Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନିଜ ବୁଦ୍ଧି ନିଜକୁ ହିଁ ରକ୍ଷା କରେ
ନିଜ ବୁଦ୍ଧି ନିଜକୁ ହିଁ ରକ୍ଷା କରେ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

6 Minutes   6.4K    12


Content Ranking

ପୃଥି୍ବୀର ଲୋକକଥା

ପଣ୍ଡିଚେରୀ ଲୋକକଥା (1)

ନିଜର ବୁଦ୍ଧି ନିଜକୁ ହିଁ ରକ୍ଷା କରେ

ବହୁ ବର୍ଷ ତଳର କଥା l ସେତେବେଳେ ପଣ୍ଡିଚେରୀକୁ ଲୋକେ ବେଣିପୁରି ହିସାବରେ ଜାଣିଥିଲେ l ସେହି ସମୟରେ ସେଠାରେ ଜଣେ ବିଜ୍ଞ ଶାସକ ରାଜୁତି କରୁଥିlତାଙ୍କ ନା ଶୁଣିଲେ ବି ଶତ୍ରୁମାନେ ଭୟରେ ଥରୁଥିଲେ lବିଭିନ୍ନ ରାଜ୍ୟର ରାଜାମାନେ ବିପଦରେ ପଡିଲେ, ସେମାନେ ତାଙ୍କର ପରାମର୍ଶ ଲୋଡୁଥିଲେ l

ଥରେ ଜଣେ ସମୃଦ୍ଧିଶାଳୀ ରାଜା ତାଙ୍କୁ ନିଜ ରାଜ୍ୟକୁ ନିମନ୍ତ୍ରଣ କଲେ lରାଜା ଛଦ୍ମବେଶରେ

ତାଙ୍କ ପ୍ରାସାଦରେ ପହଞ୍ଚି ଲେ lତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ l ରାଜା ତାଙ୍କ ଅତିଥିଙ୍କୁ ଏପରି ଛଦ୍ମ ବେଶରେ ଆସିବାର କାରଣ ପଚାରିଲେ l ତାଙ୍କର ପ୍ରଶ୍ନ - “ତାଙ୍କୁ ଆଶ୍ଚର୍ଯ୍ୟ କରିବା ପାଇଁ ନା ଅନ୍ୟ କୌଣସି କାରଣ ପାଇଁ ସେ ଏପରି ଛଦ୍ମ ବେଶରେ ଆସିଛନ୍ତି ?”

ବିଜ୍ଞ ରାଜା ଜଣକ ଉତ୍ତର ଦେଲେ - “ତେବେ ଠିକ ଅଛି lଶୁଣନ୍ତୁ ଆପଣ କଅଣ ଜାଣି ନାହାନ୍ତି ଯେ ମୋର ପଡୋଶୀ ରାଜା ଟିନଟିନା ମୋର ଶତ୍ରୁ ? ମୁଁ ତାଙ୍କ ରାଜ୍ୟ ଦେଇ ଆପଣଙ୍କ ପାଖକୁ ଆସିଛି l ମୋର ଶତ୍ରୁମାନେ ସର୍ବଦା ମୋତେ ଚାହିଁ ରହିଛନ୍ତି l କିନ୍ତୁ କିଏ କାହିଁକି ଜଣେ ସନ୍ନ୍ୟାସୀଙ୍କୁ ଲକ୍ଷ୍ୟ କରିବ ?” ସେ ଉତ୍ତର ଦେଲାବେଳେ ନିଜେ ପିନ୍ଧିଥିବା ପୋଷାକକୁ ଚାହିଁ ନିଜେ ମଧ୍ୟ ହସୁଥାନ୍ତି l

ଆପଣ ତ ସମୁଦ୍ର ବାଟ ଦେଇ ଆସିପାରିଥାନ୍ତେ l – ଏହା ଥିଲା ପଡୋଶୀ ରାଜାଙ୍କ ବକ୍ତବ୍ୟ l

“ଠିକ୍ ଅଛି l ମୁଁ ଫେରିଲା ବେଳେ ସେଇ ବାଟ ଦେଇ ଯିବି l”

ବିଜ୍ଞ ରାଜା ପଡୋଶୀ ରାଜାଙ୍କ ଆତିଥ୍ୟ ଗ୍ରହଣ କଲେ l ସେମାନେ ସାଙ୍ଗ ହୋଇ ଭୋଜି କଲେ l ନାଚ, ଗୀତ ଶିକାରରେ ତାଙ୍କର ଦୁଇ ଦିନ ବିତିଗଲା l

ତୃତୀୟ ଦିନ ସକାଳ l ପଡୋଶୀ ରାଜା ତାଙ୍କୁ ନିଜର ରାଜସଭାକୁ ନିମନ୍ତ୍ରଣ କଲେ l ବିଜ୍ଞ ରାଜା ତାଙ୍କ ସଭାଗୃହକୁ ଆସିଲେ l ସିଂହାସନର ପାଖ ଆସନ ଗ୍ରହଣ କଲେ l ସେହି ସମୟରେ ଦୁଇ ଜଣ ସ୍ତ୍ରୀ ଲୋକ ସେଠାରେ ଉପସ୍ଥିତ ହେଲେ l ସାଥୀରେ ତାଙ୍କର ଧାଇଟିଏ l କାଖରେ ତା’ର ଦୁଇଟି ନବଜାତ ଶିଶୁ l ସ୍ତ୍ରୀଲୋକମାନଙ୍କ ମଧ୍ୟରୁ ଜଣେ କହିଲା - “ହଜୁର, ମୁଁ ହେଉଛି ରେହାଗ୍ l ସେ ହେଉଛି ମୋର ସାନ ଭଉଣୀ ବିବି l ସେ ମୋ ଠାରୁ ଦୁଇ ବର୍ଷ ସାନ l ଆମେ ଦୁଇ ଭଉଣୀ ଦୁଇ ଜଣ ଭାଇଙ୍କୁକ ବିବାହ କରିଥିଲୁ l ସେମାନେ ବ୍ୟବସାୟୀ l ଏବେ ଆମର ସ୍ୱାମୀମାନେ ବ୍ୟବସାୟ କରିବାକୁ ବାହାରକୁ ଯାଇଛନ୍ତି l ପଅରଦିନ ଆମେ ଦୁହେଁ ଏକ ସମୟରେ ଦୁଇଟି ଶିଶୁଙ୍କୁ ଜନ୍ମ ଦେଇଥିଲୁ l ସେଥିରୁ ଗୋଟିଏ ପୁଅ ଓ ଗୋଟିଏ ଝିଅ l ଯେଉଁ ଧାଇକୁ ଆମେ ଆମର ଦେଖାଶୁଣା କରିବା ପାଇଁ ଦାୟିତ୍ୱ, ଦେଇଥିଲୁ ସେ ଆପଣଙ୍କ ସମ୍ମୁଖରେ ଠିଆ

ହୋଇଛି l ସେଇ ଧାଇ ଜଣକ କେଉଁ ପିଲାଟିକୁ ସେ ପାଖରୁ ନେଇଥିଲା l ତାହା ସେ ମନେ ରଖିଲା ନାହିଁl ପିଲା ଦୁହେଁ ମିଶିଗଲେ l ମୁଁ ବଡ ଭଉଣୀ l ମୁଁ ପୁଅଟିକୁ ନେବି lଏଥିପାଇଁ ହଜୁର ଆଜ୍ଞା ହେଉ l”

ସାନ ଭଉଣୀଟି ନୀରବ l ତାହା ପୁଣି ଦୀର୍ଘ ସମୟ ଧରି l ତା’ପରେ ସେ ତା’ର ନୀରବତା ଭଙ୍ଗକରି କହିଲା - “ହଜୁର, ମୁଁ ସେ ଛୁଆକୁ ଜନ୍ମଦେବାର ଏକ ସପ୍ତାହ ପୂର୍ବର କଥା l ମୁଁ ସ୍ୱପ୍ନ ଦେଖିଥିଲି ଯେ, ମୋର ଗୋଟିଏ ପୁଅ ହୋଇଛି l ପାହାନ୍ତିଆ ପହରରେ ଯେଉଁ ସ୍ୱପ୍ନ ଦେଖାଯାଏ, ତାହା ସତ ହୁଏ lଏହା ଲୋକମାନଙ୍କର ବିଶ୍ୱାସ l ତେଣୁ ମୁଁ ଦୃଢ ନିଶ୍ଚିନ୍ତ ଯେ, ପୁଅଟି ମୋର l”

“ଏହା ଏକ ଅଦ୍ଭୁତ ସମସ୍ୟା l” ରାଜା ଉତ୍ତର ଦେଲେ l ତମ ସ୍ୱାମୀ ଦୁହେଁ ଦୁଇ ଭାଇ l ତୁମେ ଦୁଇ ଭଉଣୀ l ତେଣୁ ଝିଅ ହେଉ କି ପୁଅ ହେଉ ସେମାନେ ତୁମର ପିଲା l ତେଣୁ ତୁମେ ଦୁହେଁ ସେଇ ପିଲା ଦୁଇଟିକୁ ପାଳନ କରିବ l ଏକା ସ୍ନେହ ଦେବ l

“ଧନ୍ୟବାଦ ହଜୁର କିନ୍ତୁ ମୁଁ ଦୃଢ ନିଶ୍ଚିନ୍ତ ଯେ, ପୁଅଟି ହଉଛି ମୋର lଦୟାକରି ମୋତେ ତାକୁ ଦିଅନ୍ତୁ l” ବିବିର ରାଜାଙ୍କୁ ପ୍ରାର୍ଥନା କଲା l

“ନାଁ, ନାଁ, ସେ ମୋ ପୁଅ l ତାକୁ ମୁଁ ପାଇବାକୁ ହକଦାର l”ରୋହାଗ୍ ଚିତ୍କାର କରିଉଠିଲା l

ଏବେ ରାଜା ବଡ ଅଡୁଆରେ l ସେ ତାଙ୍କ ଆଖି ମିଟିମିଟି କଲେ l ଖୁଁ ଖୁଁ ହୋଇ

କାଶିଲେ l ମୁଣ୍ଡରେ ହାତ ଦେଇ ବସି ରହିଲେ l ହଠାତ୍ ତାଙ୍କର ମୁହଁ ଉଜ୍ଜଳ ହୋଇ ଉଠିଲା l ପଡୋଶୀ ରାଜା ନିଜ ପାଖରେ ବସିଛନ୍ତି lସେଥିପାଇଁ ସେ ଖୁସି ଅନୁଭବ କଲେ l ସେ ଯେ ଏଇ ସମସ୍ୟାର ସମାଧାନ କରିପାରିବେ, ଏହା ତାଙ୍କର ଧାରଣା ହେଲା l ସେଥିପାଇଁ ଏହାର ସମାଧାନ ପାଇଁ ତାଙ୍କୁ ସେ ଅନୁରୋଧ କଲେ l

ବିଜ୍ଞ ରାଜା କହିଲେ , “ଆପଣ ଯଦି ମୋତେ ଗୋଟିଏ ତରାଜୁ ଏବଂ ଦୁଇଟି ଏକ ଆକାର ଏବଂ ଏକା ଓଜନର ମାଟିପାତ୍ର ଆଣି ଦେବ ମୁଁ ଏଇ ସମସ୍ୟାର ସମାଧାନ କରିଦେବି l” ତାଙ୍କ କହିବା ଅନୁସାରେ ସବୁ ଜିନିଷ ଯୋଗାଇ ଦିଆଗଲା l ବିଜ୍ଞ ରାଜା ଜଣକ ନିଜ ମନରୁ ଦ୍ୱନ୍ଦ୍ୱ ଦୂର କରିବା ପାଇଁ ପାତ୍ର ଦୁଇଟିକୁ ନିଜ ହାତରେ ଧରି ଓଜନ କରି ଭଲ ଭାବେ ପରୀକ୍ଷା କଲେ l ତା’ପରେ ସେ ପାତ୍ର ଦୁଇଟିକୁ ଦୁଇ ଜଣ ସ୍ତ୍ରୀ ଲୋକଙ୍କୁ ଦେଇ ଅନୁରୋଧ କରି କହିଲେ - “ପାତ୍ର ଦୁଇଟିରେ ସମ ପରିମାଣରେ କ୍ଷୀର ନିଜର ସ୍ତନରୁ ବାହାର କରି ପୂର୍ଣ୍ଣକର l”

ସ୍ତ୍ରୀ ଲୋକ ଦୁଇଟିକୁ ଗୋଟିଏ ସ୍ୱତନ୍ତ୍ର ଘର ଦିଆଗଲା l ସେମାନେ କିଛି ସମୟ ପରେ ପାତ୍ର ଦୁଇଟିରେ କ୍ଷୀର ଧରି ଫେରିଲେ l ସେ ସବୁକୁ ବିଜ୍ଞ ରାଜାଙ୍କୁ ଦେଲେ l ରାଜା କ୍ଷୀର ପାତ୍ର ଦୁଇଟିକୁ ଭଲଭାବେ ନିରୀକ୍ଷଣ କଲେ l ପାତ୍ର ଦୁଇଟିରେ ସମ ପରିମାଣରେ କ୍ଷୀର ଅଛି l ଏହା ସେ ଦେଖିଲେ l

ତା’ପରେ ସେ ବଡ ଭଉଣୀ ରୋହାଗର ପାତ୍ରକୁ ତରାଜୁର ଡାହାଣପଟେ ଓ ସାନ ଭଉଣୀ ବିବିର କ୍ଷୀର ପାତ୍ରକୁ ବାମ ପଟେ ରଖି ଓଜନ କଲେ l ତରାଜୁର ଡାହାଣ ପଟ ସାମାନ୍ୟ ତଳକୁ ନଇଁଗଲା l “ବଡ ଭଉଣୀ ବେହାମ୍ ହେଉଛନ୍ତି ଶିଶୁ ପୁତ୍ରର ଜନନୀ l” ବେଦାପୁରୀର ରାଜା ଦୃଢ କଣ୍ଠରେ ଉତ୍ତର ଦେଲେ l

ପ୍ରତ୍ୟେକ ତାଙ୍କର ଉତ୍ତରକୁ ପସନ୍ଦ l ପାରିଷଦବର୍ଗ, ଅଭିଯୋଗକାରୀ ଏବଂ ରାଜା ତାଙ୍କୁ ତାଳିମାରି ସମର୍ଥନ ଜଣାଇଲେ l ବିଜ୍ଞରାଜା ଚାହିଁଲେ l ଦେଖିଲେ ସାନଭଉଣୀଟି ଏଇ ଅଭିଯୋଗରେ ହାରି ଯାଇଥିଲେ ମଧ୍ୟ ସେ ଆନନ୍ଦରେ ତାଳି ମାରୁଥାଏ l

ପଡୋଶୀ ରାଜା କହିଲେ - “ଆପଣ ଆପଣଙ୍କର ବିଜ୍ଞତାର ପ୍ରମାଣ ଦେଇଦେଲେ l ସେଇ ଦୁଇଜଣ ସ୍ତ୍ରୀ ଲୋକ ହେଉଛନ୍ତି ମୋ ରାଣୀଙ୍କର ଦୁଇଟି ଦାସୀ l କିପରି ଏମିତି ସିଦ୍ଧାନ୍ତରେ ଆପଣ ଉପନୀତ ହେଲେ, ତାହା ବର୍ଣ୍ଣନା କଲେ ମୁଁ ଉପକୃତ ହେବି l ”

“ଏହା ଅତି ସହଜ l” ବିଜ୍ଞରାଜା ଉତ୍ତର ଦେଲେ l ସ୍ତ୍ରୀ ଲୋକଙ୍କର ଶରୀର ଅତି ସୂକ୍ଷ୍ମ ଏବଂ କୋମଳ l କିନ୍ତୁ କ’ଣ ଜଣେ ପୁରୁଷର ଶରୀର ଶକ୍ତ କଠିନ ଓ ବଳିଷ୍ଠ l ଫଳରେ ସେ କଠିନ କାମ କରିପାରେ l ତେଣୁ ଭଗବାନ ପୁରୁଷକୁ ଜନ୍ମ ଦେଉଥିବା ମା’ର କ୍ଷୀରକୁ ସାମାନ୍ୟ ବହଳିଆ

କରନ୍ତି l ତେଣୁ ତରାଜୁ ଡାହାଣ ପଟରେ ଥିବା କ୍ଷୀର ପାତ୍ରଟି ସାମାନ୍ୟ ତଳକୁ ନଇଁଗଲା l ତେଣୁ ସେଇଟି ଶିଶୁପୁତ୍ରକୁ ଜନ୍ମ ଦେଇଥିବା ମା’ର କ୍ଷୀର l”

ବିଜ୍ଞରାଜାଙ୍କର ଏପରି କୈଫିୟତ ଶୁଣି ସମସ୍ତେ ତାଙ୍କୁ ପ୍ରଶଂସା କଲେ l

ବିଜ୍ଞରାଜା ତାଙ୍କ ପଡୋଶୀ ରାଜାଙ୍କ ପାଖକୁ ଆସିବାର ପାଞ୍ଚ ଦିନ ବିତିଗଲା l ତାଙ୍କର ରାଜ୍ୟ ବାଟ ଦେଇ ସନ୍ୟାସୀ ବେଶରେ ଶତ୍ରୁ ପଡୋଶୀ ରାଜ୍ୟକୁ ଯାଇଛନ୍ତି, ଏ ଖବର ପଡୋଶୀ ରାଜା ଚିନଚିନ୍ନାଙ୍କୁ ମିଳି ସାରିଥାଏ l ତେଣୁ ବିଜ୍ଞରାଜାଙ୍କୁ ତାଙ୍କର ଫେରିବା ବାଟରେ ହତ୍ୟା କରିବେ, ଏଥିପାଇଁ ସେ ଯୋଜନା କଲେ l

“ମୁ୍ଁ ଆସନ୍ତା କାଲି ମୋ ରାଜ୍ୟକୁ ଫେରିଯିବି lତା ପୁଣି ସୂର୍ଯ୍ୟ ଉଦୟ ପୂର୍ବରୁ lମୋ ଯାତ୍ରା ଏଥର ସମୁଦ୍ର ବାଟ ଦେଇ ହେବ l” ଏହା ଥିଲା ବିଜ୍ଞ ରାଜାଙ୍କର ଘୋଷଣା l

“ଠିକ୍ ଅଛି ତାହେଲେ ଆପଣ ଆପଣଙ୍କର ଉପହାର ସ୍ୱରୁପ କଣ ସାଥିରେ ନବାକୁ ଚାହାନ୍ତି ?” ଅତିଥି ସତ୍କାରକ ପଚାରିଲେ l

ଅତିଥି କହିଲେ - “ହଳ ଓ ଦୁଇଟି ବଳଦ l”

“କ’ଣ ଏଇ ମାମୁଲି ଜିନିଷ ?” ଅତିଥିସତ୍କାରକଙ୍କ ପୁଣି ପ୍ରଶ୍ନ l ମାମୁଲି ଜିନିଷ ? ଆମେ ଶସ୍ୟ ପାଇଁ ସବୁବେଳେ ଭୂଇଁ ଉପରେ ନିର୍ଭର କରୁ ନାହଁ କି ?ଆମେ ଶସ୍ୟ ବିନା ବଞ୍ଚି ପାରିବା କି? ତା’ହେଲେ ତା’ଠାରୁ ଭଲ ଉପହାର ଆଉ କ’ଣ ହୋଇପାରେ ? ମତେ ସେଇ ଉପହାର ଦିଅନ୍ତୁ l” ବିଜ୍ଞରାଜା ଉତ୍ତର ଦେଲେ l

“ଯାହା ତୁମର ଇଛା ବନ୍ଧୁ ମୁ୍ଁ ତମର ନିରାପତା ପାଇଁ ତୁମ ସାଥୀରେ ଶହେ ସୈନ୍ୟଙ୍କୁ ତମର ଅଙ୍ଗ ରକ୍ଷୀ ଭାବେ ଦେବି ଏବଂ ଗୋଟିଏ ସୁନ୍ଦର ଜାହାଜ ଯୋଗାଇ ଦେବି l” ଅତିଥି ସତ୍କାରକ ରାଜା କହିଲେ l

“ମୋର ବୁଦ୍ଧି ମୋତେ ରକ୍ଷା କରିବ l” ବିଜ୍ଞ ରାଜା ଉତ୍ତର ଦେଲେ lଏଣେ ରାଜା ଚିନଚିନ୍ନା ଗୁପ୍ତଚରମାନଙ୍କ ଠାରୁ ଜାଣିବାକୁ ପାଇଲେ ଯେ, ବେଦାପୁରୀର ରାଜା ସମୁଦ୍ର ବାଟ ଦେଇ ଫେରିବେ l ସେଥିପାଇଁ ରାଜା ଚିନଚିନ୍ନା ହଜାର ହଜାର ସୈନ୍ୟ ଏବଂ ଯୁଦ୍ଧ ଜାହାଜକୁ ସମୁଦ୍ର କୂଳରେ ଜଗାଇ ଦେଲେ l ବେଦାପୁରୀ ରାଜାଙ୍କର ଜାହାଜକୁ ଦେଖିବା ମାତ୍ରେ ତାଙ୍କ ଜାହାଜ ଉପରକୁ ଅସ୍ତ୍ର ନିକ୍ଷେପ କରିବ” ଏହା ଥିଲା ତାଙ୍କର ନିର୍ଦ୍ଦେଶ l

ସକାଳ ହେବାକୁ ଅଳ୍ପ ସମୟ ବାକି l ପଡୋଶୀରାଜା ଉଠିଲେ ସେ ତାଙ୍କର ସାଙ୍ଗକୁ ବିଦାୟ ଦେବାକୁ ଚାହିଁଲେ l ଯେତେବେଳେ ସେ ସମୁଦ୍ର କୂଳରେ ପହଁଞ୍ଚିଲେ, ସେ ଦେଖିଲେ ନାବିକମାନେ ବିଜ୍ଞରାଜାଙ୍କର ଆସିବା ବାଟକୁ ଚାହିଁ ରହିଛନ୍ତି l ଜାହାଜଟି ତାଙ୍କୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରି ରହିଛି l ରାଜା ସେଠାରୁ ନିଜର ଅତିଥି କକ୍ଷକୁ ଫେରି ଆସିଲେ l କିନ୍ତୁ ସେଇ କକ୍ଷରେ ଅତିଥି ନଥିଲେ l ସେ ଅତିଥିକୁ ନ ପାଇ ଆଶ୍ଚର୍ଯ୍ୟ l ସେ ଦେଖିଲେ ଯେ ତାଙ୍କୁ ଉପହାରରେ ଦିଆ ଯାଇଥିବା ହଳ ଓ ବଳଦ ସେଠାରେ ନଥିଲା l

ରାଜା ସବୁକଥା ବୁଝିଗଲେ l କିନ୍ତୁ ସେ ତାଙ୍କର ସୈନ୍ୟ ବା ନାବିକମାନଙ୍କୁ ଏ ବିଷୟରେ କିଛି କହିଲେ ନାହିଁ l କିଛି ସମୟ ପରେ ବିଜ୍ଞ ରାଜା ତାଙ୍କ ରାଜ୍ୟ ବେଦାପୁରରେ ନିରାପଦରେ ପହଞ୍ଚି ଯାଇଛନ୍ତି l ଏ ଖବର ପଡୋଶୀ ରାଜା ପାଇଲେ l ସେ ସାଥୀରେ ହଳ ଓ ବଳଦ ମଧ୍ୟ ନେଇ ଯାଇଥିଲେ l ଏଣେ ନାବିକ ସମୁଦ୍ର କୂଳରେ ତାଙ୍କର ଅପେକ୍ଷା କରିଥିଲେ l ଏତିକିବେଳେ ସେ ନିଜକୁ ଜଣେ କୃଷକ ବେଶ କଲେ l ହଳ ବଳଦ ସହିତ ସେ ଚିନଚିନ୍ନାଙ୍କ ରାଜ୍ୟ ବାଟ ଦେଇ ନିଜ ରାଜ୍ୟକୁ ଗଲେ l ତାଙ୍କର ପହଞ୍ଚିବାରେ କିଛି ଅସୁବିଧା କି ବ୍ୟାଘ୍ୟାତ ହେଲା ନାହିଁ l


ଲକ୍ଷ୍ମୀଧର ମହାନ୍ତି

ଶ୍ରୀମତୀ ଅନ୍ନପୂର୍ଣ୍ଣା ମହାନ୍ତି



ପଣ୍ଡିଚେରୀ ରକ୍ଷା ରାଜା

Rate the content


Originality
Flow
Language
Cover design

Comments

Post

Some text some message..