Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyotiranjan Sahu

Tragedy Inspirational

2.5  

Jyotiranjan Sahu

Tragedy Inspirational

ନନ୍ ଭେଜ୍

ନନ୍ ଭେଜ୍

3 mins
648



ସମୀରଙ୍କୁ ବାହା ହୋଇ ଆସିବା ଦିନ ଠାରୁ ଲୋପାର ପାଟିଟା ପାଣିଚିଆ ହୋଇଗଲାଣି । କେମିତି ହୁଅନ୍ତାନି ଯେ ! ସପ୍ତାହକୁ ଚାରିଦିନ ନନ୍ ଭେଜ ଖାଉଥିବା ଝିଅଟା ଏହା ଭିତରେ ଚାରି ମାସ ହୋଇଗଲାଣି ମାଂସ ବାସନା ବି ଟିକିଏ ପାଇନାହିଁ ଯେ ! ସମୀର କୁଆଡେ ଭେଜି । ଓଃ ! ଯଦି ସେ ବାପା ବୋଉଙ୍କ କଥାରେ ସେଦିନ ଅବାଧ୍ୟ ହୋଇପାରିଥାନ୍ତା ; ତାହା ହେଲେ ତାକୁ ଏ ଭେଜି ଲୋକଟାକୁ ବାହା ହେବାକୁ ପଡିନଥାନ୍ତା ! ସବୁ ଝିଅଙ୍କର ବାପା ମାଆ ଗୁଡାକ ଏମିତି । ଝିଅର ପସନ୍ଦ ଅପସନ୍ଦକୁ କେବେହେଲେ ମହତ୍ତ୍ୱ ଦେଇନଥାନ୍ତି । ପିଲା ଯଦି ପସନ୍ଦ ଆସିଗଲା ଝିଅକୁ ପସନ୍ଦ ଆସିବାକୁ ବାଧ୍ୟ । ତେବେ ଲୋପା ଆଖିରେ ସମୀରଙ୍କର ସବୁ ଠିକ୍ ଯେ ହେଲେ ତାଂକର ସେହି ଭେଜିଟେରିୟନ୍ ହେବାଟା ଲୋପାକୁ ଆଦୌ ପସନ୍ଦ ନୁହେଁ । ଯେତେବେଳେ ଲୋପା ଭାବିନିଏ ସାରା ଜୀବନ ଏ ଭେଜି ଲୋକଟା ସହିତ ତାକୁ ଚଳିବାକୁ ପଡିବ ତା ମୁଣ୍ଡ ଆଉ କାମ କରେନି । ଆଜିର ଫାଷ୍ଟ ଫୁଡ୍ ଯୁଗରେ ନନ୍ ଭେଜ ନଖାଇ କେମିତି ଯେ ସମୀର ରହିଛନ୍ତି ସେ କଥା ଭାବିଲେ ବେଳେବେଳେ ଆଶ୍ଚର୍ଯ୍ୟ ହୋଇଯାଏ ଲୋପା । ସମୀରଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଚାରି ମାସ ହୋଇଗଲାଣି ତା ମୁହଁରେ ଆଇଁଷ ପାଣି ଟିକିଏ ବାଜିନି । ଅନେକ ଥର ସେ ଭାବିଛି ବହୁତ ହୋଇଗଲା ଇଚ୍ଛାକୁ ସମ୍ମାନ ଦେବା ! ଆଉ ନୁହେଁ ! ଏଥର ସମୀରଙ୍କୁ ମୁହେଁ ମୁହେଁ କହିଦେବ ତାଦେଇ ଆଉ ଏ ଫର୍ମାଲିଟି ମେଣ୍ଟେନ ହୋଇପାରିବନି । ସେ ନାରୀ ହେଲାବୋଲି କଣ ସବୁବେଳେ ସେ ହିଁ ସାକ୍ରିଫାଇସ୍ କରିବ ! ସମୀରଙ୍କ ମନ ରଖିବାକୁ ଯାଇ ସେ ଯଦି ଭେଜି ହୋଇପାରୁଛି ; ତାହା ହେଲେ ତା ମନ ରଖିବାକୁ ଯାଇ ସମୀର କାହିଁକି ନନ୍ ଭେଜ୍ ଖାଇପାରିବେନି ଯେ ! ତାହାହେଲେ ତ ଜଣାପଡିବ କିଏ କାହାକୁ କେତେ ଭଲ ପାଉଛି ! କିନ୍ତୁ ଯେତେଥର ସମୀରଙ୍କ ସେ ବିଶ୍ୱାସ ଭରା ଆଖି ଯୋଡିକୁ ଲୋପା ଦେଖିନିଏ ; ତା ମନଟା କେମିତି କେଜାଣି ପରିବର୍ତ୍ତନ ହୋଇଯାଏ । ମନର ଭାବନାଟା ମନ ଭିତରେ ହିଁ ଚାପିହୋଇଯାଏ ।


     ଆଜି ଯେତେବେଳେ ଲୋପା ତା ନଣନ୍ଦକୁ ନେଇ ବାପ ଘରକୁ ଗଲା ସେତେବେଳେ ସେ ମନେମନେ ଚିନ୍ତା କରିନେଇଥିଲା ଆଗ ଯାଇ ଚିକ୍ସ ଏଣ୍ଡ ଚିଲି ରେ ମନ ଭରି ନନ୍ ଭେଜ୍ ଖାଇବ । ସଂଧ୍ୟାବେଳେ ଲୋପାର ପୁରା ପରିବାର ପହଞ୍ଚିଗଲେ ଚିକ୍ସ ଏଣ୍ଡ ଚିଲି ରେ । ସାଂଗରେ ଥାଏ ଲୋପାର କଲେଜ ପଢୁଆ ନଣନ୍ଦ ଏଲି । ହୋଟେଲର ମେନୁ ବୁକ୍ ରୁ ଲୋପା ମଗାଇଦେଲା ଅନେକ ରକମର ନନ୍ ଭେଜ୍ ଆଇଟମ୍ । ନଣନ୍ଦ ଏଲି କିନ୍ତୁ ନନ୍ ଭେଜ୍ ଖାଇବାକୁ ଟିକିଏ ସଂକୋଚ କଲା । ସେ ଭେଜ୍ ମଗାଇବାର ଦେଖି ଲୋପା କହିଲା " କଣ ଏଲି ! ତୁମେ କଲେଜ୍ ପଢୁଛ । ଏ ବୟସରୁ ତୁମ ଭାଇ ଭଳି ଭେଜିଟେରିୟନ୍ ହେଲେ ଚଳିବ " ! ଭାଉଜ କଥା ଶୁଣି ଏଲି ଟିକିଏ ହସିଦେଇ କହିଲା " ନା' ମ ଭାଉଜ ! ଆମେ ଦୁଇ ଭାଇ ଭଉଣୀ ବହୁତ ଚିକେନ ପ୍ରିୟ । ବାପା ତ ଚିକେନରେ ଭାସୁଥିଲେ । ମାଆ ଯେତେ ବିରକ୍ତ ହେଲେ ବି ବାପା କିଛି ନା କିଛି ବାହାନା କରି ଚିକେନ ଘରକୁ ଆଣୁଥିଲେ । ଆମେ ଭାଇ ଭଉଣୀ ବି ଖୁସ୍ ଆଉ ବାପା ବି ଖୁସ୍ । ହେଲେ ସେଦିନ ଯେତେବେଳେ ଡାକ୍ତର କୌଣସି ପ୍ରକାରେ ବାପାଙ୍କର ସୁଗାର ଲେଭେଲ୍ ଚେକ୍ କରିପାରିଲେନି ; ତାଂକୁ ଇନସୁଲିନ୍ ଇଞ୍ଜେକ୍ସନ ଦେବାକୁ ବାଧ୍ୟ ହେଲେ । ସେହି ଦିନୁ ବାପା ଇନସୁଲିନ୍ ନେଉଛନ୍ତି । ତା ପରେ ପରେ ବାପା ନନ୍ ଭେଜ୍ ଖିଆ ଛାଡିଦେଲେ । ଖାଦ୍ୟ ପ୍ରତି ଥିବା ଆକର୍ଷଣଟା ତାଂକର ଯେମିତି ହଜିଗଲା । ତାର କିଛି ଦିନ ପରେ ଆମେ ଭାଇ ଭଉଣୀ ଚିକେନ ଆଣିବାକୁ ଯାଇଥିଲୁ । ଭାଇ କହିଲା ଅଳ୍ପ ନେବା । ମୁଁ ପଚାରିଲି କଣ ପାଇଁ ! ଭାଇ ସେଇଠୁ ମୁହଁଟାକୁ ଶୁଖେଇ ଦେଇ କହିଲା ' ଆଲୋ ! ମାଆ ତ ଚିଡିଚିଡି ହୁଏ ! ବାପା ତ ଆଉ ଖାଉନାହାନ୍ତି । ମୋର ବି ଆଉ ଖାଇବାକୁ ଇଚ୍ଛା ନାହିଁ । ବାପା ଖାଉଥିଲେ ଯେ ଆମେ ବି ଖୁସିରେ ଖାଉଥିଲେ । ଏବେ ଆଉ ବାପା ଖାଇବେନି । ତାଂକ ଆଗରେ ମୁଁ କେମିତି ମନ ଖୁସିରେ ଚିକେନ ଖାଇପାରିବି ! ବାପା ଯଦି ଆଉ ଖାଇବେନି ତାହାହେଲେ ମୁଁ ଆଉ କାହିଁକି ଖାଇବି ? ତେଣୁ ଖାଲି ତୋ ଖାଇବା ମୁତାବକ ଚିକେନ ନେଇଯିବା ' । ସେଦିନ ଭାଇର କଥା ଶୁଣି ମୁଁ କିଛି ସମୟ ଚାହିଁରହିଲି ତାକୁ । ମନେ ମନେ ଭାବୁଥିଲି ଆଇ ଏମ୍ ପ୍ରାଉଡ୍ ଅଫ୍ ୟୁ ଭାଇ । ତାପରେ ସିଧା ଗାଡି ପାଖକୁ ଫେରି ଭାଇକୁ କହିଲି ଖାଲି ତୁ କଣ ବାପାଙ୍କୁ ଭଲ ପାଉ ! ମୁଁ କଣ ପାଏନି କି ? ବାସ୍ ସେଦିନୁ ଆମେ ଭାଇ ଭଉଣୀ ପୁରା ଭେଜି " । ଏହା କହି ହସିଦେଲା ଏଲି । ହେଲେ ଲୋପାର କଣ ହେଲା କେଜାଣି ! ଅର୍ଡର ଦେଇଥିବା ସବୁ ଆଇଟମକୁ ଏହା ଭିତରେ ସିଏ କ୍ୟାନସେଲ୍ କରି ଭେଜ୍ ଅର୍ଡର ଦେଇସାରିଥିଲା ॥




Rate this content
Log in

Similar oriya story from Tragedy