Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡିଆ ଶିଶୁ ଗପ

Children

2  

ଓଡିଆ ଶିଶୁ ଗପ

Children

ମିଠା କଥା କୁହା ଦୁଷ୍ଟ ମିତ୍ର

ମିଠା କଥା କୁହା ଦୁଷ୍ଟ ମିତ୍ର

3 mins
7.5K


ଘଞ୍ଚ ଅରଣ୍ୟ ମଧ୍ୟରେ ଅରଣ୍ୟର ରାଜା ସିଂହ ବାସ କରୁଥାଏ । ତାହାର ଅତି ଆପଣାର ମିତ୍ର ଭାବରେ ସମସ୍ତ କାର୍ଯ୍ୟ ତୁଲାଇବା ନିମନ୍ତେ ବିଲୁଆ ଗୋଟିଏ ସିଂହ ସେବକ ଭାବରେ ପାଖେ ପାଖେ ରହୁଥାଏ ।

ଦିନ ଅକାଳରେ ପଡ଼ି ଗୋଟିଏ ହାତୀ ସହିତରେ ଘମାଘୋଟ ଯୁଦ୍ଧରେ ସିଂହ ପଡ଼ିଗଲା । ହାତୀ କିନ୍ତୁ ଖୁବ୍ ବଳୁଆ ଥିଲା । ତେଣୁ ସେ ସିଂହକୁ ଘାଇଲା କରି ସେହି ସ୍ଥାନରେ ପକାଇଦେଇ ପଳାଇଗଲା । ବିଚରା ସିଂହ ଏପରି ଘାଇଲା ହୋଇ ପଡ଼ିରହିଲା ଯେ କେଉଁଆଡ଼େ ଯାଇ ପାରିଲା ନାହିଁ । ବିଚରା ସିଂହ ଆଉ ପଡ଼ିବା ସ୍ଥାନରୁ ଉଠିପାରିଲା ନାହିଁ ।

ସେତେବେଳେ ବିଲୁଆଟି ସିଂହର ସେବକ ଭାବରେ ସେବା କରୁଥାଏ । ଏମିତି ମୁହୂର୍ତ୍ତରେ ଗୋଟିଏ ବି ତାକୁ ସମୟ ମିଳିଲା ନାହିଁ । ଯେପରି ବାହାରକୁ ଯାଇ କିଛି ଆହାର କରି ଆସନ୍ତା। ସେ ମଧ୍ୟ ସିଂହ ଭୟରେ ନିରୁପାୟ ହୋଇ ସେହିଠାରେ ହିଁ ପଡ଼ି ରହିଥାଏ ।

ଏମିତି ଅବସ୍ଥା ହେଲା ଯେ ବିଚରା ବିଲୁଆଟି ମଧ୍ୟ ସିଂହ ସହିତ ଅନେକ ଦିନ ଭୋକ ଉପାସରେ ସେଠାରେ ପଡ଼ିରହିଲା । ଭୋକରେ ଡହଳ ବିକଳ ହେବାରୁ ଦିନେ ବହୁତ ଭାବିଚିନ୍ତି ତାର ମାଲିକ ଅରଣ୍ୟର ସିଂହକୁ ମୁହଁଖୋଲି କହିଲା । ହେ ସିଂହ ରାଜା! ଆପଣଙ୍କ ଅଶେଷ କରୁଣାରୁ ମୁଁ ଆପଣଙ୍କ ସେବକ ଭାବରେ ଏଠାରେ ପଡ଼ି ରହିଛି । କ’ଣ କରିବି ହଜୁର । ତୁଛାକୁ ତ ଆପଣ ଏକ ବିପଦରେ ପଡ଼ି ଭୋକ ଉପାସରେ ସମୟ ଅତିବାହିତ କରୁଅଛନ୍ତି । ସେଥିସହିତ ମୁଁ ମଧ୍ୟ ତଦ୍ ରୁପ ଅବସ୍ଥା ଭୋଗ କରୁଅଛି । ହେଲେ ମୁଁ ଏବେ ଖୁବ୍ ନିରୁପାୟ ହୋଇପଡ଼ିଛି । ଏବେ ଉଦର ମୋର ଶତ୍ରୁ ସାଜିଛି । ଆପଣଙ୍କ ଦୟା ହେଲେ ଅବା ମୁଁ ବାହାରକୁ ଯାଇ କିଛି ଆହାର ଗ୍ରହଣ କରି ପୁଣି ଆପଣଙ୍କ ପାଖକୁ ଫେରି ଆସିପାରନ୍ତି । ଆପଣ ଯେବେ ଏ ସମୟରେ ମୋ ପ୍ରତି କୃପା ନକରିବେ ତାହାହେଲେ ମୋର ଏହି ହିନସ୍ଥା ପ୍ରାଣଟା କେତେବେଳେ ବାହାରିଯିବ ।

ବିଚରା ବିଲୁଆର ଏପରି ଆତୁର ବାଣୀ ଶୁଣନ୍ତେ ସିଂହ ରାଜା ତାକୁ କହିଲା -ଆରେ ଏପରି ବିପଦ ସମୟରେ ଅଧୈର୍ଯ୍ୟ ହେଲେ ଚଳିବ? ତୁ ମୋ କଥାକୁ ସ୍ୱୀକାର କରିନେଇ ଗୋଟେ ଉପାୟ କର । ତାହାହେଲେ ତୁ ଏପରି ଏକ ଶିକାର ଦେଖିବୁ ଯେ ଯାହାକୁ ମୁଁ ଏହି ଘାଇଲା ଅବସ୍ଥାରେ ମଧ୍ୟ ସହଜରେ ମାରି ପାରୁଥିବି ।

ଯାହାହେଉ ବିଚରା ବିଲୁଆକୁ ଏବେ ଏକ ସୁବିଧା ମିଳିଗଲା । ସେ ସଙ୍ଗେ ସଙ୍ଗେ ରାଜା ସିଂହଠାରୁ ଆଦେଶ ପାଇ ବାହାରି ପଡ଼ିଲା । ଏପରି ଯାଉ ଯାଉ ମାର୍ଗ ମଧ୍ୟରେ ଏକ ଗ୍ରାମ ମୁଣ୍ଡରେ ଯାଇ ସେ ପହଞ୍ଚିଗଲା । ସେ ଦେଖିଲା ଗ୍ରାମର ଶେଷ ଭାଗରେ ଗୋଟିଏ ଗଧ ଆନନ୍ଦରେ ଘାସ ଚରୁଛି । ସେ ଚତୁରତାର ସହିତ ଗଧର ନିକଟବର୍ତ୍ତୀ ହେବା ମାତ୍ରେ ଗଧ ତାହାକୁ ଦେଖି ହଠାତ୍ ଚମକି ପଡ଼ିବା ବେଳକୁ ଚତୁର ବିଲୁଆ ତାକୁ ଚଟାପଟ ଗୋଟାଏ ଲମ୍ବା ନମସ୍କାର ପକାଇ ଦେଲା ।

ବିଲୁଆର ଏପରି ରଙ୍ଗ ଢ଼ଙ୍ଗ ଦେଖି ଗଧିଆ ତାକୁ ପଚାରିଲା – କିଏ ତୋର ଚତୁରତାର ଆଚରଣ ନଜାଣିଛି, କୁଆଡ଼େ ଯାଇଥିଲୁ । ହଠାତ୍ ଆମ ଆଡ଼େ ଚାଲି ଆସିବାର କାରଣ କ’ଣ କହିଲୁ? ଆଚ୍ଛା ତୋର ମୋ’ ପାଖରେ କିଛି କାମ ଥିଲା ନା’ କ’ଣ? ବିଲୁଆ ସତକୁ ସତ ଗଧ ନିକଟରେ ତାର ଚତୁରତା ଦେଖାଇ ହସିଦେଇ କହିଲା, ନାଇମ ନନା । ଆଜି ମୁଁ ତୁମର ଅଦ୍ଭୁତ ରୂପ ଦେଖି ତାଟସ୍ଥ ହୋଇଗଲି । କାରଣଟା ଏୟା ଯେ ମୁଁ ଦେଖୁଛି ଆଗଠାରୁ ଏବେ ତୁମେ ବହୁତ ଦୁର୍ବଳ ହୋଇପଡ଼ିଛ । କାରଣ କ’ଣ? ତୁମର ମାଲିକ କ’ଣ ତୁମକୁ ଆଉ ଆଗପରି ଆଦର କରୁନାହିଁ ! ସେଇଥିଲାଗି ଖାଇବାକୁ ଦେବାରେ ଏତେ ଅବହେଳା କରୁଛି, କିହୋ ମାଲିକ ହୋଇ ବେଶ୍ କାମ ତ ଉଠାଇ ପାରୁଛ, ତାହାହେଲେ ଖାଇବା ପିଇବାରେ ଅସୁବିଧା କରୁଛ କାହିଁକି? ଏୟା ନା ନନା । ନାଁ ତୁମର ଏବେ ବେଶି କିଛି ପାରିବାରିକ ଅସୁବିଧା ହୋଇଛି ?


Rate this content
Log in

Similar oriya story from Children