Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଭୋକ
ଭୋକ
★★★★★

© Soumya Shubhadarshinee

Others

4 Minutes   7.7K    23


Content Ranking

ପ୍ରାଚୁର୍ଯ୍ୟ ଭିତରେ ବି ମଣିଷ ଅଦୃଶ୍ୟ ଅଭାବ ବୋଧରେ ବଞ୍ଚେ ଜୀବନ , ଯେମିତି ଅଂଶୁ !!!!!

ଅଂଶୁମାନ ସଫଳ ମଣିଷ କୁହାଯିବ ନିଶ୍ଚିତ । ସେ ଵନ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ । ଓଡ଼ିଶାର ବନ୍ୟସମ୍ପଦର ସୁରକ୍ଷା ତାର କର୍ତ୍ତବ୍ୟ। ତାଠାରୁ ଆଉ ଉତ୍ତମ ନିଯୁକ୍ତି ନାହିଁ କେଉଁଠି ତା ପରି ପ୍ରକୃତିପ୍ରେମୀ ମଣିଷ ର।

କିନ୍ତୁ ଧର୍ମପତ୍ନୀ ସୋମା' କୁ ବୁଝେଇବା ଅସମ୍ଭବ, ଜଙ୍ଗଲର ଆକର୍ଷଣ! ସମୃଦ୍ଧ ଜୀଵନର ଗୋଟେ ଉନ୍ମୁକ୍ତ ଉନ୍ମାଦନାର ଠିକଣା ଜଙ୍ଗଲରେ। ହେଲେ ସେ ଠିକଣା କେବଳ ଅଂଶୁ ପାଖରେ।

ସୋମା ଜଙ୍ଗଲ ର ପ୍ରେମ ରେ ନଥାଏ କେବେ । ତାର ଚିନ୍ତା କେମିତି ରହିବେ ମା ଆଉ ଝିଅ ସେଠି। ମାନୁଛି ଝିଅ ଜମା ବର୍ଷକର ,ପାଠ ପଢ଼ା ଆରମ୍ଭ ହେଇନି । ହେଲେ ସେଠିକାର ପରିବେଶ ରେ ଖାପ ଖୁଏଇବା ଖୁବ୍ କଷ୍ଟ। ଅସୁସ୍ଥତା ହେଲେ 'ସୁପର ସ୍ପେଶାଲିଟି'ହସ୍ପିଟାଲ ଟେ ନାହିଁ କି ଭଲ ଡାକ୍ତର ବି ନାହାନ୍ତି। କେମିତି ଯିବ ସେ ଝିଅ ମେହୁ'କୁ ନେଇ!! ତେଣୁ ସୋମା ସହରରେ ।

ଅଂଶୁ କିନ୍ତୁ ଖୁବ୍ ଖୁସି। ଏଇ ଜଙ୍ଗଲ ର ମୋହ ରେ ପଢିଥିଲା ଉଦ୍ଭିଦ ବିଜ୍ଞାନ। ଆଉ ଆଜି ସେଇ ଜଙ୍ଗଲ ଦେଇଛି ପରିଚୟ।

ଜଙ୍ଗଲ ମାୟା ଲଗାଏ ଅଂଶୁ ସହ କାରଣ ସହର ର ଚକଚକ୍ୟ ଅପେକ୍ଷା ସରଳ ମଣିଷ ର ଚମକ ଅଛି ଏଠି । କେହି ଅନ୍ୟର ତଣ୍ଟି କାଟିବାର ପ୍ରଚେଷ୍ଟା ରେ ନାହାନ୍ତି ପରିଚିତ ସମୃଦ୍ଧ ସହର ପରି।

ଖୁବ୍ ସାବଲୀଳ ଜୀବନ ଆଉ ଖୁବ୍ ନିର୍ମଳ ପରିବେଶ କଳ୍ପନା ନେଇ ଆସିିଥିଲା ଅଂଶୁ ନିଜ ନୂଆ କର୍ମସ୍ଥଳୀ। କିନ୍ତୁ ପ୍ରକୃତ ଚିତ୍ର ଥିଲା ଭିନ୍ନ। ଏଠି ବି ରାଜନୀତି ର ପ୍ରଭାବ। କିଛି ନ୍ୟସ୍ତ ସ୍ଵାର୍ଥ ଲୋକ ଙ୍କ କବ୍ଜା ରେ ସୁନ୍ଦରୀ ଜଙ୍ଗଲ।

ସାଧାରଣ ମଣିଷ ଙ୍କ ପାଇଁ ଜଙ୍ଗଲ ନିଷିଦ୍ଧ କରାଯାଇଛି ସରକାରୀ ନିୟମ କାନୁନ ରେ। କିନ୍ତୁ ପ୍ରକୃତରେ ଅବାଧ ବୃକ୍ଷ ଛେଦନ ପ୍ରକ୍ରିୟା ଚାଲିଛି ସେମିତି । ସରକାରୀ ବଡ଼ ପଣ୍ଡା ମାନଙ୍କ ଛତ୍ରଛାୟା ତଳେ।

ଏଇ ଦୁସ୍ଥ ମାନସିକତା ରୁ ସୃଷ୍ଟି ହେଇଛି ସାମାଜିକ ବିପର୍ଯ୍ୟସ୍ତ। ସ୍ଥାନୀୟ ଜଙ୍ଗଲୀ ଲୋକ ସବୁ ହେଇଛନ୍ତି ବିଦ୍ରୋହୀ। ଜଙ୍ଗଲ ସେମାନଙ୍କ ର ମା' , କିନ୍ତୁ ରିଜର୍ଭ ଜଙ୍ଗଲ ନାଁରେ ନିଷିଦ୍ଧ ହେଇଯାଇଛି ସେମାନଙ୍କ ପାଇଁ ତାଙ୍କ ମା' ର କୋଳ।

ଜଙ୍ଗଲ କଥା କୁହେ ! ହଁ ମାଟି ମଣିଷ ସହ ଗଢେ ଅବିଛିନ୍ନ ସମ୍ପର୍କ। ଝରଣା ର ପାଣିରେ , ମହୁଲ ଫୁଲରେ, ମିଠା କନ୍ଦ ରେ, କୁରେଇଁ ଫୁଲ ର ମହକ ରେ ଆଉ ଅଗଣିତ ଫଳ ମୂଳ ର ପସରା ରେ ଜଙ୍ଗଲ କରେ ମଣିଷ କୁ ସମୃଦ୍ଧ। ସାଜେ ମଣିଷର ସୁଖ ଦୁଃଖ ର ସାଥି। ଘେରାଏ ବୁଲି ଆସିଲେ, ଜଙ୍ଗଲ ଭୋକ ଶୋଷ ସବୁର ପରିସମାପ୍ତି କରିଦିଏ ଅଚିରେ।

ଆଜି କିନ୍ତୁ ସେଇ ମା କୁ ସରକାରୀ ବାବୁ ମାନେ ଛଡେଇ ନେଇଛନ୍ତି । ଆଉ ମା କୁ ପାଇ ପାରୁନି ସାଧାରଣ ମଣିଷ। ଗୋଟେ ବିକଳ ଶୂନ୍ୟତା ଭରି ଯାଇଛି ସେମାନଙ୍କ ଜୀବନରେ।

ଜଙ୍ଗଲ କି ବନ୍ୟପ୍ରାଣୀ ର ସୁରକ୍ଷା ନାଁ ରେ ସେଇ ରିଜର୍ଭ ଏରିଆ ରେ ଚାଲେ ଯାବତୀୟ ଅବୈଧ କାରବାର ।କିନ୍ତୁ ନୀରିହ ଆଦିବାସୀ ମାନେ ନିଜ ବଞ୍ଚିବାର ସରଞ୍ଜାମ ଜଙ୍ଗଲରୁ ସଂଗ୍ରହ କରିପାରନ୍ତି ନହିଁ । ଗୋଟେ ଅନ୍ଧାରୀ ଅତ୍ୟାଚାର ରେ ନିଷ୍ପେସିତ ହୁଅନ୍ତି।

ଅଂଶୁମାନ ଧୀରେ ଧୀରେ ଅସ୍ଥିର ହେଉଥିଲା। ଗୋଟେ ସରକାରୀ ମୋହର ଭାବେ ବ୍ୟବହୃତ ହେଉଥିବା ତା ଅସ୍ତିତ୍ୱ ପ୍ରତି ବୀତସ୍ପୃହ ହେଉଥିଲା। ସବୁ ଉଚ୍ଚ ପଦସ୍ଥ ଅଧିକାରୀ ଜାଣି ବି ଅଜଣା ଥିଲେ । କେହି ଅନ୍ୟାୟ ର ପ୍ରତିରୋଧ କରୁନଥିଲେ। କିନ୍ତୁ ଅଂଶୁ କାହାରି ପ୍ରତିରୋଧ ନ କରିପାରିବାର ଅସହାୟତା ରେ ହେଉଥିଲା ବିକଳ।ସେଇ ଶକ୍ତିଶାଳୀ ଜଙ୍ଗଲ ମାଫିଆ ର ସାମ୍ନା କରିବା ତା ପାଇଁ ସମ୍ଭବ ନଥିଲା ।ହାତ ପାଦ ବାନ୍ଧି ଦେଇଥିଲେ ଜୀଵନ ଜୀଇଁବାର ଭୟ!!!

ତା'ର କିଛି ହେଇଗଲେ କଣ ହେବ ସୋମା ଆଉ ମେହୁ ର !!

ଭଲ ମଣିଷ ର ଦୁଃଖ ଅଧିକ । ଅଂଶୁମାନ କଷ୍ଟ ପାଉଥିଲା । ଅନ୍ୟାୟ କୁ ହଜମ କରିନପାରି ଯନ୍ତ୍ରଣା ରେ ଦଗ୍ଧୀଭୂତ ହେଉଥିଲା। ତା ପୃଥିବୀରେ ଥିଲା ସମସ୍ତ ପ୍ରାଚୁୁର୍ଯ୍ୟ କିନ୍ତୁ ତଥାପି ସେ ଥିଲା ଖୁବ୍ ଅଭାବୀ!

ଏକାକୀ ପୃଥିବୀରେ ସ୍ତ୍ରୀ ର ଅନୁପସ୍ଥିତି ବି ଥିଲା

କଷ୍ଟଦାୟକ । ସୋମା କୁ ଖୋଜୁଥିଲା ସେ ବାଣ୍ଟିବାକୁ ମନର ଦୁଃଖ । ସୋମା ଥିଲେ ହୁଏତ ଭିନ୍ନ ହୁଅନ୍ତା ସମସ୍ୟା ର ସ୍ୱରୂପ। ହୁଏତ କିଛି ଅନ୍ୟ ଉପାୟ ମିଳନ୍ତା ଲଢ଼ିବାକୁ ପରିସ୍ଥିତି ସହ! ସୋମା ଆଉ ମେହୁ ଙ୍କ ପାଖକୁ ଫେରି ଯିବାକୁ ଚାହୁଁ ଥିଲା। ଗୋଟେ ଅଜଵ ଅଭାବ ବୋଧ ରେ ଘଣ୍ଟି ହେଉଥିଲା ।

ଅଂଶୁ ସରକାରୀ କାମରେ ଯାଇଥିଲା ଗୋଟେ ଗାଁ କୁ। ରାତିରେ ରହିବାକୁ ହେଲା ସେଠି।ଘନ ଅନ୍ଧକାର ର ବହଳଆସ୍ତରଣ ତଳେ ରହସ୍ୟମୟ ଲାଗୁଥିଲା ଗାଁ। ଛୋଟ ରୁମ ଟିରେ ରାତ୍ରି ଭୋଜନ ର ବନ୍ଦୋବସ୍ତ କରିଦେଇ ଫେରି ଯାଇଥିଲା ପିଅନ।

ଅଂଶୁ ଆଖିରେ ନଥିଲା ନିଦ! ସୋମା ର ଭାବନା କରୁଥିଲା ବ୍ୟତିବ୍ୟସ୍ତ। ଏକାକୀ ଜୀବନ ରେ ତାର ଅନୁପସ୍ଥିତି କଷ୍ଟ ଦେଉଥିଲା ବହୁତ।

ଦରଜା ରେ ଆକସ୍ମିକ ଆକ୍ରମଣ । କେହି ଜଣେ ଖୁବ୍ ଜୋରରେ କବାଟ ବାଡଉ ଥିଲା। ଅଂଶୁ ଟିକେ ଭୟ ପାଇଗଲା । କିଏ ଆଉ ଏଠି ରାତିରେ? ଜଙ୍ଗଲୀ ଗାଁ ରାତିରେ ଶୋଇଯାଏ ଖୁବ୍ ଶୀଘ୍ର ଆଉ ଶୋଇ ଯାଏ ମଣିଷ ବି । ତେଣୁ ଏତେ ରାତିରେ କେହି ଆସିବାର ସମ୍ଭାବନା ନଥିଲା।

ଗୋଟେ ଭୟ ରେ କବଳିତ ଅଂଶୁ ବଡ଼ କଷ୍ଟ ରେ କବାଟ ଖୋଲିଲା ଆଉ ଦେଖିଲା ଗୋଟିଏ ଯୁବତୀ ଝିଅ କୁ। ଅଧ ରାତି ରେ ଝିଅକୁ ଦେଖି ମନେ ଭିତରେ ମୁହୂର୍ତ୍ତକ ପାଇଁ ଆସିଗଲା ସୋମା ର ମୋହ । ଏଇ ମୁହୂର୍ତ୍ତକ ଆଗରୁ ସେ ଥିଲା ସୋମା ର ଅଭାବବୋଧ

ରେ !!!!!!

ଝିଅ ଟି ଏକରକମ ଝାମ୍ପି ପଡିଲା ଅଂଶୁ ଉପରେ ଆଉ କହିଲା '' ତୁ କିଆଁ ବାନ୍ଧିଲୁ 'ବନୁ' କୁ?? କହ ! ତୋର କଣ ବିଗାଡ଼ିଲା ବନୁ ???

ବୁଝୁନଥିଲା ଅଂଶୁ କିଏ ବନୁ!!!!!

କେବେ ବାନ୍ଧିଲା ସେ ତାକୁ !!!

ବଡ଼ ବ୍ୟସ୍ତ ହେଇ କହିଲା ଅଂଶୁ କିଏ ବନୁ?? ମୁଁ ଜାଣିନି !!

ଅଧା କାନ୍ଦ ଅଧା କ୍ରୋଧ ଭିତରେ ଯାହା କହିଲା ସେ ଝିଅ ତାର ସାର ମର୍ମ ଥିଲା ବନୁ କୁ ଆରେଷ୍ଟ କରିଛି ଵନବିଭାଗ। ଗଛ କାଟୁଥିଲା ତା ବର। ଆଉ ମୁଠେ ଖାଇବାକୁ ପାଉନି ଝୁମ୍ପା , ତା ଘର ମଣିଷ ଯିବା ପରେ ।

ଆଜି ଜାଣିଲା ବଡ଼ ବାବୁ ଆଇଛି ।ସେଥିପାଇଁ ଧାଇଁ ଆସିଛି ମାଗିବାକୁ ତା ବନୁର ମୁକ୍ତି।

ଅଂଶୁ କହିଲା ବହୁତ ବୁଝେଇ , ସେ ନିଶ୍ଚିତ ମୁକୁଳେଇ ଦେବ ତା ବନୁ କୁ।

ନିଶ୍ଚିନ୍ତ ହେଇ ଫେରି ଯାଉ ଝୁମ୍ପା ।ସବୁ ଠିକ କରିଦେବ ଅଂଶୁ। ଝୁମ୍ପା ସରଳ ବଣର ମଣିଷ। ମାନିଗଲା ବାବୁ ର କଥା। ଆଖିରେ ଆଶାର ଆଲୋକ ଚମକେଇ ଯିବାକୁ ବାହାରିଲା।

ଅଂଶୁ ହଠାତ୍ ପଚାରିଦେଲା ତୁ ଖାଇଛୁ ??

ଝୁମ୍ପା ଦେଖିଲା ଅଂଶୁ ର ମୁହଁକୁ ଗୋଟେ ଘୃଣା ରେ , ଆଉ କହିଲା " ମୋ ପେଟ ଭୋକ ପାଇଁ ଦେବୁ ଖାଇବାକୁ , ଆଉ ମୋ ଦେହ ଉପରେ କରିବୁ ଲୋଭ!!!

ତୁ ନେଲୁ ମୋ ଜଙ୍ଗଲ, ନେଲୁ ମୋ ଜୀଇଁବାର ସାହାରା। ତୋରି ଲାଗି ମୁଁ ଭୋକିଲା।ହେଲେ ତୋ ପରି ଥିଲାଵାଲା ବାବୁ ଙ୍କ ଭୋକ ମୋଠୁ ବି ବେଶି!!! ହାଣି ଦେବି ତୋତେ ବୁଝିଲୁ । ସବୁ ସହରୀ ବାବୁ ତୋ ପରି ସଇତାନ୍ ଏତକ କହି ଝଡ଼ ପରି ଚାଲିଗଲା ସେ।

ଅଂଶୁ ଭୋକ ର ସଂଜ୍ଞା ଖୋଜୁଥିଲା ମନେ ମନେ !!!!!

*ସୌମ୍ୟା*

ମଣିଷ ଘୃଣା ଆଦିବାସୀ

Rate the content


Originality
Flow
Language
Cover design

Comments

Post

Some text some message..