Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ

2 mins
7.6K


ନଦୀର ଆରପାଖରୁ ଆରମ୍ଭ ହୋଇଛି ଜଙ୍ଗଲଟିଏ। ବାଘ, ଭାଲୁ, ସିଂହ, ହେଟା, ଗଧିଆ, ଚିତା, କଲରାପତିଆ ବାଘ ଆଦି ହିଂସ୍ରପଶୁଏବଂ ହାତୀ ଥିବାରୁ ସେ ଜଙ୍ଗଲର ଆଖ ପାଖରେ ଜନବସତି ବା ଲୋକମାନଙ୍କର ବାସ ସ୍ଥାନଟିଏ ଦେଖାଯାଏ ନାହିଁ। ତେଣୁ ଜଙ୍ଗଲଟି ଥିଲା ବହୁତ ଘଞ୍ଚ। ସେ ଜଙ୍ଗଲରେ ହରିଣ, ଠେକୁଆ, କୋଟରା, ମଇଁଷି, ମାଙ୍କଡ଼ ଆଦି ତୃଣଭୋଜୀ ପ୍ରାଣୀମାନଙ୍କ ବ୍ୟତୀତ ଅନେକ ସରୀସୃପ ଏବଂ ଅନେକ ପକ୍ଷୀ ମଧ୍ୟ ବାସ କରନ୍ତି ସେଠାରେ। ହେଲେ କେହି କାହା ସହିତ ମିଶି କରି ଚଳନ୍ତି ନାହିଁ। ଅନେକ ସମୟରେ ସେମାନଙ୍କ ମଧ୍ୟରେ କଳି କଜିଆ ଲାଗେ। ତେଣୁ ବହୁ ସମୟରେ ଶିକାରୀମାନେ ବଣରେ ପଶି ବନ୍ଧୁକ ଦ୍ବାରା ମନଇଚ୍ଛା ଶିକାର କରନ୍ତି। ବନ୍ଧକୁ ଆଗରେ ହାତୀ ଏବଂ ହିଂସ୍ର ପଶୁମାନେ ମଧ୍ୟ ନରିପାୟ। ଭୟରେ କିଏ କେଉଁ ଆଡ଼େ ଲୁଚେ , ତା’ର ଠିକ୍‌ ଠିକଣା ନଥିଲା। ଶିକାରୀମାନଙ୍କର ଏ ନୃଶଂସ ହତ୍ୟାରେ ଜଙ୍ଗଲର ସମସ୍ତ ପଶୁପକ୍ଷୀ ନାହିଁ ନ ଥିବା ହଇରାଣ ହୁଅନ୍ତୁ । ଯିଏ ମରିବାର ଥାଏ ସେ ମରିଥାଏ କିନ୍ତୁ ଅନ୍ୟ ପଶୁପକ୍ଷୀଙ୍କ ଠାରେ ଜାତ ହୋଇଥାଏ କୋକୁଆ ଭୟ। କେତେ ଦିନ ଆଉ ଏପରି ସହିବେ ? ଦିନେ ଜଙ୍ଗଲର ସମସ୍ତ ପଶୁପକ୍ଷୀ ଏକ ସଭାର ଆୟୋଜନ କଲେ। ଏହି ସଭାରେ ସିଂହକୁ ସଭିଏଁ ଜଙ୍ଗଲ ରାଜା ରୂପେ ନିର୍ବାଚିତ କଲେ। ବାଘ ହେଲା ସେନାପତି ଏବେ ସିଂହ ରାଜଙ୍କର ଦାୟିତ୍ୱ ହେଲା ପଶୁପକ୍ଷୀଙ୍କର ସୁରକ୍ଷା। ଶିକାରୀମାନଙ୍କଠାରୁ ପଶୁପକ୍ଷୀମାନଙ୍କ ସୁରକ୍ଷା ଦେବା ପାଇଁ ସେ ଏକ ଯୋଜନା ପ୍ରସ୍ତୁତ କଲେ । ଯୋଜନା ଅନୁସାରେ ଗୁପ୍ତଚର ରୂପେ ରଖାଗଲା କାଉମାନଙ୍କୁ । ଯଦି କୌଣସି ଶିକାରୀ ଜଙ୍ଗଲ ମଧ୍ୟକୁ ପ୍ରବେଶ କରେ ତେବେ କାଉ ଦେବ ସୂଚନା। ଦ୍ଵିତୀୟରେ ମାଙ୍କଡ଼କୁ ରଖାଗଲା ଗଛଡ଼ାଳରେ ରହି ଶିକାରୀର ଗତିବିଧିକୁ ନଜର ରଖିବ ଏବଂ ଶିକାରୀ କିପରି ଜଙ୍ଗଲର ପଶୁପକ୍ଷୀଙ୍କୁ ଶିକାର ନ କରେ ସେଥିପ୍ରତି ମଧ୍ୟ ଧ୍ୟାନ ଦେବ। ଚିତା, ବାଘ, ହେଟା ଆଦି ଶିକାରୀକୁ କାବୁକରିବେ ଏବଂ ହାତୀ, ଘୋଡ଼ା ଏବଂ ଗଧ ତାକୁ ଆଣି ରାଜସଭାରେ ହାଜର କରାଇବେ। କାର୍ଯ୍ୟ ବଣ୍ଟା ସରିଲା। ଏହାପରେ ସିଂହ ରାଜା ଘୋଷଣା କଲେ, ‘‘ଆସନ୍ତା କାଲି ସୂର୍ଯ୍ୟୋଦୟ ପରେ ଏ ବଣ ରାଇଜରେ ଆମେମାନେ ପାଳନ କରିବା ସ୍ଵାଧୀନତା ଦିବସ।’’ କଥାଟା ସମସ୍ତଙ୍କ ମନକୁ ପାଇଲା। ତହିଁଆରଦିନ ସୂର୍ଯ୍ୟୋଦୟ ପରେ ସବୁ ପଶୁପକ୍ଷୀ ନିର୍ଦ୍ଧିଷ୍ଟ ପଡିଆରେ ରୁଣ୍ଡ ହୋଇଥାନ୍ତି। ସିଂହ ରାଜା ଆସିଲେ, ସ୍ଵାଧୀନତା ଦିବସ ଅବସରରେ ପତାକା ଉତେ୍ତାଳନ କରିଲେ ଏବଂ କିଛି ଭାଷଣ ଦେଲେ। ତା’ପରେ ‘‘ସିଂହ ରାଜାଙ୍କର ଜୟ’’, ‘‘ଏ ଜଙ୍ଗଲର ଜୟ’’ ସବୁ ‘‘ପଶୁପକ୍ଷୀଙ୍କର ଜୟ’’, ସେ୍ଲାଗାନ୍‌ରେ କମ୍ପି ଉଠିଲା ବଣ ଭୂଇଁଟା। ଠିକ୍‌ ଏହି ସମୟରେ କାଉ ଆସି ଖବର ଦେଲା, ‘‘ମହାରାଜ! ମହାରାଜ! କେହିଜଣେ ଶିକାରୀ ନଦୀକୂଳରୁ ଜଙ୍ଗଲ ମଧ୍ୟକୁ ପ୍ରବେଶ କରିଛି।’’ ଏବେ ଜଙ୍ଗଲ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବାର ବେଳ ଉପସ୍ଥିତ। ବିଳମ୍ବ ନ କରି ଯିଏ ଯା’ର କାମରେ ଲାଗିଗଲେ। ଅଳ୍ପ ସମୟ ମଧ୍ୟରେ ଶିକାରୀକୁ ଆଣି ରାଜଦରବାରରେ ଉପସ୍ଥିତ କରାଇଲା ହାତୀ। ସିଂହ ରାଜା ସର୍ବ ସମ୍ମୁଖରେ ତାକୁ ଦଣ୍ଡ ସ୍ଵରୂପ ଘୋଷଣା କଲେ ମୃତ୍ୟୁଦଣ୍ଡ। ଏ କଥା ଶୁଣି ପଶୁପକ୍ଷୀମାନେ ଖୁସିରେ ତାଳି ମାରିବାକୁ ଲାଗିଲେ। ହେଲେ ଶିକାରୀଟି କାନ୍ଦି କାନ୍ଦି ସିଂହ ରାଜାଙ୍କୁ କ୍ଷମା ମାଗିଲା। ‘‘ଆଉ କେବେ ବି ଶିକାର କରିବ ନାହିଁ ବୋଲି କହୁଥାଏ।’’ କାନ୍ଦି କାନ୍ଦି କହୁଥାଏ ‘‘ମୋତେ ଛାଡ଼ିଦିଅ। ମୋର ଭୁଲ ହେଇ ଯାଇଛି।’’

ହଠାତ୍‌ ଉପର ଘରେ କ’ଣ ପଡ଼ିବା ଶବ୍ଦ ଶୁଣି ମାଆ ଧାଇଁଆସିଲେ। ଦେଖିଲେ, ଟୁନା ଖଟ ତଳେ ପଡ଼ି ନିଦରେ ‘‘ମୋତେ ଛାଡ଼ିଦିଅ’’, ‘‘ମୋତେ ଛାଡ଼ିଦିଅ’’ ବୋଲି ଚିତ୍କାର କରୁଛି।


Rate this content
Log in

Similar oriya story from Classics