି ଯାଇଥିଲା ଆମେ ସେଥିରୁ ଅଶେଷ ଆନନ୍ଦ ଉପଭୋଗ କରୁଥିଲୁ ସେଇସମୟରେ ।ସେ ଖେଳ ସେମିତି କିଛି ସମୟ ·ଲିଲା ।ଶେଷ ରେ ସେ ସେଇ ଶେଷ କୁକୁଡ଼ଟା ବି ଖାଇଗଲା ।

ସେ ଖାଉଥିବା ବେଳେ ସେ ପାଣି ଢ଼ାଳ ଧରିଥିବା ଜୋକର ଟି ତାଉପରେ ଅନ୍ୟ ଢ଼ାଳ ର ପାଣି ଛାଟି ଦେଲା ।ଏବଂ ପାଣିପଡ଼ିବା ର କିଛି ସମୟ ଭିତରେ ସେଇ ରାକ୍ଷସ ରୂପି ମାନବ ଟି ଶୋଇ ପଡ଼ିଲା । ଶୋଇପଡ଼ିବା ପରେ ସେମାନେ ତାକୁ ଯେମିତି ଆଣିିଥିଲେ ସେମିତି ନେଇଗଲେ ତମ୍ବୁ ଭିତରକୁ । ତାପରେ ସର୍କସ ର ଶେଷ ଘୋଷଣା । ଦର୍ଶକ ମାନେ ସେତେବେଳକୁ ଜଣ ଜଣ ହୋଇ ବାହାରକୁ ବାହାରିବା ଆମ୍ଭ କରିଦେଇଥିଲେ । ଆମେ ବି ବାହାରି ଆସିଲୁ , ସେମାନଙ୍କ ସହିତ ।

ବାହରେ ଆସିଲା ପରେ ବି ଆମ ଭିତରୁ କେହି କେହି ସର୍କସ ଭିତରର ସେଇ ମୁହୂର୍ତ୍ତ ଭିତରେ ରହିଯାଇଥିଲେ ।

ସେମାନେ ସେି ଭିତରୁ କେତେଗୁଡ଼ିଏ ମୁହୁର୍ତ୍ତ ନେଇ ଆସିଥିଲେ ।ଏବଂ ବାତାବରଣକୁ ଗମ୍ଭୀର କରିଦେଇଥିଲେ ।ବେଶ୍ କିଛି ସମୟ ଧରି ପ୍ରଥମେ କେହି କିଛି କଥାବାର୍ତ୍ତା ବି ହେଇ ପାରିଲେନି । କିନ୍ତୁ ପରେ ଧୀରେ ଧୀରେ ସେଇ ନର ରାକ୍ଷସକୁ, ତାର ଭିନ୍ନ ଭିନ୍ନ ରୁପକୁ ନେଇ ସାଧାରଣ ଚର୍ଚ୍ଚା ଭିତରେ ସମସ୍ତେ ଫେରି ଆସଥିଲେ ନିଜ ସ୍କୁଲକୁ ।ସେମାନେ ସମସ୍ତଙ୍କ ଭିତରେ ଗୋଟିଏ ମାତ୍ର୍ର ଉତ୍ତର କିନ୍ତୁ ଆଦୌ ମିଳୁନଥିଲା ଯେ ସେ ଲୋକଟା କୁକୁଡ଼ାଟିକୁ କଞ୍ଚା ଖାଇଗଲା କେମିତି! କେହିକେହି ତାକୁ ଲୋକଟାର ଅଭ୍ୟାସ କିମ୍ବା କୌଶଳ ବୋଲି ବି ସହଜରେ ଇଡ଼େଇ ବାକୁ ଚେଷ୍ଟା କରୁଥିଲେ ବି ଆଉ ଗୋଟିଏ ପ୍ରଶ୍ନରେ ଚୁପ୍ ହୋଇଯାଉଥିଲେ । ଯେ ଏକାସାଙ୍ଗରେ ସେ ଏତେ ଗୁଡ଼ିଏ ମଣିଷଙ୍କୁ ସେ ଭିଡ଼ି କେମିତି ପାରିଲା? ହୁଏତ ସେ ସତକୁ ସତ ଗୋଟିଏ ନରରାକ୍ଷସ ହିଁ ଥିଲା ।

ହୁଏତ ସେଇ କାରଣରୁ ମୁଁ ଲୋକଟିକୁ ବହୁତ ଦିନ ଧରି ଭୁଲିପାରିନଥିଲି । ମୋ ଭିତରେ ସେ କେମିତି କେଜାଣି ଜଣେ ଶକ୍ତିଶାଳୀ ବ୍ୟକ୍ତିତ୍ୱ ହୋଇ ରହି ଯାଇଥିଲା ।ଯାହାକୁ ସାରା ଜୀବନ ନିଜ ଭିତରୁ କେବେ ବି ଅଲଗା କରିପାରିନଥିଲି ।ମୋର ଧାରଣା ହୋଇଯାଇଥିଲା ଯେମିତି ପୁରୁଷ ମାନେ ଏମିତି ହିଁ ଭୟଙ୍କର ହେବା ଉଚିତ ।

ସେଇ ପୁରୁଷ ଟିକୁ ମୁଁ ନିଜ ଭିତରକୁ ନେବାକୁ ଅନେକ ଥର ଭାବିଛି ।ହେଲେ ପାରିନାହିଁ ।କିନ୍ତୁ ଦିନେ ମୋତେ ସେମିତି ହେବାକୁ ପଡ଼ିବ ବୋଲି ଭାବିବାକୁ ବାଧ୍ୟ ହେଲି । କାରଣ କୁନି ପାଇଁ ମୁଁ ଆଉ କିଛି ହେବାର ବି ନଥିଲା । ସେତେବେଳ କୁନିକୁ ମୋତେ ଭଲପାଇବାର ଥିଲାକିନ୍ତୁ କୁନି ଆଖିକୁ ଦେଖାଯବା ପରି ସେମିତି କିଛି ଖାସ୍ ପୌରୁଷ ଟିଏ ମୋ ଭିତରେ ନଥିଲା ।ମୋର ପତଳା ଆଉ କ୍ଷୀଣ ଦେହ ପାଇଁ କୁନି ମୋତେ ସବୁବେଳେ ଥଟ୍ଟାକରୁଥିଲା ।ଖାଲି କୁନି ନୁହେଁ ମୋର ଅନ୍ୟ ସାଙ୍ଗମାନେ ବି ମୋତ ସେମତି ବ୍ୟବହାର କରୁଥିଲେ ।କିନ୍ତୁ ସେସବୁ ମୋ ପାଇଁ କିଛି ଚିନ୍ତାର କାରଣ ନଥିଲାମୋ ପାଇଁ ସେଇ ନର ଖାଦକର ଶକ୍ତି ଆଣିବାର ଗୋଟେ ବିଶେଷ କାରଣ ଥିଲା ।ମୋତେ ଗୋଟିଏ ଟୋକାକୁ ହରେଇବାର ଥିଲା ।

ସେତେବେଳ ଚିତ୍ତ ବୋଲି ଗୋଟିଏ ଟୋକା ଆମ ଘର ପାଖରେ ରହୁଥିଲା । ସୟସ ରେ ସେ ମୋର ସମସାମୟୀକ ହେଲେବି ମୋଠାରୁ ଦେଖିବାକୁ ଟିକିଏ ବଡ଼ ଚେହେରାର ଶକ୍ତିଶାଳୀ ଟୋକା ଥିଲା ସେ ।ସେମୋତେ ସବୁବେଳେ ନ୍ୟୁନ କରି ଦେଖୁଥିଲା ଓ ସହିପାରୁନଥିଲା ।ମୁଁ ବି ତାକୁ ଦେଖିଲେ ବିରକ୍ତ ହେଉଥିଲି କାରଣ ସେମିତି କିଛି ଖାସ୍ ନଥିଲେ ବି ତା ଚେହେରା ମୋ ପାଇଁ ସବୁବେଳେ ବିରକ୍ତିକର ଥିଲା । ମୁଁ ତାକୁ ସହିପାରୁନଥିଲି ।କେବଳ ସେତିକି ନୁହେଁ କେତେବେଳେ ଯଦି କେମିତି ଆମ ଦୁହିଁଙ୍କର ଭେଟ ହୋଇଯାଉଥିଲା, ଆମେ ପରସ୍ପର ଉପରେ ରାଗିଯାଉଥିଲୁ କିନ୍ତୁ ସେ ରାଗ ବି ଆମ ପଖେ ସମ୍ଭାଳି ବାକୁ ଅସମ୍ଭବ ହୋଇନଥାନ୍ତା ଯଦି ଆମ ଦୁହିଁଙ୍କ ଭିତରେ କୁନି ଆସିନଥାନ୍ତା ।

ଚିତ୍ତ ଆଉ କୁନି ଦୁହିଙ୍କର ଘର ମୋ ଘର ପାଖାପାଖି ହୋଇଥିବାରୁ ଆମେ ପରସ୍ପପରକୁ ଭଲଭାବେ ଜାଣିଥିଲୁ । ସେହି କାରଣରୁ ବୋଧହୁଏ ତାର ବି କୁନିପ୍ରତି ଟିକିଏ ଦୁର୍ବଳତା ଥିଲା ।ଚିତ୍ତର ଘର କୁନିର ଘରର ଅତି ପାଖରେ ଥିଲା ବୋଲି ସେ କୁନିକୁ ମୋଠାରୁ ବେଶୀ ଭଲଭାବରେ ଦେଖୁଥିଲା ।ହୁଏତ ସେହି କାରଣରୁ ସେ ମୋର କୁନି ସହିତ ମିଳାମିଶାକୁ ପସନ୍ଦ କରି ପାରୁନଥିଲା କିନ୍ତୁ କୁନିର ପରିବାର ଓ ମୋ ପରବାର ଭିତରେ ଉତ୍ତମ ସମ୍ପର୍କ ଥିବାରୁ ମୁଁ ବି କୁନିକୁ ନିଜର ଦାୟିତ୍ୱର ପରିସର ଅର୍ନ୍ତଭୁକ୍ତ କରିପକେଇଥିଲି ।ସେଥିପାଇଁ ବି ଚିତ୍ତ ଓ ତାପରି ଆଉ କାହାରିକୁ କୁନି ଉପରେ ଦୃଷ୍ଟିପାତ କରୁଥିବା ମୁଁ ସହିପାରୁନଥିଲି ।

କିନ୍ତୁ ନିଜର ଶରୀର ହେତୁ ହୋଇଥିବା ମାନସିକ ଦର୍ବଳତା ଯୋଗୁଁ ମୁଁ କାହାକୁ ପାଟି ଫିଟେଇ କଛି ଉଚ୍ଚାରଣ କରିବ ଅବସ୍ଥାରେ ବି ନଥିଲି ।


Rate this content
Log in

Similar oriya story from Classics