Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଡର
ଡର
★★★★★

© Satyajit Samal

Drama Tragedy

3 Minutes   7.3K    19


Content Ranking

ପତ୍ନିଙ୍କୁ ଧରି ଫିଲ୍ମ ଦେଖିବାକୁ ଯିବାର ଅଛି । ଭୂତ ଫିଲ୍ମ ‘ଦ ନନ’ । ସେଦିନ ଆମ ପ୍ରିୟତମା ଜିଦ୍ ଧରିଥିଲେ ମୁଭି ଦେଖିବା ପାଇଁ । ତେଣୁ ଅଫିସରୁ ସିଧା ଘରକୁ ପଳେଇ ଆସିଲି । ପୂର୍ବରୁ ଅନଲାଇନ୍ ଟିକେଟ୍ କାଟି ଦେଇଥିଲୁ । ତେବେ ସେଦିନ ମୁଁ ଘରେ ପହଁଚି ଆଶ୍ଚର୍ଯ୍ୟ ହେଲି ଯେ, ମୋର ଅଳସେଇ ସ୍ତ୍ରୀ ଚୁଟକିନି କାମସାରି ୧ ଘଣ୍ଟା ପୂର୍ବରୁ ବାହାରି ଯାଇଥିଲା । ଏତିକି ନୁହଁ, ମୋ ପାଇଁ ଡ୍ରେସ ଆଉ ଖାଇବା ମଧ୍ୟ ପ୍ରସ୍ତୁତ କରି ଡାଇନିଂରେ ରଖିଥଲା । ଶେଷରେ ଆମେ ଚାଲିଲୁ ଫିଲ୍ମ ଅଭିମୁଖେ । ବାଇକରେ ବସି ଦୁଇ ଜଣ ଫୁର୍ ମାଇଲୁ ।

‘ସୋ’ ଆରମ୍ଭ ହୋଇଗଲା । କିଛି ସମୟ ଗଲା ପରେ ମୁଁ ଖସି ହେବାକୁ ଲାଗିଲି । କାହିଁକି ନା ମୁଁ ୫ ବର୍ଷ ଧରି ଯେଉ ସ୍ତ୍ରୀକୁ ଡରୁଥିଲି, ଆଜି ତା ମୁହଁରେ ମୁଁ ‘ଡର’ ଦେଖିବାକୁ ପାଇଥିଲି। ହଲ ଭିତରେ ମୋତେ ପୂରା କୋଳେଇକି ଧରିଥାଏ ମୋ ପ୍ରିୟତମା । ଆହାଃ... ବାହାଘର ପରଠାରୁ ହୁଏତ ମୋ ପତ୍ନୀ ମୋତେ ଏତେ ଭଲପାଉନଥିଲେ । ମନେମନେ ଖୁସି ହେଲି ଆଉ ନିଜକୁ ଓ ଫିଲ୍ମର ନିର୍ମାତାକୁ ଧନ୍ୟବାଦ ଦେଲି । ମୋ ପତ୍ନୀ ଏତେ ଡରି ଯାଇଥିଲେ ଯେ ମୋତେ କେଇଁ ସେକେଣ୍ଡକୁ ବି ଛାଡିବାକୁ ନାରାଜ ଥିଲେ । ମୋ ହାତ ଜୋରରେ ଧରିଥିଲେ କୋଳେଇକି । ଫିଲ୍ମର ମଧ୍ୟ ବିରତିରେ ବାହାରିଲି ପପକନ୍ ଆଣିବା ପାଇଁ। କିନ୍ତୁ ଉଠୁଉଠୁ ପତ୍ନି କହିଲେ କୁଆଡେ ଯାଉଛ ? ମୁଁ କହିଲି ତୁମ ପାଇଁ ପପକନ ଓ କୋଲଡ୍ରିଙ୍ଗସ୍ ଆଣିବାକୁ । ସେ କିନ୍ତୁ ମୋତେ ମନାକଲେ ଆଣିବା ପାଇଁ । କହିଲେ ଏଠି ବସ କୁଆଡେ ଯାଅନି, ନହେଲେ ଚାଲ ଘରକୁ ପଳେଇବା । କାହିଁକି ମୋତେ ଛାଡିଲାନି.. ଏ ପ୍ରଶ୍ନର ଉତ୍ତର ଆପଣ ଯାହା ଭାବୁଛନ୍ତି ମୁଁ ବି ସେଇଆ ଭାବିଲି । ହୁଏତ ମୋତେ ପତ୍ନୀଙ୍କ ଆଉ ଟିକେ ଡର ଦେଖିବାକୁ ଚାହୁଁଥିଲି। ହବନି ବି କେମିତି । ସିଏ ଯାହା ବି ହେଉ ସେଦିନ ମୋ ପାଇଁ ଡବଲ ଧମାକା ଥିଲା । ପତ୍ନୀଙ୍କ ଡରରେ ଭଲ ପାଇବା ଆଉ ପର୍ସରୁ ଖର୍ଚ୍ଚ ନହେବା । ଗୋଟେ ସ୍ୱାମୀକୁ ୟାଠୁ ବଳି ଆଉ କଣ ଦରକାର । ତାଙ୍କୁ ବାଧ୍ୟକରି ପୁଣି ପୂର୍ବଭଳି ଫିଲ୍ମ ଦେଖିବାରେ ଆମେ ମଜି ରହିଲୁ ।

ଫିଲ୍ମ ସରିଲା । ସ୍ତ୍ରୀ ମୋତେ ବାଟଯାକ କୁଣ୍ଢେଇକି ଧରିଥାନ୍ତି । ଏତେ ଭୟ ଯେ, ବାଟରେ ଖାଇବାକୁ ବି ମନାକଲେ । ସଦାବେଳେ ଚେଁ ଚେଁ ହେଉଥିବା ମୋ ସ୍ତ୍ରୀଙ୍କ ମୁଖରୁ ହୁଁ ନା ଚୁଁ କିଛି ଶବ୍ଦ ବାହାରୁନଥିଲା । ଏଇଆ ଭାବୁ ଭାବୁ ଘରେ ପହଞ୍ଚିଲୁ। ଘର କବାଟ ଖୋଲିଲୁ । ଆରେ ଏ କଣ । ସୋନୁ କାଇଁ । ପତ୍ନୀ କହିଲେ । ସ୍ତ୍ରୀଙ୍କ ପାଟି ଶୁଣି ମୁଁ ଭୟଭୀତ ହୋଇଗଲି ଓ ତତକ୍ଷଣାତ୍ ବେଡ୍ ରୁମକୁ ଧାଇଁଲି । ଆରେ ସତେ ତ ସୋନୁ କାଇଁ। ରୁମ ଯାକ ଖୋଜାଖୋଜି କଲୁ । ଘରର ୩ଟି ରୁମ ମାରାଥନରେ ଅଣ୍ଡାଳିଲୁ। ହେଲେ ସୋନୁ କୁଆଡେ ଗଲା । ଘର ତ ତାଲା ପକେଇକି ଯାଇଥିଲୁ । ସ୍ତ୍ରୀ କହିଲେ । ତା ହେଲେ ସୋନୁ... । ସୋନୁ ଗଲା କୁଆଡେ । ୫ ବର୍ଷର ପିଲାଟେ । ମୁଁ କହୁଥିଲି ନା ପୁଅକୁ ସାଙ୍ଗରେ ନେଇଯିବା ବୋଲି । କିନ୍ତୁ ନା ତମେ କହିଲ ସୋନୁ ଦିନଯାକ ଖେଳିଖେଳି ଶୋଇଛି । ଶୋଇଥାଉ । ଦେଖିଲ କଣ ହେଲା । ହୋ... ଫୋନ ଉଠେଇଲି । ବାପାଙ୍କୁ ଫୋନ କରି ସବୁ କଥା କହିଲି । ବାପା ଶୁଣିବା ମାତ୍ରେ ମୋତେ ଶୋଧିବାକୁ ଲାଗିଲେ । ତୋର ଦାୟିତ୍ୱ ନାହିଁ,,, ଆଉ କଣ ବି କହିଯାଉଥିଲେ... ମୁଁ ଚୁପଚାପ ଶୁଣୁଥାଏ । ଶେଷରେ ବାପା କହିଲେ ହଉ ଆମେ ମମିର ତୋର ଯାଉଛୁ କଟକ । ତୁ ବ୍ୟସ୍ତ ହନା । ବୋହୁକୁ ସମ୍ଭାଳିକି ରଖିଥା ।

ଏତିକିବେଳେ ମୋ ସ୍ତ୍ରୀ ମୋ କାନ୍ଦି ଉଠିଲେ । କାନ୍ଦିକାନ୍ଦି କହୁଥାନ୍ତି, କୁଆଡେ ଗଲା ମୋ ଧନ । ହାତୀ ଛୁଆ ପରି ବିଞ୍ଚି ବିଞ୍ଚି ତାକୁ ବଡ କରିଛି । କାଚ ଜାରରେ ଥିଲା । ତା ପାଇଁ କେତେ ମାନସିକ ନକରିଛି ମୁଁ । ଓ ହଃ... ସେ ବାଜେ କଥା ବନ୍ଦ କଲ । ଆଉ ତମେ କାନ୍ଦିବା ବନ୍ଦ କର । ରାଗିକି ମୁଁ କହିଲି । ମୁଁ ପୋଲିସକୁ ଫୋନ କରିବାକୁ ବାହାରିଥାଏ । ହଠାତ୍ କିଏ ମୋ କାନରେ ଯୋରରେ ଭୋ କିନି ଶବ୍ଦ କଲା । ବାପା ଦେଖିଲ ମୁଁ ତୁମକୁ କେମିତି ଡରେଇ ଦେଲି। ଖଟ ତଳେ ଲୁଚି ଘୋରିହୋଇ ଯାଇଥିଲି । ଏ.. ଏ.. ବାପା ଡରିଗଲେ ଡରିଗଲେ.. । ପଛକୁ ଚାହିଁ ଦେଖେ ତ ସାନୁ ତାଳି ମାରିମାରି କଣ କହି ଚାଲିଛି। ସଙ୍ଗେସଙ୍ଗେ ଆଖିରୁ ମୋର ୨ ଧାର ଲୁହ ବୋହିପଡିଲା । ପୁଅକୁ ଚାପି ଧରିଲି । ସ୍ତ୍ରୀ ବି ପାଖକୁ ଆସି ପୁଅକୁ ଦୁଇଟା ଚଟକଣି ମାରି କୁଣ୍ଢେଇ କାନ୍ଦିବାକୁ ଲାଗିଲେ । ମାଆ, ପୁଅ ଓ ବାପା ତିନିହେଁ କାନ୍ଦି ଉଠିଲୁ । ପରେ ବାପାଙ୍କୁ ଫୋନ କରି ଜଣେଇଲା ପରେ ସେମାନେ ବି ଆଶ୍ୱସ୍ତ ହେଲେ ।

ରାତି ୧୧ଟାରେ ବାପା, ମମି ଆଉ କିଛି ସମ୍ପର୍କୀୟ ଆସି ଘରେ ପହଞ୍ଚିଲେ । କଥାବାର୍ତା ହେଲା ପରେ ସ୍ତ୍ରୀ, ଖୁଡି ଆଉ ମମି ମିଶିକି ରୋଷେଇ କଲେ । ସବୁ ଭଲରେ ଖାଇ ଶୋଇବାକୁ ଗଲୁ । ଶୋଇଲା ବେଳେ ପୁଅ ମୁହଁକୁ ଦେଖି ମୁଁ ହଲ ଭିତରେ ମୋ ସ୍ତ୍ରୀଙ୍କ ଭୟ ଆଉ ଆମ ଭିତରେ ଥିବା ପୁଅ ହଜିବାର ଭୟର ଫରକଟା ବୁଝିପାରୁଥିଲି ।

ପତ୍ନି ଫିଲ୍ମ ପୁଅ ଭୟ

Rate the content


Originality
Flow
Language
Cover design

Comments

Post

Some text some message..