Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ହଜିଗଲା ସ୍ମ୍ରୁତି ପାଇଁ
ହଜିଗଲା ସ୍ମ୍ରୁତି ପାଇଁ
★★★★★

© Sasmita Das

Abstract

2 Minutes   7.1K    18


Content Ranking

ସ୍ମ୍ରୁତି ଲୋ !

କାହିଁକି କେଜାଣି ତୁ ଆଜି ମୋର ଵେଶୀ ମନେ ପଡୁଛୁ, ତୋତେ ମୁଁ ଖୋଜୁଛି ଚାରିଆଡେ ଜନଗହଳି ଭିତରେ, ନିଶୂନ ରାତିର ଜହ୍ନର ଛାଇ ଆଲୁଅରେ ଆଉ ପାହାତିଂଆ ସପନରେ .ଯେତେ ଖୋଜିଲେ ଵି ପାଉନି ତୋତେ.ସଵୁଠି ଖାଲି ତୋରି ମୁଁହ ଦିଶିଯାଉଛି,ତୋର ସେଇ ଶୃତିମଧୁର କଥା କାନରେ ଖାଲି ପ୍ରତିଧ୍ୱନିତ ହେଉଛି. ତୁ କାହିଁକି ଏମିତି ଏକୁଟିଆ କରିଦେିଇ ଚାଲିଗଲୁ?

ଦେଖ୍ ତୋ ଵିନା ମୁଁ କେମିତି ପଂଗୁ ପାଲଟି ଯାଇଛି! ମୋ ଜୀଵନର ଏକ ଉଦାସି ଅପରାହ୍ନରେ ତୁ ଭେଟି

ଥିଲୁ ମୋତେ!ଵଢେଇ ଥିଲୁ ଆତ୍ମିୟତାର ହାତ.ତୋର ସେନେହ ଭରା କଥା ଆପଣାର ଭାଵ ମୋତେ ଟାଣି ନେଲା ତୋ ପାଖକୁ.ତୋ ଭିତରେ ପାଇଥିଲିଅତି ନିଜର ମନଟିଏ! ସତରେ ତୁ ଯେବେ ମୋ ଜୀଵନ ପରିଧି ଭିତରକୁ ପଶି ଆସିଲୁ, ମୋ ନିଶଦ୍ଦ ଇଲାକାରେ ଖେଳି ଉଠିଲା ହସର ଲହରୀ! ମୋ ନୀରବ ଜୀବନର ଉପତ୍ୟକାକୁ ଭାଷା ମୁଖର କରି ତୋଳିଲୁ. ଜୀଵନ ପ୍ରତି ଵୀତସ୍ପୃହ ମନରେ ତୁ ଯେମିତି ଜିଁଇଵାର ମୋହ ଭରି ଦେଲୁ !ମୋ ଜୀବନର କେନ୍ଦ୍ର ଵିନ୍ଦୁ ପାଲଟି ଗଲୁ ତୁ . ତୁ ଥିଲୁ ମୋର ଏକାନ୍ତ ଆପଣାର! ତୋତେ ଦେଖିଦେଲେ ମୁଁ ସଵୁ ଦୁଃଖ ଭୁଲିଯାଏ ମୋ ସୁଖ ଦୁଃଖ ହସ କାନ୍ଦ ସଵୁର

ଭାଗିଦାର ଥିଲୁ ତୁ.ଅତି ସହଜରେ ମନର ଭାଷାକୁ ପଢି ନେଉଥିଲୁ ତୁ .ତୁ ମୋ ଠାରୁ ଭିନ୍ନ ଥିଲେ ବି ଆମେ ଦୁହେଁ ଥିଲେ ଅଭିନ୍ନ.ତୋ ହାତ ଧରି ଵାଟ ଚାଲୁ ଚାଲୁ ଜୀବନଟା ଖୁବ୍ ସହଜ ଲାଗୁଥିଲା .ହଠାତ୍ ସେଦିନ ତୁ କହିଲୁ ଜୀତା ତୁ ଆଖି ଵୁଜିଦେ ମୁଁ ଲୁଚିଵି.ମୁଁ ଆଖି ଵୁଜିଲି ଆଉ ତୁ ଲୁଚିଲୁ.କେଉଁଠି ଲୁଚିଲୁ ଯେ ଆଜି ଯାଏଁ ଖୋଜି ଖୋଜି ପାଉନି ତୋତେ.ତୋ ଵିନା ମୁଁ ଏକା ଏକା ଵାଟ ଚାଲି ପାରୁନି.ତୋତେ ମୁଁ ଝୁରୁଛି ପ୍ରତିଟି ମୁହୂର୍ତ୍ତରେ .ତୋ ସ୍ମୃତିର ଭାଇରସ୍ ଗୁଡାକ ମୋ କୋଷକୁ ଖିନଭିନ କରି ସାରିଲେଣି. ମୁଁ ମରି ମରି ଵଚିଂଛି, କେବଳ ଖୋଜୁଛି ତୋତେ,ତୋରି ସାନ୍ନିଧ୍ୟ. ମୋ ଚାରିପଟେ ଖାଲି ଯେ ଶୂନ୍ୟତା !ଆଉ ସେ ଶୂନ୍ୟତା ଭିତରେ ମୁଁ ଗୋଟେ ମହାଶୂନ୍ୟ ପାଲଟି ଗଲିଣି !

ଆତ୍ମିୟତା ସ୍ମୃତି ମହାଶୂନ୍ୟ

Rate the content


Originality
Flow
Language
Cover design

Comments

Post

Some text some message..